ନୂଆ ବର୍ଷରେ ରିଲିଜ ହେବ ଓଡ଼ିଆ ଫିଲ୍ମ ’ ସମୟ କହିବ କିଏ କାହାର’?

ଭୁବନେଶ୍ବର: ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ସମୟ କହିବ କିଏ କାହାର । ଏହାପୂର୍ବରୁ ସିନେମାର ଅଡିଓ ରିଲିଜ୍ ହୋଇଯାଇଛି । ଅନନ୍ୟା ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହେଉଥିବାବେଳେ ଏହାର ପ୍ରଯୋଜକ ରହିଛନ୍ତି ରମେଶ ସିଂ । ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ ହାସ୍ୟ ଅଭିନେତା ବ୍ରଜ ସିଂ । ସିନେମାରେ ଅମ୍ଳାନ ଓ ଓମଙ୍କାର ଅଧିନାୟକ ଭୁମିକାରେ ରହିଥିବାବେଳେ ତୃପ୍ତି ଓ ସୋନମ ଅଭିନେତ୍ରୀ ଅଛନ୍ତି । ଦେବୁ ବ୍ରହ୍ମା,ପ୍ରଜ୍ଞା,ଅନବିନ୍ଦଙ୍କ ଭଳି ଅନେକ ହାସ୍ୟ ଅଭିନେତାଙ୍କ କମେଡି ଦର୍ଶକ ଉପଭୋଗ କରିପାରିବେ । ଜାନୁଆରୀ ପାଞ୍ଚ ତାରିଖରେ ଓଡ଼ିଶାର ସମସ୍ତ ହଲରେ ସିନେମା ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛି ।