୨୦୨୪ରେ ଆସୁଛି ୧୦ ବଡ଼ ଫିଲ୍ମ: ପୋଲିସ ପୋଷାକରେ ଦେଖାଦେବେ ୩ ସୁପରଷ୍ଟାର

ନନ୍ଦିଘୋଷ ବ୍ୟୁରୋ: ୨୦୨୩ରେ ଯେମିତି ବଲିଉଡକୁ ଜୀବନ ଫେରିଥିଲା । କରୋନା ପରଠୁ ହାମୁଡେଇ ପଡ଼ିଥିବା ସିନେମା ଇଣ୍ଡଷ୍ଟ୍ରୀ ପୁଣି ଜିଇଁ ଉଠିଥିଲା । ଭଲ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତିଥିଲେ ବହୁ ଷ୍ଟାର । ତେବେ ଚଳିତବର୍ଷ ବି ବଲିଉଡ ବହୁ ବଡ଼ ବଡ଼ ଫିଲ୍ମ ଭେଟି ଦେବ । ଏଥର ବଡ଼ ବଡ଼ ଷ୍ଟାରଙ୍କୁ ନେଇ ଆସୁଛି ୧୦ ବଡ଼ ଫିଲ୍ମ । ଜାଣନ୍ତୁ ସେ ସବୁ କ’ଣ ।

 

1,ଫାଇଟର: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ | ଏହି ଚଳଚ୍ଚିତ୍ରରେ ଭାରତୀୟ ବାୟୁସେନା ପାଇଲଟଙ୍କ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ୍ । ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୫ ଜାନୁଆରୀରେ ରିଲିଜ୍ ହେବ ଫିଲ୍ମ ।

 

2,ମେଁ ଅଟଳ ହୁଁ: ଏହା ଏକ ବାୟୋପିକ୍ । ଏଥିରେ ଅଭିନେତା ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ଗ୍ରହଣ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜାନୁୟାରୀ ୧୯, ୨୦୨୪ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

 

3,ମେରୀ ଖ୍ରୀଷ୍ଟମାସ: ୬ ବର୍ଷର ବ୍ୟବଧାନ ପରେ ଚଳଚ୍ଚିତ୍ର ନିର୍ମାତା ଶ୍ରୀରାମ ରାଘବନ୍ ମେରୀ ଖ୍ରୀଷ୍ଟମାସ ସହି ପୁଣି ଫେରିଛନ୍ତି । କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ଅଭିନୀତ ଏହି ରୋମାଣ୍ଟିକ ଥ୍ରୀଲର ଜାନୁଆରୀ ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

 

4,ସିଙ୍ଗହମ୍ ଏଗେନ୍: ରୋହିତ ଶେଟ୍ଟୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିଙ୍ଗମ୍ ଏଗେନ ଘୋଷଣା କରିଛନ୍ତି ଏବଂ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି | ସୁପର ହିଟ୍ ପୋଲିସ୍ ଫ୍ରାଞ୍ଚାଇଜ୍ ର ଏହି ତୃତୀୟ ସଂସ୍କରଣ ସିଙ୍ଗମ୍ । ଏଥିରେ କରୀନା କପୁର, ଅଜୟ ଦେବଗନ୍, ରଣଭୀର ସିଂ, ଅକ୍ଷୟ କୁମାର, ଟାଇଗର ଶ୍ରଫ୍ ଏବଂ ଦୀପିକା ପାଦୁକୋଙ୍କ ଭଳି କିଛି ବଡ ସେଲିବ୍ରିଟି ଅଭିନୟ କରିଛନ୍ତି । ଏହା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି |

 

5,ଯୋଦ୍ଧା: ଶେରଶାହାରେ ସେନା ଅଧିକାରୀ ବିକ୍ରମ ବତ୍ରାଙ୍କ ଭୂମିକା ପରେ ସିଦ୍ଧାର୍ଥ ମଲହୋତ୍ରା ଆଗାମୀ ଫିଲ୍ମ ଯୋଦ୍ଧାରେ ପୁଣି ଥରେ ୟୁନିଫର୍ମ ସହ ଆସିବାକୁ ଯାଉଛନ୍ତି । ଯେଉଁଠାରେ ସେ କମାଣ୍ଡୋ ଭୂମିକାରେ ଅଭିନୟ କରିବେ। ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧୫ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଦିଶା ପଟାନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 

6,ଏମରର୍ଜେନ୍ସି: ବଡ଼ ପରଦାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଆସିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ଏବଂ ଏହି ଚଳଚ୍ଚିତ୍ରଟି ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ । ଏହାର ରିଲିଜ୍ ଡେଟ ପ୍ରକାଶ କରାଯାଇ ନାହିଁ, ଏହା କେବଳ ୨୦୨୪ ରେ ପରଦାକୁ ଆସିବ ବୋଲି କୁହାଯାଉଛି।

 

7,ବାଡେ ମିୟାଁ ଛୋଟେ ମିୟାଁ: ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଏହି ଫିଲ୍ମ ଇଦରେ ରିଲିଜ ହେବାକୁ ଯାଉଛି ।

 

8,ମିଷ୍ଟର ଆଣ୍ଡ ମିସେସ୍ ମାହୀ: ଜାନବୀ କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ପିଲ୍ମ ଚଳିତବର୍ଷ ରିଲିଜ୍ ହେବ । ଜାନବୀ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ଅଭିନୟ କରିଛନ୍ତି |

 

9,ଭୁଲ ଭୁଲେୟା ୩: କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ ଭୁଲ ଭୁଲେୟା ୩ ଚଳିତ ବର୍ଷ ରିଲିଜ ହେବ । ପୁଣି ବାବାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏହି ଅଭିନେତା | ଏହି ଫିଲ୍ମ ଦିୱାଲୀରେ ମୁକ୍ତିଲାଭ କରିବାର ସୂଚନା ରହିଛି।

 

10,ଚନ୍ଦୁ ଚାମ୍ପିଅନ୍: ଚଳଚ୍ଚିତ୍ର ନିର୍ମାତା କବୀର ଖାନଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟଙ୍କ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର । 83, ବଜରଙ୍ଗୀ ଭାଇଜାନ ଏବଂ ଟାଇଗର ଜିନ୍ଦା ହୈ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା କବୀର ଖାନ | ଏହି ଚଳଚ୍ଚିତ୍ରଟି ୧୪ ଜୁନ୍ ୨୦୨୪ ରେ ମୁକ୍ତିଲାଭ କରିବାକୁ ଯାଉଛି।