spot_img
Home Blog Page 2353

ଇସ୍ରାଏଲର ହମଲାରେ ହମାସ ବାୟୁସେନା ମୁଖ୍ୟ ମୃତ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ନେଇ ବସିଲା ବଡ଼ ଖବର । ଇସ୍ରାଏଲର ହମଲାରେ ହମାସ ବାୟୁସେନା ମୁଖ୍ୟ ମୃତ୍ୟୁ ବରଣ କରିଛନ୍ତି । ରକେଟ ମାଡରେ ମୁରାଦ ଆବୁ ମୁରାଦଙ୍କ ମୃତ୍ୟୁ ହୋଇଛି । ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା କରିଛି । ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ମୁରାଦ । ଏହି ହମଲାରେ ହମାସର ବାୟୁସେନା ମୁଖ୍ୟାଳୟ ଛାରଖାର ହୋଇଯାଇଛି ।

ଇସ୍ରାଏଲ-ଗାଜା ସଂଘର୍ଷ ଲାଗିଛି ଘମଘୋଟ ଯୁଦ୍ଧ  । ଗାଜା ଉପରେ ବୋମା ବର୍ଷଣ କରୁଛନ୍ତି ଇସ୍ରାଏଲି ସେନା  । ଗତକାଲି ଇସ୍ରାଏଲି ସେନାର ଅପରେସନରେ ୭୦ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲି ସେନା  । ଏହା ପୂର୍ବରୁ ଗତକାଲି ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡିବାକୁ ୧୧ ଲକ୍ଷ ଗାଜାବାସୀଙ୍କୁ ଚେତାବନୀ ଦେଇଥିଲା ଇସ୍ରାଏଲ  ।

ଗାଜାର ଦକ୍ଷିଣାଞ୍ଚଳକୁ ସମସ୍ତ ୧୧ ଲକ୍ଷ ଲୋକ ଚାଲିଯିବାକୁ ଚେତାବନୀ ଦେଇଥିଲା ଇସ୍ରାଏଲର ସେନାବାହିନୀ ଆଇଡିଏଫ୍ । ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ୁଛନ୍ତି ଲୋକେ  । ଆକ୍ରମଣ ଭୟରେ ନିଜର ଘର ଛାଡ଼ି ଅନ୍ୟତ୍ର ପଳାୟନ ଆରମ୍ଭ କରିଛନ୍ତି । ଇସ୍ରାଏଲ ଗାଜା ସୀମାରେ ୩ ଲକ୍ଷ ସେନାକୁ ମୁତୟନ କରିଥିବା ବେଳେ ଶତାଧିକ ଟ୍ୟାଙ୍କ ମହଜୁଦ କରି ରଖିଛି । ଗାଜା ସହର ତଳେ ଥିବା ଟନେଲରେ ହମାସ ଆତଙ୍କବାଦୀମାନେ ଲୁଚି ରହିଛନ୍ତି  ।

ହମାସ ଆତଙ୍କୀ ଇସ୍ରାଏଲର ଦେଢଶହ ଲୋକଙ୍କୁ ପଣବନ୍ଦୀ କରି ରଖିଥିବା କହିଛି ଇସ୍ରାଏଲ  । ସେମାନଙ୍କୁ ମୁକ୍ତ କରିବାକୁ ଏହି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ  । ଏହାସହ ଗାଜାର ଉତ୍ତରାଞ୍ଚଳରେ ହମାସ ଆତଙ୍କୀଙ୍କ କାର୍ଯ୍ୟକଳାପ ରହୁଛି । ହମାସ କାର୍ଯ୍ୟକଳାପକୁ ସମୂଳ ନାଶ କରିବାକୁ ଏହି ଅଭିଯାନ ଆରମ୍ଭ କରିଛି ଇସ୍ରାଏଲ ସେନା। ବର୍ତ୍ତମାନ ଯାଏଁ ଏହି ଆକ୍ରମଣରେ ୧୯ଶହ ଗାଜାବାସୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୬ଶହ ଶିଶୁ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ଦୁଇ ଦେଶର ୩୨ଶହ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  । ଇସ୍ରାଏଲ ସେନା ଆକ୍ରମଣରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥାର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି  । ଦକ୍ଷିଣ ଲେବାନନରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ପ୍ରତିନିଧି ଆହତ ହୋଇଛନ୍ତି ।

ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ସଚିନ୍ ଏବଂ ଅନୁଷ୍କା

ଅହମ୍ମଦାବାଦ: ଅହମ୍ମଦାବାଦରେ ପହଞ୍ଚିଲେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର । ଭାରତୀୟ ଖେଳଳିଙ୍କୁ ଉତ୍ସାହିତ କରିବାକୁ ସେ ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି  । ଆଜି ଭାରତ ପାକିସ୍ତାନ ମ୍ୟାଚ ଥିବାବେଳେ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଆସିଛନ୍ତି ସଚିନ ତେନ୍ଦୁଲକର ।

ସେହିପରି କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଆସି ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି। ଆଜିର ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି ଅନୁଷ୍କା ଶର୍ମା । ଷ୍ଟାଡିୟମରେ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପହଞ୍ଚିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ଗୁଜରାଟ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଜିର ହାଇଭୋଲଟେଜ୍ ମ୍ୟାଚ୍ ।

ଆଜି ଆଇସିସି କ୍ରିକେଟ ବିଶ୍ବକପରେ ହାଇଭୋଲଟେଜ ମ୍ୟାଚ୍ ରହିଛି । ଆଜି ହେଉଛି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର । ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି । ଭଲ ରନ ରେଟ୍‌ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍‌ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ଦୁର୍ଘଟଣାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଜଣେ ଗୁରୁତର

ବାଙ୍କୀ: ଦୁର୍ଘଟଣାରେ ଦୁଇଛାତ୍ର ମୃତ, ଜଣେ ଗୁରୁତର ଆହତ । ବାଙ୍କୀ – କଟକ ରାସ୍ତାର ରଣଶଙ୍ଖ ନିକଟରେ ବାଇକ ଓ ପିକଅପ୍‌ ଭ୍ୟାନ ଧକ୍କାରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  ଘଟିଛି । ଗୁରୁତର ଆହତ ଜଣେ ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ହରିରାଜପୁର ହାଇସ୍କୁଲର ତିନିଜଣ ଛାତ୍ର ସକାଳୁ ଚକୁଳେଶ୍ୱର ଗାଁରୁ ଟିଉସନ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପାଇଁ ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ ।

ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ ଖୋଲାଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି । ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖି ବେଶ, ଭୋର ୪ଟାରୁ ଚାଲିଛି ଦର୍ଶନ

ସମ୍ବଲପୁର: ଆଜି ପବିତ୍ର ମହାଳୟା ହୋଇଥିବାରୁ ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି ଧବଳମୁଖି ବେଶ ଦର୍ଶନ ।

ଏହି ବେଶକୁ ଦେଖିବା ପାଇଁ ସମଲେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା’ଙ୍କୁ ଦର୍ଶନ କରିପାରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଆଜି ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ଏହା ସହିତ ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍ ପ୍ରକାଶ ପାଇଛି । ଚଳିତ ବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ମୋଟ ୧୦ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି ।

 

 

ଆଜି ହାଇଭୋଲଟେଜ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଅହମ୍ମଦାବାଦ: ଆଜି ଆଇସିସି କ୍ରିକେଟ ବିଶ୍ବକପର ହାଇଭୋଲଟେଜ ମ୍ୟାଚ୍ । ଆଜି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର । ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି  ।

ଭଲ ରନ ରେଟ୍‌ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍‌ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି  । ବିଶ୍ବକପର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶତକ ମାରିବା ସହ ଅନେକ ରେକର୍ଡ ସୃଷ୍ଟି କରିଥିଲେ ରୋହିତ ଶର୍ମା । ପାକିସ୍ତାନ ମଧ୍ୟ ବିଶ୍ବକପର ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଦଳର ଆତ୍ମବିଶ୍ବାସ ଭଲ ରହିଛି  । କ୍ୟାପଟେନ ବାବର ଆଜମ ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନ ଫ୍ୟାନ୍ସ ଆଶା ରଖିଛନ୍ତି  ।

ତେବେ ରିଜଓ୍ବାନଙ୍କ ପ୍ରଦର୍ଶନ ମଧ୍ୟ ପାକ ଟିମ୍‌ ପାଇଁ ବରଦାନ ହୋଇପାରେ ପୁରୁଷ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯, ଏହିଭଳି ଭାବେ ୭ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ଭାରତ ବିଜୟୀ ହୋଇଛି । ଆଜି ଖେଳାଯିବାକୁ ଥିବା ଚଳିତ ବିଶ୍ବକପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉଲ୍ଲସିତ ଥିଲା ବେଳେ ଭାରତ ଏବେ ଏହାକୁ ୮-୦ କରିବାକୁ ଲକ୍ଷ୍ୟ ରଖିଛି  ।

ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ସହ ନିଜ ମାମୁଁଘର ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଆବାହନ କରି ପିଣ୍ଡ ଦାନ କରିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ଆଜି ପ୍ରବଳ ଭିଡ଼ ହୋଇଛି ।

ଆଶ୍ବୀନ କୃଷ୍ଣ ପ୍ରତିପଦା ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତିଳତର୍ପଣ ଦିଆଯାଇଥିବା ବେଳେ ଆଜି ମହାଳୟାରେ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି ।

ଭାରତ, ପାକିସ୍ତାନ ମ୍ୟାଚ୍ ପୂର୍ବରୁ ରୋହିତ କ’ଣ କହିଥିଲେ?

ନନ୍ଦିଘୋଷ ବ୍ୟୁରୋ : ମୈଦାନ ପ୍ରସ୍ତୁତ ହୋଇଛି, ଖେଳାଳିମାନେ ପ୍ରସ୍ତୁତ ଅଛନ୍ତି । ଆମେ କେବଳ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଛୁ ଯେତେବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ପାଇଁ ବାହାରକୁ ଆସିବେ । ବିଶ୍ୱକପରେ ଅଷ୍ଟମ ଥର ପାଇଁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏପର୍ଯ୍ୟନ୍ତ ୭ ଟି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଛି। ଭାରତୀୟ ପ୍ରଶଂସକମାନେ ଆଶା କରିବେ ଯେ ସ୍କୋର ୮-୦ ହେବ ଏବଂ ପାକିସ୍ତାନୀମାନେ ଆଶା କରିବେ ଯେ ବିଶ୍ୱକପ୍‌ରେ ଭାରତକୁ ପରାସ୍ତ କରିବା । ବିଶ୍ୱକପ -୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅପରାହ୍ନ 2 ଟାରୁ ଆରମ୍ଭ ହେବ ।

ମ୍ୟାଚ୍ ପୂର୍ବରୁ ରୋହିତ କଣ କହିଥିଲେ ?

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭିନ୍ନ ପ୍ରକାରର ଚାପ ରହିଛି କିନ୍ତୁ ରୋହିତ ବିଶ୍ୱାସ କରନ୍ତି ଯେ ଏହି ମ୍ୟାଚ୍ ଅନ୍ୟ ମ୍ୟାଚ୍ ଭଳି ସମାନ | ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଶ୍ଚିତ ନଥିଲେ ଯେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ରଖାଯିବ ନା ତାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବଦଳାଯିବ । ସାମ୍ବାଦିକ ସମ୍ମିଳନୀରେ ରୋହିତଙ୍କୁ ପଚରାଯାଇଥିଲା କି ସେ ଏହି ୱିକେଟରେ ତିନି ଜଣ ସ୍ପିନରଙ୍କ ସହ ଯିବେ କି? ସେ କହିଥିଲେ ଯେ ସତ କହିବାକୁ ଗଲେ ମୁଁ ଜାଣେ ନାହିଁ । ଯଦି ପରିବର୍ତ୍ତନ ଆବଶ୍ୟକ ହୁଏ ଆମେ ସେଗୁଡ଼ିକୁ କରିବୁ | ଆମେ ଏଥିପାଇଁ ପ୍ରସ୍ତୁତ ରହିବୁ | ଏହିପରି ପରିବର୍ତ୍ତନ ବିଷୟରେ ଖେଳାଳିମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି | ତେଣୁ ମୁଁ ଭାବୁନାହିଁ ଯେ ଖେଳାଳିଙ୍କ ସହିତ ଏହି ବିଷୟରେ କୌଣସି ସମସ୍ୟା ଅଛି | ଭାରତୀୟ ଅଧିନାୟକ କହିଛନ୍ତି ଯେ ଯଦି ତିନି ଜଣ ସ୍ପିନରଙ୍କ ସହ ଖେଳିବାର ଆବଶ୍ୟକତା ଥାଏ, ତେବେ ଆମେ ତିନୋଟି ସ୍ପିନର ଖେଳିବା ।

ଗିଲ ଖେଳିବ କି?

ରୋହିତ ଶର୍ମା କହିଛନ୍ତି ଯେ ଓପନର୍ ଶୁଭମାନ ଗିଲ ପ୍ରତ୍ୟାବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଉପଲବ୍ଧ | ଶୁକ୍ରବାର ଦିନ ଗିଲ ମଧ୍ୟ କଠିନ ଅଭ୍ୟାସ କରିଥିଲେ ଏବଂ ଭଲ ପ୍ରଦର୍ଶନ କରୁଛନ୍ତି |  ଡେଙ୍ଗୁ ପାଇଁ ଗତ ରବିବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଉଭୟ ଦଳ ଦୁଇଟି ମ୍ୟାଚ୍ ଜିତିଛନ୍ତି

ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ଦୁଇଟି ମ୍ୟାଚ୍ ଖେଳିଛନ୍ତି । ଉଭୟ ଉଭୟ ମ୍ୟାଚ୍ ଜିତିଛନ୍ତି । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ଅହମ୍ମଦାବାଦରେ ପହଞ୍ଚିଥିବାବେଳେ ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶକୁ ପରାସ୍ତ କରିବା ପରେ ପାକିସ୍ତାନ ଏଠାରେ ପହଞ୍ଚିଛି ।

ବର୍ଷାର ପୂର୍ବାନୁମାନ କ?

ଶନିବାର ଦିନ ସହର ଏବଂ ଉତ୍ତର ଗୁଜୁରାଟରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ହୋଇଥିବା ସର୍ବଶେଷ ପାଣିପାଗ ସୂଚନା ଅନୁଯାୟୀ, ଅକ୍ଟୋବର ୧୪ ଏବଂ ୧୫ ରେ ଉତ୍ତର ଗୁଜୁରାଟ ଏବଂ ଅହମ୍ମଦାବାଦ ଜିଲ୍ଲାରେ ବର୍ଷା ହୋଇପାରେ। ଅହମ୍ମଦାବାଦର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି ଯେ ଆସନ୍ତା ପାଞ୍ଚ ଦିନ ଗୁଜୁରାଟରେ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି କିନ୍ତୁ ଅହମ୍ମଦାବାଦ ଜିଲ୍ଲାରେ ଅକ୍ଟୋବର ୧୪ରେ ଅଳ୍ପ ବର୍ଷା ହୋଇପାରେ। ସେ କହିଛନ୍ତି, ଆକାଶ ମେଘୁଆ ରହିବ। ପରଦିନ ଅହମ୍ମଦାବାଦ ଏବଂ ବାନାସ୍କାନ୍ତ, ସାବରକାନ୍ତ ଏବଂ ଅରବାଲି ସମେତ ଅନ୍ୟ ଉତ୍ତର ଜିଲ୍ଲାରେ ବର୍ଷା ହୋଇପାରେ।

 

‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ସଂସ୍କୃତି ସୁରକ୍ଷା ସହିତ ଆଧୁନିକତାରେ ସମୃଦ୍ଧ ହେବ ଗାଁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । Ama Gaon Ama Bikash Bargarh | Ama Gaon Ama Bikash | Naveen Patnaik - YouTube

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ ।  ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି । ଏହା ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି  ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର  ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।