ପାରିବାରିକ କାରଣରୁ ଭାରତ ଫେରିଲେ କୋହଲି, ଟେଷ୍ଟ ସିରିଜରୁ ବାଦ ପଡିଲେ ଗାଏକ୍ବାଡ

1 min read

ନୂଆଦିଲ୍ଲୀ: ଭାରତୀୟ ଟିମ୍ ତିନୋଟି ଫର୍ମାଟର ସିରିଜ୍ ପାଇଁ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳାଯାଇଥିବାବେଳେ ଟେଷ୍ଟ ସିରିଜ୍ ଆୟୋଜିତ ହୋଇନାହିଁ  । ଏବେ ଟେଷ୍ଟ ସିରିଜ ପୂବର୍ରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ପାରିବାରିକ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଘରକୁ ଫେରିଥିବା ବେଳେ ଓପନର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି । ଋତୁରାଜ ଆଙ୍ଗୁଠିରେ ପାଇଥିବା ଆଘାତ ସମସ୍ୟାରୁ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିଲିଜ କରିଛି।

ସେହିପରି ପାରିବାରିକ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଘରକୁ ଫେରିଛନ୍ତି  । ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟର ସ୍କ୍ୱାଡ଼ ମ୍ୟାଚରେ ବିରାଟ ଖେଳିବେ ନାହିଁ। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର ୨୬ରେ ସେଞ୍ଚୁରିଅନରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ସେ ଟିମ୍ ସହିତ ଯୋଗ ଦେବେ ।

ବିରାଟ କୋହଲି ପ୍ରାୟ ତିନି ଦିନ ପୂର୍ବରୁ ମୁମ୍ବାଇ ଯାଇଥିଲେ । ଏଥିପାଇଁ ସେ ବିସିସିଆଇ ଏବଂ ଟିମ ମେନେଜମଣ୍ଟ ଠାରୁ ଅନୁମତି ନେଇଥିଲେ । କୋହଲି ଶନିବାର ସୁଦ୍ଧା ଦକ୍ଷିଣ ଆଫ୍ରିକାକୁ ଫେରିବେ ବୋଲି ଆଶା କରାଯାଉଛି  । ସେହିପରି ଡିସେମ୍ବର ୧୯ ରେ ପୋର୍ଟ ଏଲିଜାବେଥରେ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି ।