spot_img
Home Blog Page 2396

ପଞ୍ଚମ ଦିନରେ ଟନେଲରେ ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଉଦ୍ୟମ ଜାରି

ନନ୍ଦିଘୋଷ ବ୍ୟୁରୋ : ପଞ୍ଚମ ଦିନରେ ଟନେଲ ରେସ୍କ୍ଯୁ ଅପରେସନ । ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଅବିରତ ଉଦ୍ଯମ ଜାରି ରହିଛି । ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ସେପଟେ ଅପରେସନ କାର୍ଯ୍ୟରେ ସାମିଲ ହେବା ଲାଗି ଥାଇଲାଣ୍ଡର ଏକ କମ୍ପାନୀକୁ ଅନୁମତି ଦେଇଛି ପ୍ରଶାସନ । ସେହିପରି ନରେଓ୍ବେର ଏକ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସମ୍ଭାବନା ରହିଛି । ଯଦି ସମ୍ଭବ ହୁଏ ତେବେ ଖୁବ ଶୀଘ୍ର ଏହି ଦୁଇ ବିଦେଶୀ ଟିମ୍ ଅପରେସନରେ ସାମିଲ ହେବା ସମ୍ଭାବନା ରହିଛି । ଗତ ୨୦୧୮ରେ ଏକ ପାଣି ଭର୍ତ୍ତି ଗୁମ୍ଫାରୁ ପିଲାମାନଙ୍କୁ ଉଦ୍ଧାର କରିବାରେ ଏହି କମ୍ପାନୀ ସଫଳ ହୋଇଥିଲା । ଥାମ୍ ଲୁଆଙ୍କ କେଭ୍ କମ୍ପ୍ଲେକ୍ସରେ ଫସିଯାଇଥିବା ୧୨ ଜଣ ଜୁନିଅର ଫୁଟବଲ ଟିମ ସଦସ୍ଯଙ୍କୁ ଉଦ୍ଧାର କରିଥିଲା ଏହି ଟିମ୍ । ୨୦୧୮ ଜୁନ ୨୩ରେ ଖେଳାଳିମାନେ ଗୁମ୍ଫାକୁ ପଶିଯାଇଥିଲେ ବି ସେମାନେ ପଦାକୁ ଆସିପାରି ନଥିଲେ । ସେମାନେ ସମସ୍ତେ ପ୍ରାଣ ହରାଇଛନ୍ତି ବୋଲି ବିଶ୍ବାସ କରାଯାଉଥିଲା । ତେବେ ରେସ୍କ୍ଯୁ ଅପରେସନର ୧୦ ହଜାର ଥାଇଲାଣ୍ଡ ଓ ବିଦେଶୀ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଦୀର୍ଘ ୧୮ ଦିନର କଷ୍ଟସାଧ୍ଯ ମିଶନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।Uttarkashi Tunnel Rescue Operation Day 5: 40 workers still trapped; CM  Dhami takes stock of situation. Top 10 updates | Mint

ସେପଟେ ଉତ୍ତରକାଶୀ ଅପରେସନ ଲାଗି ଦିଲ୍ଲୀରୁ 3ଟି ବାୟୁସେନା ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ଜରିଆରେ ଏକ ହେଭି ଡ୍ରିଲିଂ ମେସିନ ଅଣାଯାଇଛି । ଟନେଲଠାରୁ ୩୦ କିଲୋମିଟର ଦୂର ଚିନ୍ୟାଲିସୌର ବିମାନବନ୍ଦରରେ ଆମେରିକୀୟ ମେସିନ ରଖାଯାଇଛି । ଏହାକୁ ଟନେଲ ନିକଟକୁ ନିଆଯିବା ପରେ ଅପରେସନ ଆରମ୍ଭ ହେବ । ଏହି ମେସିନ ଜରିଆରେ ୯୦୦ ମିଲିମିଟର ବ୍ଯାସ ବିଶିଷ୍ଟ ଏକ ଷ୍ଟିଲ ପାଇପ ପ୍ରବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ରେସ୍କ୍ୟୁ ଅପରେସନ ବିଳମ୍ବିତ ହେଉଥିବା ପ୍ରତିବାଦରେ ଟନେଲ ନିକଟରେ ପ୍ରତିବାଦ କରାଯାଇଛି । ଘଟଣାସ୍ଥଳରେ ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ରୁହେଲା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ ଅନୁଧ୍ଯାନ କରୁଛନ୍ତି ।

ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ ଲକ୍ଷ୍ମୀ ବସ

ରାୟଗଡା : ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ ଲକ୍ଷ୍ମୀ ବସ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର ୧୧ଟି ବ୍ଲକରେ ଆସନ୍ତା ୨୫ ତାରିଖରେ ଲକ୍ଷ୍ମୀ ବସ ଗଡ଼ିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି  । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୨୯୮ ବସ ରହଣି ସ୍ଥଳ ରହିଥିବା ବେଳେ ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ । ଲକ୍ଷ୍ମୀ ବସ ଏବଂ ସମସ୍ତ ରହଣି ସ୍ଥଳରେ ବସ ଅଟକିବା ସହ ଜନସାଧାରଣଙ୍କ ଯାତାୟତରେ ସମ୍ପୁର୍ଣ୍ଣ  ସହଯୋଗ କରାଯିବ ।

ପଞ୍ଚାୟତ ସ୍ତରରୁ ଆସୁଥିବା  ଯାତ୍ରୀ ଏବଂ କଲେଜରେ ପଢୁଥିବା ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭକୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଥିଲେ ।

ଗଞ୍ଜାମର ବାଲିମାଫିଆ କୃପାସିନ୍ଧୁ ମୁଦୁଲିର କଳା ସାମ୍ରାଜ୍ୟର ଚାଲିଛି ଖୋଳତାଡ଼

ଗଞ୍ଜାମ : ଗଞ୍ଜାମର ବାଲିମାଫିଆ କୃପାସିନ୍ଧୁ ମୁଦୁଲିର କଳା ସାମ୍ରାଜ୍ୟର ଚାଲିଛି ଖୋଳତାଡ଼  । ମାମଲାରେ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ  । ତିନି ଅଭିଯୁକ୍ତ ହେଲେ କାଶୀନଗର ଅଞ୍ଚଳର ନିଶିକାନ୍ତ ନାୟକ , ଡି. ରମେଶ କୁମାର ଓ ବ୍ରହ୍ମପୁରର ଅମରେନ୍ଦ୍ର ପାଣିଗ୍ରାହୀ । ନକଲି ଓ୍ବାଇଫର୍ମ ପ୍ରସ୍ତୁତିରେ କୃପାସିନ୍ଧୁଙ୍କୁ ଏହି ତିନି ଅଭିଯୁକ୍ତ ସହଯୋଗ କରୁଥିଲେ  ।  ନିଶିକାନ୍ତ ନାୟକ ଓ ଡି . ରମେଶ କୁମାର ସାହାଯ୍ୟରେ ଅମରେନ୍ଦ୍ର ପାଣିଗ୍ରାହୀଙ୍କଠାରୁ ନକଲି ଓ୍ବାଇ ଫର୍ମ ଛପାଇ ଆଣୁଥିଲା କୃପାସିନ୍ଧୁ । ନକଲି ଓ୍ବାଇଫର୍ମର ମୁଖ୍ୟ କାର୍ପଟଦାର ଥିଲା ଅମରେନ୍ଦ୍ର  । ବ୍ରହ୍ମପୁରରେ ଅମରେନ୍ଦ୍ରର ମା ସନ୍ତୋଷୀ ପ୍ରିଣ୍ଟିଂ ପ୍ରେସ ରହିଥିଲା  । ଏହିଠାରେ ନକଲି ଓ୍ବାଇଫର୍ମ ଛପା ହେଉଥିଲା  । ପ୍ରିଣ୍ଟିଂ ପ୍ରେସରେ ଚଢାଉ କରି କମ୍ପ୍ୟୁଟର ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ  ।  ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି । ଗତ ୩୦ ବର୍ଷ ହେଲା  ବେଆଇନ ବାଲିଚାଲାଣ କରି କୋଟି କୋଟି ଟଙ୍କା ଲୁଟୁଥିଲା କୃପାସିନ୍ଧୁ  । ଅକ୍ଟୋବର ୧୪ ତାରିଖରେ କୋଦଳା ପୋଲିସ ହାତରେ ଧରାପଡ଼ିଥିଲା କୃପାସିନ୍ଧୁର ଚାଲବାଜି ।Illegal sand mining: NGT issues slew of directions to States/UTs| Sambad  English

ନକଲି ଓ୍ବାଇ ଫର୍ମ ଆଉ ତହସିଲଦାରଙ୍କ ଫର୍ଜ୍ଜି ଦସ୍ତଖତ କରି ବାଲି ଚାଲାଣ ବେଳେ ୫ଟି ଟ୍ରକକୁ ଜବତ କରିଥିଲା ପୋଲିସ । ୧୯ ତାରିଖରେ ମୁଖ୍ୟ କାର୍ପଟଦାର କୃପାସିନ୍ଧୁ ମୁଦୁଲି ଓ ସହଯୋଗୀଙ୍କୁ ଗିରଫ କରାଯାଇଥିଲା  । ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିଛି ପୋଲିସ  । କୃପାସିନ୍ଧୁ ସମେତ ତାର ସହଯୋଗୀ ମାନେ ଏବେ କୋଦଳା ଜେଲରେ ଅଛନ୍ତି । ଜେରା ସମୟରେ କିଛି ପୁଲିସ କର୍ମଚାରୀଙ୍କ ସଂପୃକ୍ତି ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ  । କାର୍ଯ୍ୟରତ କନେଷ୍ଟବଳ ରବି ରେଡିଙ୍କୁ ନିଳମ୍ବିତ କରିଛନ୍ତି ବ୍ରହ୍ମପୁର ଏସପି । କନେଷ୍ଟବଳ ଜଣକ ନିଜ ଡିୟୁଟି ଛାଡି ବାଲି ମାଫିଆ କୃପାସିନ୍ଧୁ ମୁଦୁଲିଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି  ।

 

 

ଦିନେ ଥିଲା ଗ୍ଲାମର, ଆଜି ମୁଖାଗ୍ନି ଦେବାକୁ ଆସୁନାହାନ୍ତି ଦୁଇ ପୁଅ

ନନ୍ଦିଘୋଷ ବ୍ୟୁରୋ : ସାରା ଜୀବନ ଗ୍ଲାମର ଦୁନିଆରେ ବିତାଇଥିବା ସୁବ୍ରତ ଆଜି ଏକା । ମୃତ୍ୟୁ ବେଳକୁ ବି ତାଙ୍କ ସହ କେହି ନଥିଲେ । ପୂରାପୂରି ଏକୁଟିଆ ଥିଲେ ସୁବ୍ରତ। ଆଜ୍ଞା ହଁ ଆମେ କହୁଛୁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ କଥା । ସାରା ଜୀବନ ଚାକଚକ୍ୟ ଜୀବନ ଶୈଳୀରେ ବଞ୍ଚିଥିବା ମଣିଷ ମୃତ୍ୟୁ ବେଳକୁ ଯେ ଏତେ ଅଲଗା ହୋଇଯିବ ତାହା କେହି ଭାବି ନଥିଲେ । ଏମିତିକି ମୃତ୍ୟୁ ବେଳକୁ ତାଙ୍କର କୌଣସି ପରିବାର ସଦସ୍ୟ ମଧ୍ୟ ପାଖରେ ନଥିଲେ। ସୁବ୍ରତ ରାୟ ନିଜର ଦୁଇ ପୁଅଙ୍କ ବାହାଘରରେ ବିଶିଷ୍ଟ ରାଜନୖତିକ ବ୍ୟକ୍ତିଙ୍କଠୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଷ୍ଟାର ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସାରା ଦୁନିଆ ଦେଖିଥିଲା ଏହି ଭବ୍ୟ ବାହାଘର । ସେହି ଦୁଇ ପୁଅ ଆଜି ବାପାଙ୍କ ମୃତ୍ୟୁ ବେଳେ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେବେ ନାହିଁ । ତାଙ୍କ ନାତି ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୋଲି କୁହାଯାଉଛି ।  କୁହାଯାଉଛି ଯେ, ସୁବ୍ରତ ରାୟଙ୍କ ଦୁଇ ପୁଅ ସୁଶାନ୍ତୋ ଏବଂ ସୀମାନ୍ତୋ ବିଦେଶରେ ଅଛନ୍ତି ।

ଏଥିପାଇଁ ସେମାନେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ। ତାଙ୍କ ଦୁଇ ପୁଅଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସୁବ୍ରତ ଆଜି ଏକୁଟିଆ ହୋଇଯାଇଛନ୍ତି । ସେ ସମୟ ସୁବ୍ରତଙ୍କ ବହୁତ ଶକ୍ତିଶାଳୀ ଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ । ପରିସ୍ଥିତି ଏପରି ହୋଇଛି ଯେ ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ନିଜ ପିଲାମାନେ ହିଁ ନାହାଁନ୍ତି। ଦିନ ଥିଲା ତାଙ୍କ ଦୁଆରେ ରାଜନେତାମାନେ ଭିଡ଼ ଲଗାଉଥିଲେ । ଆଉ ଆଜି ନିଜ ପୁଅ ତାଙ୍କୁ ଶେଷ ଦର୍ଶନ ପାଇଁ ଆସୁନାହାନ୍ତି । କମ୍ପାନୀର ଅବସ୍ଥା ଖରାପ ହେଲା ପରେ ସୁବ୍ରତ ରାୟଙ୍କ ଘନିଷ୍ଠ ବ୍ୟକ୍ତିମାନେ ତାଙ୍କୁ ଗୋଟିଏ ପରେ ଗୋଟିଏ ଛାଡିବାକୁ ଲାଗିଲେ। ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ଜେଲ ଯିବାକୁ ପଡିଲା ଏବଂ ଅନେକ ବଦନାମ ହେବାକୁ ପଡିଲା। ସୁବ୍ରତ ରାୟଙ୍କ କାମ ହିଁ ତାଙ୍କ ଉପରେ ଭାରି ପଡିଥିଲା।

ସୁଦୁର ସାଉଦ ଆରବରେ ପ୍ରବାସୀ ଓଡିଆ ସଂଗଠନ କଳିଙ୍ଗାନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ : ସୁଦୁର ସାଉଦ ଆରବରେ ପ୍ରବାସୀ ଓଡିଆ ସଂଗଠନ କଳିଙ୍ଗାନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  । ଉତ୍ସବରେ  ଶୁଭିଲା ଓଡିଆ ଏକତ୍ୱର ସ୍ୱର  । ‘ଗୋଟିଏ ଓଡିଶା ଏକ ଓଡିଆ’ ଏହିପରି କିଛି ସ୍ୱର ଶୁଭିଥିଲା  । କଳିଙ୍ଗାନ ଠାରେ ହାତରେ ହାତରେ ଛନ୍ଦି ପାଦରେ ପାଦ ମିସାଇ ଅକ୍ଷୟ ମହାନ୍ତିଙ୍କ ଗୀତ ଓ ଡାଲଖାଇ ଗୀତରେ ଝୁମିଛନ୍ତି ପ୍ରବାସୀ  । ଏଥି ସହିତ ଅଭିଜିତ ମଜୁମଦାରଙ୍କ ସମେତ ଅନିନ୍ଦିତା ଦାସ ଓ ଅଭିନେତା ଦୀପକ ବାରିକ ଙ୍କ ଗୀତରେ ତାଳେ ତାଳେ ଝୁମୁଥିଲେ ଦର୍ଶକ  । ବିଶିଷ୍ଟ ଉଦ୍ୟୋଗପତି ଡକ୍ଟର ଦେବମହାନ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆଙ୍କ ଉଜ୍ୱଳ ଗୌରବ ଇତିହାସ ସଂପର୍କରେ ଉଲ୍ଲେଖ କରିଥିଲେ  ।ଏଥି ସହିତ ଗଲଫ ଦେଶର ଓଡିଆ ସଂଘର ପ୍ରତିନିଧୀ ମାନେ ଯୋଗଦେଇ ଭାଇଚାରାର ବାର୍ତ୍ତା ଦେଇଥିଲେ  ।

ଏହି ଅବସରରେ କଳିଙ୍ଗାନର ମୁଖପାତ୍ର ଓଡିଆଙ୍କ ବିକାଶ ଓଡିଶାର ବିକାଶ ଶୀର୍ଷକ ଏକ ଡକୁମେଣ୍ଟାରୀ ଉନ୍ମୋଚିତ କରିଥିଲେ । ଶେଷରେ ଭାରତର ବିଭିନ୍ନ ପ୍ରଦେଶର ପାରମ୍ପରିକ ପୋଷାକ ପିନ୍ଧି କଳିଙ୍ଗାନ ଦମ୍ପତ୍ତି ରାମ୍ପ ସୋରେ ଭାଗ ନେଇ ମହାଭାରତୀୟତାର ବାର୍ତ୍ତା ଦେଇଥିଲେ  । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ଦାସ,ଜ୍ୟୋର୍ତିମୟ ଦାଶ ,ରଞ୍ଜନ ରଥଙ୍କ ସହିତ ସମସ୍ତ କଳିଙ୍ଗାନର କୋର କମିଟି ମେମ୍ବର ମାନେ ପରିଚାଳନା କରିଥିଲେ  ।

ଆସନ୍ତା ୨୮ରୁ ବଲାଙ୍ଗୀରରେ ଖରିଫ ଧାନ କିଣା

ବଲାଙ୍ଗୀର : ବଲାଙ୍ଗୀରରେ ଆସନ୍ତା ୨୮ରୁ ହେବ ଖରିଫ ଧାନ କିଣା  ।  ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କିଣାଯିବ ଚାଷିଙ୍କ ଧାନ I ଧାନ କିଣାରେ ସ୍ଵଚ୍ଛତା ରକ୍ଷା ପାଇଁ ଗଠନ ହେବ କମିଟି I ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ କ୍ରୟ ସମ୍ମିଳନୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି I ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ସମେତ ମିଲର୍ସ ଓ ଚାଷୀ ନେତା ଉପସ୍ଥିତ ଥିଲେ । ଧାନ କିଣା ଯେମିତି ସୁରୁଖୁରୁରେ ପରିଚାଳିତ ହେବ ସେନେଇ ବିଚାର ବିମର୍ଶ କରାଯାଇଥିଲା  । Odisha: Farmers' name registration for current kharif paddy procurement  extended: Details

ଚାଷୀମାନେ ଯେପରି କଟଣି ଛଟଣିର ଶିକାର ନହେବେ ସେନେଇ ଏକ ସ୍କ୍ୱାର୍ଡ ଗଠନ କରାଯିବା ସହ ଜିଲ୍ଲାର ସମସ୍ତ ପେକ୍ସ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବ ସେନେଇ ନିର୍ବାଚିତ ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ I ପେକ୍ସରୁ ଧାନ ଉଠାଇବା ନେଇ ଯେମିତି ମିଲର୍ସ ମାନେ କୌଣସି ଅବହେଳା ନକରନ୍ତି ସେନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନଜର ରଖାଯିବାକୁ କୁହାଯାଇଥିଲା I

ଓଡ଼ିଶାରେ ପଡ଼ିବନି ବାତ୍ୟାର ବିଶେଷ ପ୍ରଭାବ : IMD ଡିଜି

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟାକୁ ନେଇ IMD ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,  ଗତକାଲି ସୃଷ୍ଟି ହୋଇଥିବା ଅବାପାତଟି କ୍ରମଶଃ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ।  ଆଜି ସକାଳେ ଏହା ଏକ ଗଭୀର  ଅବପାତରେ ପରିଣତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ବର୍ତ୍ତମାନ ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହୁଛି । ଏହା କ୍ରମଶଃ ଘନୀଭୂତ ହୋଇପାରେ । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ୧୮ ତାରିଖ ସକାଳେ ବାଂଲାଦେଶର ଖେପୁପୁରା ଏବଂ ମଙ୍ଗଳା ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ । ପବନର ବେଗ ଅତି ବେଶୀରେ ଘଣ୍ଟା ପ୍ରତି 70ରୁ 80 କିମି ହୋଇପାରେ ।

ଏହି ଖବର ଉପରେ ନଜର ପକାନ୍ତୁ : ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ଝଟକା ପବନ ଘଣ୍ଟାପ୍ରତି 90 କିମି ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସର୍ବାଧିକ ପବନ ରହିବ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି  ।  ପୁରୀରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

SA vs AUS: ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଜିତିବା ସ୍ୱପ୍ନକୁ ପୁଣି ଭାଙ୍ଗିବ କି କଙ୍ଗାରୁ ଦଳ?

କୋଲକାତା:  ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦିନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ । କାରଣ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଫାଇନାଲରେ ଏଣ୍ଟ୍ରି ମାରିବ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାର ରେକର୍ଡ ଅତ୍ୟନ୍ତ ଖରାପ ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଏଭଳି ପ୍ରେସର କିଛି ନୂଆ ନୁହେଁ । ତେବେ ଖାସ୍ କଥା ହେଉଛି କଙ୍ଗାରୁ ଦଳର ଏହି ଟପ୍୫ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କଲେ ସାଉଥ୍ ଆଫ୍ରିକାର ବିଶ୍ୱକପ୍ ଜିତିବା ସ୍ୱପ୍ନକୁ ଚୁରମାର୍ କରିଦେଇପାରନ୍ତି। ଆସନ୍ତୁ ଜାଣିବା…

ଡେଭିଡ୍ ୱାର୍ନର

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଶକ୍ତିଶାଳୀ ତଥା ଅଭିଜ୍ଞ ଓପନର୍ ହେଉଛନ୍ତି ଡେଭିଡ ୱାର୍ନର। ବିଶ୍ୱକପ ୨୦୨୩ରେ  ଭଲ ଫର୍ମରେ ଅଛନ୍ତି । ୱାର୍ନର ୯ଟି ମ୍ୟାଚରେ ହାରାହାରି ୫୫.୪୪ରେ ୪୯୯ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ଦୁଇଟି ଶତକ ମଧ୍ୟ ଖେଳିଛନ୍ତି। ତେଣୁ ସେ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ସମସ୍ୟା ବନିପାରନ୍ତି ।

ମିଚେଲ ମାର୍ଶ

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ପାଇଁ ଶେଷ ଲିଗ୍ ଷ୍ଟେଜ୍ ମ୍ୟାଚରେ ୧୭୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ପାକିସ୍ତାନ ବିପକ୍ଷରେ ଏକ ଶତକ ମଧ୍ୟ ଖେଳିଛନ୍ତି। ସେ ୮ଟି ମ୍ୟାଚରେ ମୋଟ୍ ୪୨୬ ରନ୍ ହାତେଇଛନ୍ତି।

ଗ୍ଲେନ୍ ମ୍ୟାକ୍ସୱେଲ

ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବି କିଛି କମ୍ ନୁହେଁ । ମୁମ୍ବାଇରେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ଅପରାଜିତ ରନ୍ ସହ ଏକ ଅବିଶ୍ୱସନୀୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ବିଜୟ କରିଥିଲେ। ଚଳିତ ବିଶ୍ୱକପ୍‌ରେ ସେ ୭ଟି ମ୍ୟାଚରେ ହାରାହାରି ୪୯.୫୦ରେ ୩୯୭ ରନ୍ ସଂଗ୍ରହ କରିଛନ୍ତି।

ଏଡମ ଜାମ୍ପା

ଦକ୍ଷ ଲେଗ ସ୍ପିନର ଏଡମ ଜାମ୍ପା ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୯ଟି ମ୍ୟାଚରେ ୨୨ଟି ୱିକେଟ୍ ନେଇଛନ୍ତି। ସେ କୋଲକାତାର ସ୍ପିନ୍ ଟ୍ରାକରେ ଅପରପକ୍ଷ ପାଇଁ ଆହୁରି ଘାତକ ସାଜିଥାନ୍ତି ।

ମିଚେଲ ଷ୍ଟାର୍କ

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଅଭିଜ୍ଞ ତଥା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଫୁଲ୍ ଫର୍ମରେ ରହିଛନ୍ତି।

୧୦୦ ଘଣ୍ଟାରୁ ଅଧିକ ସମୟ ଚାଲିଛି ଜୀବନ ଯୁଦ୍ଧ, ଦିଲ୍ଲୀରୁ ଆସିଲା ଆମେରିକୀୟ ମେସିନ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ  । ଆଜି ପଞ୍ଚମ ଦିନରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ  । ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରମିକ ମାନେ ଉତ୍ତରକାଶୀର ସୁଡଙ୍ଗରେ ଫସିଛନ୍ତି  । ଗତ ରବିବାର ଦିନ ସିଲ୍କଆରା ସୁଡଙ୍ଗ ପରିଯୋଜନାରେ କାମ ଚାଲିଥିବା ବେଳେ ଏହା ଧସିଯିବାରୁ ୪୦ ଶ୍ରମିକ ଫସି ରହିଛନ୍ତି  ।

ସେପଟେ ଆମେରିକୀୟ ଅଗର ମେସିନ କାମ ଆରମ୍ଭ କରିବା ପରେ ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଆଶା ବଢିଯାଇଛି  । ଉଦ୍ଧାର କାର୍ଯ୍ୟରେ ଏହି ମେସିନର ସାହାଯ୍ୟ ନିଆଯିବ  । ଏହି ମେସିନରେ ଉଦ୍ଧାରକାରୀ ଦଳଙ୍କୁ ଡ୍ରିଲିଂ କରିବା ପାଇଁ ସହଜ ହେବ  । ମେସିନରେ ସୁଡଙ୍ଗ ଖୋଳି ୯୦୦ ଏମଏମର ପାଇପକୁ ଗୋଟିଏ ପଟୁ ଅନ୍ୟ ପଟକୁ ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି  ।

ସୁଡଙ୍ଗ ଭିତରକୁ ଯାଇଥିବା ଏହି ବିଶେଷ ଉପକରଣ ସଫେଇ ପ୍ରକ୍ରିୟାକୁ ଜୋରଦାର କରିବା ସହ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିପାରିବ  । ଆମେରିକାନ ଅଗର ମେସିନ ଚାରି ଧାମ ତୀର୍ଥଯାତ୍ରା ମାର୍ଗରେ ଧ୍ବସ୍ତ ସୁଡଙ୍ଗରୁ ୩୦ କିଲୋମିଟରରୁ ଅଧିକ ଦୂରରେ ଥିବା ଚିନ୍ୟାଲିସୋଡ ବିମାନ ବନ୍ଦରରୁ ଅଲଗା ଅଲଗା ଭାଗରେ ପହଞ୍ଚିଛି  । ଏହି ଯୋଜନାରେ ଧ୍ବସ୍ତ ସୁଡଙ୍ଗ ଧ୍ବଂସାବଶେଷ ମଧ୍ୟରେ ଏକ ରାସ୍ତା ଖୋଳିବା ପାଇଁ ମେସିନର ବ୍ୟବହାର କରାଯିବ  ।

ଭାରତୀୟ ସେନାରେ ସାମିଲ ହେବ ୫ଶହ ଡ୍ରୋନ୍

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳି ହେବ ଭାରତୀୟ ସେନା । ଭାରତୀୟ ସେନାରେ ସାମିଲ ହେବ ୫ଶହ ଟି ଡ୍ରୋନ । ଏମଇଟି ଚେନ୍ନାଇ ପକ୍ଷରୁ ନିର୍ମିତ ଏହି ଡ୍ରୋନ ବହୁ ଅସାଧ୍ୟ କାର୍ଯ୍ୟକ୍ରମରେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବ । ଭାରତୀୟ ସେନା  ପକ୍ଷରୁ ଉତ୍ତର–ପୂର୍ବ ଦୁର୍ଗମ ଅଞ୍ଚଳରେ ୫୦୦ଟି ଡ୍ରୋନ ନିୟୋଜିତ କରାଯିବ । ଦରକାରୀ ସାମଗ୍ରୀ ଏବଂ ମେଡିସିନ ମେଡିକାଲରେ ମାନବ ଅଙ୍ଗ, ଦୁର୍ଲଭ ରକ୍ତ ଓ ପ୍ଲାଜମା ପରିବହନରେ ସାହାଯ୍ୟ କରିବ । ଏହାର ଓଜନ ୧୦୦ କିଲୋଗ୍ରାମ ରହିଛି । ଏଥି ସହିତ ୧୫ରୁ ୨୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ନେବାର କ୍ଷମତା ରହିଛି । ଏଥିରେ ଖଞ୍ଜାଯାଇଛି ପ୍ରୋକ୍ସିମେଟୀ ସେନ୍ସର ଯାହାକି କୁହୁଡି ,ବର୍ଷା,ଭୀଷଣ ପବନରେ ମଧ୍ୟ ଗତି କରିପାରିବ । ନାଭିଗେସନ ମାଧ୍ୟମରେ ୧କିମିଠାରୁ ୨୦ କିଲୋମିଟର ଉଚ୍ଚକୁ ଉଡିପାରିବ । ଅନେଇ କଲାମ ଆଡଭାନ୍ସଡ ରିସର୍ଚ ସେଣ୍ଟର ପକ୍ଷରୁ କୁହାଯାଇଛି  ଏହି ଡ୍ରୋନର ସଫଳ ପରୀକ୍ଷଣ ଲେହ ,ଲଦାଖ,ଘନ ଜଙ୍ଗଲର ଉତ୍ତର ପୂର୍ବ ଉଚ୍ଚ ସ୍ଥାନମାନଙ୍କରେ ହୋଇସାରିଛି ।