spot_img
Home Blog Page 2397

ରିଲ୍ସ ଦେଖି ଜୀବନ ହାରିଲା ୫ମ ଶ୍ରେଣୀ ଛାତ୍ର

ହମିରପୁର: କାଳ ହେଲା ରିଲ୍ସ ଦେଖିବା । ମୋବାଇଲ ଫୋନରେ ରିଲ୍ସ ଦେଖି ଆତ୍ମହତ୍ୟା କଲେ ୫ମ ଶ୍ରେଣୀର ଛାତ୍ର । ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତ ଛାତ୍ରର ବାପାଙ୍କ କହିବା ଅନୁଯାୟୀ, ଅପରାହ୍ନ ସମୟରେ ବିଦ୍ୟାଳୟରୁ ଫେରି ଘରେ ବସି ମୋବାଇଲ ରିଲ୍ସ ଦେଖୁଥିଲା । ଭିଡିଓ ଦେଖିବା ପରେ ସେ ଗାମୁଛାରେ ଫାଶୀ ଲଗାଇ ଜୀବନ ରକ୍ଷା କରିବା କୌଶଳ ଅନୁସରଣ କରିଥିଲା ।  କିନ୍ତୁ ଗାମୁଛା ତାର ଗଳାରେ ଜୋରରେ ଚାପି ହୋଇଯିବାରୁ ତାର ଜୀବନ ଚାଲି ଯାଇଥିଲା । ପ୍ରଥମେ ତାଙ୍କୁ ଘରେ ଝୁଲୁଥିବାର ତାଙ୍କ ମାଆ ଦେଖି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  ମୃତ ଛାତ୍ର ଜଣଙ୍କ ତାଙ୍କ ଦୁଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ବଡ ଥିଲା ।

ପୋଲିସର ସୁଚନା ଅନୁଯାୟୀ,  ଫୋନ ଯାଞ୍ଚ କରିବାରୁ ଆତ୍ମହତ୍ୟା କରିବା ପ୍ରକିୟା ସହିତ ଜଡିତ ଭିଡିଓ ତାଙ୍କ ୱାଚ୍ ତାଲିକାରେ ଦେଖିବାକୁ ମିଳିଥିଲା । ଯାହା ଏକ ମଜାଦାର ଭିଡିଓ ଥିଲା ।

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର : ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ମାନସାପୋଲ ନିକଟରେ ଏକ ଘରୋଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହସ୍ପିଟାଲକରେ ଉତ୍ତେଜନା ଦେଖାଦେଇଛି। ମୃତ ମହିଳା ହେଲେ ଯାଜପୁର ପଣସା ପଞ୍ଚାୟତର ବିଜୟ କୁମାର ରାଉତରାୟଙ୍କ ପତ୍ନୀ ସସ୍ମିତା ରାଉତରାୟ।

ସୂଚନା ଅନୁଯାୟୀ ଗତକାଲି ସସ୍ମିତାଙ୍କ ପ୍ରସବ ବେଦନା ପରେ ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅପରେସନ ପରେ ସସ୍ମିତାଙ୍କର ଅଧିକ ରକ୍ତସ୍ରାବ ହେବାରୁ ନିର୍ସିଂହୋମ୍ କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କହିଥିଲେ। ପରିବାର ଲୋକ ମହିଳାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ନର୍ସିଂହୋମ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଭିଯୋଗ ନେଇ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଯୋରନ୍ଦାରେ ଲେଖାହେଲା ବିକାଶର ନୂଆ କାହାଣୀ, ନବୀନ କହିଲେ ମହିମା ପାଇଁ ଓଡ଼ିଶା ମାଟି ପବିତ୍ର

ଢେଙ୍କାନାଳ : ଯୋରନ୍ଦାରେ ଲେଖାହେଲା ବିକାଶର ନୂଆ କାହାଣୀ। ମହିମାଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେବଭୂମୀ ଓ ପୂଣ୍ୟଭୂମି ଓଡ଼ିଶା। ଯୋରନ୍ଦା ମାଟି ଓଡ଼ିଶାକୁ ପବିତ୍ର କରିଛି। ଭାରତର ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶାକୁ ଯୋରନ୍ଦା ସ୍ବତନ୍ତ୍ର ସ୍ଥାନ ଦେଇଛି। ଯୋରନ୍ଦାକୁ ଆସି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମହିମା ଧର୍ମ ସରଳ ଜୀବନ, ସେବା, ଜଗତକଲ୍ୟାଣ ଓ ସାରା ବିଶ୍ବକୁ ଏକ ପରିବାର ଭାବେ ବିଶ୍ବାସ କରେ। ମହାନ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଜଗତକଲ୍ୟାଣ ପାଇଁ ନିଜକୁ ସମର୍ପିତ କରିବାର ଚିନ୍ତାଧାରା ଆମକୁ ଶିକ୍ଷା ଦେଇଛି। ଯୋରନ୍ଦା ମନ୍ଦିରର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପବିତ୍ର କାମ ପାଇଁ ଭିତ୍ତିସ୍ଥାପନ କରି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

୩ବର୍ଷ ଭିତରେ ମନ୍ଦିରର ରୂପାନ୍ତରଣ କାମ ଶେଷହେବ। ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏହା ଏକ ପ୍ରମୁଖ ପୀଠ ଭାବରେ ସୁନାମ ଆଣିବା ସହ ଓଡ଼ିଶାର ପରିଚୟ ଉଜ୍ବଳ କରିବ। ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାର ପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ରୂପାନ୍ତରଣ ପ୍ରକଳ୍ପରେ ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ମୁଖ୍ୟ ନୀତି, ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୂନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ  ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେବାୟତ ଟିମଙ୍କ ଯାତ୍ରା ଆରମ୍ଭ

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେବାୟତ ଟିମଙ୍କ ଯାତ୍ରା ଆରମ୍ଭ ହୋଇଛି। ଗତକାଲି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ କରିଛି ଟିମ୍  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯିବ।

ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନି ଜଣ ସଦସ୍ୟ ବାହାରି ଯାଇଛନ୍ତି। ଭୁବନେଶ୍ୱରରେ ପହଞ୍ଚି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହାପରେ ଚାରି ଧାମ, ୧୨ ଜ୍ୟୋର୍ତିଲିଙ୍ଗ ସହ ବିଭିନ୍ନ ଶୈବପୀଠ, ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ। ଜଣେ ଜଣେ ଅଧିକାରୀଙ୍କ ସହ ସେବାୟତଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ଗଠନ କରାଯାଇଛି।

ବିକାଶ ବିରୋଧିଙ୍କୁ ଓଡିଶାବାସୀ ଠିକ୍ ଚିହ୍ନିପାରିବେ : 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଢେଙ୍କାନାଳ : ବିକାଶ ବିରୋଧୀଙ୍କୁ ପୁଣି ତେରଚ୍ଛା ତୀର ମାରିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବହୁତ ଲୋକ ଅଛନ୍ତି ଶ୍ରେୟ ନେବାକୁ କାମ କରନ୍ତି । ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି, ସେଥିପାଇଁ କାମ ବନ୍ଦ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି। ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି। ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମହିମାଗାଦିର ଉନ୍ନତିକରଣ ପାଇଁ ଅନୁଧ୍ୟାନ କରାଯାଇଥିଲା। ପରେ ୩ ଥର ମହିମା ସାଧୁମାନେ ଭୁବନେଶ୍ବର ଆସି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସାଧୁମାନଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦିର ରୂପାନ୍ତରଣର ପାଇଁ ପ୍ରାୟ ୧୬୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ପ୍ରକଳ୍ପର ଅଟକଳ ୧୧୨ କୋଟି ରହିଥିବାବେଳେ ଅନ୍ୟାନ୍ୟ ଖର୍ଚ୍ଚ ମିଶି ୧୬୦ କୋଟି ଟଙ୍କା ହେବ।

ଆହୁରୀ ମଧ୍ୟ କହିଛନ୍ତି, କିଛି ଲୋକ ବିକାଶ କାମକୁ ବିରୋଧ କରି ଏହି କାମ କରାଇ ନଦେବାକୁ ଚେଷ୍ଟା କରିଥିଲେ। ଏତେ ଖର୍ଚ୍ଚ କରି ବିକାଶ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ହେଲେ ଓଡ଼ିଶା ମାଟିରେ ଜନ୍ମ ନେଇ ଦୁନିଆକୁ ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥପରତାର ବାର୍ତ୍ତା ଦେଇଥିବା ମହିମା ଗୋସାଇଁଙ୍କ ଧର୍ମକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହାକୁ ଲକ୍ଷ୍ୟରେ ରଖି ଯୋରନ୍ଦା ମହିମା ଗାଦି ସହ ସାରା ରାଜ୍ୟରେ ରହିଥିବା ୮୧ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ମହିମା ମନ୍ଦିରର ରୂପାନ୍ତରଣକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସବୁ ଜାଗାରେ ଥିବା ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥପର ସେବାର ପ୍ରତୀକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ ହୋଇଛି । ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସଭିଙ୍କର ଦୃଷ୍ଟି ଆକର୍ଷଣ କରିବ । ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ ସହ ଭବ୍ୟ ମହିମା ଗାଦି, ଶୂନ୍ୟ ମଣ୍ଡପ ଓ ଉପାସନା ପୀଠର ହେବ ବିକାଶ ।ଆୟୋଜିତ ସାଧାରଣ ସଭାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶୀବାଦ କଲେ ମହିମା ସାଧୁସନ୍ନ୍ୟାସୀ । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।

ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ । ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ ।

 

ହାଇକୋର୍ଟରେ ASO ଚୟନ ଅନିୟମିତତା ମାମଲା: କାଏମ ରହିଲା ମେରିଟ୍ ଲିଷ୍ଟ

କଟକ : ଏଏସଓ ନିଯୁକ୍ତି ପ୍ରକ୍ରିୟା ଚୟନରେ ହୋଇନି ଅନିୟମିତତା। ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପୂର୍ବରୁ ଏହି ମାମଲାରେ ରାୟ ପ୍ରକାଶ କରିଥିବା ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମେରିଟ ଲିଷ୍ଟରେ ପ୍ରକାଶ ପାଇଥିବା ୧୧୦୪ ଜଣଙ୍କ ତାଲିକାକୁ କାଏମ ରଖିଲେ ହାଇଅକୋର୍ଟ। ଯେଉଁଠାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିଲା ସେଠାରୁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ।

୨୦୨୨ ଅଗଷ୍ଟ ୨୭ ତାରିଖରେ ASO ନିଯୁକ୍ତି ନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧ ଲକ୍ଷ ୪୮ ହଜାର ୮୮୮ ଆଶାୟୀ ପରୀକ୍ଷା ଦେଇଥିଲେ। ଏହାପରେ ଓପିଏସସି ପକ୍ଷରୁ ୧୧୦୪ ଜଣ କୃତୀ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ ପାଇଥିଲା। ସାର୍ଟିଫିକେଟ ଯାଞ୍ଚ ଏବଂ ସ୍କିଲ୍ ଟେଷ୍ଟ ପାଇଁ ଖାଲିଥିବା ୭୯୬ ପଦବୀ ଲାଗି ପ୍ରାୟ ଦେଢଗୁଣା ଆଶାୟୀଙ୍କ ତାଲିକା ପ୍ରକାଶ ପାଇଥିଲା। ସାର୍ଟିଫିକେଟ୍ ଯାଞ୍ଚ ଓ ସ୍କିଲ ଟେଷ୍ଟ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

ରାଜ୍ୟରେ ଖୁବଶୀଘ୍ର ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ

ଭୁବନେଶ୍ୱର :  ରାଜ୍ୟରେ ରହିବନି ଶିକ୍ଷକ ଅଭାବ। ଖୁବଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଏକ ହଜାର ୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି ଦିଆଯିବ। ପୂର୍ବରୁ ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ଶିକ୍ଷାର ରୂପାନ୍ତରଣ ପ୍ରକ୍ରିୟାରେ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଶିକ୍ଷାର ମାନ ବୃଦ୍ଧିପାଇଁ ତୃଣମୂଳ ସ୍ତରରୁ ଯୋଗ୍ୟ ଶିକ୍ଷକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଗତ ୨୦ ତାରିଖରେ ରାଜ୍ୟରେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିଲେ। ୩୭୧୪ ତାଲିମପ୍ରାପ୍ତ ସ୍ନାତକ ଏବଂ ୪୫୨ ପିଇଟି ଶିକ୍ଷକ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

କୃଷିମେଳାରେ ୧୦ କୋଟି ଟଙ୍କାର ମଇଁଷି

ପାଟନା: ବିହାର ପାଟନାରେ କୃଷିମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ୧୦ କୋଟି ଟଙ୍କାର ମଇଁଷି ଦେଖିବା ପାଇଁ ମିଳିଛି। ଏହି ମଇଁଷିର ନାଁ ରହିଛି ଭୋଲୁ। ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମୁଛି।

ସୂଚନା ଅନୁଯାୟୀ, ଭୋଲୁ ନାମକ ଏହି ମଇଁଷିକୁ ହରିୟାଣାରୁ ଅଣାଯାଇଛି। ଭୋଲୁର ମାଲିକର ନାଁ ହେଉଛି ନରେନ୍ଦ୍ର ସିଂ। ସେ କହିଛନ୍ତି ଯେ, ଭୋଲୁର ମୂଲ୍ୟ ୧୦ କୋଟି ଟଙ୍କା ହୋଇଛି। ପ୍ରତିମାସରେ ମଇଁଷି ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ନରେନ୍ଦ୍ର ସିଂଙ୍କୁ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଆୱାର୍ଡ ମିଳିଛି।

ପ୍ରତିଦିନ ମଇଁଷି ଭୋଲୁକୁ ୧୫ କେଜି ଫଳ, ୧୫ କେଜି ଦାନା ଏବଂ ୧୦ କେଜି ମଟର ଏବଂ ଅନ୍ୟ ସବୁଜ ଚାରା ଖାଇବାକୁ ଦିଆଯାଇଥାଏ। ଏହାସହିତ ଭୋଲୁକୁ ପ୍ରତିଦିନ ୬ କି.ମି ଚାଲିବାକୁ ନେଇଥାନ୍ତି ମାଲିକ। ଭୋଲୁ ପାଇଁ ପ୍ରତି ମାସରେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି କହିଛନ୍ତି ମାଲିକ ନରେନ୍ଦ୍ର ।

କେମିତି ରୋଜଗାର ଦେଇଥାଏ ମଇଁଷି ଭୋଲୁ

ମଇଁଷିର ସୁକ୍ରାଣୁକୁ ବିକ୍ରି କରି ପ୍ରତିମାସରେ ମଇଁଷି ମାଲକ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। ଏହି ମଇଁଷିର ସୁକ୍ରାଣୁ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନାନ୍ୟ ରାଜ୍ୟକୁ ପଠା ଯାଇଥାଏ। ଯେଉଁଥିରୁ ଭଲ ପ୍ରଜାତିର ମଇଁଷି ସାବର ଜନ୍ମ ନେଇ ଥାନ୍ତି। ଏବଂ ସେମାନେ ବଡ ହୋଇ ଭଲ କ୍ଷୀର ଦେଇଥାନ୍ତି। ଭୋଲୁର ସୁକ୍ରାଣୁକୁ ବିକ୍ରି କରି ମାଲିକ ନରେନ୍ଦ୍ର ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି।

 

ଅନୁଗୁଳରେ ଜଘନ୍ୟ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଧାନ ବିଲରେ ଯୁକ୍ତିତର୍କ ହୋଇଥିଲା । ସ୍ବାମୀ ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ଯା କରିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ।

ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି । ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ା ଗାଁର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ସ୍ୱାମୀ ଆନନ୍ଦ ସାହୁ ଫେରାର ହୋଇଯାଇଛି। ତାକୁ ଖୋଜିବାକୁ ତନାଘନା ଚଳାଇଛି ଆଠମଲ୍ଲିକ ପୋଲିସ।