ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି

1 min read

ଭୁବନେଶ୍ୱର : ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଭୁବନେଶ୍ୱର କୃଷି ଭବନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ୫୯ଟି ଗୋଶାଳାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପଞ୍ଜିକୃତ ଗୋଶାଳାମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ।

ପ୍ରତ୍ୟେକ Adult Cattle Unitର ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ପଞ୍ଜିକୃତ ଗୋଶାଳାମାନଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି। ରାଜ୍ୟର ୫୯ ଗୋଟି ଗୋଶାଳାକୁ ଏହି ସହାୟତା ପ୍ରଦାନ କରାଯାଉଛି । ସେମାନେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ବୁଲା ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ କରୁଛନ୍ତି। ଆଗକୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ଆହୁରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ନୂତନ ଭାବେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ପ୍ରାଣୀକଲ୍ୟାଣ ସଂସ୍ଥା ମାନଙ୍କୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ପର୍ଯନ୍ତ ୨୭ ଗୋଟି ସଂସ୍ଥାକୁ Go-Ahead letter ଦିଆଯାଇଥିବା ବେଳେ ସେ ବାବଦକୁ କାମ ଜାରିରହିଛି।