ଭାରତୀୟ ଦୂତାବାସରେ ଗୁଇନ୍ଦାଗିରି କରୁଥିବା ISI ଏଜେଣ୍ଟ ଗିରଫ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ବାଡ ଦ୍ବାରା ଆଇଏସଆଇ ଏଜେଣ୍ଟ ଗିରଫ । ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ କାମ କରୁଥିଲା ଅଭିଯୁକ୍ତ । ଗତ ୨୦୨୧ରୁ ମସ୍କୋ ସ୍ଥିତ ଦୂତାବାସରେ ସତ୍ଯେନ୍ଦ୍ର ସିବଲଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ଅଧୀନସ୍ଥ ମଲଟି ଟାସ୍କିଂ ଷ୍ଟାଫ ବା ଏମଟିଏସ ଭାବେ କାର୍ଯ୍ଯରତ ଥିଲା । ଘର ଉତ୍ତରପ୍ରଦେଶ ହାପୁରରେ। ସେ ଭାରତୀୟ ଦୂତାବାସରେ କାର୍ଯ୍ୟ କରୁଥିବା ବେଳେ ଗୁଇନ୍ଦାଗିରି କରୁଥିବା ସୂଚନା ମିଳିଥିଲା ।

ମିରଟରେ ତାଙ୍କୁ ୟୁପିଏଟିଏସ ଧରିବା ପରେ ସେ ବିଭ୍ରାନ୍ତକାରୀ ଉତ୍ତର ଦେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ଜେରା ବେଳେ ମାନିଥିଲା ଭାରତୀୟ ସେନାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇବା ଲାଗି କେତେକ ଭାରତୀୟ ଅଫିସରଙ୍କୁ ଟଙ୍କା ଦେଇ ହାତ କରିଥିଲା । ଏପରିକି ସେ ଭାରତୀୟ ଦୂତାବାସ, ପ୍ରତିରକ୍ଷା ମନ୍ତ୍ରାଳୟ ଓ ବୈଦେଶିକ ବ୍ଯାପାର ବିଭାଗର ଅନେକ ତଥ୍ଯ ଆଇଏସଆଇକୁ ଦେଉଥିଲା ।