ନ୍ୟୁୟିଅର ପାର୍ଟି ସାଜିଲା କାଳ , ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ

ରାଞ୍ଚି :  ନୂଆବର୍ଷରେ ବଡ଼ ଅଘଟଣ । ନ୍ୟୁୟିଅର ପାର୍ଟି ସାଜିଲା କାଳ । ପାର୍ଟି ସାରି ଫେରିଲା ବେଳେ ଜଗିବସିଥିଲା ମୃତ୍ୟୁ ।  ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖିବା ପୂର୍ବରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ । ଝାରଖଣ୍ଡର ଜାମଶେଦପୁରରେ ଘଟିଛି ଏହି ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ, ନ୍ୟୁୟିଅର ପାର୍ଟି ସାରି ଫେରିଲା ବେଳେ ଏକ କାର ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା କଡରେ ଥିବା ଡିଭାଇଡରେ ଧକ୍କା ହୋଇଥିଲା  । ଏହା ପରେ ଏକ ଗଛ ସହ ପିଟି ହୋଇ ଗାଡି ଓଲଟି ପଡିଥିଲା  । କାରରେ ମୋଟ୍ ୮ ଜଣ ଥିବା ବେଳେ ଘଟଣାସ୍ଥଳରେ ହିଁ ଗାଡିରେ ଥିବା ୬ ସାଙ୍ଗଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଧକ୍କା ଏତେ ଜୋରରେ ଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା  ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ଠାରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରି ମୃତକଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଦିଆଯାଇଛି । ସେମାନେ କେଉଁ ସ୍ଥାନରୁ ଫେରୁଥିଲେ ତାହା ଜଣାପଡି ନାହିଁ ।