spot_img
Home Blog Page 2345

ରେଲଓ୍ବେରେ ଚାକିରୀ ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ସମ୍ବଲପୁର: ରେଳ ବିଭାଗରେ ଚାକିରି କରାଇଦେବାକୁ କହି କୋଟିକୋଟି ଟଙ୍କା ଠକେଇ ଅଭିଯୋଗ । ସମ୍ୱଲପୁରରୁ ଆସିଛି ଠକେଇ ଅଭିଯୋଗ । ଧର୍ମରାଜ ପାତ୍ର ବୋଲି ଜଣେ ଯୁବକ ନିଜକୁ ରେଳ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ୩୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଚାକିରି କରାଇଦେବା ନାଁରେ ଟଙ୍କା ନେଇ ମିଛ ଅଫର ଲେଟର ଦେଉଥିଲା ଅଭିଯୁକ୍ତ । ଏନେଇ ବରେଇପାଲି ଥାନାରେ ଅଭିଯୋଗ ପରେ ଠକେଇ ଘଟଣା ସାମ୍ନାକୁ ଆସିଛି । ଟଙ୍କା ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ସବୁ ଧର୍ମର ସହଯୋଗରେ ତିଆରି ହୋଇଛି ଆବୁଧାବୀ ହିନ୍ଦୁ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମର ଲୋକେ ମନ୍ଦିରକୁ ଯାଆନ୍ତି ଏବଂ ପୂଜା କରିଥାନ୍ତି । ମାତ୍ର ଦୁବାଇରେ ମନ୍ଦିର ନିର୍ମାଣ ବେଶ ଖାସ୍ । କାହିଁକି ନାଁ ଏହି ମନ୍ଦିରର ପ୍ରତିଷ୍ଠା ପାଇଁ ସମସ୍ତ ଧର୍ମର ଲୋକଙ୍କ ଅବଦାନ ରହିଛି । ବିଏପିଏସ ହିନ୍ଦୁ ମନ୍ଦିର ପଥରରେ ନିର୍ମାଣ କରାଯାଇଛି । ଏହା ହେଉଛି ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ପ୍ରଥମ ପଥରରେ ନିର୍ମାଣ ହୋଇଥିବା ମନ୍ଦିର । ଅବୁ ମୁରିଖାହ ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଭାରତ ଏବଂ ସଯୁକ୍ତ ଆରବ ମଧ୍ୟରେ ଥିବା ବନ୍ଧୁତାକୁ ସୂଚାଏ ।

୨୦୧୫ ମନ୍ଦିହାରେ ଆବୁଧାବୀର କ୍ରାଉନ ପ୍ରିନ୍ସ ତଥା ସଯୁକ୍ତ ଆରବର ଉପ ସର୍ବୋଚ୍ଚ କମାଣ୍ଡର ମହମ୍ମଦ ବିନ ମନ୍ଦିର ନିର୍ମାଣ ପାଇଁ ୧୩.୫ ଏକର ଜମି ଦେଇଥିଲେ । ୟୁଏଇ ସରକାର ୨୦୧୯ ୧୩.୫ ଏକର ଜମି ଆବଣ୍ଟନ କରିଥିଲେ । ଏଣୁ ମନ୍ଦିର ପାଇଁ ୨୭ ଏକର ଜମି ହୋଇଥିଲା । ତେବେ ମୁସଲିମଙ୍କ ଦ୍ବାରା ଜମି ପ୍ରଦାନ କରାଯାଇଛି । ମନ୍ଦିର ନିର୍ମାଣ କରିଥିବା ଆର୍କିଟେକ ପ୍ରୋଜେକ୍ଟ ମ୍ୟାନେଜର ହେଉଛନ୍ତି ଜଣେ ଶିଖ୍ । ନିର୍ମାଣ କରିଥିବା କଣ୍ଟ୍ରାକ୍ଟର ଜଣେ ପାର୍ସୀ, ଷ୍ଟ୍ରକଚର ଇଞ୍ଜିନିୟ ହେଉଛନ୍ତି ବୁଦ୍ଧିଷ୍ଟ, ନିର୍ମାଣ ହିନ୍ଦୁମାନେ କରିଥିଲେ । ସେପଟେ ମନ୍ଦିରର ପରାମର୍ଶଦାତା ହେଉଛନ୍ତି ଜଣେ ନାସ୍ତିକ । ଯିଏକି କୌଣସି ଧର୍ମର ନୁହେଁ । ଏଭଳି ଭାବେ ଏହି ମନ୍ଦିରଟି ନିର୍ମାଣ କରାଯାଇଛି ।

ଡ୍ରୋନକୁ ଚକମା ଦେବାକୁ ଗୁଡି଼ ଉଡାଉଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ: କୃଷକ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଦ୍ବିତୀୟ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିଛି । ହରିୟାଣା ସୀମାରେ ଏହି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ଛଡ଼ାଯାଇଛି । ଡ୍ରୋନ ସାହାର୍ଯ୍ୟରେ ଳୁହାବୁହା ଗ୍ୟାସ ଛଡ଼ାଯାଉଥିବାବେଳେ ଚାଷୀମାନେ ଗୁଡ଼ି ଉଡ଼ାଇ ଏହାକୁ ପ୍ରତିବାଦ କରିବା ପାଇଁ ଗୁଡ଼ି ଉଡ଼ାଉଛନ୍ତି । ଡ୍ରୋନକୁ ଚମକା ଦେଇ ଖାସାଇ ଦେବାକୁ ଚାଷୀମାନେ ଏଭଳି ଗୁଡ଼ି ଉଡ଼ାଇଥିବା ଜଣାପଡ଼ିଛି । ହରିୟାଣା ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଚାଷୀଙ୍କୁ ଅଟକାଇବା ପାଇଁ ଡ୍ରୋନ ଉଡ଼ାଇଥିବାବେଳେ ଚାଷୀମାନେ ପ୍ରଥମେ ଢ଼େଲା ମାରିଥିଲେ । ମାତ୍ର ଉଚ୍ଚତା କାରଣରୁ ଏହାକୁ ଲକ୍ଷ୍ୟ କରିପାରିନଥିଲେ । ସେପଟେ ହରିୟାଣାର ଜିନ୍ଦରେ ଥିବା ଚିନିକଳକୁ ଅସ୍ଥାୟୀ ହସ୍ପିଟାଲ କରାଯାଇଛି । ଅସୁସ୍ଥ ହେଉଥିବା ଆନ୍ଦୋଳନକାରୀ ଚାଷୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି ।

ବିଳମ୍ବିତ ରାତିରେ ବ୍ୟାଙ୍କରେ ସିନ୍ଧି କରି ଲୁଟ୍ ଉଦ୍ୟମ

ଉଦଳା: ବ୍ୟାଙ୍କରେ ସିନ୍ଧି କରି ଲୁଟ ଉଦ୍ୟମ। ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଆସିଲେ। ବ୍ୟାଙ୍କ କାନ୍ଥ ସିନ୍ଧି କରି ବ୍ୟାଙ୍କ ଭିତରେ ପଶିଲେ ହେଲେ ଲୁଟି ନ ପାରି ଅଧାରୁ ଚାଲିଗଲେ। କପ୍ତିପଦା ଥାନା ଶାଳଚୁଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଏଭଳି ଘଟଣା। ସକାଳୁ ବ୍ୟାଙ୍କ କାନ୍ଥରେ ସିନ୍ଧି ହୋଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସଟର ଖୋଲିଥିଲେ। ସଟର ଖୋଲିବା ପରେ ସାମ୍ନାକୁ ଆସିଥିଲା ଲୁଟେରାଙ୍କ କାରସାଦି। ଲୁଟେରାମାନେ ବ୍ୟାଙ୍କ ପଛପାଖ କାନ୍ଥ ସିନ୍ଧି କରି ବ୍ୟାଙ୍କରେ ପଶିବା ପରେ ସିସିଟିଭି ଭାଙ୍ଗିଛନ୍ତି। ଏହା ପରେ ଲୁଟେରାମାନେ ଷ୍ଟ୍ରଙ୍ଗରୁମ ଚାବି ଭାଙ୍ଗିଥିଲେ ସୁଦ୍ଧା ଷ୍ଟ୍ରଙ୍ଗ ରୁମ ଖୋଲି ନପାରି ଫେରି ଯାଇଥିବା ପୋଲିସ ଜାଣିବାକୁ ପାଇଛି। ବାରିପଦାରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି।

ନିଜ ପୁଅକୁ ବଳି ଦେବାକୁ ନେଲେ ବାପା ମାଆ

ନନ୍ଦିଘୋଷ ବ୍ୟୁରୋ: ପିଶାଚ ମାଆ ଓ ବାପାଙ୍କ ନାରକୀୟ କାଣ୍ଡ। ଜନ୍ମ କଲା ପୁଅକୁ ବଳି ଦେବା ପାଇଁ ନେଇଥିଲେ ବାପା ମାଆ। କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀରେ । ପୁଅକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ ବାପା ମାଆ। ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚନା କରିଥିଲେ। ବାପା ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ପୁଅ ଖସି ଆସି ଦୌଡ଼ିଥିଲା। କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା। ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ମାଆ ବାପାକୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଲୋକଙ୍କ ହାତରୁ ଖସିଯାଇ ପିଶାଚ ବାପାମାଆ ନିକଟସ୍ଥ ହାଣ୍ଡିଫୁଟା ଜଙ୍ଗଲରେ ରାତିତମାମ ରହିବା ପରେ ଆଜି ସକାଳେ ରାସ୍ତାକୁ ବାହାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଅଟକାଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଭୟ ପିଶାଚ ବାପାମାଆଙ୍କ ହାତରେ ଦୌଡି ବାନ୍ଧି ସେମାନଙ୍କୁ ଫାଣ୍ଡିକୁ ନେଇଥିଲା ।  ପୋଲିସ୍ କର୍ମଚାରୀ ଜଣକ ଉଭୟ ବାପାମାଆଙ୍କୁ ପାଖାପାଖି ଦୁଇ କିଲୋମିଟର ଡହ ଡହ ଖରାରେ ଚଲାଇ ଚଲାଇ ନେବା ପରେ ଅଟୋରେ ଫାଣ୍ଡିକୁ ନେଇଥିଲା।

ଗଞ୍ଜାମ ଜିଲ୍ଲାରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୫ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ଏକାଧିକ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ମଧ୍ଯରେ ରହିଛି ୫ ହଜାର କୋଟିର ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ। ଏହାସହ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଆକମି ଏବଂ ଅଭାଦା ଗ୍ରୁପ ପକ୍ଷରୁ ଦୁଇ ଗ୍ରୀନ ଏନର୍ଜି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ଏହି ସବୁ ଯୋଜନା ଓ ଶିଳ୍ପ ଜିଲ୍ଲାରେ ଶିଳ୍ପର ବିକାଶ ସହିତ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିବ। ଲୋକଙ୍କ ଆଶୀର୍ବାଦରେ ସରକାର ଗତ ୨୪ ବର୍ଷ ହେଲା ଓଡ଼ିଶା ମାର ସେବା କରି ଆସୁଛନ୍ତି। ଏଇ ସମୟ ମଧ୍ଯରେ ଓଡ଼ିଶା ରାଜସ୍ଵ ନିଅଣ୍ଟରୁ ରାଜସ୍ଵ ବଳକା ରାଜ୍ୟର ପରିଚୟ ପାଇଛି। ନିବେଶ କ୍ଷେତ୍ରରେ ସାରା ଦେଶରେ ଦ୍ବିତୀଯ ସ୍ଥାନରେ ରହିଛି ଓଡ଼ିଶା।

ପିଡିଏସ ବ୍ୟବସ୍ଥାରେ ଦେଶକୁ ଖାଦ୍ୟ ଯୋଗାଉଛି ଓଡ଼ିଶା । ଏଠାରେ ବିଶ୍ବର ବଡ଼ ବଡ଼ ଆଇଟି କମ୍ପାନୀ ସେମାନଙ୍କର କେନ୍ଦ୍ର ଖୋଲିଛନ୍ତି। କ୍ରୀଡ଼ା ଏବଂ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ସରକାରଙ୍କ ଫାଇଭ ଟି ପ୍ରୟାସ ରାଜ୍ୟରେ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ରୁପାନ୍ତର ଆଣିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ, ମା ତାରାତାରିଣ ପୀଠର ରୂପାନ୍ତର ଓଡ଼ିଶାର ଗୌରବ ବୃଦ୍ଧି କରିଛି। ବିଏସକେୱାଇ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ସୁପର ସ୍ପେଶାଲିଟି ହସ୍ପିଟାଲ ମାଧ୍ଯମରେ ରୋଗୀ ଘର ପାଖରେ ଉନ୍ନତ ଚିକିତ୍ସା ସୁବିଧା ପାଇବେ। ମାମାନେ ଉଦ୍ଯୋଗୀ ହେବାକୁ ଆଗେଇ ଆସିଛନ୍ତି। ମା ଓ ଯୁବ ଉଦ୍ଯୋଗୀଙ୍କ ଲାଗି ସରକାର ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ସହଯୋଗ ଓ ଆଶୀର୍ବାଦରେ ଦେଶରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗାମୀ ଦିନରେ ଆପଣଙ୍କ ଆଶୀର୍ବାଦ ଓଡ଼ିଶାକୁ ବିକାଶର ନୂଆ ସ୍ଵପ୍ନରେ ପହଞ୍ଚାଇବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ ବିକାଶମୂଳକ ପ୍ରକ୍ରିୟା।

ଏହି ପ୍ରୟାସରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ନୂଆ ରୂପ ନେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଛି। ସେହିପରି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହିଂଜିଳି ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତରଣ କାମ ସରିଛି। ଏହି ସବୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ନିଜେ ଭାଗ ନେଇଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଲୋକଙ୍କ ସହଯୋଗରେ ହିଂଜିଳି ଶେରଗଡ଼ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ହୋଇପାରିଛି। ବିକାଶ କ୍ଷେତ୍ରରେ ହିଂଜିଳି ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ଭାବରେ ଉଜ୍ଜଳ ପରିଚୟ ସୃଷ୍ଟି କରିଛି। ହିଂଜିଳି ଶେରଗଡ଼ର ସବୁ ଘରକୁ ପାଇପ ପାଇଁ ଓ ସବୁ ଚାଷ ଜମିକୁ ଜଳସେଚନ ଲାଗି ବ୍ୟବସ୍ଥା କରାଯାଉଛି। ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲ ରୂପାନ୍ତରଣ କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫାଇଭ-ଟି ଉଦ୍ୟମରେ ଏହିସବୁ ରୂପାନ୍ତରଣ କାମ ଲୋକେ ପସନ୍ଦ କରିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରୀ ମଧ୍ୟ କହିଛନ୍ତି, ଆପଣାମାନେ ସବୁବେଳେ ମୋତେ ଆଶୀର୍ବାଦ କରି ଆସିଛନ୍ତି। ଆପଣମାନଙ୍କ ଆଶୀର୍ବାଦ ଏଇ ଓଡ଼ିଶା ମା’ର ସେବା ପାଇ ମୋତେ ଶକ୍ତି ଦେଇଛି। ହିଂଜିଳି ଶେରଗ଼ଡ଼ର ବିକାଶକୁ ଏକ ନୂଆ ସ୍ଵପ୍ନରେ ପହଞ୍ଚାଇବା ପାଇଁ ଲୋକଙ୍କ ସହଯୋଗ କାମନା କରୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ସେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲେ। ମମତା ଯୋଜନାରେ ସହାୟତା ଅର୍ଥକୁ ସରକାର ୨ ଗୁଣା କରିଛନ୍ତି। ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି ମମତା ଯୋଜନା ସହାୟତା। ସେହିପରି ଆସନ୍ତା ୨୧ ତାରିଖରେ ଗଂଜାମ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାରେ ମାମାନଙ୍କ ଲାଗି ଟିକେଟର ମୂଲ୍ୟ ମାତ୍ର ୫ ଟଙ୍କା ରହିଛି। ମଧୁବାବୁ ଭତ୍ତା ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ଏହାସହ ପିଲାମାନଙ୍କୁ ନୂଆ-ଓ ସ୍କଲାରସିପ୍, BSKY ଯୋଜନାରେ ମିଳୁଥିବା ଲାଭ ବିଷୟରେ ସୂଚନା ଦେଇଥିଲ। ସ୍ଵୟଂ ଯୋଜନାରେ ଯୁବକଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ସହ ମହିଳାଙ୍କୁ ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣପ୍ରଦାନ କରାଯାଉଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର

କଟକ: କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର। ବ୍ରାଉନ ସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ହଜାର ଟଙ୍କା। ବ୍ରାଉନ ସୁଗାର କାରବାର କରୁ ଥିବା ଜଣେ ବେପାରୀକୁ ମଧ୍ୟ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତର ନାଁ ହେଲା ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି। ପ୍ରଶାନ୍ତ ନାଁରେ ପୂର୍ଵରୁ ଡକାୟତି ଓ ବନ୍ଧୁକ କାରବାର ନେଇ ୭ ଟି ମାମଲା ରୁଜୁ ହୋଇଛି। ପୂର୍ଵରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁ ଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରି ଥିବା କହିଛନ୍ତି ଅତିରିକ୍ତ ଡିସିପି ।

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ

ବ୍ୟୁରୋ ରିପୋର୍ଟ: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବଙ୍କୁ ସମର୍ଥନ। ସମର୍ଥନ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସମର୍ଥନ ଘୋଷଣା କରିଛି ବିଜେଡି। ସମର୍ଥନ ନେଇ ବିଜେଡି ପକ୍ଷରୁ ପ୍ରେସ୍‌ ରିଲିଜ ଜାରି ହୋଇଛି।

ଅଶ୍ବିନୀ ବୈଷ୍ଣବ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ ।

ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ବିନୀ ବୈଷ୍ଣବ

ବ୍ୟୁରୋ ରିପୋର୍ଟ: ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ବିନୀ ବୈଷ୍ଣବ। ବିଜେପିରୁ ପ୍ରାର୍ଥୀ ହେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଅଶ୍ଵିନୀଙ୍କ ନାଁ ଘୋଷଣା କଲା ବିଜେପି। ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ ।

ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।