spot_img
Home Blog Page 2495

ସକାଳର ତୃତୀୟ ସ୍ବନକ୍ଷେତ୍ର ଅବସରରେ ଏଡସ୍ ସଚେତନତା ଗଣ ଦୌଡ ଅନୁଷ୍ଠିତ

ଭୁବନେଶ୍ୱର :  ଆଜି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷେତ୍ର। ଏହି ଅବସରରେ ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଛି ମିନି ମାରାଥନ । ବିଶ୍ବ ଏଡସ ଦିବସରେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡ଼ିଶା। ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଛି ମିନି ମାରାଥନ୍ । ସତ୍ୟ, ସେବା ଓ ସାମର୍ଥ୍ୟର ତିନି ବର୍ଷ ଅବସରରେ ଏକା ସାଙ୍ଗରେ ଦୌଡ଼ୁଛି ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର।

ମିନି ମାରାଥନ ଅନୁଷ୍ଠିତ ହୋଇଥିବା ସ୍ଥାନଗୁଡିକ ହେଲା, ଭୁବନେଶ୍ବର ଶିଶୁଭବନ ଛକଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ, କଟକ ଆଇଲଭ କଟକ ଯୋବ୍ରାଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ, ପୁରୀ ତାଳବଣିଆ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ, ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ, ରାଉରକେଲା ଗୋପବନ୍ଧୁ ଛକଠାରୁ ବିଜୁ ପଟ୍ଟନାୟକ ଛକ ଯାଏଁ, ଅନୁଗୁଳ ଜଗନ୍ନାଥ ମନ୍ଦିରଠାରୁ ଲକ୍ଷ୍ମୀ ବଜାର ଶୈଳଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ, ଜୟପୁର ରାଜନହରା ଷ୍ଟେସନଠାରୁ ରାଜନହରା ଜଙ୍ଗସନ, ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟଠାରୁ ଗାନ୍ଧିପାର୍କ ଫୋର ସି ଗ୍ରାଉଣ୍ଡ ପର୍ଯ୍ୟନ୍ତ, ବ୍ରହ୍ମପୁର ଏମକେସିଜି ମେଡିକାଲ ଛକଠାରୁ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଛି । ଜରୁରୀ ଓ ସଠିକ୍ ସମାଚାର ଯୋଗାଇ ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମପ୍ରକାଶ କରିଥିଲା ଦୈନିକ ଖବର କାଗଜ ସକାଳ । ନିରବଚ୍ଛିନ୍ନ ଖବର ପରିବେଷଣ କରି ଖୁବ୍ କମ୍ ସମୟରେ ପାଠକଙ୍କ ଆଦୃତ ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।

ଓଡ଼ିଶାର ବିକାଶରେ ନୂଆ ଦାୟିତ୍ବ ପାଇଁ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିନନ୍ଦନ

ଭୁବନେଶ୍ୱର : ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବିଧାୟକ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଓଡ଼ିଶାର ବିକାଶରେ ନୂଆ ଦାୟିତ୍ବ ପାଇଁ ଅଭିନନ୍ଦନ ଜଣାଇଛନ୍ତି  । ଅନୁଗୁଳ ବିଧାୟକ ଚଜନୀକାନ୍ତ ସିଂ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ସହ ୧୦ଟି ସଂଗଠନର କର୍ମକର୍ତ୍ତା ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି  । ବିଭିନ୍ନ ସଂଗଠନ ମଧ୍ୟରେ ପାକ୍ଷିକ ସଂପାଦକ ଓ ପ୍ରକାଶକ ସଂଘ, ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଖ୍ୟାଲଘୁ ବିକାଶ ପରିଷଦ, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଓଡ଼ିଶା ମମତା ଯୋଜନା କାର୍ଯ୍ୟକାରୀ ସଂଘ, ଭଦ୍ରକ ମୁସଲିମ ଜମାତ ସଂଘ, ଅଲଓଡ଼ିଶା ଆଡିସନାଲ କମ୍ପ୍ୟୁଟର ପ୍ରୋଗ୍ରାମର ଆସୋସିଏସନ ଆଦି ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ପାଣ୍ଡିଆନଙ୍କୁ ଭେଟି ବିକାଶ କାମରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି  ।

ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ରୂପାନ୍ତରଣ ଚାଲିଛି  । ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଆଗେଇ ନେବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଡ. ଅଜିତ ମିଶ୍ରଙ୍କ ଦ୍ବାରା ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଦୁଇଟି ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡ. ଅଜିତ ମିଶ୍ରଙ୍କ ଦ୍ବାରା ଲିଖିତ The Magic Mantra of 5T- A Tale of Transforming Nabarangpur  ଓ ଡ. ବିଜୟ ଲକ୍ଷ୍ମୀ ମହାନ୍ତିଙ୍କ ଦ୍ବାରା ଲିଖିତ  President Droupadi Murmu- A reflection of Changing Bharat ପୁସ୍ତକର ଲୋକାର୍ପଣ କରଛନ୍ତି ନବୀନ । ଫାଇଭ-ଟି ଉପକ୍ରମରେ ନବରଙ୍ଗପୁର ଜିଲ୍ଲାରେ ରୂପାନ୍ତରଣ ସମ୍ପର୍କରେ ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଡ. ଅଜିତ ମିଶ୍ରଙ୍କ । ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ଅଦ୍ଭୁତପୂର୍ବ ଉନ୍ନତି ଆସିଛି । ୨୦୧୮ରୁ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ ଏହାକୁ ଅନୁଭବ କରିଛନ୍ତି ଡ. ଅଜିତ ମିଶ୍ର । ସେ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି ।

ଜିଲ୍ଲାପାଳ ଥିବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇଭ-ଟି ଉପକ୍ରମରେ ଜିଲ୍ଲାରେ ସ୍ବାସ୍ଥ୍ୟ, କୃଷି, ଗ୍ରାମପଞ୍ଚାୟତର ଉନ୍ନତି ହେବା ସହ ବଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ରୂପାନ୍ତର ହୋଇଛି । ସେହିପରି ଡ. ବିଜୟ ଲକ୍ଷ୍ମୀ ମହାନ୍ତି ତାଙ୍କ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାୟୋଗ୍ରାଫି ମୟୂରଭଞ୍ଜ ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଚଳଣି ବିଷୟରେ ବର୍ଣ୍ଣନା କରିଛନ୍ତି । ଡ. ବିଜୟ ଲକ୍ଷ୍ମୀ ମହାନ୍ତି ଏବେ ଆର୍ଟ ଅଫ ଲିଭିଂରେ ଶିକ୍ଷକତା କରୁଛନ୍ତି ।

ଛତିଶଗଡ଼ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ !

ଛତିଶଗଡ଼ : ଛତିଶଗଡ଼ରେ ଭୂପେଶ ବଘେଲ ରିଟର୍ଣ୍ଣସ୍ । ଏକଜିଟ୍ ପୋଲରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ମିଳୁଛି । ଯଦି ପୁଣି କ୍ଷମତାକୁ ଫେରେ କଂଗ୍ରେସ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଏହା ବଡ଼ ବୁଷ୍ଟ ହେବ । ଛତିଶଗଡ଼ରେ ମୋଟ୍ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୪୬। ନ୍ୟୁଜ୍-୨୪ ଓ ଟୁଡେଜ୍ ଚାଣକ୍ୟ କଂଗ୍ରେସକୁ ୫୭ଟି ସିଟ୍ ମିଳିବା ନେଇ ଅନୁମାନ କରିଥିବା ବେଳେ ବିଜେପିକୁ ଦେଇଛି ମାତ୍ର ୩୩ଟି ସିଟ୍ । ସେହିପରି TV-CNX ମଧ୍ୟ କଂଗ୍ରେସ ହାତକୁ କ୍ଷମତା ଫେରିବା ନେଇ ଅନୁମାନ କରିଛି । କଂଗ୍ରେସକୁ ୪୬ରୁ ୫୬, ବିଜେପିକୁ ୩୦ରୁ ୪୦ ଓ ଅନ୍ୟ ଦଳକୁ ୩ରୁ ୫ଟି ସିଟ୍ ଦେଇଛି ।

ସେହିପରି ଏବିପି ନ୍ୟୁଜ୍-ସି ଭୋଟର କଂଗ୍ରେସକୁ  ୪୧ରୁ ୫୩, ବିଜେପିକୁ  ୩୬ରୁ ୪୮ ସିଟ୍ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟୁଡେ- ମାଇ ଆକ୍ସିସ୍ ସର୍ଭେ କଂଗ୍ରେସକୁ ୪୦ରୁ ୫୦ ଓ ବିଜେପିକୁ ୩୬ରୁ ୪୬ଟି ଆସନ ଦେଇଛି । ରିପବ୍ଲିକ୍ ଟିଭି-ମାଟ୍ରିଜ୍ କଂଗ୍ରେସକୁ ୪୪ରୁ ୫୨ ଓ ବିଜେପିକୁ ୩୪ରୁ ୪୨ ଆସନ ନେଇ ଅନୁମାନ କରିଛି। ସେହିପରି TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସକୁ ୪୦ରୁ ୫୦ ଓ ବିଜେପିକୁ ୩୫ରୁ ୪୫ଟି ସିଟ୍ ମିଳିବା ନେଇ ଅନୁମାନ କରିଛି । ୨୦୧୮ରେ କଂଗ୍ରେସ ୬୮ଟି ଆସନ ଜିତି କ୍ଷମତା ଦଖଲ କରିଥିଲା ।

ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଳ ଫୁଟିବ ନା ଜିତିବେ କମଲନାଥ। ଏକଜିଟ୍ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳୁଛି । ବିଜେପିର ଶିବରାଜ ସିଂ ଚୌହାନ୍ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ଆଣ୍ଟି-ଇନକମ୍ବାନ୍ସି ଫ୍ୟାକ୍ଟରକୁ ନେଇ ପୁଣି କ୍ଷମତାକୁ ଫେରିବାକୁ ଦମ୍ ଲଗାଇଛି କଂଗ୍ରେସ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୧୧୬। ରିପବ୍ଲିକ୍ ଟିଭି- ମାଟ୍ରିଜ୍ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରିଛି ।

ବିଜେପିକୁ ୧୧୮ରୁ ୧୩୦ ଆସନ, କଂଗ୍ରେସକୁ ୯୭ରୁ ୧୦୭ ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ବାଜିମାତ୍ କରିବା ନେଇ ପୂର୍ବାନୁମାନ କରିଛି। କଂଗ୍ରେସକୁ ୧୧୧ରୁ ୧୨୧ ସିଟ୍ ଓ ବିଜେପିକୁ ୧୦୬ରୁ ୧୧୬ ସିଟ୍ ଦେଇଛି । ଜନ କି ବାତ କଂଗ୍ରେସକୁ ୧୦୨ରୁ ୧୨୫ ଓ ବିଜେପିକୁ ୧୦୦-୧୨୩ ଆସନ ମିଳିବା ନେଇ ଅନୁମାନ କରିଛି।

ରାଜସ୍ଥାନରେ ଆଗରେ କଂଗ୍ରେସ, ମିଜୋରାମରେ ନହୋଇପାରେ ସ୍ଥିର ସରକାର

ରାଜସ୍ଥାନ : ରାଜସ୍ଥାନରେ ବିଜେପିଠାରୁ କଂଗ୍ରେସ ଆଗରେ  । ବିଭିନ୍ନ ଏକଜିଟ ପୋଲ ସର୍ଭେରେ ଉଭୟ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଚାଲିଥିବାବେଳେ ହାତ ଉପରେ ରହିଛି  । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନ ଲାଗି ଭୋଟ ହୋଇଥିବାବେଳେ ସରକାର ଗଠନ ଲାଗି ଆବଶ୍ୟକ ହେଉଛି ୧୦୦ ସିଟ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଆଗରେ ରହିଛି କଂଗ୍ରେସ  । ୮୬ରୁ ୧୦୬ ଆସନ ପାଇବା ନେଇ ଆକଳନ କରାଯାଇଛି  । ଯେଉଁଠି କି ବିଜେପି ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସ ଆଗୁଆ ରହିଛି  । କଂଗ୍ରେସକୁ ୮୬ରୁ ୧୦୬ ଓ ବିଜେପିକୁ ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ତେବେ ରାଜସ୍ଥାନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବାନେଇ ଆଶଙ୍କା ଦେଖାଦେଇଛି ।  ୧୯୯୮ରୁ ୨୦୦୩ ଅଶୋକ ଗେହଲଟ ସିଏମ ଥିବାବେଳେ ୨୦୦୩ରୁ ୨୦୦୮ରୁ ସିଏମ ଥିଲେ ବସୁନ୍ଧରା ରାଜେ । ୨୦୦୮ରୁ ୨୦୧୩ ପୁଣି ଗେହଲଟ ଓ ୨୦୧୩ରୁ ୨୦୧୮ ସିଏମ ଥିଲେ ବସୁନ୍ଧରା । ୨୦୧୮ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଗେହଲଟ ।

୪୦ ଆସନ ବିଶିଷ୍ଟ ମିଜୋରାମ । କ୍ଷୁଦ୍ର ରାଜ୍ୟ ହେଲେ ବି ଦେଖି ନପାରେ ସ୍ଥିର ସରକାର । ସଂଖ୍ୟା ଗରିଷ୍ଠତା ଲାଗି ୨୧ ଆସନ ଦରକାର ହେଉଥିବାବେଳେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ । ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ସର୍ବନିମ୍ନ ୧୦ରୁ ସର୍ବାଧିକ ୧୮ ଆସନ ମିଳିବା ଆଶା ରହିଛି । କଂଗ୍ରେସକୁ ସର୍ବାଧିକ ୨ରୁ ସର୍ବାଧିକ ୧୦ ଆସନ ମିଳିବ ବୋଲି କୁହାଯାଇଛି । ସେହିପରି ଜେଡପିଏମକୁ ସର୍ବନିମ୍ନ ୧୨ରୁ ସର୍ବାଧିକ ୨୫ ଆସନ ମିଳିବ ବୋଲି କୁହାଯାଇଛି । ବିଜେପିକୁ ସର୍ବାଧିକ ୨ ଆସନ ମିଳିବ ବୋଲି ଏକ୍ଜିଟ ପୋଲରେ ଦର୍ଶାଯାଇଛି ।

ଆସନ୍ତାକାଲି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ରରେ ଦୌଡ଼ିବ ଓଡ଼ିଶା

ଭୁବନେଶ୍ୱର : ଆସନ୍ତାକାଲି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର । ଏହି ଅବସରରେ ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଏକ ମିନି ମାରାଥନ ଆୟୋଜନ କରାଯାଇଛି  । ବିଶ୍ବ ଏଡସ ଦିବସରେ ସଚେତନତାର ବାର୍ତ୍ତା ନେଇ ଦୌଡିବ ଓଡ଼ିଶା । ରାଜ୍ୟର ୯ଟି ସହରରେ ଆୟୋଜିତ ହେଉଛି ମିନି ମାରାଥନ୍  । ସତ୍ୟ, ସେବା ଓ ସାମର୍ଥ୍ୟର ତିନି ବର୍ଷ ଅବସରରେ  ଏକା ସାଙ୍ଗରେ ଦୌଡ଼ିବ ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର  ।  ଭୁବନେଶ୍ବର ଶିଶୁଭବନ ଛକଠାରୁ ଏକାମ୍ର ହାଟ, କଟକ ଆଇଲଭ କଟକ ଯୋବ୍ରାଠାରୁ ରେଳ ଷ୍ଟେସନ, ପୁରୀ ତାଳବଣିଆ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ, ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ, ରାଉରକେଲା ଗୋପବନ୍ଧୁ ଛକଠାରୁ ବିଜୁ ପଟ୍ଟନାୟକ ଛକ, ଅନୁଗୁଳ ଜଗନ୍ନାଥ ମନ୍ଦିରଠାରୁ ଲକ୍ଷ୍ମୀ ବଜାର ଶୈଳଶ୍ରୀକ୍ଷେତ୍ର, ଜୟପୁର ରାଜନହରା ଷ୍ଟେସନଠାରୁ ରାଜନହରା ଜଙ୍ଗସନ, ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟଟାରୁ ଗାନ୍ଧିପାର୍କ ଫୋର ସି ଗ୍ରାଉଣ୍ଡ, ବ୍ରହ୍ମପୁର ଏମକେସିଜି ମେଡିକାଲ ଛକଠାରୁ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହେବ  । ଏହି ମାରାଥନର ଗତ ଦୁଇଟି ସିଜନରେ ବିଭିନ୍ନ ବୟସର ଶହ ଶହ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ ।

ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ନନ୍ଦିଘୋଷ ଟିଭିରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।ଜରୁରୀ ଓ ସଠିକ୍ ସମାଚାର ଯୋଗାଇ ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମପ୍ରକାଶ କରିଥିଲା ଦୈନିକ ଖବର କାଗଜ ସକାଳ । ନିରବଚ୍ଛିନ୍ନ ଖବର ପରିବେଷଣ କରି ଖୁବ୍ କମ୍ ସମୟରେ ପାଠକଙ୍କ  ଆଦୃତ ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।

କେସିଆରଙ୍କ ହ୍ୟାଟ୍ରିକରେ ଲାଗିପାରେ ହାତର ବ୍ରେକ୍

ତେଲେଙ୍ଗାନା : କେସିଆରଙ୍କ ହ୍ୟାଟ୍ରିକରେ ଲାଗିପାରେ ହାତର ବ୍ରେକ୍। ଏକଜିଟ୍ ପୋଲରେ କଂଗ୍ରେସ ତେଲଙ୍ଗାନାର ଓ୍ବିନର ହେବା ନେଇ ଅନୁମାନ କରାଯାଇଛି । ତେଲଙ୍ଗାନାରେ ମୋଟ୍ ବିଧାନସଭା ଆସନ ୧୧୯ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୬୦। TV-CNX ରାଜ୍ୟରେ କଂଗ୍ରେସକୁ ୬୩ରୁ ୭୯ ସିଟ୍ ଓ ବିଆରଏସକୁ ୩୧ରୁ ୪୭ଟି ଆସନ ମିଳିବା ନେଇ ଅନୁମାନ କରିଛି । ଜନ୍ କି ବାତ୍ କଂଗ୍ରେସକୁ ୪୮ରୁ ୬୪, ବିଆରଏସକୁ ୪୦ରୁ ୫୫ ଓ ବିଜେପିକୁ ୭ରୁ ୧୩ଟି ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ ନେକ୍ ଟୁ ନେକ୍ ଫାଇଟ୍ ଦେଖିବାକୁ ମିଳିଛି ।

କଂଗ୍ରେସକୁ ୪୯ରୁ ୫୯ ଓ ବିଆରଏସକୁ ୪୮ରୁ ୫୮ସିଟ୍ ମିଳିବା ନେଇ ଆକଳନ ହୋଇଛି । ରିପବ୍ଲିକ୍ ଟିଭି-ମାଟ୍ରିଜ୍ ଏକଜିଟ୍ ପୋଲରେ କଂଗ୍ରେସକୁ ୫୮ରୁ ୬୮ ଓ ବିଆରଏସକୁ ୪୬ରୁ ୫୬ଟି ସିଟ୍ ମିଳିଛି । ରାଜ୍ୟରେ ବିଜେପି ଓ ଅଭିନେତା ପବନ କଲ୍ୟାଣଙ୍କ ଜନସେନା ଏକାଠି ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଓ ସିପିଆଇ ଏକାଠି ଲଢୁଛନ୍ତି ।

ରାଜ୍ୟ ବାହାର ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱତନ୍ତ୍ର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦  ୧୨୦  ୧୨୦  ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଆଜି ଆମ ରାଜ୍ୟ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ମେଲେରିଆ ଓ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ମଧ୍ୟ ଆମେ ଆଗୁଆ ରହିଛୁ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଦେଶରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ଓ ପ୍ରତି ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ଆମେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବଢୁଛୁ । Odisha: On 20 Years Of Naveen Patnaik's Government, Some Big-Ticket  Announcements

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହିତ  ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ  ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି।  ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶା’।  Odisha Chief Minister Naveen Patnaik becomes second longest-serving CM in  India

ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍.ସି.ବି. ମେଡିକାଲ୍ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ନୂଆ ନୂଆ ମେଡିକାଲ କଲେଜ୍ ଖୋଲୁଛି। ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ  ସୁଦୃଢ କରିବା ଆମର ଲକ୍ଷ୍ୟ।