ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର

1 min read

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଳ ଫୁଟିବ ନା ଜିତିବେ କମଲନାଥ। ଏକଜିଟ୍ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳୁଛି । ବିଜେପିର ଶିବରାଜ ସିଂ ଚୌହାନ୍ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ଆଣ୍ଟି-ଇନକମ୍ବାନ୍ସି ଫ୍ୟାକ୍ଟରକୁ ନେଇ ପୁଣି କ୍ଷମତାକୁ ଫେରିବାକୁ ଦମ୍ ଲଗାଇଛି କଂଗ୍ରେସ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୧୧୬। ରିପବ୍ଲିକ୍ ଟିଭି- ମାଟ୍ରିଜ୍ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରିଛି ।

ବିଜେପିକୁ ୧୧୮ରୁ ୧୩୦ ଆସନ, କଂଗ୍ରେସକୁ ୯୭ରୁ ୧୦୭ ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ବାଜିମାତ୍ କରିବା ନେଇ ପୂର୍ବାନୁମାନ କରିଛି। କଂଗ୍ରେସକୁ ୧୧୧ରୁ ୧୨୧ ସିଟ୍ ଓ ବିଜେପିକୁ ୧୦୬ରୁ ୧୧୬ ସିଟ୍ ଦେଇଛି । ଜନ କି ବାତ କଂଗ୍ରେସକୁ ୧୦୨ରୁ ୧୨୫ ଓ ବିଜେପିକୁ ୧୦୦-୧୨୩ ଆସନ ମିଳିବା ନେଇ ଅନୁମାନ କରିଛି।