ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଦ୍ବିତୀୟ ପାଳିରେ ଭାରତ ୨୫୫ ରନରରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୦୪ ରନର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟ ଅକ୍ଷର ପଟେଲ ୪୫ ରନ କରିଛନ୍ତି । ବାକି କୌଣସି ଖେଳାଳି ଦ୍ବିତୀୟ ପାଳିରେ ୩୦ ଉପରେ ସ୍କୋର କରିନାହାନ୍ତି । ୫ ଜଣ ଖେଳାଳି ଦୁଇ ଅଙ୍କ ଖୋଲିନାହାନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲି ୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ଜୟସ୍ବାଲଙ୍କ ଦ୍ବିତଶକୀୟ ପାଳି ବଳରେ ୩୯୬ ରନ କରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ କରିଥିଲା । ତେବେ ଦ୍ବିତୀୟ ପାଳିରେ ଭାରତ ୨୫୫ ରନ କରିଥିବାବେଳେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ଟେଷ୍ଟରେ ଭାରତ ୨୮ ରନରେ ହାରିଥିବାବେଳେ ଏଥରକ ବିଜୟ ଆଶାରେ ରହିଛି ।