spot_img
Home Blog Page 2404

ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ଓଡ଼ିଶା

ଭୁବନେଶ୍ୱର : ପୁଣି ରୋଲ୍‌ ମଡେଲ୍‌ ହେଲା ଓଡ଼ିଶା । ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ରାଜ୍ୟ । ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା, ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ସାରା ଦେଶରେ ରାଜସ୍ବ ବଳକା ଭାବେ ଏକ ନମ୍ବର ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ଫାଇଭ୍‌ ଟି ସଂସ୍କାରର ଫଳସ୍ବରୂପ ଏହା ସମ୍ଭବ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି । ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଏହି ସବୁ ରାଜ୍ୟ ରାଜସ୍ବ ନିଅଣ୍ଟରେ ଚାଲୁଛନ୍ତି । ରାଜସ୍ବ ବଳକାରେ ଓଡ଼ିଶା ପଛକୁ ବିଜେପି ଶାସିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ କଂଗ୍ରେସ ଶାସିତ ଝାଡଖଣ୍ଡ, ଛତିଶଗଡ଼ ଅଛନ୍ତି ।  Odisha's Economy Rebounds At 10.1% Growth In 2021-22: Economic Survey |  Odisha

ରାଜ୍ୟର ଆର୍ଥିକ ପରିଚାଳନାକୁ କେନ୍ଦ୍ର ସରକାର ଓ ନୀତି ଆୟୋଗ ଲଗାତର ଭାବେ ପ୍ରଶଂସା କରି ଆସୁଛନ୍ତି । ଓଡ଼ିଶା ଏବେ ଦେଶର ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରୁଛନ୍ତି । ରାଜ୍ୟର ରୂପାନ୍ତରଣରେ ଏହାର ରହିଛି ବଳିଷ୍ଠ ଯୋଗଦାନ । ସାଂସ୍କୃତିକ ପ୍ରାଣକେନ୍ଦ୍ର, ସ୍କୁଲ୍‌, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି  । ଏଥିସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍‌ରେ ନିଜ ଭାଗ ଅର୍ଥ ବାଦ୍‌ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।

ବିସିସିଆଇ ବିରୋଧରେ ପିଚ୍ ବଦଳ ଅଭିଯୋଗ,ଜବାବ ମାଗିଲା ଆଇସିସି

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆରମ୍ଭ ହେବ  ଭାରତ – ନ୍ୟୁଜିଲ୍ୟାଣ୍ଡ  ମଧ୍ୟରେ ସେମିଫାଇନାଲ ମ୍ୟାଚ୍ । ଏହା ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ପିଚ୍ ବଦଳାଯିବା କଥା ସାମ୍ନାକୁ ଆସିଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଅପରାହ୍ନ ୨ଟାରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଥିବା ପିଚ୍ ବଦଳରେ ଅନ୍ୟ ଏକ ପିଚରେ ମ୍ୟାଚ୍ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି ।

ରିପୋର୍ଟ ଅନୁଯାୟୀ ପ୍ରଥମେ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମର ୭ନଂ ପିଚରେ ଖୋଳାଯିବ ବୋଲି ଚୟନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ୬ନଂ ପିଚରେ ଖେଳାଯିବ ବୋଲି ନଷ୍ପତ୍ତି  ନିଆଯାଇଛି  । ୭ନଂ ପିଚ୍ ତାଜା ଥିଲା ଏବଂ ଏହା ଦ୍ରୁତ ବେଲୋରମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଥିଲା  । ଅନ୍ୟପଟେ ପୂର୍ବରୁ ଟୁର୍ନାମେଣ୍ଟର ୨ଟି ମ୍ୟାଚ୍ ୬ନଂ ପିଚରେ ଖେଳାଯାଇ ସାରିଛି, ସେଥିପାଇଁ ସ୍ପିନର୍ସଙ୍କୁ ଏହା ସାହାୟକ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ରାତାରାତି ପିଚ୍ ବଦଳ ପାଇଁ ବିସିସିଆଇ ଉପରେ ବଡ଼ ଅଭିଯୋଗ ଲାଗିଛି । ଯାହାର ଜବାବ ମାଗିଛି ଆଇସିସି ।

ବିସିସିଆଇ ଉପରେ କାହିଁକି ଲାଗିଲା ଅଭିଯୋଗ :
ବିସିସିଆଇ ଉପରେ ଏହା ଅଭିଯୋଗ ହୋଇଛି ଯେ, ଏହା ସେ ଭାରତୀୟ ଦଳକୁ ସୁହାଇବା ଭଳି ପଚ୍ ସ୍ଥିର କରାଯାଇଛି । ହେଲେ ବିସିସିଆଇକୁ ଉତ୍ତର ମାଗଯାଇଛି ଏବଂ ଉତ୍ତର ଆସିବା ପରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ଅଧକାରୀ କହିଛନ୍ତି  । କିନ୍ତୁ ଅନ୍ୟପଟେ ବିସିସିଆଇ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଜଣେ ବୋର୍ଡ ଅଧିକାରୀଙ୍କ ମତରେ, ବିଶ୍ୱକପ୍‌ର ପ୍ରତ୍ୟେକ ମ୍ୟାଚ୍‌ର ପିଚ୍‌ ଆଇସିସି ପରାମର୍ଶଦାତାଙ୍କ ଉପସ୍ଥିତିରେ ସ୍ଥିର ହୋଇଛି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ଗ୍ରାଉଣ୍ଡରେ କେଉଁ ସଂଖ୍ୟକ ପିଚ୍ ବ୍ୟବହାର କରାଯିବ ତାହା ସ୍ଥିର ହୋଇଛି। ପିଚରେ କେତେ ଘାସ ବାକି ରହିବ ତାହା ମଧ୍ୟ ଆଇସିସି ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ୱୀକାର କରିଛନ୍ତି କି, ସେମାନଙ୍କୁ ଭାରତୀୟ ଦଳର ପିଚ୍ ଚୟନ ବିଷୟରେ ସୂଚନା ଦିଆଯାଇଥିଲା। ଏମସିଏ ଅଧିକାରୀ କହିଛନ୍ତି, ଭାରତୀୟ ଦଳ ଏହି ମ୍ୟାଚରେ ସ୍ଲୋ ପିଚ୍ ଚାହୁଁଛି, ତେଣୁ ଘାସକୁ ହଟାଇ ଦିଆଯାଇଛି ।

ଆଇସିସି ନିୟମ କଣ କହୁଛି:
ଆଇସିସିର ନିୟମ ଅନୁଯାୟୀ, ଯେକୌଣସି ମ୍ୟାଚ୍ ପାଇଁ ପିଚ୍ ବାଛିବାର ଅଧିକାର ଗ୍ରାଉଣ୍ଡ ଅଥୋରିଟିଙ୍କର ରହିଛି । ଏହି ମାମଲରେ ଗ୍ରାଉଣ୍ଡ ଅଥୋରିଟି ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଦିଆଯାଇଛି । କିନ୍ତୁ ପ୍ଲେଇଂ କଣ୍ଡିସନରେ ପିଚର ସ୍ଥିତି କିପରି ରହିବା ଦରକାର ଏହା କୌଣସି ନିୟମ ବା କେଉଁଠାରେ ବି ଉଲ୍ଲେଖ କରାଯାଇ ନାହିଁ । ଯେତେବେଳେ ଖେଳ ଆରମ୍ଭ ହୋଇଯାଏ ସେବେ ପିଚର ପୁରା ନିୟନ୍ତ୍ରଣ ଅମ୍ପାୟରଙ୍କ ହାତରେ ରୁହେ ।

ୱାଙ୍ଖଡେ ଷ୍ଟାଡିୟମରେ ODI ମ୍ୟାଚ୍ ରେକର୍ଡ
ୱାଙ୍ଖଡେ ଷ୍ଟାଡିୟମର ପିଚ୍ ବ୍ୟାଟିଂକୁ ସୁହାଇବା ପରି ପିଚ୍ ଅଟେ । ଚଳିତ ବର୍ଷ ଟୁର୍ନାମେଣ୍ଟର ପଞ୍ଚମ ତଥା ଶେଷ ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ  । ଏଠାରେ ଏହି ବିଶ୍ୱକପ୍‌ର ୪ଟି ମ୍ୟାଚ ମଧ୍ୟରୁ ୩ଟି ପ୍ରଥମେ ବ୍ୟାଟିଂ ଦଳ ଜିତିଛି । ୱାଙ୍ଖଡେରେ ଏପର୍ଯ୍ୟନ୍ତ ମୋଟ ୨୭ଟି ODI ମ୍ୟାଚ୍ ଆୟୋଜନ କରାଯାଇଛି | ଏଥିରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୪ ଟି ମ୍ୟାଚ୍ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୩ଟି ମ୍ୟାଚ୍ ଜିତିଛନ୍ତି । ଏଠାରେ ସର୍ବାଧିକ ଦଳ ସ୍କୋର ହେଉଛି ୪୩୮, ଏବଂ ସର୍ବନିମ୍ନ ସ୍କୋର ହେଉଛି ୫୫ ରନ୍ ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନିଜସ୍ୱ ଓ ସ୍ୱତନ୍ତ୍ର ପ୍ରକଳ୍ପ ଆମ ହସ୍ପିଟାଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ନିଜସ୍ୱ ଓ ସ୍ୱତନ୍ତ୍ର ପ୍ରକଳ୍ପ ଆମ ହସ୍ପିଟାଲ। ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଏଥିରେ କାମ କରିବ। ହସ୍ପିଟାଲରେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସହ ଭିତ୍ତିଭୂମିର ନବୀକରଣ କରାଯିବ। ଟିଭିରେ ସ୍ୱାସ୍ଥ୍ୟ ସମାଚାର ଓ ନ୍ୟୁଜ ଯେପରି ଦେଖି ହେଵ, ମେଡିକାଲ ପରିସରରେ ପାଣି ସୁବିଧା, ରୋଗୀଙ୍କୁ ଲାଇନରେ ଠିଆ ହେବାକୁ ପଡ଼ିବନି, ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ଅନ୍ୟାନ୍ୟ ସୁବିଧାର ସରଳୀକରଣ କରାଯିବ। ଉନ୍ନତ ସେବା ପାଇଁ ବିଭିନ୍ନ ହସ୍ପିଟାଲକୁ ସାର୍ଟିଫିକେଟ ପ୍ରଦାନ କରାଯିବ । ୧୪୯  ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ନିଆଯାଇଛି ।

ପରେ ସବୁ ସରକାରୀ ମେଡିକାଲ ଏହି ଯୋଜନାକୁ ଆସିବ। ରୋଗୀ ଯେପରି ଚିକିତ୍ସା ସେବାରେ ସନ୍ତୁଷ୍ଟ ସହ ସୁସ୍ଥ ହୋଇ ଫେରିବେ ଏହାର ଲକ୍ଷ୍ୟ ରହିଛି  । ସରକାରୀ ହସ୍ପିଟାଲକୁ ୮୦ ପ୍ରତିଶତ ରୋଗୀ ଯାଇଥାନ୍ତି । ସେଥିଲାଗି ସରକାରୀ ମେଡିକାଲରେ ଭିତ୍ତିଭୂମିର ଉନ୍ନତୀକରଣ ଲାଗି ଏହି ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଟିମ ଇଣ୍ଡିଆକୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଅବସରରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା  । ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ୧୫ ଫୁଟ ଦୀର୍ଘ ଏକ ବ୍ୟାଟ ସହ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମକୁ ନେଇ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ  । ସେଥିରେ ସେ ରୋହିତ ବାହିନୀଙ୍କୁ ଗୁଡଲକ୍ ଟିମ୍ ଭାରତ ଫର୍ ସେମିଫାଇନାଲ ବୋଲି ଲେଖିଛନ୍ତି । ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ନେଇ ଶୁଭେଛ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅନ୍ୟପଟେ ବିଶ୍ବକପର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ପାଇଁ ଚାଲିଛି ପୂଜାର୍ଚ୍ଚନା । ମ୍ୟାଚ ଦିନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ସକାଳୁ ବିଭିନ୍ନ ସ୍ଥାନରେ ପୂଜାପାଠ ଚାଲିଛି ।ସେମିଫାଇନାଲରେ ଭାରତର ବାଜିମାତ ପାଇଁ ଗଙ୍ଗା ଆଳତୀ କରୁଛନ୍ତି ପ୍ରଶଂସକ ଓ ଶ୍ରଦ୍ଧାଳୁ  । ବାରାଣସୀ, କାନପୁର ପ୍ରୟାଗରାଜରେ ବିଭିନ୍ନ ଘାଟରେ ପୂଜାର୍ଚ୍ଚନା କରାଯାଇଛି ।ସେମି ଫାଇନାଲକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି ।

ବାରଣାସୀରେ ସକାଳୁ ପୂଜା ପାଠ ଚାଲିଛି  ।  ବିଜୟ ଲକ୍ଷ୍ୟରେ ଭାରତ ଟିମ କ୍ରିକେଟ ମଇଦାନକୁ ଓହ୍ଲାଇଛି ଯେଉଁଥିପାଇଁ ଫ୍ୟାନ୍ସ ମାନଙ୍କ ଭିତରେ ଉତ୍ସାହ ଭରିରହିଛି ।ଏଥି ସହିତ ମହାମୃତ୍ୟୁଞ୍ଜୟ ମନ୍ଦିରରେ ଫ୍ୟାନ୍ସ ଟିମ ଇଣ୍ଡିଆର ଫଟୋ ନେଇ ଯଜ୍ଞ କରୁଥିବାର ନଜର ଆସୁଛି ।ଏଥି ସହିତ ଛାତ୍ରଛାତ୍ରୀ ହାତରେ ଭାରତ ପୋଷ୍ଟର ଧରି ପୂଜା କରୁଛନ୍ତି ।ଭାରତ ଲଗାତର ଭାବରେ ୯ଟି ମ୍ୟାଚ ଜିତିଥିବା ବେଳେ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ଅଧିକ ରହିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି  ।

ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବାକୁ ହେଲେ, ରୋହିତ ଏବଂ କୋହଲିଙ୍କୁ ପୁରୁଣା ସ୍ମୃତି ଭୁଲିବାକୁ ହେବ

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ରେ ଆଜି ପ୍ରଥମ ସେମିଫାଇନାଲ । ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ସାମ୍ନାସାମ୍ନି ହେବ ଭାରତ । କିନ୍ତୁ ସେଦିନର ଘଟଣା ଆଜି ବି ମନେ ଅଛି ଠିକ୍ ୪ ବର୍ଷ ପରେ ରୋହିତ ଶର୍ମା ସେହି ସ୍ଥାନରେ ଛିଡା ହୋଇଛନ୍ତି ଯେଉଁଠାରେ ବିରାଟ କୋହଲି ୨୦୧୯ ରେ ଥିଲେ । ୨୦୧୯ ବିଶ୍ୱକପରେ ମଧ୍ୟ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିଥିଲା ​​| ୨୦୧୯ ରେ ମଞ୍ଚେଷ୍ଟରରେ ଖେଳାଯାଇଥିବା ସେହି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ୪ ବର୍ଷ ପରେ, ସେହି ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆର ହାତରେ ସୁଯୋଗ ଆସିଛି | ବର୍ତ୍ତମାନ ଏହି ଚ୍ୟାଲେଞ୍ଜକୁ ପୁରା କରିବାର ଦାୟିତ୍ୱ ବିରାଟ ଓ ରୋହିତ ଶର୍ମାଙ୍କ ଉପରେ। ଉଭୟ ଖେଳାଳି ବହୁତ ଭଲ ଫର୍ମରେ ଅଛନ୍ତି | ଉଭୟ ଖେଳାଳି ଏହି ବିଶ୍ୱକପରେ ୫୦୦ ରନ୍ ମାର୍କ ଅତିକ୍ରମ କରିଛନ୍ତି । ବିରାଟ କୋହଲି ପ୍ରାୟ ୬୦୦ ରେ ପହଞ୍ଚିଛନ୍ତି। ଅନ୍ୟପଟେ ସମସ୍ତେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି । ସେଠାରେ ଅନେକ ମ୍ୟାଚ୍ ଅଛି ଯେଉଁଠାରେ ଫିଲ୍ଡିଂ କରିବାବେଳେ ସେ ‘ମିଡିଲ୍ ଓଭର’ରେ ଏପରି ପରିବର୍ତ୍ତନ କରିଥିଲେ ଯାହା ବିପକ୍ଷ ଦଳ ଭିତରେ ଭୟ ସୃଷ୍ଟି କରିଥିଲେ |  ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ତାଙ୍କ ଆଇପିଏଲ ରେକର୍ଡ ଯୋଗୁଁ ପ୍ରଶଂସିତ ହୋଇସାରିଛି |  କେବଳ ଏହି ଦୁଇ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଉପରେ ଆକ୍ରମଣ କରି ଫାଇନାଲ ପାଇଁ ଟିକେଟ୍ ହାତେଇବାକୁ ପଡ଼ିବ |Why high-flying India are poised to prevent 2019 repeat in New Zealand clash | Cricket - Hindustan Times

ଟିମ୍ ଇଣ୍ଡିଆରେ ଏହି ଦୁଇ ଖେଳାଳିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଇନିଂସ ଆରମ୍ଭ କରିବାର ଦାୟିତ୍ୱ ରୋହିତ ଶର୍ମାଙ୍କ ଉପରେ। ଯେକୌଣସି କ୍ରିକେଟ୍ ଫର୍ମାଟରେ ଓପନିଂ କରିବା ବେସ ଗୁରୁତ୍ୱ ରଖିଥାଏ |  ୨୦-୨୫ ବଲରେ ୪୦-୪୫ ରନ୍ ଯୋଡିବା ଉପରେ ତାଙ୍କର ଧ୍ୟାନ | ଯଦି ତାଙ୍କର ଇନିଂସ ଏହାଠାରୁ ଅଧିକ ହୁଏ ତେବେ ଏହା ଆହୁରି ଭଲ ହେବ | କାରଣ ଯଦି ସେ ଆଉଟ୍ ହୋଇଯାନ୍ତି , ସେତେବେଳେ ବିରାଟ କୋହଲି ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଭାବରେ ଆସି, ତୁରନ୍ତ ବୋଲରମାନଙ୍କୁ ‘ଆକ୍ରମଣ’ କରିବାକୁ ତାଙ୍କ ଉପରେ କୌଣସି ଚାପ ରହିବ ନାହିଁ। ଏହି ବିଶ୍ୱକପ୍‌ରେ ମଧ୍ୟ ଦେଖିବାକୁ ମିଳିଛି ଯେ ଯଦିଓ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଅଳ୍ପ କିଛି ମ୍ୟାଚ୍‌ରେ ଶୀଘ୍ର ଅାଉଟ୍ ହୋଇଛନ୍ତି, ଅନ୍ୟଜଣେ ତାଙ୍କ ଦାୟିତ୍ ବୁଝନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଖାତା ନ ଖୋଲି ଆଉଟ୍ ହୋଇଥିଲେ। କିନ୍ତୁ ବିରାଟ କୋହଲି ଚମତ୍କାର ୮୫ ରନ୍ ସ୍କୋର କରି ଜିତିଥିଲେ। ଏପରିକି ଶ୍ରୀଲଙ୍କା ବିପକ୍ଷରେ ରୋହିତ ମାତ୍ର ୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ସେହି ମ୍ୟାଚରେ ବିରାଟ କୋହଲି ମଧ୍ୟ ୮୮ ରନ୍ ସଂଗ୍ରହ କରିଥିଲେ। ବିରାଟ ପାକିସ୍ତାନ ବିପକ୍ଷରେ ମାତ୍ର ୧୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ରୋହିତ ସେଠାରେ ୮୬ ରନ୍ ସ୍କୋର କରିଥିଲେ। ବିରାଟଙ୍କ ଆକାଉଣ୍ଟ ଇଂଲଣ୍ଡ ବିପକ୍ଷରେ ଖୋଲି ନଥିଲା କିନ୍ତୁ ରୋହିତ ତାଙ୍କ ନାମରେ ୮୭ ରନ୍ କରିଥିଲେ।

ଏହି ଖବର ଉପରେ ନଜର ପକାନ୍ତୁ : ଆଜି ବିଶ୍ବକପର ପ୍ରଥମ ସେମିଫାନାଲ ମ୍ୟାଚ୍ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ପ୍ରାୟ ଗୋଟିଏ ସମୟରେ ଆରମ୍ଭ ହୋଇଥିଲା | ୨୦୧୧ରେ ବିଶ୍ୱକପ ଖେଳିବାର ସୁଯୋଗ ପାଇ ନଥିଲେ ।  ବିରାଟ କୋହଲି ୨୦୧୧ ବିଶ୍ୱକପ ଖେଳିଥିଲେ। ଉଭୟ ବିଶ୍ୱ କ୍ରିକେଟ୍ ରେ ଭାରତୀୟ କ୍ରିକେଟର ପରିଚୟ | କିନ୍ତୁ ଉଭୟ ଖେଳାଳିଙ୍କ କ୍ୟାରିୟର ସେମାନଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚିଛି | କାରଣ ବୟସ ମଧ୍ୟ ଏକ ମାନଦଣ୍ଡ ଅଟେ | ରୋହିତ ଶର୍ମାଙ୍କୁ ପ୍ରାୟ ୩୭ ବର୍ଷ ବୟସ | ୫ ନଭେମ୍ବରରେ ବିରାଟ କୋହଲି ୩୫ ବର୍ଷ ବୟସ ଅତିକ୍ରମ କରିଛନ୍ତି। ପରବର୍ତ୍ତୀ ବିଶ୍ୱକପ୍ ସୁଦ୍ଧା ରୋହିତ ଚାଳିଶ ଅତିକ୍ରମ କରିବେ ଏବଂ ବିରାଟ ଚାଳିଶ ଛୁଇଁବେ। ଏଭଳି ପରିସ୍ଥିତିରେ ଏହି ଦୁଇ ଖେଳାଳିଙ୍କୁ ଆଗାମୀ ବିଶ୍ୱକପ୍‌ରେ ଦେଖିବାକୁ ବହୁତ କଷ୍ଟସାଧ୍ୟ | ସେଥିପାଇଁ ଏହି ‘ପ୍ରେରଣା’ କେବଳ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ନୁହେଁ ଦଳର ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ରହିବା ଅାବଶ୍ୟକ | ୨୦୧୧ ରେ, ଏହି ‘ପ୍ରେରଣା’ ସଚିନ୍ ତେନ୍ଦୁଲକରଙ୍କ ପାଇଁ ଥିଲା | ପ୍ରତ୍ୟେକ ଖେଳାଳିଙ୍କୁ ସଚିନଙ୍କ ପାଇଁ ବିଶ୍ୱକପ ଜିତିବାକୁ ପଡ଼ିଲା | ଏଥର ଏହି ଅନୁଭବ ରୋହିତ ଏବଂ କୋହିଲଙ୍କ ପାଇଁ ହେବ । ହଁ, ଏହା ନିଶ୍ଚିତ ଯେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବିଶ୍ୱକପରେ ଉଭୟ ଏପର୍ଯ୍ୟନ୍ତ ଯେଉଁ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହା ଜାରି ରଖିବାକୁ ପଡ଼ିବ | ଏବଂ ଏଥିପାଇଁ ପୁରୁଣା ରେକର୍ଡଗୁଡିକର ଖରାପ ସ୍ମୃତିକୁ ଦୂରେଇ ରଖିବା ଜରୁରୀ |

 

ତାମିଲନାଡୁର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ବ୍ୟାହତ

ଚେନ୍ନାଇ : ପ୍ରବଳ ବର୍ଷାରେ  ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ହୋଇଛି ବ୍ୟାହତ । ଚେନ୍ନାଇର ଅବସ୍ଥା ଗମ୍ଭୀର ହେବାରୁ ଆଜି ଦିନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭିଲୁପୁରମ, ଆରିୟୁଲର, କଡଲୋର, ନାଗପଟ୍ଟିନମ, ପୁଦୁଚେରୀ, କରାଇକାଲ ଆଦି ଅଞ୍ଚଳରେ ପାଣି ଲହଡ଼ି ମାରୁଥିବାରୁ ଯାନବାହନ ଚଳାଚଳ ହୋଇଛି ବାଧାପ୍ରାପ୍ତ ।

ଏହି ଖବର ଉପରେ ନଜର ପକାନ୍ତୁ : ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ

ଅନେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବର୍ଷା ସହ ପବନ ଯୋଗୁ ଜନଜୀବନ ହୋଇଛି ପ୍ରଭାବିତ । ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁଦୁଚେରୀରେ ପାଣି ନିଷ୍କାସନ ଲାଗି ପମ୍ପ ବ୍ୟବସ୍ଥା କରାଯାଇଛି ।

ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ ।Sahara chief Subrata Roy must pay Rs 62,600 crore to stay out of jail: Sebi  - India Today

୨୦୧୨ରେସୁବ୍ରତ ରାୟ ଭାରତର ଶ୍ରେଷ୍ଠ ୧୦ ପ୍ରଭାବଶାଳୀ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଭାରତୀୟ ବ୍ୟବସାୟ କ୍ଷେତ୍ରରେ ସୁବ୍ରତ ରାୟ ଜଣେ ଜଣାଶୁଣା ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ସୁବ୍ରତ ରାୟଙ୍କ ନେତୃତ୍ବରେ ସାହାରା ଗ୍ରୁପ୍ ଅର୍ଥ, ରିଅଲ ଇଷ୍ଟେଟ୍, ମିଡିଆ କ୍ଷେତ୍ରରେ ଦବଦବା ଜାହିର କରିଥିଲା । ନିବେଶକଙ୍କ ଅର୍ଥ ଫେରସ୍ତ ମାମଲାରେ ବିବାଦରେ ଥିଲେ ସୁବ୍ରତ ରାୟ । ଏପରିକି ଏହି ମାମଲାରେ ସୁବ୍ରତ ରାୟଙ୍କ ଜେଲ୍ ଯିବାକୁ ପଡ଼ିଥିଲା ।

ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ୱର : ଆଜି ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଲଘୁଚାପ । ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ଆଜିଠୁ ରାଜ୍ୟରେ ପାଗରେ ପରବର୍ତ୍ତନ ଆସିବ । କାଲି ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି  । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ୨୦୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ ବି ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ ତାରିଖ ବେଳକୁ ଗଭୀର ଅବପାତ ଆନ୍ଧ୍ର ଉପକୂଳରୁ ରିକର୍ଭ କରିବ । ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । Weather Update Odisha: Well-Marked Low Pressure To Trigger Heavy Rainfall  In Next 24 Hours

ବର୍ଷା ସମୟରେ ଘଣ୍ଟାପ୍ରତି ୪୫ ରୁ ୬୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି  । ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଅମଳ ଉପଯୋଗୀ ଧାନ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।

ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । ସାନଫ୍ରାନ୍ସିକୋରେ ଆୟୋଜିତ ଭେଟଘାଟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ବାଣିଜ୍ୟ, ଦ୍ବିପାକ୍ଷିକ ସମ୍ପର୍କ ନେଇ ହେବ ଆଲୋଚନା । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।   ଆସନ୍ତା ୧୭ ତାରିଖ ଯାଏ ଆପେକ ସମ୍ମିଳନୀ ଚାଲିବ ଏବଂ ସେହି ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ ।Xi-Biden reunion productive but Taiwan gridlock remains: Experts - CNA

ତାଇଓ୍ବାନ ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟର ଗୁରୁତ୍ବ ଅଧିକ ରହିଛି । ଏହି ସମ୍ମିଳନୀରେ ସାମିଲ ହେବେ ଫୋରମର ୨୧ ସଦସ୍ୟ ରାଷ୍ଟ୍ରର ନେତା । ତାଇଓ୍ବାନ ଓ ସ୍ପାଏ ବେଲୁନ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ତିକ୍ତତା ଜାରି ରହିଥିବାବେଳେ ଏହି ଭେଟଘାଟକୁ ନେଇ ବିଶ୍ବର ଦୃଷ୍ଟି ରହିଛି ।

ଆଜି ଅପରାହ୍ଣ 5ଟା ସୁଦ୍ଧା କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ଜଉମୁଦ ଲଫାଫାରେ ଦାଖଲ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ । ଆଜି ଅପରାହ୍ଣ 5ଟା ସୁଦ୍ଧା ମିଳିଥିବା ସବିଶେଷ ଅନୁଦାନର ତଥ୍ଯ ଜଉମୁଦ ଲଫାଫାରେ ଦାଖଲ କରିବା ଲାଗି ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର 30 ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ କେତେ ଅନୁଦାନ ପାଇଛନ୍ତି ତାର ବିବରଣୀ ଦାଖଲ ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 15 ତାରିଖ ସୁଦ୍ଧା ତଥ୍ଯ ଦାଖଲ ଲାଗି ସମସ୍ତ ରାଜନୈତିକ ଦଳକୁ ଗତ ନଭେମ୍ବର 3 ତାରିଖରେ ନିର୍ଦ୍ଦେଶ ଦେଇଥିଲେ କମିଶନ । ଏହା ସହ କେଉଁ ଉତ୍ସରୁ ବଣ୍ଡ ଉପଲବ୍ଧ ହୋଇଛି ବା ବଣ୍ଡର ଦାତା କିଏ ତାହା ମଧ୍ଯ ଉଲ୍ଲେଖ କରିବା ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ରିପୋର୍ଟ ଦାଖଲ ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟଙ୍କ ଏକ 5 ଜଣିଆ ଖଣ୍ଡପୀଠ । ମାମଲାର 3ଦିନିଆ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠ । ବିଗତ 2019 ଏପ୍ରିଲରେ ମଧ୍ଯ ନିର୍ବାଚନ କମିଶନଙ୍କୁ ସମଧରଣର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।