ସତ ହେଲା ସ୍ବପ୍ନ, ଭାଇରାଲ ହେଉଛି ସାମିଙ୍କୁ ୭ ଓ୍ବିକେଟ ମିଳିବା ନେଇ ପୂର୍ବରୁ କରିଥିବା ଟ୍ବିଟ୍

1 min read

ମୁମ୍ବାଇ: ବୁଶ୍ବକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି ଭାରତ। ଘାତକ ବୋଲିଂ କରି ୭ ଓ୍ବିକେଟ ଅକ୍ତିଆର କରିଛନ୍ତି ମହମ୍ମଦ ସାମି । ସାରା ବିଶ୍ବରେ ଏବେ ସାମିଙ୍କ ସଫଳତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସାମି ୭ ଓ୍ବିକେଟ ଅକ୍ତିଆର କରିବେ। ଏନେଇ ଜଣେ ୟୁଜର୍ସ ପୂର୍ବରୁ ଟ୍ବିଟରରେ ପୋଷ୍ଟ କରିଥିଲେ। ସେ ସ୍ବପ୍ନ ଦେଖିଥିଲେ କି, ସାମି ବିଶ୍ବକପ ସେମିଫାଇନାଲରେ ୭ ଓ୍ବିକେଟ ନେବେ ଏବଂ ଭାରତ ନିଶ୍ଚିତ ଜିତିବ । ଯାହାକୁ ନେଇ ସେ ଟ୍ବିଟ (ଏକ୍ସ)  ରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ମଜାଳିଆ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଡନ୍ ମାଟେଓ ନାମକ ଜଣେ ୟୁଜର୍ସ ପୋଷ୍ଟ କରି ସ୍ବପ୍ନ କଥା ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପୋଷ୍ଟ କରିଥିଲେ । ଆଉ ଏବେ ଏହା ସହରେ ପରିଣତ ହୋଇଛି । ଆଉ ଭାରତ ବିଜୟର ମୁଖ୍ୟ ହିରୋ ପାଲଟିଛନ୍ତି ସାମି । ତେବେ ନଜର ପକାନ୍ତୁ ଏହି ପୋଷ୍ଟ ଏବଂ ବିଭିନ୍ନ ୟୁଜର୍ସଙ୍କ କମେଣ୍ଟ ଉପରେ..

https://twitter.com/iiiushiii/status/1724836145538764885?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1724836145538764885%7Ctwgr%5E166408ed5b303680d914e01919773f96c9467f39%7Ctwcon%5Es1_&ref_url=https%3A%2F%2Fwww.thelallantop.com%2Fsports%2Fpost%2Fviral-tweet-about-indian-cricketer-mohammed-shami-took-7-wickets-in-semi-final