ପୁଣି ଅଭିନୟ ଜଗତକୁ ଫେରିବେ ତ ଆୟେଶା ଟକିଆ? ଜାଣନ୍ତୁ କ’ଣ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଆୟେଶା ଟକିଆ ଦୀର୍ଘଦିନ ହେବ ପରଦାରୁ ଦୂରେଇ ରହିଛନ୍ତି । ’ତାରଜନ’ ଦ ଓ୍ବଣ୍ଡର କାର ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀଙ୍କ ଫ୍ୟାନ ଫଲୋର୍ସଙ୍କ ସଂଖ୍ୟା ଢ଼େର ଅଧିକ ରହିଛି । ସଲାମାନଙ୍କ ସହ ଓ୍ବଣ୍ଟେଡରେ ନଜର ଆସିଥିବା ଆୟେଶା ଦର୍ଶକଙ୍କ ମନମୋହିଥିଲେ । ତାଙ୍କ ଲୁକ୍ ସାଙ୍ଗକୁ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ସେ ପରଦାରୁ ଦୂରେଇ ରହିଥିବାବେଳେ କେବେ ପୁଣିଥରେ ଅଭିନୟ କରିବେ ତାକୁ ନେଇ ପ୍ରଂଶସକଙ୍କ ମଧ୍ୟ ଚର୍ଚ୍ଚା ହେଉଥିବାବେଳେ ଏକ ପୋଷ୍ଟ କରିଛନ୍ତି ଆୟେଶା । ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି କି, ମୋତେ କ୍ଷମା କରନ୍ତୁ ମୋର ଆଉ କୌଣସି ଫିଲ୍ମ କରିବାକୁ ଇଛା ନାହିଁ । ଲୋକମାନେ ଯାହା କରୁଛନ୍ତି ମୋର ତାହା କରିବାକୁ ଇଛା ନାହିଁ । ଲାଗୁଛି ମୋ ଲୁକଠାରୁ ଅନ୍ୟ କାହାର ଲୁକ୍ କଣ ଭଲନାହିଁ କି? କାହିଁକି ମୋ ଫୋଟେ ଏବଂ ଭିଡିଓକୁ ଭାଇରାଲ କରାଯାଉଛି । ମୁଁ ବେଶ ଖୁସିରେ ଅଛି । ମୋର କୌଣସି ଫିଲ୍ମ କରିବାର ନାହିଁ ।