spot_img
Home Blog Page 2321

ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ, ଜନସେବା ମନ୍ତ୍ରକୁ ତୃଣମୂଳ ସ୍ତରରେ ଅଧିକ ଗୁରୁତ୍ବ ଦେବାକୁ ରୋଡମ୍ୟାପ୍

ଭୁବନେଶ୍ବର: ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ । ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ସାରାଦେଶରେ ବିଜେଡି ମାନ୍ୟତା ପାଇଛି । ପ୍ରତିଷ୍ଠା ଦିବସକୁ ଜନସେବା ଉତ୍ସବ ଭାବେ ପୂରା ରାଜ୍ୟରେ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନବୀନ ପଟ୍ଟନାୟକଙ୍କ ୨୬ ବର୍ଷର ଜନସେବାକୁ ତ୍ବରାନ୍ବିତ ଓ ଅଧିକ ବ୍ୟାପକ କରିବ ଦଳ । ପ୍ରତିଷ୍ଠା ଦିବସରେ ବିଜେଡି ନେତା ଓ କର୍ମୀଙ୍କୁ ୨୪ ନିର୍ବାଚନ ପାଇଁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବେ ।

ପ୍ରତିଷ୍ଠା ଦିବସ ପାଇଁ ବିଜେଡିର ପ୍ରସ୍ତୁତି । ଖୁବଶୀଘ୍ର ବସିବ ଦଳୀୟ ପଦାଧିକାରୀ ବୈଠକ । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଜନସେବାକୁ ଅଧିକ ତ୍ବରାନ୍ବିତ ଓ ବ୍ୟାପକ କରିବା ଉପରେ ଫୋକସ୍ । ଜନସେବାରେ ଆଉ ଏକ ବର୍ଷ ଅତିକ୍ରମ କରିବ ବିଜେଡି । ୨୬ ବର୍ଷର ଜନସେବା ମନ୍ତ୍ରକୁ ଦଳ ତୃଣମୂଳ ସ୍ତରରେ ଅଧିକ ଗୁରୁତ୍ବ ଦେବାକୁ ପ୍ରତିଷ୍ଠା ଦିବସରେ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଜିଲ୍ଲାରୁ ରାଜ୍ୟ ସ୍ତରଯାଏ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ଖୁବଶୀଘ୍ର ଦଳୀୟ ପଦାଧିକାରୀ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦେଶରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଗ୍ରହଣୀୟ ହୋଇଛି । ଓଡ଼ିଶାବାସୀ ସବୁ ନିର୍ବାଚନରେ ବିଜେଡିକୁ ଆଶୀର୍ବାଦ କରୁଛନ୍ତି । ତେଣୁ ବିଜେଡି ପ୍ରତିଷ୍ଠା ଦିବସକୁ ଓଡ଼ିଶାବାସୀ ଜନସେବା ଉତ୍ସବ ଭାବେ ପାଳନ କରିବେ ବୋଲି ଦଳର ନେତାମାନେ କହିଛନ୍ତି ।

ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ବିଜେଡି ଘରେଘରେ ପହଞ୍ଚାଇଛି। ତୃଣମୂଳ ସ୍ତରରୁ ଜନସେବାକୁ ଗୁରୁତ୍ବ ଦେଇ ଓଡ଼ିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇଛି ବିଜେଡି । ରୂପାନ୍ତରଣ ପଥରେ ଆଗକୁ ଚାଲିଥିବା ଓଡ଼ିଶା ଏବେ ପୂରା ଦେଶର ରୋଲ୍‌ ମଡେଲ ସାଜିଛି । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଆଇଟି, କୃଷିକ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ବିକଶିତ ଓଡ଼ିଶା ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ପ୍ରତିଷ୍ଠା ଦିବସରେ ଏସବୁ ଆଲୋଚନା ସହ ୨୦୨୪ ନିର୍ବାଚନ ପାଇଁ ବିଜେଡି ରାଜନୈତିକ ଖସଡ଼ା ପ୍ରସ୍ତୁତ କରିବ ।

ଅପ୍ରତିଦ୍ବନ୍ଦ୍ବୀ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ୨୦୨୪ରେ ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ହକ୍‌ ପାଇଁ ଲଢୁଥିବା ବିଜେଡି ଏବେ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।

କଟକରେ ମାତିଛନ୍ତି ବଞ୍ଜାରା ଲୁଟେରା; ବ୍ୟବସାୟ ଆଳରେ କରୁଛନ୍ତି ଚୋରି

କଟକ: କଟକରେ ମାତିଛନ୍ତି ବଞ୍ଜାରା ଚୋର। ବ୍ୟବସାୟ କରିବାକୁ ଆସି ସହରରରେ ଚୋରି କରୁଛନ୍ତି ବଞ୍ଜାରା ପରିବାର । ବିଶେଷକରି ମେଳା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି । ରାସ୍ତା କଡରେ ବସି ବେପାର କରୁଛନ୍ତି ଆଉ ପିଲାଙ୍କୁ ଲଗାଇ ମୋବାଇଲ ପର୍ସ ଆଦି ଆଖିପିଛୁଳାକେ ଲୁଟି ନେଉଥିବା ଅଭିଯୋଗ ହୋଇଛି।  ବାଦାମବାଡ଼ି, ହାଇକୋର୍ଟ, ଷ୍ଟାଡିୟମ ରୋଡ଼ ଆଦି ଜନଗହଳି ରାସ୍ତାରେ ବୁଲୁଛନ୍ତି ଏହି ଚୋର। ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ରାଜ୍ୟରୁ ଖେଳନା, ଘର ସଜ୍ଜା ସାମଗ୍ରୀ ବାଦାମ ବିକ୍ରି କରିବା ପାଇଁ ସହ ସହ ସଂଖ୍ୟାରେ ପରିବାରକୁ ନେଇ ବଞ୍ଜାରା ଆସୁଛନ୍ତି।

ସହରରେ ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ସଜାଗ ହୋଇଛି କମିଶନରେଟ୍ ପୋଲିସ୍ । ଅନାୟାସରେ ଅନ୍ୟ ରାଜ୍ୟରୁ ଏପରି ଲୁଟେରା ଟ୍ରେନ ଯୋଗେ ଓଡ଼ିଶା ଆସୁଛନ୍ତି। ବିଶେଷକରି ଦୁର୍ଗା ପୂଜାଠାରୁ ବାଲିଯାତ୍ରା ପର୍ଯ୍ୟନ୍ତ ଏମାନେ ସହରରେ ରହି ବେପାର କରନ୍ତି। ବ୍ୟବସାୟ ଆଳରେ କିଛି ଚୋରି ଘଟଣାରେ ସଂପୃକ୍ତି ଥିବା ତଦନ୍ତରୁ ଜଣା ପଡ଼ିଥିବା କହିଛି ପୋଲିସ୍ । ତେବେ ସେମାନଙ୍କ ସଠିକ ପରିଚୟ ନଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି ହେଉଛି । ତେଣୁ ଏପରି ବ୍ୟବସାୟୀଙ୍କୁ ସହରରୁ ବିଦା କରିବାକୁ ପୋଲିସ୍ ପ୍ରକ୍ରିୟା ଆରମ୍ଭ କରିଛି । ସ୍ଥାୟୀ ସମାଧାନ ପାଇଁ ସିଏମସି ଓ ଜିଲ୍ଲା ପ୍ରଶାସନ ସହ ଖୁବଶୀଘ୍ର ଏକ ବୈଠକ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

କେନ୍ଦ୍ର ମାଲାମାଲ ଓଡ଼ିଶା ବେହାଲ, କୋଇଲା ନେଇ ଆଖି ବୁଜିଦେଇଛି କେନ୍ଦ୍ର

ଭୁବନେଶ୍ବର: କୋଇଲା ଖଣି ଅଞ୍ଚଳରେ ବଢୁଛି ପ୍ରଦୂଷଣ । ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ତାଳଚେର ଓ ଝାରସୁଗୁଡା ଭଳି ଖଣି ବହୁଳ ଜିଲ୍ଲା ଏବେ ବିଷ ବଳୟକୁ ଚାଲିଯାଇଛି । କେନ୍ଦ୍ର ସରକାର କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକାଧିକ ଆଇନ କରିଛନ୍ତି । ହେଲେ ସେସବୁର ଅନୁପାଳନ ହେଉନଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ପ୍ରଦୂଷଣ ସୃଷ୍ଟିକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଏନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଉଦେବଗ ପ୍ରକାଶ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ଆଇନ ଓ ଏହାର କାର୍ଯ୍ୟାକାରିତା ନେଇ ପ୍ରଶ୍ନ କରିଛନ୍ତି ।

କୋଇଲାରୁ କେନ୍ଦ୍ର ମାଲାମାଲ, ଓଡ଼ିଶା ବେହାଲ । ଓଡ଼ିଶା କୋଇଲାରୁ ପଇସା ନେଉଛି ଛାଣି । ଓଡ଼ିଶା ପାଉଛି ଦୂଷିତ ପବନ, ପିଉଛି ମଇଳା ପାଣି । ବିଷ ବଳୟରେ ଖଣି ବହୁଳ ତାଳଚେର ଓ ଝାରସୁଗୁଡା । କୋଇଲା ଖଣିରୁ ନିୟମିତ କୋଇଲା ଉତ୍ତୋଳନରୁ ବଢୁଛି ବାୟୁ ପ୍ରଦୂଷଣ । କୋଇଲା ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବାକୁ ରହିଥିବା ଆଇନର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । ଦେଖନ୍ତୁ ଅନୁଗୁଳ ଜିଲ୍ଲାର ଏହି ଚିତ୍ର । ନିୟମିତ ଭାବେ ଏମସିଏଲରୁ କୋଇଲା ଉତ୍ତୋଳନ କରାଯାଉଛି । କିନ୍ତୁ ଏହାଦ୍ବାରା ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉନି । ଖୋଲା ଟ୍ରକରେ କୋଇଲା ପରିବହନ ହେଉଛି ।

ଅଧିକାଂଶ ସମୟରେ ଟ୍ରେନରେ କୋଇଲା ଚାଲାଣ ବେଳେ ନିଆଁ ମଧ୍ୟ ଲାଗୁଛି । ଦେଶର ୨୫ ପ୍ରତିଶତ କୋଇଲା ଆବଶ୍ୟକତା ଓଡିଶା ପୂରଣ କରୁଛି । ଆଉ ସେହି ଅନୁପାତରେ ପ୍ରଦୂଷଣର ବିଷକୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳବାସୀ ବହନ କରୁଛନ୍ତି । କିନ୍ତୁ ଏଦିଗରେ ଖଣି ଉତ୍ତୋଳନାକାରୀଙ୍କ ନିଘା ନାହିଁ । ଏହାକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ କୋଇଲା ଖଣି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବାକୁ ଥିବା ଆଇନ ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅନୁଗୁଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣରେ କେନ୍ଦ୍ରୀୟ ଅବହେଳା ଓ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନୁଗୁଳ ପରି ଝାରସୁଗୁଡାର ବି ପ୍ରଦୂଷଣରେ ବେହାଲ । ଦିନରାତି ଖଣିରୁ କୋଇଲା ଉତ୍ତୋଳନ ହେଉଛି । ବାୟୁ ପ୍ରଦୂଷଣ ଯୋଗୁଁ ଭୂତଳ ଜଳ ଓ ନଦୀନାଳ ଜଳ ବି ଦୂଷିତ ହୋଇଛି । ପ୍ରଦୂଷିତ ବାୟୁ ପାଇଁ ଲୋକେ ବି ନାନା ଦୂରାରୋଗ୍ୟରେ ପଡୁଛନ୍ତି । କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣକୁ ରୋକିବାକୁ ଅନେକ ଆଇନ କାନୁନ ରହିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ସଂସଦରେ କହୁଛନ୍ତି । ହେଲେ ପ୍ରକୃତପକ୍ଷେ ଏହାର ଅନୁପାଳନ କରାଯାଉନି । ନା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି ନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଛଅ ମାସରେ ଥରେ ରିପୋର୍ଟ ଦିଆଯାଉଛି । ଯେଉଁମାନେ ପ୍ରତିଷେଧକମୂଳକ ପଦକ୍ଷେପକୁ ଯାଞ୍ଚ କରିବାକୁ ଅଧିକାରଭୁକ୍ତ ସେମାନେ ବି ଆଖିବୁଜି ଦେଇଛନ୍ତି ।

ଏ ସମ୍ପର୍କରେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ କୌଣସି ସୂଚନା ଦେଉନଥିବା ବେଳେ ଝାରସୁଗୁଡା ଓ ଅନୁଗୁଳର ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ, କୋଇଲା ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ନିୟମାବଳୀର ସଠିକ କାର୍ଯ୍ୟକାରିତା ହେଉନାହିଁ । ପୂର୍ବରୁ ମଧ୍ୟ ରାଜ୍ୟ ସରକାର ବାରମ୍ବାର ଖଣିଖାଦନ ଥିବା ଅଞ୍ଚଳର ସୁରକ୍ଷା ପାଇଁ ଗ୍ରୀନ ସେସରୁ ରାଜ୍ୟକୁ ଭାଗ ଦେବାକୁ ଦାବି କରିଆସୁଛନ୍ତି । କେନ୍ଦ୍ର ସରକାର କିନ୍ତୁ ରାଜ୍ୟର ଦାବିକୁ ଗ୍ରହଣ କରୁନାହାଁନ୍ତି ।

ଓଡ଼ିଶାରେ ଆଇଟି ରେଡକୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ  

ଭୁବନେଶ୍ବର: ଓଡ଼ିଶାରେ ଆଇଟି ରେଡକୁ ନେଇ ଓଡ଼ିଶା ବିଜେପିକୁ ଟାର୍ଗେଟ କଲା ବିଜେଡି । ଆୟକର ବିଭାଗ ଚଢାଉ ନେଇ ରାଜ୍ୟ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରିବା ଆଗରୁ ରାଷ୍ଟ୍ରୀୟ ବିଜେପି ନେତା ଓ ଝାଡ଼ଖଣ୍ଡ ବିଜେପି ନେତା କଣ କହୁଛନ୍ତି ସେ ସମ୍ପର୍କରେ ଅବଗତ ରହିବା କଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ । ଝାଡଖଣ୍ଡ ବିଜେପି ନେତା କହୁଛନ୍ତି ମିଳିଥିବା ଟଙ୍କା କଂଗ୍ରେସର । କଂଗ୍ରେସ ନେତା କହୁଛନ୍ତି ଜବତ ଟଙ୍କା ବିଜେପିର । ଉଭୟ ଦଳ ଉଭୟଙ୍କୁ ଦୋଷାରୋପ କରୁଛନ୍ତି ।

ବୋଧହୁଏ ବିଜେପି ଓ କଂଗ୍ରେସ ନେତା ନିଜ ନିଜର ଟଙ୍କାକୁ ବ୍ୟବସାୟୀଙ୍କ ଜରିଆରେ ଠୁଳ କରି ରଖିଥିଲେ ବୋଲି କହିଛନ୍ତି ଇପସିତା । ବିଜୁ ଜନତା ଦଳ ସର୍ବଦା ଆଇନକୁ ସମ୍ମାନ ଦିଏ । ଆୟକର ବିଭାଗ ଚଢାଉକୁ ଦଳ ସ୍ବାଗତ କରିଛି । ମିଳିଥିବା ଟଙ୍କା ଓ ବ୍ୟବସାୟୀଙ୍କ ସହ ବୋଧହୁଏ ପଶ୍ଚିମ ଓଡିଶାର କିଛି ବିଜେପି ନେତା ସମ୍ପର୍କରେ ରହିଛନ୍ତି । ତେଣୁ ତଥ୍ୟ ଆସିବା ଆଗରୁ ଛାନିଆ ହୋଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ତଦନ୍ତ ପରେ କାହା ସହ କି ପ୍ରକାର ସମ୍ପର୍କ ରହିଛି ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଇପସିତା ।

୩ ହଜାର ବର୍ଷ ପରେ ପୃଥିବୀ କେମିତି ଦେଖାଯିବ ? ଜାଣନ୍ତୁ ନିଜକୁ ଟାଇମ୍ ଟ୍ରାଭେଲର କହୁଥିବା ବ୍ୟକ୍ତି କ’ଣ କହୁଛନ୍ତି

ନୂଆଦିଲ୍ଲୀ: ଭବିଷ୍ୟତ ଜାଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ସେଥିପାଇଁ ଲୋକମାନେ ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି । ଆଉ ନିଜର ଭବିଷ୍ୟତ ସମ୍ପର୍କରେ ଜାଣିଥାନ୍ତି । ସାଧାରଣତଃ ଆଗକୁ କ’ଣ ଘଟିବ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ଆସିଥାଏ । ତେବେ ଏଭଳି ଅନେକ ଜ୍ୟୋତିଷ ରହିଥିବାବେଳେ ଲୋକେ ତାଙ୍କୁ ବିଶ୍ବସ ମଧ୍ୟ କରନ୍ତି । ତେବେ ଜଣେ ବ୍ୟକ୍ତି ନିଜକୁ ଟାଇମ ଟ୍ରାଭେଲର ବୋଲି କହିଥିବାବେଳେ ୩ ହଜାର ବର୍ଷ ପରେ ପୃଥିବୀ କେମିତି ଦେଖାଯିବ ସେ ସମ୍ପର୍କରେ କହିଛନ୍ତି । କିଛି ଲୋକ ଏହାକୁ ବିଶ୍ବାସ କରୁଥିବାବେଳେ ଆଉ କିଛି ଅବିଶ୍ବାସ କରୁଛନ୍ତି । ତେବେ ସେ ଯେଭଳିଭାବେ କଳ୍ପନା କରି କହିଛନ୍ତି ଯେ କେହି ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବେ।

ଟାଇମ୍ ଟ୍ରାଭେଲର୍ ଏଡୱାର୍ଡ ନାମକ ଜଣେ ବ୍ୟକ୍ତି ଯିଏ ନିଜକୁ ଟାଇମ୍ ଟ୍ରାଭେଲର୍ ବୋଲି କହୁଛନ୍ତି ସେ ଦାବି କରିଛନ୍ତି ଯେ ୩ହଜାର ବର୍ଷ ପରର ଦୁନିଆ ଦେଖିବା ପରେ ସେ ଫେରି ଆସିଛନ୍ତି। ଏହା ବର୍ତ୍ତମାନ ୨୦୨୩, କିନ୍ତୁ ୫୦୦୦ ବର୍ଷରେ ପୃଥିବୀ କ’ଣ ହେବ ସେ ଦେଖିଛନ୍ତି। ତାଙ୍କର ମଧ୍ୟ ଫଟୋଗ୍ରାଫିକ୍ ପ୍ରମାଣ ଅଛି । ସେ ତାଙ୍କ ହାତରେ ଏକ ଚିତ୍ର ଧରିଥିବାର ନଜର ଆସିଛନ୍ତି, ଯେଉଁଥିରେ ଏକ ପୁରା ସହର ପାଣି ତଳେ ବୁଡ଼ି ଯାଇଥିବାର ଦେଖାଯାଉଛି  । ଦାବି ହେଉଛି ଯେ ଏହି ସହର ହେଉଛି ଆମେରିକାର ଲସ୍ ଆଞ୍ଜେଲସ୍, ଯାହା ୩୦୦୦ ବର୍ଷ ପରେ ଏହିପରି ଜଳରେ ଦୃଶ୍ୟମାନ ହେବ। ଅନ୍ୟ କେତେକ ସହର ମଧ୍ୟ ସମାନ ଦେଖାଯିବ । ଅନେକ ସହରରେ ଏଭଳି ଜଳବନ୍ଦୀ ରହିଥିବା ସେ ଦାବି କରିଛନ୍ତି । ବାସ୍ତବରେ ଏହା ଦାବି କରୁଥିବା ଟାଇମ ଟ୍ରାଭେଲର ନିଜର ପ୍ରକୃତ ପରିଚୟ ଦେଇନାହାନ୍ତି । କିନ୍ତୁ ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ଲୋକଙ୍କ ଟଙ୍କାରେ ଅୟସ କରୁଛନ୍ତି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର : ଲୋକଙ୍କ ଋଣ ଟଙ୍କାରେ ଘୋଟାଲା । ଲୋକଙ୍କ ଟଙ୍କାରେ ଅୟସ କରୁଛନ୍ତି ବ୍ୟାଙ୍କ କର୍ମଚାରୀ । ୩ କୋଟି ୩୩ ଲକ୍ଷ ଟଙ୍କା ଠକେଇ ଘଟଣାରେ ୨ ଗିରଫ। ଠକେଇର ମାଷ୍ଟରମାଇଣ୍ଡ ସାଜିଥିଲେ ବ୍ରାଞ୍ଚ ମ୍ୟାନେଜର। ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି। ଦୁଇ କରିତକର୍ମାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରିକଲଚର ଫାଇନାନ୍ସ ଅଫିସରକୁ ଗିରଫ କରିଛି EOW । ଗିରଫ ହୋଇଥିବା ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବୁରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚରାଲ ଫାଇନାନ୍ସ ଅଫିସର ଦେବୀଦତ୍ତ ପାଣିଗ୍ରାହୀ। ଦୁହିଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ । ତେବେ ୨୦୧୫ ରୁ ୨୦୧୮ ଭିତରେ ହୋଇଥିଲା ଦୁର୍ନୀତି। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ଓ ଅନ୍ୟ ଋଣ କରାଇବା ନାଁରେ ଗରିବ ଲୋକଙ୍କ ଟଙ୍କାକୁ ଠକିଥିଲେ ବାବୁ। ନକଲି ହିତାଧିକାରୀଙ୍କୁ ହିତାଧିକାରୀ ଦର୍ଶାଇ ଚଳୁ କରିଥିଲେ ଟଙ୍କା । ସରକାରୀ ସବସିଡ଼ିକୁ ମଧ୍ୟ ସେମାନେ ହଡ଼ପ କରିଥିବା କହିଛନ୍ତି EOW ଏସପି।

ସେଣ୍ଟ୍ରାଲ ବ୍ୟାଙ୍କର କଟକ ଜିଲ୍ଲା ମାହାଙ୍ଗା ତହସିଲ ଭଦ୍ରେଶ୍ବର ବ୍ରାଞ୍ଚର ପ୍ରଥମେ ସେଣ୍ଟ୍ରାଲ କିଷାନ କ୍ରେଡିଟ କାର୍ଡ ଜରିଆରେ ୮୫ ଲକ୍ଷ ୪୯ ହଜାର ୯୪୧ ଟଙ୍କା ଘୋଟାଲା ହୋଇଥିଲା । ପରେ ପ୍ରାଇମ ମିନିଷ୍ଟର ଏମ୍ପ୍ଲୟି ଜେନେରେସନ ପ୍ରୋଗ୍ରାମ ଜରିଆରେ ୮୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ନେଇ ଆସିଥିଲା ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ପରେ ଡମ୍ବରୁଧର ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ୨ ମୁଖ୍ୟ ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି EOW ।

କେସ ନମ୍ବର ୨୭, ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ EOW ସ୍ପେଶାଲ କୋର୍ଟରେ ହାଜର କରିଛି।

ରାଉରକେଲା ଵିମାନ ଵନ୍ଦର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ରର ଚରମ ଅବହେଳା, ସ୍ବୀକାର କଲେ ବିଜେପି ସାଂସଦ

ରାଉରକେଲା: ରାଉରକେଲା ଵିମାନ ଵନ୍ଦର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ରର ଚରମ ଅବହେଳା । ଏହା ବିଜେପି ସାଂସଦ ମଧ୍ୟ ସ୍ବୀକାର କରିଛନ୍ତି । ଉଡାନ ସ୍କିମରେ ଦେଶରେ ଚିହ୍ନଟ ହୋଇଥିଵା ଶହେ ଵିମାନ ଵନ୍ଦର ମଧ୍ୟରୁ ରାଉରକେଲା ଵିମାନ ଵନ୍ଦର ୫ ନମ୍ବର ସ୍ଥାନରେ ଥିବା ଵେଳେ ରାଉରକେଲା ଵିମାନ ଵନ୍ଦରର ଉନ୍ନତିକରଣ କାର୍ଯ୍ୟ ହେଉନଥିଵା ଅଭିଯୋଗ ହୋଇଛି । ରାଉରକେଲା ଵିମାନ ଵନ୍ଦରର ଉନ୍ନତିକରଣ କାର୍ଯ୍ୟ କରିବା ପାଇଁ ରାଉରକେଲା ସହରଵାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଅବହେଳା କରୁଥିବାରୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ରାଉରକେଲା ଵିମାନ ଵନ୍ଦର ଭିତ୍ତିଭୂମିର ବିକାଶ ହେଵା କାର୍ଯ୍ୟ ଆରମ୍ଭ ହେବ ପାଇଁ ନିଷ୍ପତ୍ତି ହୋଇଛି । ରାଉରକେଲା ଵିମାନ ଵନ୍ଦରର ଉନ୍ନତି କରଣ କାର୍ଯ୍ୟ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଏକ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିଵହନ ଵିଭାଗ ପକ୍ଷରୁ ଜେନେରାଲ ମ୍ୟାନେଜର ଏୟାରପୋର୍ଟ  RITES ଲିମିଟେଡକୁ ଚିଠି କରାଯାଇଛି ।

ପାନୀୟ ଉପଯୋଗୀ ହେବ ଦୟାନଦୀର ଜଳ

ଭୁବନେଶ୍ୱର : ପ୍ରଦୂଷଣ ମୁକ୍ତ ହେବ ଦୟାନଦୀର ଜଳ। ଦୟା ନଦୀରେ ଖେଳିବ କାଚକେନ୍ଦୁ ପାଣି। ନୂଆ ରୂପ ପାଇବ ଭୁବନେଶ୍ବରରେ ଥିବା ନଦୀ ଓ ନାଳ। ପାନୀୟ ଉପଯୋଗୀ ହେବେ ଦୟା ଓ ଗଙ୍ଗୁଆ। ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଯୋଗ ସ୍ଥାନରେ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓ୍ବାର୍ଟକୋ ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ। 5T ଅଧ୍ୟକ୍ଷ ନେଇଥିବା ନିଷ୍ପତ୍ତି ଦୟାନଦୀ ଓ ଗଙ୍ଗୁଆକୁ ପ୍ରଦୂଷଣରୁ ରକ୍ଷା କରିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଜଟଣୀ ବିଧାୟକ ସୁର ରାଉତରାୟ ।

ସହରରୁ ଆସୁଥିବା ନର୍ଦ୍ଦମା ପାଣି ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ଓ୍ବାର୍ଟକୋ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଷୟିକ ଟିମ୍ ଏହାର ମାନ ଯାଞ୍ଚ କରିବେ। ଶିଳ୍ପ ଓ ବଡ଼ ପ୍ରତିଷ୍ଠା ଯେଭଳି ବର୍ଜ୍ୟବସ୍ତୁ ନ ଛାଡ଼ିବେ ସେନେଇ କଡା ନଜର ରଖାଯିବ। ବିଡ଼ିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଦୟା ନଦୀ ଟ୍ରାନ୍ସପୋର୍ଟ ଗଠନ କରାଯାଇଛି। ଦୟା ନଦୀର ପାଣିକୁ ସଫା କରିବାକୁ ବିଭିନ୍ନ ସଂସ୍ଥାର ସହଯୋଗରେ କାର୍ଯ୍ୟ ଜାରିରହିଛି। ନଦୀ କୂଳରେ ଥିବା ଗାଁର ଲୋକ ଚାଷ ଓ ପାନୀୟ ଜଳ ପାଇଁ ଏହି ନଦୀ ଉପରେ ନିର୍ଭର କରନ୍ତି। ବିଶେଷ କରି ବିକିପୁର, କଲ୍ୟାଣପୁର, ସୁଆବରି, ଟିକରପଡା ସମେତ ୩୦ ଖଣ୍ଡ ଗାଁ ଲୋକ ଏହାଦ୍ବାରା ଉପକୃତ ହେବେ ।

ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ତାଳଚେର: ଅନୁଗୁଳରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଉଦଘାଟିତ ହେଲା ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେଇଛନ୍ତି  । ପୂର୍ବରୁ ନେହରୁ ଶତାବ୍ଦୀ ହସପିଟାଲ ଭାବରେ ତାଳଚେରରେ ଏହି ମେଡ଼ିକାଲ ଚାଲୁଥିଲା  । ରାଜ୍ୟ ସରକାର ଏହାକୁ ହାତକୁ ନେବା ସହ ନାମ ପରିବର୍ତ୍ତନ କରି ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ଡାକ୍ତରଖାନାର ନାମକରଣ କରିଛନ୍ତି  । ପରବର୍ତ୍ତୀ ସମୟରେ ଏହା ମେଡ଼ିକାଲ କଲେଜ ଭାବରେ ପରିଚାଳିତ ହେବ । ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ଡାକ୍ତରୀ ପାଠ୍ୟକ୍ରମ ରହିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

ବାତ୍ୟା ଦେଇଗଲା ଚାଷୀଙ୍କୁ ଦୁଃଖ

ଭୁବନେଶ୍ୱର : ବାତ୍ୟା ମିଗଜୋମ ପ୍ରଭାବରେ ଫସଲ ନଷ୍ଟ। ସୁନାର ଫସଲ ହରାଇ ଚିନ୍ତାରେ ଚାଷୀ। ନବରଙ୍ଗପୁର ଉମରକୋଟ ବ୍ଲକର ମୁର୍ତୁମା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ପରିମାଣରେ ମକା ଫସଲ ନଷ୍ଟ ହୋଇଛି। ଏକର ଏକର ଜମିରେ ମକା ଚାଷ ନଷ୍ଟ ହୋଇଛି। ମକା ଗଛରେ ଫୁଲ ଆସିବା ସହ ଫଳ ଫଳିବା ବି ଆରମ୍ଭ ହୋଇଥିଲା। ଆଉ ଅଳ୍ପ ଦିନ ମଧ୍ୟରେ ଅମଳ ହୋଇଥାନ୍ତା। କିନ୍ତୁ ବାତ୍ୟା ମିଗଜୋମ ସବୁ ଉଜାଡି ଦେଲା। ଚାଷୀ ଋଣ କରଜ କରି ମକା ଚାଷ କରିଥିଲେ। ସେହିପରି ଆସିକାରେ ମଧ୍ୟ ବାତ୍ୟା ପ୍ରଭାବରେ ଧାନ ଓ ପରିବା ଚାଷ ନଷ୍ଟ। ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ଯାଏଁ ଜମିରେ ଧାନ କଟା ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ବିଲରୁ ପାଣି ମଧ୍ୟ ଛାଡି ନାହିଁ ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ବାତ୍ୟା ପାଇଁ ଫସଲ ନଷ୍ଟ ହୋଇଛି। ଡୁଙ୍ଗୁରିପାଲି ଗମ୍ଭାରୀପାଳି ଗାଁରେ ପ୍ରାୟ ୯୦ ପ୍ରତିସତ ଚାଷୀଙ୍କ ଧାନ ଏବେ ଗଜା ମାରି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି l ଓଦା ଓ ଗଜା ଧାନକୁ ଉଚିତ ମୂଲ୍ୟରେ କ୍ରୟ କରିବା ସହିତ ତଦାରଖ କରି ଉଚିତ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ।