ବ୍ୟୁରୋ ରିପୋର୍ଟ: ଧର୍ମଶାଳାରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ରନରେ ପରାସ୍ତ କରିଛି କଂଗାରୁ ଦଳ । ଅଷ୍ଟ୍ରେଲିଆ ଦେଇଥିବା ୩୮୯ ରନର ଟାର୍ଗେଟକୁ ହାସଲ କରିପାରିନଥିଲା କିୱି ଦଳ ।୫୦ ଓଭରରେ ରନରେ ଅଲଆଉଟ ହୋଇଯାଇଥିଲା ନ୍ୟୁଜିଲାଣ୍ଡ । ନ୍ୟଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କ ୧୧୬ ରନର ଅବଦାନ ସତ୍ବେ ଦଳ ପରାସ୍ତ ହୋଇଛି । ୮୯ଟି ବଲରେ ୫ଟି ଛକା ଓ ୯ଟି ଚୌକା ବଳରେ ଶତକ ହାସଲ କରିଥିଲେ ରଚିନ ରବୀନ୍ଦ୍ର । ଡାରିଲ ମିଚେଲ ୫୪ ରନର ଅବଦାନ ଦେଇଥିଲେ । ୫୧ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୫୪ କରିଥିଲେ । ଲରାଉଣ୍ଡର ଜେମସେ ନିଶମ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଫେଲ ମାରିଥିଲେ । କଂଗାରୁ ବୋଲଂ ଆଗରେ ତିଷ୍ଠି ପାରିନଥିଲେ ନ୍ୟୁଜିଲାଣ୍ଡ ଟିମ । ଜୋସ ହେଜେଲଉଡ ଓ ପ୍ୟାଟ୍ କମିନସକୁ ୨ଟି ଲେଖାଏଁ ୱିକେଟ ମିଳିଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟା୍ଟିଂ କରିବାକୁ ସୁଯୋଗ ଦେଇଥିଲା । ଅଷ୍ଟ୍ରେଲିଆର ହେଡ୍ ସର୍ବାଧିକ ୧୦୯ ରନ କରିଥିଲେ ।ୱାର୍ନର ୮୧ ଓ ମାକ୍ସୱେଲଙ୍କ ୪୧ ରନ ବଳରେ କଂଗାରୁ ଟିମ ବିଶାଳ ସ୍କୋର ଛିଡ଼ା କରିଥିଲା ।
ଇଣ୍ଟରନେଟରେ ବଢୁଛି ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ, ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ ପ୍ରସାରଣ ପ୍ରସଙ୍ଗରେ ସୁପାରିସଗୁଡିକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ କେନ୍ଦ୍ରଶାସିତ ଓ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ପରାମର୍ଶ । ଦୁଇମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ବା ଏଟିଆର ପଠାଇବା ଲାଗି କମିଶନ ଦେଇଛନ୍ତି ନିର୍ଦ୍ଦେଶ । ଇଣ୍ଟରନେଟରେ ଶିଶୁ ଯୌନ ସଂକ୍ରାନ୍ତ ମ୍ୟାଟେରିଆଲ ବା ସିଏସଏଏମଗୁଡିକୁ ନିୟନ୍ତ୍ରଣ କରିବା ସହ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି କମିଶନ ।
୨୦୨୩ରେ ବର୍ତ୍ତମାନ ସୁଦ୍ଧା ଏହି ଧରଣର ୪ ଲକ୍ଷ ୫୦ ହଜାର ୨୦୭ଟି ମାମଲା ପରିଲକ୍ଷିତ ହୋଇଥିବାବେଳେ ଦିନକୁ ଦିନ ଏହି ଧରଣର ମ୍ୟାଟେରିଆଲର ପ୍ରଡକ୍ସନ ଓ ଡିଷ୍ଟ୍ରିବ୍ୟୁସନ ସଂଖ୍ୟା ବଢୁଥିବା ଜଣାଯାଇଛି । ୨୦୨୧ରେ ଏହି ମାମଲା ସଂଖ୍ୟା ୧ ଲକ୍ଷ ୬୩ ହଜାର ୬୩୩ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୨ ଲକ୍ଷ ୪ ହଜାର ୫୬ ।
ଯୌନ ଉତ୍ତେଜନାସୃଷ୍ଟିକାରୀ ଦୃଶ୍ୟାବଳୀ, ଶିଶୁଙ୍କୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲ, ଶିଶୁଙ୍କୁ ଯୌନ ଶୋଷଣ ଆଦିକୁ ଚାଇଲଡ ପର୍ଣ୍ଣୋଗ୍ରାଫି ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି । ସୂଚନା ଓ ପ୍ରଯୁକ୍ତି ଆଇନ ୨୦୦୦ରେ ରହିଥିବା ଯୌନ ଉତ୍ତେଜନା ସଂକ୍ରାନ୍ତ ସଂଜ୍ଞାର ପୁନଃସମୀକ୍ଷା କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି କମିଶନ ।
ଇଣ୍ଟରନେଟର ପ୍ରସାରିତ ହେଉଥିବା ଦୃଶ୍ୟଗୁଡିକୁ ମନିଟରିଂ କରିବା ସହ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଶିଶୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲଗୁଡିକ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ଲାଗି ପ୍ରସ୍ତାବିତ ସ୍ବତନ୍ତ୍ର କେନ୍ଦ୍ରୀୟ ପୋଲିସ ୟୁନିଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ କମିଶନ କହିଛନ୍ତି । ଆଇନଜୀବୀ, ବିଚାରପତି, ପୋଲିସ, ସରକାରୀ ଅଧିକାରୀଙ୍କୁ ଏସମ୍ପର୍କରେ ପ୍ରଶିକ୍ଷଣ ଦେବା ଲାଗି ସୁପାରିସ କରିଛନ୍ତି କମିଶନ । ସେହିପରି ଏହି ଧରଣର ମ୍ୟାଟେରିଆଲଗୁଡିକୁ ତୁରନ୍ତ ହଟାଇଦେବା ଲାଗି ମିଡିଆ ପ୍ଲାଟଫର୍ମଗୁଡିକୁ କମିଶନ ପରାମର୍ଶ ଦେଇଛନ୍ତି ।
ଗାଜାର ଟନେଲ ବନ୍ଦ କରିବାକୁ ସ୍ପଞ୍ଜ ବୋମା ବ୍ୟବହାର କରୁଛି ଇସ୍ରାଏଲ
ଗାଜା: ହମାସକୁ ସାବାଡ କରିବା ଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଗାଜାରେ ବହୁ ଟନେଲ ଥିବାବେଳେ ଏହା ଜରିଆରେ ଅସ୍ତ୍ରଶସ୍ତ୍ର ଚାଲାଣ ସମେତ ସୈନ୍ୟ ସଂଗ୍ରହ କରାଯାଉଥିବାରୁ ଟନେଲଗୁଡିକୁ ଟାର୍ଗେଟ କରିଛି ଇସ୍ରାଏଲ । ଏଥିଲାଗି ଇସ୍ରାଏଲ ବ୍ୟବହାର କରୁଛି ସ୍ପଞ୍ଜ ବୋମା । ଏହି ସ୍ବତନ୍ତ୍ର ଧରଣର ବୋମା ଏକ ରାସାୟନିକ ଅସ୍ତ୍ର ଏବଂ ପାରମ୍ପରିକ ବିସ୍ଫୋରକଠାରୁ ଅଲଗା ।
ତାହା ଫୁଟେ ନାହିଁ କିନ୍ତୁ ବିସ୍ଫୋରଣ ପରେ ଏହା ଫେଣ ଆକାରରେ ପରିବ୍ୟାପ୍ତ ହୋଇଥାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ବିସ୍ଫୋରଣ ପରେ ଫେଣଗୁଡ଼ିକ କଠିନ ଆକାର ଧାରଣ କରିଥାଏ । ବିଶେଷ କରି ଟନେଲଗୁଡିକୁ ଏହା ଜରିଆରେ ବନ୍ଦ କରିଦିଆଯାଇଥାଏ । ସ୍ପଞ୍ଜ ବୋମା ସାହାଯ୍ୟରେ ଗାଜା ମେଟ୍ରୋଗୁଡିକୁ ବନ୍ଦ କରିଦିଆଯାଇଥାଏ । ଫଳରେ ଗୋପନ ସୁଡଙ୍ଗରୁ ଇସ୍ରାଏଲ ଉପରେ ହମାସର ସମ୍ଭାବ୍ୟ ଆକ୍ରମଣକୁ ବନ୍ଦ କରିଦିଆଯାଇଥାଏ ।
ଗାଜା ମେଟ୍ରୋ ହେଉଛି ଶହ ଶହ ମାଇଲବ୍ୟାପୀ ଟନେଲ । ଏହି ଟନେଲଗୁଡିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଏ ହମାସ । ଏପରିକି ପଣବନ୍ଦୀଙ୍କୁ ବି ଏହି ଟନେଲରେ ରଖାଯାଇଥିବା ଇସ୍ରାଏଲ ବିଶ୍ବାସ କରୁଛି । ସନ୍ଦିଗ୍ଧ ଟନେଲଗୁଡିକ ଉପରକୁ ସ୍ପଞ୍ଜ ବୋମା ଫୋପଡ଼ାଦିଆଯିବା ପରେ ତାହା କଠିନ ହୋଇଥାଏ । ଫଳରେ ହମାସ ଆତଙ୍କୀମାନେ ଏହି ଟନେଲକୁ ବ୍ୟବହାର କରିବା ସମ୍ଭବ ହୋଇ ନଥାଏ ।

