ଜବରଦସ୍ତ ଆକ୍ସନ୍ ସିକ୍ବେନ୍ସରେ ଭରପୂର ସଲାର୍

1 min read

ମୁମ୍ବାଇ: ବଡ ପରଦାରେ ରିଲିଜ୍ ହେଲା ଏହି ବର୍ଷର  ବହୁ ପ୍ରତିକ୍ଷିତ ଆକ୍ସନ୍ ଫିଲ୍ମ ସଲାର୍  ।   ଜବରଦସ୍ତ ଆକ୍ସନ୍ ସିକ୍ବେନ୍ସରେ ଭରପୂର ଫିଲ୍ମଟିକୁ ଦେଖିବା ପାଇଁ ଆଜି ସକାଳୁ ସିନେମା ହଲରେ ଫ୍ଯାନ୍ସଙ୍କର  ପ୍ରବଳ ଭିଡ ବି ଦେଖିବାକୁ ମିଳିଥିଲା  । ଭୁବନେଶ୍ବର ସମେତ  ଦେଶର ଅନେକ ସିନେମା ହଲରେ ଆଜି ସକାଳ ୫ ଟାରୁ ରିଲିଜ୍ ହୋଇଛି ସଲାର୍  ।  ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କର ଅଭିନୀତ  ଏହି ଫିଲ୍ମ ଟି ଦେଖିବା ପାଇଁ ଫ୍ଯାନ୍ସଙ୍କ ମଧ୍ଯରେ ଅହେତୁକ ଆଗ୍ରହ ଦେଖିବାକୁ ମିଳିଛି  ।  ଫିଲ୍ମର କ୍ରେଜ୍ ଏତେ ଥିଲା  ଯେ  ବୁକ୍ ମାଇଁ ସୋ ଆପ୍ ରେ ସିନେ ପ୍ରେମୀ ମାନେ ଏତେ ସଂଖାରେ ଆଡଭାନ୍ସ ବୁକିଂ କରିବା ବେଳେ ଆପ୍ କିଛି ସମୟ ପାଇଁ କ୍ରାସ୍ ହୋଇଯାଇଥିଲା  ।  ପ୍ଯାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କର ବାହୁବଳୀ -୨ ର ସଫଳତା ପରେ ତାଙ୍କର କ୍ରେଜ୍ ବହୁତ ବଢିଯାଇଥିଲା  । କିନ୍ତୁ ତାଙ୍କର ଅଭିନୀତ  ପୂର୍ବ ଫିଲ୍ମ ଆଦିପୁରୁଷ , ରାଧେଶ୍ୟାମ ଏବଂ ସାହୋ  ବକ୍ସ ଅଫିସ୍ ରେ ଆଶାନୁରୂପ ଫଳ କରିପାରିନଥିବାରୁ ପ୍ରଭାସଙ୍କର ଷ୍ଟାର ଡମ୍ ଉପରେ ବଡ ପ୍ରଶ୍ନବାଚୀ  ସୃଷ୍ଟି ହୋଇଥିଲା  ।

କିନ୍ତୁ ସଲାର ରେ  ପ୍ରଭାସ ପୁଣି ନିଜର ଜଲ୍ଓ୍ବା  ଦେଖେଇଛନ୍ତି  । ସଲାରର ଟ୍ରେଲର ରେ ଦେଖି ତାଙ୍କ ଫ୍ଯାନ୍ସ ମାନେ ଯାହା ଅନୁମାନ କରିଥିଲେ ତାହା ଆଜି ସତ ହୋଇଛି  । ବକ୍ସ ଅଫିସରେ ସଲାର୍ ଧୁମ୍ ମଚାଇବ ବୋଲି ଆଶା କରାଯାଉଛି । ସାଲାର କୁ  ନିର୍ଦେଶନା ଦେଇଛନ୍ତି  ପ୍ରଶାନ୍ତ ନୀଲ୍  । ଏହି ଫିଲ୍ମ ରେ ପ୍ରୀତି ରାଜ୍ ସୁକୁମାରନ୍ , ଶୃତି ହାସନ୍ , ଜଗପତି ବାବୁ, ଶ୍ରୀୟା ରେଡ୍ଡୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି  ।

ଗତକାଲି ରିଲିଜ୍ ହୋଇଥିବା ବଲିଉଡ୍ ସୁପରଷ୍ଚାର ଶାହାରୁଖ୍ ଖାନ୍ ଙ୍କ ଅଭିନୀତ ଡଙ୍କି ଓ ପ୍ଯାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କର ସଲାର୍ ଭିତରେ ଜୋର୍ ଦାର୍ ଟକ୍କର  ହେବ  ବୋଲି ଅନୁମାନ କରାଯାଉଛି  ।  ଡଙ୍କିକୁ ମଧ୍ଯ ସିନେ ପ୍ରେମୀଙ୍କର ବହୁତ  ଭଲ ପାଇବା ମିଳିଥିବା ବେଳେ ଦେଖିବାକୁ ବାକି ରହିଲା ଡଙ୍କି କିମ୍ବା ସଲାର୍ କିଏ ବକ୍ସ ଅଫିସ୍ ରେର୍କଡ ଭାଙ୍ଗୁଛି  ।