ଆଜି ଦ୍ବିତୀୟ ସେମିଫାଇନାଲ, ସାଉଥ ଆଫ୍ରିକାକୁ ଭେଟିବ ଅଷ୍ଟ୍ରେଲିଆ

କୋଲକାତା: ଗୁରୁବାର ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। ମୁହାଁମୁହିଁ ହେବେ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଦିନ ୨ଟାରେ କୋଲକାତାର ଇଡେନଗାର୍ଡେନରେ ହେବ ମହାମୁକାବିଲା । ଲିଗ ପର୍ଯ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା ଦକ୍ଷିଣ ଆପ୍ରିକା । ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଥିଲା ଅଷ୍ଟ୍ରେଲିଆ  । ବିଶ୍ବକପରେ ଅଷ୍ଟ୍ରେଲିଆ ୫ ଥର ଟାଇଟଲ ଜିତିଥିବାବେଳେ କେବେବି ବିଶ୍ବକପ ଜିତିନି ଦକ୍ଷିଣ ଆଫ୍ରିକା  । ଏଣୁ ପ୍ରଥମଥର କପ ଜିତିବାକୁ ଲକ୍ଷ୍ୟ ରଖିଛି ସାଉଥଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି  । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ପ୍ରସ୍ତୁତ ରହିଛି । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ବିଶ୍ବକପ ପାଇଁ ମୁକାବିଲା କରିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।