ପାଟନା: ଫ୍ଲୋର ଟେଷ୍ଟରେ ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ପାସ୍। ମ୍ଯାଜିକ ନମ୍ବର ୧୨୨ ଠାରୁ ଅଧିକ ୭ ଭୋଟ ପାଇଛନ୍ତି ନୀତୀଶ। ଗୃହରେ ନୀତୀଶଙ୍କୁ ମିଳିଥିଲା ୧୨୯ ଭୋଟ। ସରକାରଙ୍କ ନୀତିକୁ ବିରୋଧ କରି ବିରୋଧୀ ଦଳର ସମସ୍ତ ସଦସ୍ଯ କରିଥିଲେ କକ୍ଷତ୍ଯାଗ। ଆସ୍ଥା ଭୋଟ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ତୀବ୍ର ସମାଲୋଚନା କରିଥିଲେ ଆରଜେଡି ନେତା ତେଜସ୍ଵୀ ଯାଦବ। ଏହା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟିଥିଲେ ବାଚସ୍ପତି ଅୱଧ ବିହାରୀ ଚୌଧୁରୀ। ବାଚସ୍ପତିଙ୍କ ବିରୋଧରେ ପଡିଥିଲା ୧୨୫ ଭୋଟ। ସପକ୍ଷରେ ୧୧୨ ଭୋଟ ପଡିଥିଲା। ଆଜି ଫ୍ଲୋର ଟେଷ୍ଟ ଲାଗି ଗୃହ ଆରମ୍ଭରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ୧୨୮ ରହିଛି। ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ସେପଟେ ବିରୋଧୀ ମେଣ୍ଟରେ ଅଛନ୍ତି ୧୧୪ ସଦସ୍ୟ। ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାଯକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। …
ପର୍ଯ୍ଯଟକଙ୍କ ଗାଡ଼ି ଆଗେ ଆଗେ ଚାଲିଲା ମହାବଳ ବାଘ
ମୟୂରଭଞ୍ଜ: ସମସ୍ତେ ଭୟଭୀତ ହୋଇଯାଇଥିଲେ। ପର୍ଯ୍ଯଟକଙ୍କ ଗାଡ଼ି ଆଗେ ଆଗେ ଚାଲିଲା ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏଭଳି ଘଟିଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗେ ଆଗେ ମହାବଳ ବାଘ ଚାଲିଥିଲା। ବାଘ ଦେଖି ପର୍ଯ୍ୟଟକ ଡରି ଯାଇଥିଲେ। ବାରିପଦାର ଏକ ପର୍ଯ୍ୟଟକ ଟିମ୍ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ । ଫେରିଲା ବେଳେ ଚହଲା ନିକଟରେ ଗୋଟିଏ ଗୋଟିଏ ମହାବଳ ବାଘ ସେମାନଙ୍କ ଗାଡ଼ି ଗାଡ଼ି ଆଗେ ଆଗେ ଚାଲିଥିଲା । ତେବେ ବାଘଟି କାହାର କିଛି କ୍ଷତି କରିନାହିଁ। ପର୍ଯ୍ଯଟକମାନେ ମିଳିପାଳ ଅଭୟାରଣ୍ୟରୁ ସୁରକ୍ଷିତ ଭାବେ ଫେରିଛନ୍ତି ।
ପ୍ରେମ ସପ୍ତାହରେ ଜୀବନ ହାରିଲେ ପ୍ରେମୀ ଯୁଗଳ
ନବରଙ୍ଗପୁର: ଚାଲିଛି ପ୍ରେମ ସପ୍ତାହ। ଖୁସିରେ ୭ ଦିନକୁ ପାଳୁଛନ୍ତି ପ୍ରେମୀ ଯୁଗୋଳ। ହେଲେ ପ୍ରେମ ସପ୍ତାହରେ ଆସିଛି ଦୁଃଖଦ ଖବର। ନବରଙ୍ଗପୁର ଜିଲ୍ଲା ବୁର୍ଜା ଗାଁରେ ପ୍ରେମୀ ଯୁଗଳ କରିଛନ୍ତି ଆତ୍ମହତ୍ୟା। ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ସନାଧାର ଭତ୍ରା ହେଉଛନ୍ତି ଉମରକୋଟ ପୂଜାରିଗୁଡ଼ା ଗ୍ରାମର । ପ୍ରେମିକା ପ୍ରିୟଙ୍କା ଗଣ୍ଡ ହେଉଛନ୍ତି ନିକଟସ୍ଥ କୁର୍ସୀ ଗ୍ରାମର।
ବିବାହ ପାଇଁ ସାମାଜିକ ସ୍ବୀକୃତି ନମିଳିବାରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅପରାହ୍ନରେ ବସିବ ବୈଠକ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଆସିପାରେ। ଏହସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।
ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।
ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ, ଘରେ ପଶି ମରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଝରିଗାଁ ଥାନା ଭାଲୁ କନାରୀ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି ୧୪ ଲକ୍ଷ ଟଙ୍କା। ବ୍ୟବସାୟୀ ଅମୀୟ ଦାସ ଏକୁଟିଆ ଘରେ ଥିବା ବେଳେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଡକାୟତ।
ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ ଡକାୟତ। ଅମୀୟଙ୍କ ହାତ ବାନ୍ଧିଦେବା ସହ ବେକରେ ଖଣ୍ଡା ଲଗାଇ ଘରେ କଳାକନା ବୁଲାଇଥିଲେ ୮ରୁ ୧୦ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରା ଦଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା
ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷାଣା ହୋଇଥିବାରୁ ସବାଗତ କରିଛନ୍ତି ଲୋକେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ୧୦୦୦, ୧୨୦୦ ଓ ୧୪୦୦ ଅର୍ଥ ରାଶି ପାଇବେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରାଯାଇଛି।
5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଭତ୍ତା ଟଙ୍କା ବୃଦ୍ଧି ପାଇଁ ଅଭିଯୋଗ କରିଥିଲେ ଲୋକେ। ଆଉ ଏହି କଥାକୁ କାର୍ତ୍ତିକ ପାଣ୍ଡିଆନ ହୃଦୟଙ୍ଗମ କରିଥିଲେ। ଆଉ ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ଆଉ ଭତ୍ତା ଟଙ୍କା ବୃଦ୍ଧି ପରେ ହିତାଧିକାରୀ ମାନେ ବେଶ ଖୁସି ଥିବା ବେଳେ ସେମାନଙ୍କ କହିବା କଥା ଏହି ଟଙ୍କା ଏବେ ସେମାନଙ୍କୁ ବହୁ ସହାୟକ ହେବ। ଏଥିପାଇଁ ଆଜି ଅନୁଗୁଳ ବିଜୁ ମୈଦାନ ଠାରେ ଶତାଧିକ ହିତାଧିକାରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଆଦି ଯୋଗ ଦେଇଥିଲେ।

