ଦକ୍ଷିଣଆଫ୍ରିକାରେ କୋହଲିଙ୍କ କୁନି ଫ୍ୟାନ, ଭାଇରାଲ ହେଉଛି ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ତେବେ ଏହି ସମୟରେ ବିରାଟଙ୍କ କୁନି ଫ୍ୟାନଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ, କମେଣ୍ଟ କରିବା ସହ ସେୟାର କରୁଛନ୍ତି । କୁନି ପ୍ରଶଂସକ ଜଣକ କୋହଲିଙ୍କ ପାଖକୁ ଆସିଥିବାବେଳେ ଅଟୋଗ୍ରାଫ ନେଇଛନ୍ତି । ଏହାପରେ ସେ ଏକ ଫଟୋ ମଧ୍ୟ ଉଠାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କୁନି ଫ୍ୟାନ ଦକ୍ଷିଣ ଆଫ୍ରିକାର ହୋଇଥିଲେ ସୁଦ୍ଧା ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ପ୍ରଶଂସକ । ଏଣୁ ଆରସିବି ଟିସାର୍ଟରେ ଅଟୋଗ୍ରାଫ ନେଇଛନ୍ତି । ବେଶ ଖୁସିର ସହ କୋହଲିଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।

ବିଶ୍ବକପରେ କୋହଲି ମଇଦାନକୁ ଓହ୍ଲାଇଛନ୍ତି । ବିଶ୍ବକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜରେ କୋହଲି ଖେଳିନଥିବାବେଳେ ଟେଷ୍ଟରେ ଖେଳିଛନ୍ତି । ପ୍ରଥମ ପାଳିରେ ୩୮ ରନ କରିଛନ୍ତି କୋହଲି । ତେବେ ବିରାଟ ଦ୍ବିତୀୟ ପାଳିରେ କମାଲ କରିବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଦ୍ବିତୀୟ ଦିନର ଖେଳ ଶେଷସୁଦ୍ଧା ଭାରତକୁ ୧୧ ରନର ଲିଡ୍ ଦେଇଛି ଦକ୍ଷିଣଆଫ୍ରିକା । ତେବେ ୫ ଓ୍ବିକେଟ ହରାଇ ଦକ୍ଷିଣଆଫ୍ରିକା ଖେଳୁଥିବାବେଳେ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବ ନିଶ୍ଚୟ ।