ଛତିଶଗଡ଼ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ !

1 min read

ଛତିଶଗଡ଼ : ଛତିଶଗଡ଼ରେ ଭୂପେଶ ବଘେଲ ରିଟର୍ଣ୍ଣସ୍ । ଏକଜିଟ୍ ପୋଲରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ମିଳୁଛି । ଯଦି ପୁଣି କ୍ଷମତାକୁ ଫେରେ କଂଗ୍ରେସ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ଏହା ବଡ଼ ବୁଷ୍ଟ ହେବ । ଛତିଶଗଡ଼ରେ ମୋଟ୍ ୯୦ଟି ବିଧାନସଭା ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୪୬। ନ୍ୟୁଜ୍-୨୪ ଓ ଟୁଡେଜ୍ ଚାଣକ୍ୟ କଂଗ୍ରେସକୁ ୫୭ଟି ସିଟ୍ ମିଳିବା ନେଇ ଅନୁମାନ କରିଥିବା ବେଳେ ବିଜେପିକୁ ଦେଇଛି ମାତ୍ର ୩୩ଟି ସିଟ୍ । ସେହିପରି TV-CNX ମଧ୍ୟ କଂଗ୍ରେସ ହାତକୁ କ୍ଷମତା ଫେରିବା ନେଇ ଅନୁମାନ କରିଛି । କଂଗ୍ରେସକୁ ୪୬ରୁ ୫୬, ବିଜେପିକୁ ୩୦ରୁ ୪୦ ଓ ଅନ୍ୟ ଦଳକୁ ୩ରୁ ୫ଟି ସିଟ୍ ଦେଇଛି ।

ସେହିପରି ଏବିପି ନ୍ୟୁଜ୍-ସି ଭୋଟର କଂଗ୍ରେସକୁ  ୪୧ରୁ ୫୩, ବିଜେପିକୁ  ୩୬ରୁ ୪୮ ସିଟ୍ ମିଳିବା ନେଇ ଆକଳନ କରିଛି । ଇଣ୍ଡିଆ ଟୁଡେ- ମାଇ ଆକ୍ସିସ୍ ସର୍ଭେ କଂଗ୍ରେସକୁ ୪୦ରୁ ୫୦ ଓ ବିଜେପିକୁ ୩୬ରୁ ୪୬ଟି ଆସନ ଦେଇଛି । ରିପବ୍ଲିକ୍ ଟିଭି-ମାଟ୍ରିଜ୍ କଂଗ୍ରେସକୁ ୪୪ରୁ ୫୨ ଓ ବିଜେପିକୁ ୩୪ରୁ ୪୨ ଆସନ ନେଇ ଅନୁମାନ କରିଛି। ସେହିପରି TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସକୁ ୪୦ରୁ ୫୦ ଓ ବିଜେପିକୁ ୩୫ରୁ ୪୫ଟି ସିଟ୍ ମିଳିବା ନେଇ ଅନୁମାନ କରିଛି । ୨୦୧୮ରେ କଂଗ୍ରେସ ୬୮ଟି ଆସନ ଜିତି କ୍ଷମତା ଦଖଲ କରିଥିଲା ।