ଯୁଦ୍ଧରେ ଛାନିଆ ହେବ ଚୀନ୍; ୨୦୨୪କୁ ନେଇ ଭବିଷ୍ୟବାଣୀ

1 min read

ବ୍ୟୁରୋ ରିପୋର୍ଟ : ଚୀନର ହଜିବ ବୃଦ୍ଧି, ହେବ ଜଳ ତାଣ୍ଡବ ! ଋଷ-ୟୁକ୍ରେନ ପରେ ଇସ୍ରାଲ-ହମାସର ଯୁଦ୍ଧ ଥମିବାର ନାଁ ନେଉନାହିଁ। ଆଉ କିଛି ଦିନ ପରେ ୨୦୨୪ ଆସିବାକୁ ଯାଉଛି। ତେବେ ଏଇଠି ପ୍ରଶ୍ନ ଉଠୁଛି, ୨୦୨୪ ବିଶ୍ୱ ପାଇଁ କେମିତି ରହିବ? ୨୦୨୪ ନେଇ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହୋଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନାସ୍ତ୍ରୋଦମସ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଯେମିତିକି, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, ଜର୍ମାନୀରେ ହିଟଲରଙ୍କ ଉତ୍ଥାନ। ଏପରି ଅନେକ ଭବିଷ୍ୟବାଣୀ ତାଙ୍କର ସତ୍ୟ ହୋଇଛି । ତେବେ ୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ। ଏନେଇ ନାସ୍ତ୍ରୋଦମସ ଭବିଷ୍ୟବାଣୀ କରିଛନ୍ତି ।

ନାସ୍ତ୍ରୋଦମସ କବିତା ଶୈଳୀରେ ଲେଖାଯାଇଥିବା ରହସ୍ୟମୟ ଭବିଷ୍ୟତବାଣୀରେ ଲେଖିଛନ୍ତି ଯେ, ୨୦୨୪ରେ ଏ ଦୁନିଆ ଦେଖିବ ଜଳ ଯୁଦ୍ଧ । ‘ଲାଲ୍ ଶତ୍ରୁ’ ଭୟରେ ହଳଦିଆ ପଡିଯିବେ। ତାପରେ ମହାସାଗରରେ ସୃଷ୍ଟି ତାଣ୍ଡବ । ଆର୍ଥାତ୍ ଏଠାରେ ‘ଲାଲ୍ ଶତ୍ରୁ’ର ମାନେ ହେଉଛି ଚୀନ । ଏବଂ ଜଳ ଯୁଦ୍ଧର ଅର୍ଥ ହେଉଛି ତାଇୱାନ। ଚୀନ ସହ ତାଇୱାନର ଘମାଘୋଟ ଯୁଦ୍ଧ ହେବ ।

ସେପଟେ ବ୍ରିଟେନକୁ ମିଳିବ ନୂଆ ରାଜା । ବ୍ରିଟିଶ ରୟାଲ ପରିବାରରେ ଘଟିପାରେ ନାଟକୀୟ ଘଟଣା। ଆଇଜଲ୍ସର ରାଜାଙ୍କୁ ବଳପୂର୍ବକ ହଟାଇ ଦିଆଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରୋଦମସ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଠାରେ ରାଜା ଚାର୍ଲ୍ସ ତୃତୀୟଙ୍କ ବିଷୟରେ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଏକ ଭୟଙ୍କର ଯୁଦ୍ଧ ପରେ ଜଣେ ନୂତନ ରାଜାଙ୍କର ରାଜ୍ୟଭିଷେକ କରାଯିବ।  ଯିଏ କି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିବେ। ଏଠାରେ ପ୍ରିନ୍ସ ୱିଲିୟମଙ୍କ ବଦଳରେ ପ୍ରିନ୍ସ ହେରୀ ରାଜା ସିଂହାସନରେ ବସିବେ ବୋଲି କୁହାଯାଉଛି।

ନାସ୍ତ୍ରୋଦମସ ତାଙ୍କ ପୁସ୍ତକରେ ଲେଖି ଚେତାବନୀ ଦେଇଛନ୍ତି ଯେ,  ୨୦୨୪ ମସିହାରେ ପରମାଣୁ ବିସ୍ଫୋରଣ ହେବ ।  ଯାହା ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଇବ ।

ନାସ୍ତ୍ରୋଦମସ କହିଛନ୍ତି ଯେ ୨୦୨୪ ମସିହାରେ ଅନେକ ଜଳବାୟୁ ପରିବର୍ତ୍ତନ ହେବ ଏବଂ ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ। ଚଳିତ ବର୍ଷ ହିଟ ୱେଭ ଅଧିକ ଗୁରୁତର ହୋଇପାରେ ।