ଡ. ଅଜିତ ମିଶ୍ରଙ୍କ ଦ୍ବାରା ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର : ଆଜି ଦୁଇଟି ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡ. ଅଜିତ ମିଶ୍ରଙ୍କ ଦ୍ବାରା ଲିଖିତ The Magic Mantra of 5T- A Tale of Transforming Nabarangpur  ଓ ଡ. ବିଜୟ ଲକ୍ଷ୍ମୀ ମହାନ୍ତିଙ୍କ ଦ୍ବାରା ଲିଖିତ  President Droupadi Murmu- A reflection of Changing Bharat ପୁସ୍ତକର ଲୋକାର୍ପଣ କରଛନ୍ତି ନବୀନ । ଫାଇଭ-ଟି ଉପକ୍ରମରେ ନବରଙ୍ଗପୁର ଜିଲ୍ଲାରେ ରୂପାନ୍ତରଣ ସମ୍ପର୍କରେ ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଡ. ଅଜିତ ମିଶ୍ରଙ୍କ । ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ଅଦ୍ଭୁତପୂର୍ବ ଉନ୍ନତି ଆସିଛି । ୨୦୧୮ରୁ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ ଏହାକୁ ଅନୁଭବ କରିଛନ୍ତି ଡ. ଅଜିତ ମିଶ୍ର । ସେ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି ।

ଜିଲ୍ଲାପାଳ ଥିବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇଭ-ଟି ଉପକ୍ରମରେ ଜିଲ୍ଲାରେ ସ୍ବାସ୍ଥ୍ୟ, କୃଷି, ଗ୍ରାମପଞ୍ଚାୟତର ଉନ୍ନତି ହେବା ସହ ବଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ରୂପାନ୍ତର ହୋଇଛି । ସେହିପରି ଡ. ବିଜୟ ଲକ୍ଷ୍ମୀ ମହାନ୍ତି ତାଙ୍କ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାୟୋଗ୍ରାଫି ମୟୂରଭଞ୍ଜ ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଚଳଣି ବିଷୟରେ ବର୍ଣ୍ଣନା କରିଛନ୍ତି । ଡ. ବିଜୟ ଲକ୍ଷ୍ମୀ ମହାନ୍ତି ଏବେ ଆର୍ଟ ଅଫ ଲିଭିଂରେ ଶିକ୍ଷକତା କରୁଛନ୍ତି ।