spot_img
Home Blog Page 2365

ଆଜି ଚିଲିକାରେ ଆରମ୍ଭ ପକ୍ଷୀ ଗଣନା, ୨୧ଟି ଟିମ୍‌ ନିୟୋଜିତ

ଖୋର୍ଦ୍ଧା: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା  । ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ହେବ ପକ୍ଷୀ ଗଣନା ।୨୧ ଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ସେଥିରୁ ୧୧ଟି ଟିମ ଟାଙ୍ଗୀ ରେଞ୍ଜ ରେ ଗଣନା କାର୍ଯ୍ୟ ରେ ସାମିଲ ହୋଇଛନ୍ତି ।

ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ରହିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।
ଏହି ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହୋଇଛନ୍ତି  ।

ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା

ଟାଙ୍ଗୀ: ଗୁରୁବାର ଚିଲିକାରେ ପକ୍ଷୀ ଗଣନା କରାଯିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ବ୍ୟବହାର କରାଯିବ। ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ଓ୍ବାଇଲଡ ଓଡ଼ିଶା ଏବଂ ଓ୍ବାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୩ଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସାମିଲ ହୋଇଛନ୍ତି l ଗତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ଓ  ନଳବଣରେ ସର୍ବାଧିକ 3 ଲକ୍ଷ 42 ହଜାର ପକ୍ଷୀ ଥିଲେ । ସର୍ବନିମ୍ନ 2 ଟି ପକ୍ଷୀ ଲଭର ଲପଡିଙ୍ଗ ଦେଖା ଯାଇଥିଲା ।

ସମ୍ବଲପୁରରେ ଉତ୍ତେଜନା, ଘଉଡ଼ାଉଛି ପୋଲିସ

ସମ୍ବଲପୁର: ଛାତ୍ରଙ୍କ ଉପରେ ଚଢିଗଲା ବସ । ଘଟଣା ସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ । ସମ୍ବଲପୁରର ବାଲିବନ୍ଧା ଫେଜର କ୍ଲବ ପାଖରେ  ଘଟିଛି ଅଘଟଣ । ପୋଲିସର ମୃଦୁ ଲାଠିଚାଳନା । ଏକ ଘରୋଇ ଟୁରିଷ୍ଟ ବସ ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢି ଯାଇଥିଲା । ଏନଏଚ ବଦଳରେ ଟାଉନ ଭିତର ଦେଇ ବସଟି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ସ୍ଥାନୀୟ  ଅଂଚଳର ରୋନକ ନାଏକ l ଘଟଣା ସ୍ଥଳରୁ ବସକୁ ନେଇ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକ ଅଟକ ରଖିଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି l ସଦର ଏସଡିପିଓ ଏବଂ ଅତିରିକ୍ତ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି l

ପେନସନ୍ ପାଇଁ ଆସିଲା ନୂଆ ନିୟମ, ସ୍ତ୍ରୀଙ୍କ ବଦଳରେ..

ନନ୍ଦିଘୋଷ ବ୍ୟୁରୋ: ମହିଳା କର୍ମଚାରୀମାନେ ଚାହିଁଲେ ସ୍ବାମୀଙ୍କ ବଦଳରେ ନିଜ ପିଲାମାନଙ୍କୁ ପେନ୍‌ସନ୍‌ ଲାଗି ମନୋନୀତ କରିପାରବେ। କେନ୍ଦ୍ର ପେନ୍‌ସନ୍ ଓ ପେନ୍‌ସନ୍‌ଭୋଗୀ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି। କୌଣସି ପରିସ୍ଥିତିରେ ବିବାହ ବିଚ୍ଛେଦ ଭଳି ଘଟଣା ଘଟିଲେ ସ୍ବାମୀ ଓ ସ୍ତ୍ରୀଙ୍କୁ ଅଲଗା ହେବାକୁ ପଡ଼ିଥାଏ। ସେଭଳି ପରିସ୍ଥିତିରେ ମହିଳା କର୍ମଚାରୀମାନେ ନିଜ ପେନ୍‌ସନ୍ ଲାଗି ପିଲାଙ୍କୁ ମନୋନୀତ କରିପାରିବେ। ବିଭାଗ ପକ୍ଷରୁ କୁହାଯାଇଛି ଯେ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ସମୟରେ ମହିଳା କର୍ମଚାରୀମାନେ ପେନ୍‌ସନ୍ ଲାଗି ପିଲାମାନଙ୍କୁ ମନୋନୀତ କରିପାରିବେ। ପେନ୍‌ସନ୍‌ଭୋଗୀଙ୍କ ଦେହାନ୍ତ ହେଲେ ତାଙ୍କ ପିଲାମାନେ ପେନ୍‌ସନ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସାଧାରଣରେ ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ସହଧର୍ମିଣୀ ପରିବାର ପେନ୍‌ସନ୍‌ ପାଇବାକୁ ପ୍ରଥମେ ଯୋଗ୍ୟ ବିବେଚିତ ହୁଅନ୍ତି। କିନ୍ତୁ ମହିଳା କର୍ମଚାରୀମାନେ ଚାହିଲେ ଲିଖିତ ଆକାରରେ ପିଲାଙ୍କୁ ମନୋନୀତ କରିବା ଲାଗି ଆବେଦନ କରିପାରିବେ।

ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢିଗଲା ବସ

ସମ୍ବଲପୁର: ଛାତ୍ରଙ୍କ ଉପରେ ଚଢିଗଲା ବସ । ଘଟଣା ସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ । ସମ୍ବଲପୁରର ବାଲିବନ୍ଧା ଫେଜର କ୍ଲବ ପାଖରେ ଘଟିଛି ଅଘଟଣ । ଏକ ଘରୋଇ ଟୁରିଷ୍ଟ ବସ ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢି ଯାଇଥିଲା । ଏନଏଚ ବଦଳରେ ଟାଉନ ଭିତର ଦେଇ ବସଟି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ସ୍ଥାନୀୟ  ଅଂଚଳର ରୋନକ ନାଏକ l ଘଟଣା ସ୍ଥଳରୁ ବସକୁ ନେଇ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକ ଅଟକ ରଖିଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି l ସଦର ଏସଡିପିଓ ଏବଂ ଅତିରିକ୍ତ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି l

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍

ନୟାଗଡ଼: ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା  ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା । ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓୟୁଏଟିକୁ ଦିଆଯାଇଥିଲା ।

ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଯାଇଥିଲା  । ଆଜି ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା l ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ବାଦ ମଧ୍ୟ ଭାରୀ ନିଆରା l  ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗାଁରେ ଏହି ଚାଷ କରାଯାଉଛି  ।

ଆତଙ୍କବାଦୀଙ୍କ ଆକ୍ରମଣରେ ଥରିଲା ଇରାନ୍, ୭୦ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ଆକ୍ରମଣରେ ଥରିଲା ଇରାନ୍ । ଦୁଇଟି ବୋମା ବିସ୍ପୋରଣରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । କାସୀମ ସୋଲେମାନିର ସ୍ମୃତି ସଭାରେ ଯୋଗ ଦେଇଥିଲେ ଶହ ଶହ ଲୋକେ । ୨୦୨୦ରେ ଡ୍ରୋନ ଆକ୍ରମଣରେ କାସୀମକୁ ଆମେରିକା ହତ୍ୟା କରିଥିଲା । କାସୀମ ସୋଲେମାନୀ ଆମେରିକା ବିରୋଧରେ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ହତ୍ୟା କରାଯାଇଥିଲା ।

ରାଜ୍ୟ କଂଗ୍ରେସକୁ ଘାରିଛି ଦଳୀୟ ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର: ୨୦୨୪ ପାଇଁ ରାଜ୍ୟ କଂଗ୍ରେସକୁ ଘାରିଛି ଦଳୀୟ ପ୍ରାର୍ଥୀ ଚିନ୍ତା । ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ରଣନୀତି ସେତେ ଅସ୍ପଷ୍ଟତା ଆଡ଼କୁ ଯାଉଛି । ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ପିସିସି ସଭାପତି ବି ନିର୍ବାଚନ କେଉଁଠୁ ଲଢିବେ ତାହା ଜାଣିନାହାନ୍ତି । ଦଳର ବରିଷ୍ଠ ନେତାମାନେ ଲଢେଇ ପୂର୍ବରୁ ମଇଦାନ ଛାଡ଼ିବା ନିଷ୍ପତ୍ତି ନେଇ ପୁଅମାନଙ୍କୁ ଉତ୍ତରାଧିକାରୀ ଭାବେ ପ୍ରୋଜେକ୍ଟ କରିଛନ୍ତି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପରିବାର ରାଜନୀତିରେ ଛନ୍ଦି ହୋଇ ଦଳୀୟ ଟିକେଟରେ ପୁଅକୁ ଲଢାଇବେ କି ନାହିଁ ସେଇ ଚିନ୍ତାରେ ଘାରି ହେଉଛନ୍ତି । ୨୦୧୯ରେ ଦଳୀୟ ଟିକେଟ ପାଇଥିବା ଅଧା ପ୍ରାର୍ଥୀଙ୍କୁ ୨୪ରେ ରିପିଟ କରିବାକୁ କିନ୍ତୁ ପିସିସି ନିଷ୍ପତି ନେଇଛି ।

ପାଖଉଛି ନିର୍ବାଚନ, ବଢୁଛି ଟେନସନ । ନିର୍ବାଚନୀ ପ୍ରସ୍ତୁତିରେ କଂଗ୍ରେସର ସବୁଠି ଅସ୍ପଷ୍ଟ ଚିତ୍ର । ମଙ୍ଗୁଆଳ ଶରତଙ୍କ ନାହିଁ ନିର୍ବାଚନ ମଣ୍ଡଳୀ । ସୁରଙ୍କୁ ଘାରିଛି ପରିବାର ରାଜନୀତି ଘଣ୍ଟାଚକଟା । ୬୯ ଆସନରେ ପ୍ରାର୍ଥୀ ରିପିଟ ପାଇଁ କସରତ । ୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ରାଜ୍ୟ କଂଗ୍ରେସକୁ ଘାରିଛି ପ୍ରାର୍ଥୀ ଚିନ୍ତା । ଦଳର ହେଭିଓ୍ବେଟ ନେତା ବି ଜାଣିନାହାନ୍ତି କଣ ହେବ ସେମାନଙ୍କ ଭାଗ୍ୟ । ୯ରୁ ୯୦ ମିଶନ ସ୍ଲୋଗାନ ଦେଉଥିବା ପିସିସି ସଭାପତି ଜାଣିନାହାନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି । ଦଳ ତାଙ୍କୁ ଯେଉଁଠି ଟିକେଟ ଦେବ ସେଠାରୁ ନିର୍ବାଚନ ଲଢିବେ ବୋଲି ପିସିସି ସଭାପତି କହିଛନ୍ତି । ୨୦୧୯ ନିର୍ବାଚନରେ କମ ବ୍ୟବଧାନରେ ହାରିଥିବା ୬୯ ଜଣ ପ୍ରାର୍ଥୀଙ୍କୁ ଦଳ ପୁଣିଥରେ ଟିକେଟ ଦେବାକୁ ଅଙ୍କ କଷୁଛି । ଏପରି ସ୍ଥିତିରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ଓଡ଼ିଶାରେ କେଉଁଠି ହେବ ସେ ଚିନ୍ତା ମଧ୍ୟ ପିସିସିକୁ ଘାରିଛି । ଦଳକୁ ଏକଜୁଟ କରି ନିର୍ବାଚନ ପାଇଁ ଯାହା ପରିବର୍ତ୍ତନ ଆବଶ୍ୟକ ତାହା ଉପରେ ହାଇକମାଣ୍ଡ ଗୁରୁତ୍ବ ଦେଉଛନ୍ତି ବୋଲି ଦଳର ବରିଷ୍ଠ ନେତା କହିଛନ୍ତି  ।

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପରିବାର ରାଜନୀତିରେ ଘାଣ୍ଟି ହେଉଛନ୍ତି । ଦୁଇ ପୁଅକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଥିବା ସୁର କିନ୍ତୁ ଦଳୀୟ ଟିକେଟରେ ପୁଅଙ୍କୁ ମଇଦାନକୁ ଓହ୍ଲାଇବେ କି ନାହିଁ ଦ୍ବନ୍ଦରେ ପଡ଼ିଛନ୍ତି । ସାନପୁଅ କଂଗ୍ରେସ ଟିକେଟରୁ ନଲଢିବା ପାଇଁ ସଫାସଫା କହିଥିବା ବେଳେ ପୁଅ କେଉଁ ଦଳରୁ ଲଢିବ ତାହା ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ସୁର କହିଛନ୍ତି । ଏପରି ସ୍ଥିତିରେ ଚବିଶ ନିର୍ବାଚନରେ କଂଗ୍ରେସର କିଛି ସମ୍ଭାବନା ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ସଂଗଠନ ତୃଣମୂଳ ସ୍ତରରେ ଧ୍ବସ୍ତବିଧ୍ବସ୍ତ । ଏହାରି ଭିତରେ ସଂଗଠନକୁ ଚଳଚଞ୍ଚଳ  କରିବାକୁ ହାଇକମାଣ୍ଡ ଓଡ଼ିଶାରେ ନୂଆ ପ୍ରଭାରୀ ନିଯୁକ୍ତି କରିଛନ୍ତି । ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ଦଳର ଚେହେରା ସାଜିଥିବା ନେତାମାନେ ଅସ୍ପଷ୍ଟ ବୟାନ ଦେଇ ନିର୍ବାଚନ ପ୍ରସ୍ତୁତିରେ କେଁ ପୂରାଉଛନ୍ତି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢ଼ୁଛି ଅଡ଼ୁଆ

ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ସାତ ସାତ ଥର ସମନ ସତ୍ତ୍ୱେ ହେମନ୍ତ ସୋରେନ ଇଡି ସମ୍ମୁଖରେ ହାଜର ନହେବା ପରେ ତାଙ୍କର ବହୁ ସହଯୋଗୀଙ୍କ ଘରେ ପଶିଛି ଇଡି। ଏକକାଳୀନ ଝାଡଖଣ୍ଡର ୧୦ଟି ସ୍ଥାନରେ ଚଢଉ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହିବ ଗଂଜ ଜିଲ୍ଲାପାଳ ରାମ ନିବାସ, ହଜାରିବାଗ ଡିଏସପି ରାଜେନ୍ଦ୍ର ଦୁବେଙ୍କ ଘରେ ମଧ୍ୟ ଆଜି ପଶିଛି ଇଡି। ଏଥିସହ ଜିଲ୍ଲାପାଳ ରାମ ନିବାସଙ୍କ ରାଜସ୍ଥାନ ବାସଭବନରେ ମଧ୍ୟ ଚଢଉ ହେଉଥିବା ସୂଚନା ମିଳିଛି ।

ଝାଡଖଣ୍ଡରେ ବେଆଇନ୍ ଖଣି ଖନନ ନେଇ ଏହି ଚଢଉ ହେଉଛି। ସେପଟେ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାତ ସାତ ଥର ସମନ ଜାରି ପରେ ସେ ହାଜର ନ ହେବାକୁ ନେଇ ନାଲି ଆଖି ଦେଖାଇଛି ଇଡି। ଇଡି ପକ୍ଷରୁ ସୋରେନଙ୍କୁ ହାଜର ହେବାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ନିଜର ପକ୍ଷ ରଖିବା ପାଇଁ ହେମନ୍ତ ସୋରେନଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇଡି ପକ୍ଷରୁ ଚେତାଇ ଦିଆଯାଇଛି। ।

ଅପରପକ୍ଷେ ଝାଡଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଇଡି ଉଦ୍ୟମ କରୁଥିବା ହେମନ୍ତ ସୋରେନ୍ ଅଭିଯୋଗ କରିଛନ୍ତି । ସେ ତାଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେଇସାରିଛନ୍ତି । ଏହା ପରେ ବି ଇଡିର ସମନ ସମ୍ପୂର୍ଣ୍ଣ ବେଆଇନ ବୋଲି ହେମନ୍ତ ସୋରେନଙ୍କ ପକ୍ଷରୁ କୁହାଯାଇଛି ।

ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି। ଏବେ ପୁଣି ଥରେ ସପ୍ତମ ଥର ପାଇଁ ତାଙ୍କୁ ସମନ ଜାରି କରା ଯାଇଛି। ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏଥିନିମନ୍ତେ ପଥ ପରିଷ୍କାର କରିବାକୁ ଯାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ କୌଣସି କାରଣ ନ ଦର୍ଶାଇ ଗାନ୍ଦେୟ ଆସନରୁ ଇସ୍ତଫା ଦେଇ ସାରିଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ସ୍ୱୀକାର କରି ସାରିଥିବା ବେଳେ ଉକ୍ତ ଆସନରୁ ଭବିଷ୍ୟତରେ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନିମନ୍ତେ ହେମନ୍ତ ସୋରେନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ମାତ୍ର ନିଜ ପତ୍ନୀଙ୍କୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ  ଆସନରେ ବସାଇବା ଖବରକୁ ଖଣ୍ଡନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବିଜେପି ଏପରି ମିଥ୍ୟା ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ଏଥିରେ କୌଣସି ସତ୍ୟତା ନ ଥିବା ସେ ଦୃଢତାର ସହ କହିଛନ୍ତି ।

ଡେଲିଭରି ବଏଙ୍କ ଅଭିନବ ଉପାୟ, ଘୋଡା ଉପରେ ବସି କରୁଛନ୍ତି ଖାଦ୍ୟ ଡେଲିଭରି

ହାଇଦ୍ରାବାଦ: ଡେଲିଭରି ବଏଙ୍କ ଅଭିନବ ଉପାୟ । ଘୋଡା ଉପରେ ବସି କରୁଛନ୍ତି ଖାଦ୍ୟ ଡେଲିଭରି । ଗତ ତିନିଦିନ ଧରି ସାରା ଦେଶରେ ପେଟ୍ରୋଲ ଦର ବୃଦ୍ଧି ନେଇ ହିଟ ଆଣ୍ଡ ରନ ନିୟମ ଲାଗିରହିଥିବା ବେଳେ ଏହାରି ଭିତରେ ସୋସିଆଲ ମିଡିଆରେ ଗୋଟେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଜୋମାଟୋ ବଏ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି କରୁଥିବାର ଦେଖିବାକୁ ମିଳୁଛି । ଏ ଦୃଶ୍ୟ ହେଉଛି ହାଇଦ୍ରାବାଦ ଚଞ୍ଚଳଗୁଡା ଅଞ୍ଚଳର । ଯେଉଁଠାରେ ଡେଲିଭରି ବଏ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି କରୁଥିବା ନେଇ ଦେଖିବାକୁ ମିଳିଛି । ତାଙ୍କୁ ଘୋଡା ଉପରେ ବସିଥିବା ନେଇ ଜଣେ ବ୍ୟକ୍ତି ତାଙ୍କୁ ପଚାରିଥିଲେ କଣ ହେଲା ।

ତାହାର ଉତ୍ତରରେ ସେ କହିଥିଲେ ପେଟ୍ରୋଲ ପମ୍ପରେ ଦୀର୍ଘ ୩ ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ତାଙ୍କୁ ପେଟ୍ରୋଲ ମିଲିନଥିବାରୁ ସେ ବାଇକ ଥୋଇଦେଇ ଘୋଡା ଉପରେ ବସି ଖାଦ୍ୟ ଡେଲିଭରି ପାଇଁ ଚାଲିଆସିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ନିଜ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ବହୁ ମାତ୍ରାରେ ସେୟାର କରୁଥିବା ନେଇ ଦେଖାଦେଇଛି । ଏହି ଭିଡିଓରେ କେତେକ ୟୁଜର ଏହାକୁ ବୁଦ୍ଧିମାନର ପରିଚୟ ଏଥିରୁ କିଛି ଶିଖିବାର ଅଛି ବୋଲି ମେସେଜ୍ କରିଛନ୍ତି ।