ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକା ସିରିଜ ପରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ କେବେ ଘୋଷଣା ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଦଳରେ କେଉଁମାନେ ସ୍ଥାନ ପାଇବେ ତାହା ବେଶ ଗୁରୁତ୍ବବହନ କରୁଛି । ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁଥିବାବେଳେ ଏହା ଶେଷ ଟି-୨୦ ସିରିଜ । ଏଣୁ ବିଶ୍ବକପ ପାଇଁ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବବହନ କରୁଛି । ଏହି ସିରିଜ ପରେ ଆଇପିଏଲ ଖେଳିବେ ଭାରତୀୟ ଖେଳାଳି । ଏଣୁ ଆଇପିଏଲ ସାଙ୍ଗକୁ ଏହି ଟି-୨୦ ସିରିଜ ବେଶ ଗୁଚରୁତ୍ବବହନ କରୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋତୁରାଜ ଗାଏକ୍ବାଡ ଆହତ ରହିଥିବାବେଳେ ଏହି ସିରିଜରେ ନଖେଳି ପାରନ୍ତି । ସେପଟେ ଜାଡେଜା ଏବଂ ବୁମରାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇପାରେ । ସୂର୍ଯ୍ୟ କୁମାର ଯାଦବଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଏବେ ଦଳରୁ ବାଦ ପଡ଼ିଛନ୍ତି । ଏଣୁ ସେ ମଧ୍ୟ ଖେଳିପାରିବେ ନାହିଁ । ତେବେ ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା ହେବ ବୋଲି ଆଶା କରାଯାଉଛି ।
ଉତ୍ତର ଭାରତରେ ଜାରି ରହିଛି ଥଣ୍ଡା ସହ କୁହୁଡ଼ି
ନନ୍ଦିଘୋଷ ବ୍ୟୁରୋ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି କୁହୁଡି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଏନ୍ସିଆର୍ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି । ଏଥିଯୋଗୁ ଦୁର୍ଘଟଣା ଭୟ ମଧ୍ୟ ରହିଛି । ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୧୩୨ରୁ ଅଧିକ ବିମାନ ପ୍ରଭାବିତ ହୋଇଛି । ଉଡାଣ ରଦ୍ଦ କରାଯାଇଛି । ଏଥିସହିତ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି । ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଟୁରିଷ୍ଟ ବସକୁ ପିଟିଲା ଡ୍ରମ୍ଫର, ୨୦ ଆହତ
ଆନନ୍ଦପୁର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଭାଲୁକୁମା ନିକଟରେ ଡ୍ରମ୍ଫରକୁ ବାଡେଇଲା ଟୁରିଷ୍ଟ ବସ । ୨ ଗୁରୁତର ୨୦ରୁ ଅଧିକ ଆହତ । ସମସ୍ତେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ପିକନିକ ସାରି ସମ୍ବଲପୁରରୁ ସୋର ଫେରୁଥିଲେ ବ୍ରହ୍ମଶ୍ମି ଟିଉଟୋରିଆଲର ଛାତ୍ରଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛ ପଟେ ଧ୍କକା ଦେଲା ବସ୍ । ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ ଶିକ୍ଷକ ଗୁରୁତର ରହିଛନ୍ତି । ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ନୂଆ ବର୍ଷରେ ରିଲିଜ ହେବ ଓଡ଼ିଆ ଫିଲ୍ମ ’ ସମୟ କହିବ କିଏ କାହାର’?
ଭୁବନେଶ୍ବର: ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ସମୟ କହିବ କିଏ କାହାର । ଏହାପୂର୍ବରୁ ସିନେମାର ଅଡିଓ ରିଲିଜ୍ ହୋଇଯାଇଛି । ଅନନ୍ୟା ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହେଉଥିବାବେଳେ ଏହାର ପ୍ରଯୋଜକ ରହିଛନ୍ତି ରମେଶ ସିଂ । ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ ହାସ୍ୟ ଅଭିନେତା ବ୍ରଜ ସିଂ । ସିନେମାରେ ଅମ୍ଳାନ ଓ ଓମଙ୍କାର ଅଧିନାୟକ ଭୁମିକାରେ ରହିଥିବାବେଳେ ତୃପ୍ତି ଓ ସୋନମ ଅଭିନେତ୍ରୀ ଅଛନ୍ତି । ଦେବୁ ବ୍ରହ୍ମା,ପ୍ରଜ୍ଞା,ଅନବିନ୍ଦଙ୍କ ଭଳି ଅନେକ ହାସ୍ୟ ଅଭିନେତାଙ୍କ କମେଡି ଦର୍ଶକ ଉପଭୋଗ କରିପାରିବେ । ଜାନୁଆରୀ ପାଞ୍ଚ ତାରିଖରେ ଓଡ଼ିଶାର ସମସ୍ତ ହଲରେ ସିନେମା ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛି ।
କ’ଣ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା କରୁଛି ?
ଇସଲାମାବାଦ: ପାକିସ୍ତାନ ତିଆରି କରିଛି ନୂଆ ଏୟାର ଫିଲ୍ଡ । ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଏହି ଏୟାରଫିଲ୍ଡ । ଭାରତ ସୀମା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପାକିସ୍ତାନ ଏକ ନୂତନ ଏୟାର ଫିଲଡ୍ ତିଆରି କରିଛି । ଏୟାରଫିଲ୍ଡ୍ ର ଲାହୋର ନିକଟରେ ଅବସ୍ଥିତ ଅଛି । ବିମାନଘାଟୀରେ ଚୀନ ଠାରୁ ଆଣିଥିବା SH-15SP ହାଓ୍ବିଜର ତୋପକୁ ଲଗେଇଛି ।
ବର୍ତ୍ତମାନ ସୁଦ୍ଧା ଏହି ବିମାନଘାଟି ବେସାମରିକ ଉଡାଣ ପାଇଁ ବ୍ୟବହୃତ ହେବ କି ସୈନବାହିନୀ ଙ୍କ ବ୍ୟବହାରରେ ଲାଗିବ ତାହା ଜଣା ପଡି ନାହିଁ । ପାକିସ୍ତାନର ଏହି ଦୁଇଟି କାମ ଭାରତ ପାଇଁ ଚିନ୍ତାର ବିଷୟ ଅଟେ । ଏହା ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ପାକିସ୍ତାନର କୌଣସି ଅଧିକାରୀ ଏବଂ ସୈନବାହିନୀ ଏହି ବାବଦରେ କୌଣସି ବୟାନ୍ ଦେଇନାହାନ୍ତି । କିଛି ଲୋକଙ୍କ କହିବା ଅନୁସାରେ , ଏଠି ପାକିସ୍ତାନି ସୈନ୍ୟବାହିନୀଙ୍କ ବ୍ୟବହାର ପାଇଁ ପାଇଲଟ୍ ଟ୍ରେନିଂ ସ୍କୁଲ୍ ତିଆରି କରାଯାଉଛି ।
ଏହା ମଧ୍ୟ କୁହାଯାଉଛି କି, ଏହି ଏୟାରଫିଲ୍ଡ ର ବ୍ୟବହାର ହେଲିକପ୍ଟର , ଡ୍ରୋନ୍ ଏବଂ ଅନ୍ୟ ବିମାନ ଗୁଡିକର ଉଡାଣ ପାଇଁ କରାଯିବ । ସବୁଠାରୁ ଚିନ୍ତାର ବିଷୟ ଏହା କି ଏହି ଏୟାର ଫିଲ୍ଡ୍ ର ବ୍ୟବହାର ଚୀନ୍ ଏବଂ ତୁର୍କୀରୁ ଆସିଥିବା ଆକ୍ରମଣକାରୀ ଡ୍ରୋନ୍ ର ଉଡାଣ ପାଇଁ କରାଯାଇଛି । କାରଣ ଏହା ଭାରତୀୟ ସୀମା ଠାରୁ ୨୦ କିଲୋମିଟର ଦୂରରେ ଥିବାରୁ ଏଠାରୁ ଏହି ଡ୍ରୋନ୍ ଲଞ୍ଚ କରିବା ସହଜ ହେବ ।
ପାକିସ୍ତାନୀ ସେନା ନିଜର ୨୮ ଏବଂ ୩୨ତମ ଆର୍ଟିଲରୀ ରେଜିମେଣ୍ଟସ୍ କୁ ଚୀନ୍ ଠାରୁ ମଗେଇଥିବା ତୋପ ଦ୍ୱାରା ସଜିତ କରିଛି । ପାକିସ୍ତାନ ଚୀନ୍ ଠାରୁ SH-15 ତୋପ କିଣିଛି । ଚୀନ୍ ପାକିସ୍ତାନକୁ ଶସ୍ତା ଦାମରେ ତୋପ ଦେଇଛି । SH-15SP ହେଉଛି ଚୀନ୍ ଦ୍ବାରା ନିର୍ମିତ ଅତ୍ୟାଧୁନିକ ହାଓ୍ବିଜର ବନ୍ଧୁକ । ୨୦୧୯ ରେ ପାକିସ୍ତାନ ଚୀନ୍ କୁ ୨୩୬ଟି ବନ୍ଧୁକ ମାଗିଥିଲା । ବର୍ତ୍ତମାନ ପାକିସ୍ତାନ ପାଖରେ ୪୨ଟି ତୋପ ଅଛି । ଏହି ତୋପ ଗୁଡିକୁ ପାକିସ୍ତାନ ତାର ଆର୍ମି ଡେ ପରେଡ୍ ରେ ସାମିଲ୍ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଚୀନ୍ ର ଏହି ତୋପର ଓଜନ ୨୫ ଟନ୍ । ଯାହାର ଲମ୍ବ ୨୧.୪ ଫୁଟ୍ , ମୋଟେଇ ୮.୯ ଫୁଟ୍ ଏବଂ ଉଚ୍ଚତା ୧୧.୧୦ ଫୁଟ୍ । ଏହି ତୋପକୁ ଚଲେଇବା ପାଇଁ ୬ ଜଣ ଆବଶ୍ୟକ। ଏହା ୧୫୫*୫୨ କ୍ୟାଲିଭରି ର ତୋପ ଅଟେ । ଏହି ତୋପ ୯୦ କିଲୋମିଟର ପ୍ରତି ଘଣ୍ଟା ରେ ଚାଲିପାରେ

