spot_img
Home Blog Page 2371

କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ । ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ମିଳିଛି ନୋବେଲ । ଏନେଇ ରୟାଲ ସୁଇଡିସ ଏକାଡେମି ପକ୍ଷରୁ କ୍ଷୋଷଣା ହୋଇଛି । ମହିଳାଙ୍କ ରୋଜଗାର ଓ ଶ୍ରମ ବଜାରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗବେଷଣା କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ କ୍ଲାଉଡିଆ । ଶ୍ରମଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କରେ ସେ ଗବେଷଣା କରିଛନ୍ତି । ଶ୍ରମବଜାରରେ ଲିଙ୍ଗଗତ ପ୍ରଭେଦ ବାରିବା କ୍ଷେତ୍ରରେ ସେ ଗବେଷଣା କରିଥିଲେ ।

ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ଦେବା ନେଇ ନିଷ୍ପତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଅର୍ଥନୀତି ବିଜ୍ଞାନରେ ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର ଆଲଫ୍ରେଡ ନବୋଲଙ୍କ ସ୍ମୃତିରେ ଦିଆଯାଇଥାଏ । ସୂଚନାଥାଉକି, ଆଲଫ୍ରେଡ ନବୋଲ ନିଜ ଇଚ୍ଛାପତ୍ରରେ ଅର୍ଥନୀତି ବିଜ୍ଞାନ ପୁରସ୍କାରର ଉଲ୍ଲେଖ କରିନଥିଲେ । ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ୧୯୬୮ରେ ପୁରସ୍କାରର ସ୍ଥାପନା କରିଥିଲେ ଏବଂ ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେଜ ୧୯୬୯ରେ ଆରମ୍ଭ ହେବାକୁ ଥିବା ଅର୍ଥନୀତି ବିଜ୍ଞାନରେ ପୁରସ୍କାର ବିଜେତାଙ୍କ ଚୟନ କାର୍ଯ୍ୟ ଦିଆଯାଇଥିଲା ।

ସିକ୍କିମ ବନ୍ୟା ବିଭୀଷିକାର ଆସୁଛି ନୂଆ ଚିତ୍ର, ଏବେବି ୧୦୫ ନିଖୋଜ

0

ଗ୍ୟାଙ୍ଗଟକ: ସିକ୍କିମରେ ବନ୍ୟା ବିଭୀଷିକାର ଆସୁଛି ନୂଆ ନୂଆ ଚିତ୍ର । ବର୍ତ୍ତମାନ ସୁଦ୍ଧା ସିକ୍କିମ ବନ୍ୟାରେ ୩୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହ ମଧ୍ୟରେ ୯ ଜଣ ସେନା ଯବାନ ରହିଛନ୍ତି । ଏବେବି ୧୦୫ ଜଣ ନିଖୋଜ ଥିବା ଜଣାପଡିଛି । ସିକ୍କିମର ପାକୟୋଙ୍ଗ ଜିଲ୍ଲାରେ ୬୩ ନିଖୋଜ ଥିବାବେଳେ, ଗାଙ୍ଗଟକରେ ୨୦, ମଙ୍ଗନ ଜିଲ୍ଲାରେ ନିଖୋଜଙ୍କ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ ।

ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ । ପଶ୍ଚିମବଂଗ ଜଲପାଇଗୁଡି ଜିଲ୍ଲାରୁ ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରୁ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେସୁଦ୍ଧା ବିଭିନ୍ନ ସ୍ଥାନରୁ ୨୬ଶହ ୫୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତଥାପି ୬ ଜଣ ନାମଚି ଜିଲ୍ଲାରେ ନିଖୋଜ ଅଛନ୍ତି । ସ୍ବତନ୍ତ୍ର ରାଡାର ଓ ଡ୍ରୋନ ସହାୟତାରେ ନିଖୋଜଙ୍କୁ ଠାବ କରିବାକୁ ଅପରେସନ ଚାଲିଛି ।

ରାଜଧାନୀ ଗାଙ୍ଗଟକରୁ ମଙ୍ଗନ ଜିଲ୍ଲାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସିକ୍କିମରେ ୬୨ ହଜାରରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ସହାୟତା ଲାଗି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ୬ଶହରୁ ୭ଶହ ଜଣଙ୍କୁ ରଖାଯାଇଛି । ସିକ୍କିମ ବନ୍ୟାରେ ୧୬୫୫ଟି ଘର କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ୧୪ ବ୍ରିଜ ଭାଂଗିଯାଇଛି ।

ପାର୍ବଣ ପୂର୍ବରୁ ଟ୍ରାଫିକ ନିୟମ ଭାଙ୍ଗି ୨୨୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର: ଆସୁଛି ଦଶହରା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର। ପାର୍ବଣ ଋତୁକୁ ଆଖିରେ ରଖି ଭୁବନେଶ୍ବରରେ ୨ ଦିନ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ ।

ମୋଟ ୨୨୦ ଜଣ ଚାଳକ ଟ୍ରାଫିକ୍‌ ନିୟମ ଭାଙ୍ଗିଥିବାରୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ । ବିଶେଷ କରି ପୂଜା ସମୟରେ ମଦ୍ୟପ ଡ୍ରାଇଭର ଓ ରଙ୍ଗ ସାଇଡ ଡ୍ରାଇଭ୍ କରୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ଟ୍ରାଫିକ।

ପୂଜା ସମୟରେ ରାତି ଦିନ ସବୁବେଳେ ରାଜରାସ୍ତାରେ ଚଢାଉ ହେବାସହ ରାଜଧାନିବାସୀ ଟ୍ରାଫିକ ନିୟମ ମାନିବାକୁ ଅପିଲ କରିଛନ୍ତି ଟ୍ରାଫିକ ଏସିପି । କିଛିଦିନ ତଳେ ବିକଟାଳ ସାଉଣ୍ଡ କରୁଥିବା ବୁଲେଟ ସାଇଲେନ୍ସର କୁ ମଧ୍ୟ ଜବତ କରିଥିଲା ପୋଲିସ । ତେବେ ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ ।

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଖସୁଛି ଭାରତୀୟ ସେୟାର ବଜାର

ମୁମ୍ବାଇ: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ କଞ୍ଚା ତେଲ ଦର ୪ ପ୍ରତିଶତରୁ ଅଧିକ ଦର ବୃଦ୍ଧି ହୋଇଛି  । ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡର ସେୟାର ୨.୩୫% ପର୍ଯ୍ୟନ୍ତ ଖସିଯାଇଛି  । କୋରୋନା ମହାମାରୀ ଓ ଋଷ ୟୁକ୍ରେନ ସଂଘର୍ଷ ପରେ ଏବେ ଇସ୍ରାଏଲ ଓ ପାଲେଷ୍ଟାଇନ ଗ୍ରୁପ ହମାସ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ ପ୍ରଭାବିତ ହୋଇଛି  । ଭାରତ ସମେତ ସମଗ୍ର ଦୁନିଆର ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି  । ଇସ୍ରାଏଲ ସେୟାର ମାର୍କେଟ ପ୍ରଥମେ ବୁଡିବା ପରେ ଏବେ ଭାରତୀୟ ସେୟାର ବଜାର ଇଣ୍ଡେକ୍ସ ପାଖାପାଖି ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି  ।

ସକାଳ ୯ଟା ସୁଦ୍ଧା ୪୫୨ ଅଙ୍କ ଖସି ୬୫,୫୨୫.୬୫ ସ୍ତରରେ ପହଞ୍ଚିଛି  । ମାର୍କେଟ ଖୋଲିବା ପୂର୍ବରୁ ସେନସେକ୍ସ ୭୦୨.୮୬ ଅଙ୍କ ସହ ଟ୍ରେଣ୍ଡ କରୁଛି  । ସୋମବାର ଷ୍ଟକ ମାର୍କେଟରେ ଅଙ୍କ ଖସିବା ଯୋଗୁଁ ଏହାର ପ୍ରଭାବ BSEର ଜଣାଶୁଣା କମ୍ପାନୀ ଉପରେ ପଡିଛି  । ଶୁକ୍ରବାର ୩୨୦ ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ୩୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି  । ବିଏସଇର ଜଣାଶୁଣା କମ୍ପାନୀର ସେୟାରରେ ନିବେଶ କରିଥିବା ନିବେଶକଙ୍କ ୪ ଲକ୍ଷ କୋଟି ସମ୍ପତ୍ତି ଗୋଟିଏ ଝଟକାରେ ସ୍ବାହା ହୋଇଯାଇଛି  ।

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ସର୍ବାଧିକ ପ୍ରଭାବ କଞ୍ଚାତେଲରେ ପଡିଛି  । ସୋମବାର କାରବାର ଆରମ୍ଭରୁ ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡ ସେୟାର ୨.୩୫% ରୁ ଖସି ୩୩୯.୦୫ ଟଙ୍କା ସ୍ତରରେ ପହଞ୍ଚି ଟ୍ରେଣ୍ଡ କରୁଛି  । ଏହା ଛଡା ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ ୩.୪୭ ପ୍ରତିଶତ, ସୁଜଲନର ସେୟାର ୩.୯୫ ପ୍ରତିଶତକୁ ଖସିଛି  । ଆଦାନୀ ପୋର୍ଟର ସେୟାର ବି ୨.୯୨ ପ୍ରତିଶତକୁ ଖସି ୮୦୬.୫୦ ଟଙ୍କାରେ ପହଞ୍ଚିଛି  । ସେହିପରି ଏସବିଆଇ ଷ୍ଟକ ୧.୪୧ ପ୍ରତିଶତକୁ ହ୍ରାସ ପାଇ ୫୮୫.୯୦ ଟଙ୍କାରେ କାରବାର କରୁଛି  ।

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା, ଛତିଶଗଡରେ ୨ଟି ପର୍ଯ୍ୟାୟରେ ମତଦାନ

ନୂଆଦିଲ୍ଲୀ: ୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ପାଇଁ ତାରିଖ ଘୋଷଣା ହୋଇଛି । ଛତିଶଗଡ଼ରେ ହେବ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ  ।

ଅନ୍ୟ ୪ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ । ମିଜୋରାମରେ ଆସନ୍ତା ନଭେମ୍ବର ୭ ତାରଖରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଆସନ୍ତା ନଭେମ୍ବର ୭ ଓ ୧୭ ତାରିଖରେ ଭୋଟଗ୍ରହଣ ହେବ । ମଧ୍ୟପ୍ରଦେଶରେ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବ ଭୋଟ । ଆସନ୍ତା ନଭେମ୍ବର ୨୩ ତାରିଖରେ ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରି ତେଲଙ୍ଗାନାରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ଡିସେମ୍ବର ୩ ତାରିଖରେ ଏହି ସମସ୍ତ ରାଜ୍ୟରେ ହୋଇଥିବା ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।

ପ୍ରେସମିଟ କରି ୫ ରାଜ୍ୟ ଲାଗି ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର । ଚଳିତ ଥର ୮କୋଟି ୨୦ ଲକ୍ଷରୁ ଅଧିକ ପୁରୁଷ ଭୋଟର ଏହି ଭୋଟରେ ସାମିଲ ହେବେ । ପ୍ରଥମ ଥର ଲାଗି ୬୦ଲକ୍ଷରୁ ଅଧିକ  ଭୋଟର ଭୋଟ୍ ଦେବେ । ୭ କୋଟିରୁ ଅଧିକ ମହିଳା ଭୋଟର କରିବେ ମତଦାନ । ୫ ରାଜ୍ୟର ୬୭୯ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ୧ ଲକ୍ଷ ୭୭ ହଜାର ପୋଲିଂ ବୁଥ କରାଯିବ । ୧ ଲକ୍ଷରୁ ଅଧିକ ବୁଥରେ ଭୋଟ ସମୟରେ ଓ୍ବେବକାଷ୍ଟିଂ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ  ।

ସବୁ ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା, ଗଣଶିକ୍ଷା ବିଭାଗ ଦେଇଥିଲା ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ରାଜ୍ୟରେ ସବୁ ସ୍କୁଲରେ ପିଲାଙ୍କୁ ପଢ଼ାଯାଉଛି ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ଭାରତୀୟ ହକିର ବିଜୟ ଗାଥା ପଢିଛନ୍ତି ଛାତ୍ରଛାତ୍ରୀ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତି ଗୌରବ ଆଣିଛି । ଛାତ୍ରଛାତ୍ରୀଙ୍କୁ ହକିର ବିଜୟ ଗାଥା ସମ୍ପର୍କରେ ପଛାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲା ଗଣଶିକ୍ଷା ବିଭାଗ ।

ଏହା ସହ ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଛା ବାର୍ତ୍ତା ମଧ୍ୟ ଦେଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ, ଓସେପା ପକ୍ଷରୁ ଦୁଇ ପୃଷ୍ଠା ହକି ଗାଥା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦିଆଯାଇଛି । ଯାହାକୁ ପ୍ରାର୍ଥନା ସଭାରେ ପାଠ କରାଯିବା ସହ ଏହାର ଏହାର ଫଟୋ ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସିଆ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଜୟୀ ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଥିଲେ । ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଏକାଧିକ ଅଲିମ୍ପିଆନ ଓଡ଼ିଶାରୁ ସୃଷ୍ଟି ହୋଇଛନ୍ତି । ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ସହ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା କରି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଉଛି । ସୁନ୍ଦରଗଡ଼ରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।

ଦୁଇଦୁଇ ଥର ବିଶ୍ବକପ ଆୟୋଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବାକୁ ସ୍କୁଲ ସ୍ତରରେ କ୍ରୀଡ଼ାକୁ ଗୁରୁତ୍ବ ଦିଆଯାଇଛି । ରୂପାନ୍ତରିତ ସ୍କୁଲରେ କ୍ରୀଡାକୁ ଫୋକସରେ ରଖାଯାଇଛି । ହକିକୁ ଲୋକପ୍ରିୟ କରିବାକୁ ସରକାରୀ ବିଦ୍ୟାଳୟରେ ମୋ ସ୍କୁଲ ହକି କ୍ଲବ କାର୍ଯ୍ୟ କରୁଛି । ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ କରିବାକୁ ଏହି କ୍ଲବ ପ୍ରମୁଖ ଭୂମିକା ନିଭାଉଛି । ରାଜ୍ୟ ସରକାରଙ୍କ ହକି ରୂପାନ୍ତରିକରଣ ପ୍ରଭାବରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଆଗକୁ ଆସୁଛନ୍ତି ।

ଗୋଟିଏ ଝିଅକୁ ପ୍ରେମ କରୁଥିବାରୁ ଜିଆରଏସଙ୍କୁ ହତ୍ୟା କଲା ହତ୍ୟାକାରୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଉସ୍ତାପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ସୁଶୀଲ କୁମାର ମହାନ୍ତି ହତ୍ୟା ମାମଲା । ପ୍ରେମକୁ କେନ୍ଦ୍ରକରି ଘଟିଥିଲା ନିର୍ମମ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ମନୋଜ ଓ ସୁଶୀଲ ଉଭୟ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ ।

ମନୋଜ ଏନେଇ ସୁଶୀଲକୁ ୨ମାସ ତଳେ ତାଗିଦ କରିଥିଲେ । ଗତ ୪ ତାରିଖରେ ମନୋଜ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ସେହି ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ । ପରେ ଉତ୍ୟକ୍ତ ହୋଇ ସୁଶୀଲଙ୍କ ସହିତ ଗଣ୍ଡଗୋଳ କରିଥିଲେ ମନୋଜ । ସେଠାରୁ ଉଭୟ ଆସି ଗାଁ ନିକଟରେ ଧସ୍ତାଧସ୍ତି ହୋଇଥିଲେ ।

ପରେ କଟୁରୀରେ ସୁଶୀଲଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ମନୋଜ । ସ୍ବତନ୍ତ୍ର ଟିମ୍ ଗଠନ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି । ହତ୍ୟାରେ ବ୍ୟବହୃତ କଟୁରୀ ଜବତ କରାଯିବା ସହ ରକ୍ତଭିଜା ସାର୍ଟ ଜବତ ହୋଇଛି ।

ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ, କେରଳ ମହିଳା ଗାଜାରେ ଆହତ

ଜେରୁଜେଲମ: ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଇସ୍ରାଏଲରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ର ଏବଂ ନାଗରିକ । ସେମାନଙ୍କୁ ଉଦ୍ଧାର ଲାଗି ବୈଦେଶିକ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜରୁରିକାଳୀନ ପରିସ୍ଥିତିରେ ସିଧାସଳଖ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଭାରତୀୟଙ୍କୁ ଇସ୍ରାଏଲରୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପିଏମଓ କାର୍ଯ୍ୟାଳୟ ଭାରତୀୟଙ୍କ ଉଦ୍ଧାର ନେଇ କାର୍ଯ୍ୟର ତଦାରଖ କରୁଛନ୍ତି । ଭାରତୀୟ ଛାତ୍ରଙ୍କୁ ଇସ୍ରାଏଲରୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖରାଜ ।

ସେପଟେ ଇସ୍ରାଏଲର ଗାଜା ଆକ୍ରମଣରେ କେରଳର ଶିଜା ଆନନ୍ଦ ନାମକ ମହିଳା ଆହତ ହୋଇଥିବା ଜଣାପଡିଛି । ଇସ୍ରାଏଲର ଆସ୍କାଲନରେ ସେ ଜଣେ ବରିଷ୍ଠ ନାଗରିକଙ୍କ ସେବିକା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା କୋଜିକୋଡରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି୍ ।

ଉଲଗ୍ନ ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣାରେ ନୂଆମୋଡ଼, ଦୁଷ୍କର୍ମ ନୁହେଁ ମାନସିକ ଭାରସାମ୍ୟ ହରାଇଛନ୍ତି

0

ରାଉରକେଲା: ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଦୁଇ ମହିଳାଙ୍କୁ ଉଦ୍ଧାର ଘଟଣାରେ ନୂଆମୋଡ଼ । ଦୁଷ୍କର୍ମ ନୁହେଁ, ମାନସିକ ଭାରସାମ୍ୟ ହରାଇ ଉଭୟ ଘରୁ ପଳାଇ ଆସିଥିବା ମହିଳାଙ୍କ ପରିବାର ଲୋକ କହିଛନ୍ତି । ସେମାନଙ୍କ ଘର ଝାଡ଼ଖଣ୍ଡ ନୁହେଁ, ଛତିଶଡ଼ରେ ବୋଲି ସୁନ୍ଦରଗଡ଼ ପୋଲିସ ସୂଚନା ଦେଇଛି । ପରିବାର ଲୋକ ଚିହ୍ନଟ କରିବା ପରେ ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ ଭଉଣୀ ଓ ଝିଅଙ୍କର ବୟାନ ରେକର୍ଡ କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଦୁଇ ମହିଳାଙ୍କ ଘର ଛତିଶଗଡ଼ ତୁମଲା ଥାନା ଖାରିବହାଲ ଗାଁରେ । ସ୍ବାମୀଙ୍କ ମୃତ୍ୟୁ ପରେ ମାଆ-ଝିଅ ମାନସିକ ଭାରସାମ୍ୟ ହରାଇବସିଛନ୍ତି । ୮ ବର୍ଷ ହେଲା ସେମାନଙ୍କ ମାନସିକ ଅବସ୍ଥା ଭଲ ନାହିଁ । ୪ ଦିନ ତଳେ ଉଭୟ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ସୁନ୍ଦରଗଡ଼ରୁ ଉଭୟଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମାନସିକ ଅବସ୍ଥା ଠିକ ନଥିବାବେଳେ ଦିଅର ଦୁଷ୍କର୍ମ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ମହିଳା ।

ଉଭୟଙ୍କ ପରିଚୟ ଚିହ୍ନଟ ପାଇଁ ସୁନ୍ଦରଗଡ଼ ପୋଲିସ ବିଭିନ୍ନ ଥାନାକୁ ସେମାନଙ୍କ ଫଟୋ ପଠାଇଥିଲା । ପରିବାର ଲୋକ ଚିହ୍ନଟ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

କିଙ୍ଗ ଖାନଙ୍କୁ ମିଳିବ Y+ ପ୍ଲସ ସୁରକ୍ଷା, ପଠାନ ପାଇଁ ମିଳିଛି ହତ୍ୟା ଧମକ

ମୁମ୍ବାଇ: ବଢିଲା କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷା । ମନ୍ନତରେ ସୁରକ୍ଷା ବ୍ୟାପକ । କିଙ୍ଗ ଖାନଙ୍କୁ ମିଳିବ Y+ ପ୍ଲସ ସୁରକ୍ଷା । ପଠାନ ଓ ଜଓ୍ବାନ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରିଥିଲେ ।

ସୋସିଆଲ ମିଡିଆରେ ଶାହରୁଖଙ୍କୁ ଆସୁଥିଲା ହତ୍ୟା ଧମକ। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଶାହରୁଖଙ୍କ ଅପକମିଂ ଫିଲ୍ମ ଡଙ୍କି ରିଲିଜ୍ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହୀରାନି ।