ଗାଁରୁ ବ୍ଲକ ଓ ବ୍ଲକକୁ ସହର ଯୋଡୁଛି ଲକ୍ଷ୍ମୀ ବସ ଓ ମୋ ବସ୍

1 min read

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଗମନାଗମନ କ୍ଷେତ୍ରରେ ଆସିଛି ଐତିହାସିକ ପରିବର୍ତ୍ତନ । ପ୍ରତି ଗ୍ରାମକୁ ଲକ୍ଷ୍ମୀ ବସ ପହଞ୍ଚିବା ପରେ ଯାତାୟାତ ହୋଇଛି ସୁଗମ । କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଅତ୍ଯାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ଏବଂ ସେହି କ୍ରମରେ ଦକ୍ଷିଣ ଓଡିଶାର ଦ୍ବିତୀୟ ବଡ ସହର ଜୟପୁର ଠାରେ ମୋ ବସଷ୍ଠାଣ୍ଡ ନିର୍ଣାଣ ହୋଇଛି । ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଉପକୃତ ହେଉଛନ୍ତି ଯାତ୍ରୀ ।

ଯୋଗାଯୋଗ ସାଜିଛି ବିକାଶର ଆଧାର । ଗାଁରୁ ବ୍ଲକ ଓ ବ୍ଲକକୁ ସହର ଯୋଡୁଛି ଲକ୍ଷ୍ମୀ ବସ ଓ ମୋ ବସ୍ । ରାଜ୍ଯ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ଯୋଗୁଁ ଉପକୃତ ହେଉଛନ୍ତି ଯାତ୍ରୀ । ଜନସାଧାରଣଙ୍କ ସୁବିଧା ପାଇଁ ଗତ ୧୩ ତାରିଖରେ ଜୟପୁର ଓ ବିଭିନ୍ନ ଜିଲ୍ଲାରେ ୨୦ ଟି ନବନିର୍ମିତ ବସଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ କୋଟି ଟଙ୍କା ବ୍ଯୟରେ ଜୟପୁରରେ ନିର୍ମାଣ ହୋଇଛି ବସ ଟର୍ମିନାଲ । ଏହାଦ୍ବାରା ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ରାଜ୍ଯର ବିଭିନ୍ନ ଜିଲ୍ଲାକୁ ବସ ଯାତ୍ରା ସୁଗମ ହୋଇଛି ।

ଜୟପୁରରେ ଏକ ନୂତନ ବସଷ୍ଟାଣ୍ଡ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ । 5T ଉପକ୍ରମରେ ନିର୍ମାଣ ହୋଇଛି ବସ୍ ଟର୍ମିନାଲ । ବସ ବେ, ରହଣୀ, ପାନୀୟଜଳ ଠାରୁ ଆରମ୍ଭ କରି ଅନେକ ସୁବିଧା ଏଠାରେ ଉପଲବ୍ଧ ରହିଛି । ଫଳରେ ଆରାମଦାୟକ ଯାତ୍ରାର ସୁଖ ପାଉଛନ୍ତି ଯାତ୍ରୀ । ଦୀର୍ଘଦିନର ଆଶା ପୂରଣ ହୋଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଯାତ୍ରୀ ଓ ଅଞ୍ଚଳବାସୀ ।