ରାଜସ୍ଥାନରେ ଆଗରେ କଂଗ୍ରେସ, ମିଜୋରାମରେ ନହୋଇପାରେ ସ୍ଥିର ସରକାର

1 min read

ରାଜସ୍ଥାନ : ରାଜସ୍ଥାନରେ ବିଜେପିଠାରୁ କଂଗ୍ରେସ ଆଗରେ  । ବିଭିନ୍ନ ଏକଜିଟ ପୋଲ ସର୍ଭେରେ ଉଭୟ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଚାଲିଥିବାବେଳେ ହାତ ଉପରେ ରହିଛି  । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନ ଲାଗି ଭୋଟ ହୋଇଥିବାବେଳେ ସରକାର ଗଠନ ଲାଗି ଆବଶ୍ୟକ ହେଉଛି ୧୦୦ ସିଟ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଆଗରେ ରହିଛି କଂଗ୍ରେସ  । ୮୬ରୁ ୧୦୬ ଆସନ ପାଇବା ନେଇ ଆକଳନ କରାଯାଇଛି  । ଯେଉଁଠି କି ବିଜେପି ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସ ଆଗୁଆ ରହିଛି  । କଂଗ୍ରେସକୁ ୮୬ରୁ ୧୦୬ ଓ ବିଜେପିକୁ ୮୦ରୁ ୧୦୦ ଆସନ ମିଳିବା ନେଇ ଆକଳନ କରାଯାଇଛି  । ତେବେ ରାଜସ୍ଥାନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବାନେଇ ଆଶଙ୍କା ଦେଖାଦେଇଛି ।  ୧୯୯୮ରୁ ୨୦୦୩ ଅଶୋକ ଗେହଲଟ ସିଏମ ଥିବାବେଳେ ୨୦୦୩ରୁ ୨୦୦୮ରୁ ସିଏମ ଥିଲେ ବସୁନ୍ଧରା ରାଜେ । ୨୦୦୮ରୁ ୨୦୧୩ ପୁଣି ଗେହଲଟ ଓ ୨୦୧୩ରୁ ୨୦୧୮ ସିଏମ ଥିଲେ ବସୁନ୍ଧରା । ୨୦୧୮ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଗେହଲଟ ।

୪୦ ଆସନ ବିଶିଷ୍ଟ ମିଜୋରାମ । କ୍ଷୁଦ୍ର ରାଜ୍ୟ ହେଲେ ବି ଦେଖି ନପାରେ ସ୍ଥିର ସରକାର । ସଂଖ୍ୟା ଗରିଷ୍ଠତା ଲାଗି ୨୧ ଆସନ ଦରକାର ହେଉଥିବାବେଳେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ । ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ସର୍ବନିମ୍ନ ୧୦ରୁ ସର୍ବାଧିକ ୧୮ ଆସନ ମିଳିବା ଆଶା ରହିଛି । କଂଗ୍ରେସକୁ ସର୍ବାଧିକ ୨ରୁ ସର୍ବାଧିକ ୧୦ ଆସନ ମିଳିବ ବୋଲି କୁହାଯାଇଛି । ସେହିପରି ଜେଡପିଏମକୁ ସର୍ବନିମ୍ନ ୧୨ରୁ ସର୍ବାଧିକ ୨୫ ଆସନ ମିଳିବ ବୋଲି କୁହାଯାଇଛି । ବିଜେପିକୁ ସର୍ବାଧିକ ୨ ଆସନ ମିଳିବ ବୋଲି ଏକ୍ଜିଟ ପୋଲରେ ଦର୍ଶାଯାଇଛି ।