spot_img
Home Blog Page 2327

ପୁଣି ହସିବ ଶିଳ୍ପ ନଗରୀ ଚୌଦ୍ବାର, ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହେବ ନୂଆ ଶିଳ୍ପ

କଟକ : ପୁଣି ହସିବ ଶିଳ୍ପ ନଗରୀ ଚୌଦ୍ବାର । ପୂର୍ବ ସ୍ଥିତିକୁ ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ବପ୍ନର ନଗରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ଉଦ୍ୟମ। ୩ହଜାର କୋଟି ନିବେଶ କରିବ ଓ୍ବେଲ୍ ସ୍ପନ୍ କମ୍ପାନୀ। ସ୍ବାଧୀନ ପୂର୍ବ ଭାରତର କମ୍ପାନୀ ହେଉଛି ଓଡ଼ିଆ ଟେକ୍ସଟାଇଲ ମିଲ୍। ଇଂରେଜ ଶାସନକାଳରେ ୧୯୪୬ ମସିହା ଓଟିମକୁ ସ୍ଥାପନ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଯାହାର ଉତ୍ପାଦନ ୧୯୫୦ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ୧୯୮୦ ଦଶକରେ ଓଟିମ୍ ସରକାରଙ୍କ ଅଧିନକୁ ଆସିଥିଲା । ଦୀର୍ଘ ବର୍ଷ ଚାଲିବା ପରେ ଏହି କାରଖାନା ୨୦୦୧ ଜୁଲାଇ ୩୧ ବିଧିବଦ୍ଧ ଭାବେ ବନ୍ଦ ହୋଇଯାଇଛି । କମ୍ପାନୀ ବନ୍ଦ ହେବା ପରେ ୪୦ ହଜାର ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ରୋଜଗାର ହରାଇଥିଲେ। କିନ୍ତୁ ପୁଣି ଏହି ଶିଳ୍ପ ନଗରୀକୁ ଫେରିଛି ଶିଳ୍ପ। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ସମ୍ଭବ ହୋଇପାରିଛି ।

ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ପୁଣି ଚୌଦ୍ବାରରେ ୩ ହଜାର କୋଟି ନିବେଶ କରିବାକୁ ଯାଉଛି ଓ୍ବେଲ୍ ସ୍ପନ୍ କମ୍ପାନୀ । ନୂତନ ଶିଳ୍ପ ପ୍ରତିଷ୍ଠା ନେଇ କ୍ୟାବିନେଟରେ ମଞ୍ଜୁରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଚୌଦ୍ବାରବାସୀ। ଏସିଆ ମହାଦେଶର ସର୍ବବୃହତ୍ତ କପଡା କାରଖାନା ଏବେ ପୁନଃଜୀବିତ ହେବ। ୫୦ ଦଶକରେ ଏହି କମ୍ପାନୀରେ ମୋଟ ୯ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଟୋ ମେସିନ୍ ହେବା ପରେ ଶ୍ରମିକଙ୍କ ସଂଖ୍ୟା ୪ ହଜାର ଥିଲା। ଏହି କମ୍ପାନୀର ୬୦ ପ୍ରତିଶତ ମାଲ୍ ବିଦେଶକୁ ରପ୍ତାନି ହେଉଥିବା ବେଳେ ରାଜ୍ୟର ଏକ ପ୍ରମୁଖ ଶିଳ୍ପାନୁଷ୍ଠାନର ମାନ୍ୟତା ପାଇଥିଲା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଚୌଦ୍ବାର ଗସ୍ତ ସମୟରେ ସ୍ଥାନୀୟ ଲୋକ, ପ୍ରତିନିଧି ସମସ୍ୟା ବିଷୟରେ ଅବଗତ କରାଇଥିଲେ । କ୍ୟାବିନେଟ୍ ସ୍ତରରେ ଆଲୋଚନା ପରେ ଚୌଦ୍ୱାରରେ ପୁଣି ନୂତନ ଶିଳ୍ପକୁ ନେଇ ଆଶା ସଞ୍ଚାର ହୋଇଛି ।

 

 

କମିଶନରେଟ ପୋଲିସକୁ ବଡ଼ ସଫଳତା, ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ 

ଭୁବନେଶ୍ବର : ୨୦୨୩ରେ କମିଶନରେଟ ପୋଲିସକୁ ବଡ଼ ସଫଳତା । ଦୋଷୀ ସାବ୍ୟସ୍ତରେ ସର୍ବକାଳୀନ ରେକର୍ଡ କରିଛି କମିଶନରେଟ ପୋଲିସ। ସାକ୍ଷୀ ସୁରକ୍ଷା, ଉଚ୍ଚକୋଟୀର ତଦନ୍ତ, ଉତ୍ତମ ଜ୍ଞାନ କୌଶଳକୁ ଡିସିପି ଗୁରୁତ୍ୱ ଦେଉଥିବା ବେଳେ ଟୁଇନସିଟିରେ ୧୦୯ ମାମଲାରେ ଦଣ୍ଡବିଧାନ ହୋଇଛି ।

ଟୁଇନସିଟିରେ ଦଣ୍ଡବିଧାନ ହାର ବଢ଼ିଲା ୬୨୫ ପ୍ରତିଶତ। ଡିସେମ୍ବର ୧ ସୁଦ୍ଧା ୧୦୯ ମାମଲାର ସରିଲା ଦଣ୍ଡ ବିଧାନ। ଭୁବନେଶ୍ବରରେ ୬୩, କଟକରେ ୪୬ଟି ମାମଲାରେ ଦଣ୍ଡବିଧାନ। ତ୍ୱରିତ ତଦନ୍ତ, ସଠିକ ସମୟରେ ଚାର୍ଜସିଟ ଦାଖଲ ଯୋଗୁଁ ଅପରାଧୀଙ୍କ ସଜା ହାର ବଢିଛି। ଦ୍ବୈତ ନଗରୀରେ ୨୦୨୩ ମସିହାରେ ୧୦୯ ମାମଲାରେ ଦଣ୍ଡବିଧାନ ହୋଇଛି । ଭୁବନେଶ୍ବରରେ ୬୩ ଓ କଟକରେ ୪୬ ଟି ମାମଲାର ଶୁଣାଣି ହୋଇଛି । ୪ଟି ହତ୍ୟା, ୨ ଟି ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ପୋଲିସ ସଜା ଶୁଣାଇଛି । ହତ୍ୟା ମାମଲାରେ ରାମମୂର୍ତ୍ତି ଗାମାଙ୍ଗଙ୍କୁ ସଜା ହୋଇଛି। ଆନ୍ତଃରାଜ୍ୟ ଇରାନୀ ଗ୍ୟାଙ୍ଗ, ବାଓ୍ବରିଆ ଗ୍ୟାଙ୍ଗ, ଗାଡି କାଚ ଭାଙ୍ଗି ଲୁଟୁଥିବା ଗ୍ୟାଙ୍ଗକୁ ସଜା ଶୁଣାଯାଇଛି । ଆଉ କିଛି ବଡ଼ ଧରଣର ଅପରାଧିକ ମାମଲାର ଶୁଣାଣି ପ୍ରକ୍ରିୟା ଅଦାଲତରେ ଚାଲୁ ଥିବା କହିଛନ୍ତି ଡିସିପି।

ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ତଦନ୍ତକାରୀ ଅଧିକାରୀ, ସରକାରୀ ଆଇନଜୀବୀ, ସାକ୍ଷୀମାନଙ୍କ ସହ ସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଇଛି। ସଠିକ ପ୍ରମାଣ ସଂଗ୍ରହ ଓ କୋର୍ଟରେ ଚାର୍ଜସିଟ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କ ଫୋକସ ରହୁଛି। କୋର୍ଟରେ ଟ୍ରାଏଲ ଉପରେ ନଜର ରଖିବା ଓ ଆବଶ୍ୟକୀୟ ନଥିପତ୍ରର ବ୍ୟବସ୍ଥା ପାଇଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। କେବଳ କ୍ରାଇମ ଡିଟେକ୍ସନ ନୁହେଁ, ବରଂ ଏଭିକ୍ସନକୁ ଗୁରୁତ୍ୱ ଯୋଗୁ ପେଶାଦାର ଅପରାଧୀଙ୍କ କାର୍ଯ୍ୟକଳାପ କମୁଥିବା ଦେଖାଯାଉଛି ।

ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଗୋଟିଏ ପରିବାରର ଏକାସାଙ୍ଗେ ୪ ଜଣ କଲେ ଆତ୍ମହତ୍ୟା । କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଉତ୍ତରପ୍ରଦେଶର ବାରଣାସୀରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଖବର । ଆତ୍ମହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବାବେଳେ ଜଣେ ମହିଳା ରହିଛନ୍ତି । ସମସ୍ତେ ରଶି ଲଗାଇ ପ୍ରାଣ ହରାଇଛନ୍ତି । ତେବେ ସେମାନେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ବାରଣାସୀରେ ଆତ୍ମହତ୍ୟା କରିଥିବା ଏହି ପରିବାର ତେଲେଙ୍ଗାନାର ହେଉଛନ୍ତି ମୂଳ ବାସିନ୍ଦା । ଏଠାରେ ରହିଥିବାବେଳେ ଆଜି ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଏମାନଙ୍କ ଆତ୍ମହତ୍ୟା ପଛର କାରଣ କଣ ଖୋଜୁଛି ପୋଲିସ । ଏନେଇ ପଡ଼ୋଶୀଙ୍କ ପଚରା ଯାଇଥିଲେ ସୁଦ୍ଧା କେଔରସି ପ୍ରତିକ୍ରିୟା ମିଳିପାରିନାହିଁ ।

ଜମୁଛି ରାଜ୍ୟ ସ୍ତରୀୟ ପୁସ୍ତକମେଳା ‘ଅକ୍ଷର’

ଭୁବନେଶ୍ବର : ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, କବିତା ଓ ସଂସ୍କୃତିର ମହାସଙ୍ଗମ। ଗୋଟିଏ ସ୍ଥାନରେ ମିଳୁଛି ପାଠକଙ୍କ ସମସ୍ତ ପସନ୍ଦ । ମନ ମୋହୁଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା ଅକ୍ଷର। ଉତ୍କଳ ପବ୍ଲିସର୍ସ ଆଣ୍ଡ ବୁକସେଲର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ପଞ୍ଚମ ରାଜ୍ୟସ୍ତରୀୟ ପୁସ୍ତକମେଳା ଅକ୍ଷର। ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକ, ପିଲାଙ୍କ ବହି, ଉପନ୍ୟାସ, ଗଳ୍ପ, କବିତା ଓ ଅନେକ ଶିକ୍ଷଣୀୟ ପୁସ୍ତକ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇଛି । ପ୍ରତିଦିନ ଜମୁଛି ଲେଖକ ଓ ପ୍ରକାଶକଙ୍କ ଆସର। ଦେଶ ବିଦେଶର ଲେଖକ ବି ମେଳାରେ ହେଉଛନ୍ତି ସାମିଲ । ଡିଜିଟାଇଲେଜସନ ଯୁଗରେ ଯେତେ ଇ-ବୁକ ମିଳୁଥିଲେ ବି କିନ୍ତୁ ବହି ପଢିବା ଓ ଜ୍ଞାନ ଆହରଣ କରିବାର ମଜା ସବୁବେଳେ ନିଆର ବୋଲି କହିଛନ୍ତି ଲେଖକ ଓ ପାଠକ ।

ବହି କଥା କୁହେ। ବହିରେ ରହିଛି ଭାଷାର ଆତ୍ମା। ତେଣୁ ପୁସ୍ତକକୁ ବନ୍ଧୁ କଲେ ମଣିଷର ଅନ୍ତର୍ନିହିତ ଜ୍ଞାନର ବିକାଶ ହୁଏ ବୋଲି କହିଛନ୍ତି ରଚୟିତା । ମେଳାରେ ୫୨୭ ଟି ଷ୍ଟଲରେ ମିଳୁଛି ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ଓଡ଼ିଆ ଭାଷାର ସବୁ ବହି । ଗୀତା ଭାଗବତ ଠାରୁ ଆରମ୍ଭ କରି ପ୍ରବାଦ ପୁରୁଷଙ୍କ ବହି ମଧ୍ୟ ମେଳାରେ ବିକ୍ରି ହେଉଛି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୦ ତାରିଖରେ ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କୁ ଅମରିଶ ପଟେଲଙ୍କ ପ୍ରଶଂସା, କହିଲେ ପୁରା ଜୀବନ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି । ପୁରା ଜୀବନ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ନିଜର ପ୍ରତିଷ୍ଠା ସହ କଠିନ ପରିଶ୍ରମ ଏବଂ ରାଜ୍ୟବାସୀଙ୍କ ପାଇଁ ତାଙ୍କ କର୍ତ୍ତବ୍ୟରେ ଛୋଟ ସହଯୋଗ କରିବାକୁ ଓଡ଼ିଶା ଆସିଛି ବୋଲି କହିଛନ୍ତି ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜର କୁଳାଧିପତି ଅମରିଶ ପଟେଲ । ବେପାର ପାଇଁ ନୁହେଁ କି ଲାଭଖୋର ମନୋବୃତ୍ତି ନୁହେଁ, ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ । ୧୯୩୨ରୁ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୧୯୮୨ରେ ଡ଼ିମ୍ଡ଼୍ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି ଏନ୍ଏମ୍ଆଇଏମ୍ଏସ୍ ।

ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ନଭି ମୁମ୍ବାଇ, ଇନ୍ଦୋର, ଧୁଳିଆ, ଶୀରପୁର, ଚଣ୍ଡିଗଡ଼ରେ କ୍ୟାମ୍ପସ ଚାଲୁଥିବା ବେଳେ ଅହମଦାବାଦରେ କ୍ୟାମ୍ପସ କାମ ଚାଲିଛି । ଆଜି ଭୁବନେଶ୍ବର କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜଟଣୀରେ ୪୦ ଏକର ଜାଗା ସରକାର ବିନାଦେୟରେ ଯୋଗାଇଥିବା ବେଳେ ୮ପ୍ରତିଶତ ଜିଏସଟି ଛାଡ଼ କରିଛନ୍ତି । ଏଥିରେ ୪୦୦କୋଟି ପୁଞ୍ଜି ବିନିଯୋଗ ହେବ ।

ସବୁ କ୍ୟାମ୍ପସ ମଧ୍ୟରେ ଭୁବନେଶ୍ବର କ୍ୟାମ୍ପସ ସର୍ବୋତ୍କୃଷ୍ଟ ହେବ ବୋଲି କୁଳାଧିପତି ଅମରିଶ ପଟେଲ କହିଛନ୍ତି । ଯୁବବର୍ଗଙ୍କ ଜୀବନ ବଦଳାଇବା, ନୂଆ ଜେନରେସନ ପ୍ରସ୍ତୁତ କରିବା ଆମର ମୂଲ ଲକ୍ଷ୍ୟ । ଭୁବନେଶ୍ବର ସହରକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍, କମିଟମେଣ୍ଟ, ଡ଼େଡ଼ିକେସନକୁ ଅମରିଶ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ବଚ୍ଛତା, ପାରଦର୍ଶିତା ଆମ ଶିକ୍ଷାନୁଷ୍ଠାର ମୂଳ ପୁଞ୍ଜି ବୋଲି ଅମରିଶ କରିଥିବା ବେଳେ ଭୁବନେଶ୍ବର ପ୍ରୋଜେକ୍ଟକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି ।

ପୂନଃଉଦ୍ଧାର ହେବ କୋଟପାଡ଼ର ଗଙ୍ଗା ଦମୟନ୍ତୀ ସାଗର

କୋରାପୁଟ : କଥା ଦେଇ କଥା ରଖିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୋରାପୁଟ ଜିଲ୍ଲା କୋଟପାଡ ସହରର ଜୀବନ ରେଖା ତଥା ଜଳଉତ୍ସ ଦମୟନ୍ତୀ ସାଗରର ପୂନଃଉଦ୍ଧାର। ପୁନଃଉଦ୍ଧାର ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ଏନେଇ ଅଞ୍ଚଳେର ଉତ୍ସାହ ପ୍ରକାଶ ପାଇଛି ।

କୋରାପୁଟ ଜିଲ୍ଲାର ୧୨୦ ଏକର ବିଶିଷ୍ଟ ଐତିହ ଦମୟନ୍ତୀ ସାଗର ବହୁ ଦିନ ହେଲା ମାଟି ପୋତି ହୋଇ ତାର ସୌନ୍ଦର୍ଯ୍ୟ ହରାଇ ବସିଥିଲା। କୋଟପାଡ ଗ୍ରସ୍ତ ବେଳେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜନସାଧାରଣ। ଏବେ ଆର୍ଥୀକ ସହାୟତାରେ ନୂଆରୂପ ନେବାକୁ ଯାଉଛି କୋଟପାଡ଼ର ଲାଇଫଲାଇନ୍। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଜଣାଛନ୍ତି ବିଧାୟିକା ଓ ଅଞ୍ଚଳବାସୀ ।

ଡିପିଆର ପ୍ରସ୍ତୁତି ସହ ଅର୍ଥ ମଞ୍ଜୁର କରି ନିଜ ପ୍ରତିଶ୍ରୁତି ପୁରଣ ସହ କୋଟପାଡ ବାସୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଦମୟନ୍ତୀ ସାଗରର ବର୍ତ୍ତମାନ ପାଖାପାଖି ୭୦ ଏକରର ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଏହାର ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ। ଏନେଇ ସହରର ସମସ୍ତ SHG ଏବଂକୋଟପାଡ ବୁଦ୍ଧିଜୀବୀମାନେ କୃତଜ୍ଞତା ଜଣାଇଛନ୍ତି ।

 

ଜଣକ ପରେ ଜଣେ ୨୨ ଜଣ ନିହତ, ଆତଙ୍କରେ ହାଫିଜ୍

ଇସଲାମବାଦ: ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ଛକନା । ବୁଧବାର ପାକିସ୍ତାନରୁ ଏକ ଖବର ଆସିଛି କି କରାଚିରେ ଲସ୍କର ଆତଙ୍କବାଦୀଙ୍କ ମଧ୍ୟରେ ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଛି । ୨୦୧୫ ଏବଂ ୨୦୧୬ରେ ଉଦ୍ଧାମପୁର ଏବଂ ପାମ୍ପୋରରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଡିସେମ୍ବର ୨ ତାରିଖରୁ ଗୁଳି କରାଯାଇଥିବା ବେଳେ ବୁଧବାର ସୂଚନା ଦିଆଯାଇଛି ।

ପୂର୍ବ ପରି, ଏହି ଅପରାଧ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ। କିଏ ଅଦନନ୍ ଅହମ୍ମଦ ଛଦ୍ମନାମ ହଞ୍ଜାଲା ଅହମ୍ମଦଙ୍କ ଜୀବନ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ଦୁଇ ଡଜନ ଆତଙ୍କବାଦୀ ରହସ୍ୟମୟ ଅବସ୍ଥାରେ ନିହତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି

ଏହା ବ୍ୟତୀତ ଲଶ୍କର ମୁଖ୍ୟ ହାଫିଜ ସଇଦଙ୍କ ଭାଇ ହମିଦ, ଅଲ ବଦର କମାଣ୍ଡର ସୟଦ ଖାଲିଦ, ଲଶ୍କର କମାଣ୍ଡର ଆକ୍ରାମ ଗାଜି, ଲଶ୍କର ଆତଙ୍କବାଦୀ ରେହମାନ ଏବଂ ଅନ୍ୟ କେତେକ ଜୟଶ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଏଭଳି ପରିସ୍ଥିତିରେ କୁହାଯାଇଛି ଯେ ନିକଟ ଅତୀତରେ ଏଭଳି ହତ୍ୟାକାଣ୍ଡ ଯୋଗୁଁ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅନେକ ଆତଙ୍କବାଦୀ କ୍ରମାଗତ ଭାବରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଏଥିରେ ଦାଉଦ ଇବ୍ରାହିମ, ହାଫିଜ ସଇଦ, ଟାଇଗର ମେମୋନ, ମାସୁଦ ଅଜହର ଏବଂ ସୟଦ ସଲାହୁଦ୍ଦିନ୍ ଭଳି ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ |

ନିକଟରେ ହଞ୍ଜାଲା ଅହମ୍ମଦ ଆଧାର ପରିବର୍ତ୍ତନ କରିଥିଲେ

ଏହି ଆକ୍ରମଣରେ ପ୍ରାୟ ଦୁଇ ଡଜନରୁ ଅଧିକ ଆତଙ୍କବାଦୀଙ୍କୁ ହଟାଇ ଦିଆଯାଇଛି। ଅଜଣା ଆକ୍ରମଣକାରୀଙ୍କ ଟାର୍ଗେଟରେ ଆଉ କିଛି ଆତଙ୍କବାଦୀ ରହିଥିବାର ସମ୍ଭାବନା ରହିଛି। ସେଥିପାଇଁ କୁହାଯାଉଛି ଯେ ଦାଉଦ ଇବ୍ରାହିମ, ହାଫିଜ ସଇଦ ଭଳି ଆତଙ୍କବାଦୀମାନେ ଆଇଏସଆଇ ଅର୍ଥାତ୍ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସିର ସୁରକ୍ଷିତ ଘରେ ରୁହନ୍ତି | କରାଚିରେ ଅଦନନ୍ ଅହମ୍ମଦ ଛଦ୍ମନାମ ହଞ୍ଜାଲା ଅହମ୍ମଦଙ୍କ ମୃତ୍ୟୁକୁ ନେଇ ଅଞ୍ଜା କିଛି ଦିନ ପୂର୍ବରୁ ରାୱଲପିଣ୍ଡିରୁ କରାଚିକୁ ଅପରେସନ୍ ବେସ୍ ସ୍ଥାନାନ୍ତର କରିଥିଲେ କିନ୍ତୁ ଏହି ସ୍ଥାନାନ୍ତର ତାଙ୍କ ଜୀବନ ନେଇଥିଲା।

 

ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା, ଏହି ରଣକୌଶଳ ସହ ମଇଦାନକୁ ଓହ୍ଲାଇପାରେ ଦଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା । ବାରମ୍ବାର ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ନମିଳିପାରେ କଂଗ୍ରେସ । ୮୦ ପ୍ରତିଶତ ଯୁବ ନେତୃତ୍ବଙ୍କୁ ୨୪ ମଇଦାନରେ ଓହ୍ଲାଇବା ପାଇଁ ଦଳ କସରତ ଆରମ୍ଭ କରିଛି । କଂଗ୍ରେସ ଶାସିତ ରାଜ୍ୟରେ ଦଳର ପରାଜୟ ପରେ ଓଡ଼ିଶା କଂଗ୍ରେସ ପାଇଁ ମଙ୍ଗୁଆଳ ଏପରି ଚିନ୍ତା କରିଛନ୍ତି । ନିର୍ବାଚନ ଓ ସ୍କ୍ରିନିଂ କମିଟି ଏହା ଉପରେ ନିଷ୍ପତ୍ତି ନେବ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ ନିଜ ଭିତରେ ଲଢ଼େଇ ଯୋଗୁ କଂଗ୍ରେସ ହାରୁଛି ବୋଲି ବରିଷ୍ଠ ବିଧାୟକମାନେ ମତ ଦେଇଛନ୍ତି ।

୨୪ ପାଇଁ କଂଗ୍ରେସର ଚେହେରା ଚିନ୍ତା । ବାରମ୍ବାର ପରାଜିତ ନେତାଙ୍କୁ ମିଳିବନି ଟିକେଟ୍‌ । ଯୁବ ଓ ମହିଳା ନେତୃତ୍ବଙ୍କୁ ଫୋକସ୍‌ । ତାରା- ସୁରଙ୍କ ଦାବି ଉପରେ ଶରତଙ୍କ ଭିନ୍ନମତ । ୨୦୧୯ରେ ରାଜ୍ୟରେ କଂଗ୍ରେସର ଭୋଟ୍‌ ହାର ଥିଲା ୧୬ ଦଶମିକ ୧୨ ପ୍ରତିଶତ । ଗତ ପଞ୍ଚାୟତ ନିର୍ବାଚନରେ ୧୩ ଦଶମିକ ୫୭ ପ୍ରତିଶତକୁ କମିଲା । ପୌର ଓ ୮ଟି ଉପନିର୍ବାଚନରେ ଦଳର ଭୋଟ୍‌ ହାର ଥିଲା ଅତି ନଗଣ୍ୟ । ଏଭଳି ସ୍ଥିତିରେ ଓଡ଼ିଶା କଂଗ୍ରେସ ୨୦୨୪ ନିର୍ବାଚନ ସାମ୍ନା କରିବାକୁ ଯାଉଛି ।

ଗୋଷ୍ଠୀ କନ୍ଦଳ ଭିତରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟ କଂଗ୍ରେସ ଏବେ ଯୁବ ନେତୃତ୍ବଙ୍କୁ ନେଇ ଆଗକୁ ଯିବାକୁ ଆରମ୍ଭ କରିଛି କସରତ । ଗ୍ରାଉଣ୍ଡରେ କାମ କରୁଥିବା ଯୁବ ନେତୃତ୍ବଙ୍କୁ ଦଳ ୨୪ରେ ଚେହେରା କରିବାକୁ ରଣନୀତି କରୁଛି । ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ୍‌ ନଦେବାକୁ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ଦାବି କରିଛନ୍ତି  । ଅଧିକ ଯୁବ ନେତୃତ୍ବଙ୍କୁ ଟିକେଟ୍‌ ନଦେଲେ କଂଗ୍ରେସ ସ୍ଥିତିରେ ଉନ୍ନତି ହେବ ନାହିଁ ବୋଲି ଉଭୟ କହିଛନ୍ତି ।

ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ ନଦେବା ପାଇଁ ଦଳ ଭିତରେ ଦାବି ଉଠିବା ପରେ ପିସିସି ସଭାପତି ଚିନ୍ତାରେ ପଡ଼ିଛନ୍ତି । ଜିତିବା କ୍ଷମତା ଥିବା ନେତାଙ୍କୁ ଟିକେଟ୍‌ ଦେବାରେ ପ୍ରାଧାନ୍ୟ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ଏନେଇ କଂଗ୍ରେସ ନିର୍ବାଚନ ଓ ସ୍କ୍ରିନିଂ କମିଟି ନିଷ୍ପତ୍ତି ନେବ । ୨୩ ବର୍ଷ କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସ ୨୪ ନିର୍ବାଚନକୁ ନେଇ ଅଙ୍କ କଷୁଛି । ଟିକେଟ୍‌ ପାଇବା ପାଇଁ କିଏ ଯୋଗ୍ୟ, ତାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ନୂଆ କଳି । ଯାହାକି ଦଳର ୯ରୁ ୯୦ ମିଶନକୁ ପାଣିଚିଆ କରିଦେଇଛି ।

ମାହାଙ୍ଗାରେ ଭାଗବତ ମେଳଣ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରା ସମ୍ପର୍କରେ ଅଜଣା କଥା

କଟକ : ଦୋଳ ମେଳଣ କଥା ଆପଣମାନେ ଶୁଣିଥିବେ। ହେଲେ କଟକ ମାହାଙ୍ଗା ଅଞ୍ଚଳରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଛି ଭାଗବତ ମେଳଣ। ବିମାନରେ ବିଜେ ହୋଇଥାନ୍ତି ପ୍ରଭୁ ଜଗନ୍ନାଥ। ଆଉ ଜଗନ୍ନାଥଙ୍କ ପଛରେ ଭାଗବତ ପୋଥି। ଘଣ୍ଟ ଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠେ ମେଳଣ ପଡିଆ। ପିଠାପଣା ସହ ଅତିଥିରେ ପୁରୀ ଉଠିଥାଏ ଗାଁ। ରଙ୍ଗବେରଙ୍ଗର ଆତସବାଜିରେ ଝଲସି ଯାଏ ପରିବେଶ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଅଷ୍ଟମୀ ପର ପର୍ଯ୍ୟନ୍ତ ଚାଲେ ଏହି ମେଲଣ। ବିମାନରେ ଭାଗବତ ଥିବାରୁ ଏହାକୁ ଭାଗବତ ବିମାନ କୁହାଯାଏ। ପ୍ରତିଦିନ ଏହି ବିମାନ ସବୁ ଘର ଘର ବୁଲି ଗାଁରେ ଭୋଗ ଖାଇବା ପରେ ସନ୍ଧ୍ୟାରେ ମେଳଣ ପଡ଼ିଆକୁ ଯାଆନ୍ତି।

ଭାଗବତର ପ୍ରଚାର ପ୍ରସାର ସହ ଭାଇଚାରାର ଏକ ସମୃଦ୍ଧ ପରମ୍ପରା ତିଆରି କରିବା ଏହାର ବିଶେଷତ୍ବ। ଗୋଟିଏ ଗାଁରେ ମେଳଣ ସାରିଲେ ପୁଣି ଆର ଗାଁରେ ସେହି ସମାନ ପରମ୍ପରା ବହନ କରି ଭାଗବତ ମେଳଣ ଅନୁଷ୍ଠିତ ହୁଏ। ଗାଁ ଗାଁ ଘର ଘର ବୁଲି ଭୋଗ ଖାଇବା, ଏକାଠି ଭଜନ ସଂକୀର୍ତ୍ତନ କରିବା, ଭାବବତ ଶୁଣିବା, ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ରାତିସାରା ମେଳଣରେ ସାମିଲ ହେବା ପରସ୍ପରକୁ ସ୍ନେହ ଶ୍ରଦ୍ଧା ଶିଖାଇବା ସହ ସାମାଜିକ ବନ୍ଧନକୁ ଆହୁରି ସୁଦୃଢ଼ କରେ।

NMIMS ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିକାଶର ନୂତନ ଯୁଗ । ଓଡ଼ିଶାରେ ଖୋଲିବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଇନଫୋଭ୍ୟାଲିଠାରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବା NMIMS ବିଶ୍ବବିଦ୍ୟାଳୟ ବର୍ଷକ ମଧ୍ୟରେ ପାଠପଢା ଆରମ୍ଭ କରିବ । ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ବବିଦ୍ୟାଳୟ NMIMS ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ରଖିଛି । ଉଚ୍ଚ ଶିକ୍ଷା କ୍ଷେତ୍ରାରେ  NMIMS ଶିକ୍ଷାନୁଷ୍ଠାନ ଗୁରୁତ୍ବ ରହିବ । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାରେ ସହଯୋଗ କରିବ  NMIMS  ବୋଲି ନବୀନ କହିଛନ୍ତି । NMIMS ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇସାରିଛି । ଏନେଇ  ଏସଭିକେଏମ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NMIMS ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ।

କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର  ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । SVKM ପକ୍ଷରୁ ୪୦୦କୋଟିର ପୁଞ୍ଜି ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ । ଜଟଣୀରେ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ହେବାକୁ ଥିବାରୁ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ।