ନିଜ ବାପାଙ୍କ ଠାରୁ ଶୋଷଣ ହେଉଥିଲେ ଏହି ଅଭିନେତ୍ରୀ, ୫୨ ବର୍ଷ ପରେ କଲେ ଖୁଲାସା

ବ୍ୟୁରୋ ରିପୋର୍ଟ: ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ବାପା। ଦିନେ କି ଦୁଇ ଦିନ ନୁହେଁ ବାରମ୍ୱାର ଶୋଷଣର ଶିକାର ହେଉଥିଲେ ଅଭିନେତ୍ରୀ ଜଣକ। ୫୨ ବର୍ଷ ପରେ କଲେ ଖୁଲାସା। ତେବେ ଚାଲନ୍ତୁ ଜାଣିବା ଏହି ଭେଟେରାନ୍ ଅଭିନେତ୍ରୀଙ୍କ ବିଷୟରେ।

ରକ୍ତ ସମ୍ପର୍କରେ ଲାଗୁଛି କଳଙ୍କର ଛିଟା। ଜନ୍ମିତ ଝିଅକୁ ଶୋଷଣ କରୁଛି ବାପା। ଏମିତି ଏକ ଖବର ଆସିଛି ଫିଲ୍ମ ଇଣ୍ଡଷ୍ଟ୍ରିରୁ। ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ତାମିଲ ସିନେମାର ବିଶିଷ୍ଟ ଚେହେରା ଅଭିନେତ୍ରୀ ଖୁସବୁ ସୁନ୍ଦର।

ଖୁସୁବ କହିଛନ୍ତି, ପ୍ରତ୍ୟେକ ଝିଅଙ୍କର ପ୍ରଥମ ହିରୋ ତାଙ୍କ ବାପା ହୋଇଥାନ୍ତି। କିନ୍ତୁ ମୋ ଜୀବନର ସବୁଠାରୁ ବଡ ଭିଲେନ୍ ହେଉଛନ୍ତି ମୋ ବାପା। ଆହୁରୀ ମଧ୍ୟ କହିଛନ୍ତି, ମୁଁ ଅନେକ ବର୍ଷ ଧରି ଏହାକୁ ନିଜ ଭିତରେ ଲୁଚାଇକି ରଖିଥିଲି। କେବଳ ଲୋକ ଲଜ୍ୟାପାଇଁ ମୁଁ ଚୁପ୍ ରହିଥିଲି। ଦୁର୍ଷ୍କମ ହେବାର ଗୋଟେ ବର୍ଷ ପରେ ମାଆଙ୍କୁ ଜଣାଇଥିଲି । ଏହାପରେ ମା’ ଆଉ ମୁଁ ଘର ଛାଡି ପଳାଇ ଆସିଥିଲୁ। ମୋ ମା’ ହେଉଛନ୍ତି ମୋର ସବୁଠାରୁ ବଡ ସାହାସ । ଯିଏ କି ସର୍ବଦା ମୋ ପାଖରେ ଛିଡା ହୋଇଛନ୍ତି। ୫୨ ବର୍ଷ ପର୍ଯନ୍ତ ମୁଁ ଏହାକୁ ଦୁନିଆଠାରୁ ଲୁଚାଇ ରଖିଥିଲି। ଏହି ନିର୍ଯାତନା ବିଷୟରେ ମୁଁ ଆପଣଙ୍କୁ ଜଣାଇ କି ମୋତେ ବହୁତ ହାଲୁକା ଲାଗୁଛି।

ତେବେ ଖୁସୁବ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଖୁଲାସା କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ସବୁକିଛି ଜାଣିଲା ପରେ ମୋ ସ୍ୱାମୀ ମୋତେ ବିବାହ କରିଥିଲେ । ଏବଂ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି। ମୋର ୨ ଝିଅ ମଧ୍ୟ ବାପାଙ୍କ ବିଷୟରେ ଜାଣିଛନ୍ତି। ଖୁସୁବ ଯେତେବେଳେ ୮ ରୁ ୧୫ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। ଗୋଟେ ନାବାଳିକା ଉପରେ ଯେତେବେଳେ ନିର୍ଯ୍ୟାତନା ହୁଏ ଅଧିକାଂଶ ମାମଲରେ ଘର ଲୋକ କିମ୍ୱା ସମ୍ପର୍କୀୟଙ୍କ ସାଙ୍ଗ ସାଥି ଜଡିତ ଥାନ୍ତି ବୋଲି ଖୁସୁବ କହିଛନ୍ତି । ସେ ଏବେ ତାଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ କି, ଖୁସବୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଖୁସବୋ ସଫଳତାର ସିଡ଼ି ଉପରକୁ ଓହ୍ଲାଇଥିଲେ। ଖୁସବୁଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦି ବର୍ନିଂ ଟ୍ରେନ୍’। ବଲିଉଡରେ ତାଙ୍କର କ୍ୟାରିୟର ବହୁତ ଭଲ ନଥିଲା, ଏହା ପରେ ସେ ୧୯୮୬ ରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଯାଇଥିଲେ। ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ୨୦୦ଟି ଫିଲ୍ମ କରିଛନ୍ତି। ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି ଖୁସବୁ ।