ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆସୁନି ସୁଧାର

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆସୁନି ସୁଧାର। ଦିନକୁ ଦିନ ଉତ୍କଟ ହେଉଛି ସ୍ଥିତି । ଅତ୍ୟନ୍ତ ଖରାପ ବର୍ଗର ଉପରଆଡ଼କୁ ଯାଉଛି ବାୟୁ ପ୍ରଦୂଷଣ । ଦୀପାବଳି ପରେ ବି ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ୪୦୦ ଉପରେ ରହୁଛି । ଯାହାକି ଅତ୍ୟନ୍ତ ଖରାପ ବର୍ଗରେ ଆସୁଛି । ଦିଲ୍ଲୀର ଆନନ୍ଦ ବିହାର, ପୁରମ, ପଞ୍ଜାବୀ ବାଗ୍ରେ, ଜାହାଙ୍ଗୀରପୁରୀରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନସିଆରରେ ମଧ୍ୟ ବାୟୁର ମାନ ବିପଦପୂର୍ଣ୍ଣ ରହିଛି । କାଲି ପର୍ଯ୍ୟନ୍ତ ରାଜଧାନୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ରହିବ। ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ୧୩ଟି ହଟସ୍ପଟ ସହରରେ ଅଗ୍ନିଶମ ବାହିନୀ ଜଳ ସିଞ୍ଚନ କରୁଛି । ଏହାସତ୍ତ୍ବେ ପ୍ରଦୂଷଣ ନିୟନ୍ତ୍ରଣକୁ ଆସୁନି।