ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଯିବାପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ରବିବାର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖୋଳିବ ମୁମ୍ବାଇ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁମ୍ବାଇ ନିଜର ଅଧିନାୟକଙ୍କ ସହ ମଇଦାନକୁ ଓହ୍ଲାଇବ । ଚଳିତ ବର୍ଷ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି ମୁମ୍ବାଇ । ଯାହାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତି ପରେ ଫଲୋର୍ସ ସଂଖ୍ୟା କମି ଯାଇଥିଲା । ତେବେ ଅଧିନାୟକ ପଦ ଯିବାପରେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ରୋହିତ ଶର୍ମା । ଗୁଜୁରାଟ ବିପକ୍ଷ ମ୍ୟାଚ ପୂର୍ବରୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ହିଟମ୍ୟାନ । କହିଛନ୍ତି କି, ମୁଁ ପ୍ରଥମେ ଖେଳିବା ପାଇଁ ପ୍ରସ୍ତୁତି କରିଥାଏ । ମ୍ୟାଚ ପୂର୍ବରୁ ପ୍ରସ୍ତୁତ ହେବା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ମୋତେ ଲାଗୁଛି କି, ମୁଁ ବହୁତ କିଛି କରିଛି । ବାସ କିଛି ବାକି ରହିଛି ତାକୁ କରିବାକୁ ପଡ଼ିବ । କହି ରଖୁଛୁ କି, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ   ୫ଥର ଚାମ୍ପିୟନ ହୋଇଛି । କିନ୍ତୁ ଚଳିତ ସିଜିନରେ ମୁମ୍ବାଇ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି । ନିକଟରେ ଅଭ୍ୟାସ ସମୟରେ ହାର୍ଦ୍ଦିକ ରୋହିତ ସହ ହାତ ମିଳାଇବାବେଳର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଫ୍ୟାନ୍ସମାନେ ପାଣ୍ଡ୍ୟାଙ୍କଚୁ ବିଭିନ୍ନ କେମଣ୍ଟମାନ କରିଥିଲେ ।