ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ, ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

1 min read

ଭୁବନେଶ୍ବର: ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ । ସିଏମସି ବୈଠକରେ ପ୍ରସ୍ତାବ ନେଇ ଆଲୋଚନା । ସିଏନବିଟି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି । ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । କଟକ ମେୟରଙ୍କ ଉପସ୍ଥିତିରେ ମେଟ୍ରୋ ଟ୍ରେନ ନେଇ ହୋଇଛି ସବିଶେଷ ଆଲୋଚନା । ଭୁବନେଶ୍ବରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ରାଜ୍ଯ ସରକାରଙ୍କ ସ୍ବପ୍ନର ମେଟ୍ରୋ ଟ୍ରେନ ପ୍ରକଳ୍ପ ଭବିଷ୍ୟତରେ ଗମନାଗମନ କ୍ଷେତ୍ରରେ ଲାଇଫଲାଇନ ପାଲଟିବ । ନୂଆବର୍ଷ ଆରମ୍ଭରୁ ମୁଖ୍ଯମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ତେବେ କାଠଯୋଡ଼ି ଉପରେ ଏକ ବ୍ରିଜ କରି ଏହାକୁ କଟକ ଭିତରକୁ ଆଣିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

କାଠଯୋଡ଼ି ଉପରେ ଆଉ ଏକ ନୂଆ ବ୍ରିଜ ପାଇଁ ସରକାର ଅନୁମୋଦନ ଦେଇ ସାରିଛନ୍ତି । 216 କୋଟି ଟଙ୍କାରେ ହେବାକୁ ଥିବା ଏହି ବ୍ରିଜକୁ ଗୋଦାବରୀ ନଦୀ ଉପରେ ହୋଇଥିବା ବ୍ରିଜ ଭଳି କଲେ ଏଥିରେ ଟ୍ରେନ ଓ ଗାଡି ଉପର-ତଳ ହୋଇ ଯାଇ ପାରିବ । ତେଣୁ ଖୁବଶୀଘ୍ର ଏକ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ ବୋଲି ବରିଷ୍ଠ କର୍ପୋରେଟ କହିଛନ୍ତି ।

ରାଜ୍ଯ ସରକାରଙ୍କ ଶୁଭଦୃଷ୍ଟି କଟକ ସହର ଉପରେ କିଛିବର୍ଷ ହେବ ପଡିଥିବାରୁ ବଡ ବଡ ପ୍ରକଳ୍ପ କାମ ଚାଲିଛି । ତେଣୁ ଏଭଳି ପରିସ୍ଥିତିରେ ମେଟ୍ରୋ ଟ୍ରେନର ସଂପ୍ରସାରଣ ନେଇ ସମସ୍ତେ ଆଶା ରଖିଛନ୍ତି