ପୁରୀରେ ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଓ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ

1 min read

ପୁରୀ: ପୁରୀରେ ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଓ ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ l ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ୍ୟ ଲାଭ କରିଛନ୍ତି ଶଙ୍କର l ମହାପ୍ରଭୁଙ୍କ ଦର୍ଶନ କରି ଏକ ସୁନ୍ଦର ଭଜନ ଗାଇଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ l ପୂର୍ବ ଅପେକ୍ଷା ପୁରୀ ଏବେ ନୂଆ ରୂପ ନେବାରେ ଲାଗିଛି । ଶ୍ରୀ ମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭକ୍ତଙ୍କୁ ଏକ ନୂଆ ଅନୁଭୂତି ଆଣିଦେଉଛି l ମହାପ୍ରଭୁଙ୍କ ଜଣେ ଭକ୍ତ ହିସାବରେ ଏହି ପ୍ରକଳ୍ପ କାର୍ଯ୍ୟକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ । ସାରା ଭାରତ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ପୁରୀ ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତ ମାନେ ବିଭିର୍ନ ପ୍ରକାର ସୁବିଧା ସୁଯୋଗ ମଧ୍ୟ ପାଇପାରୁଛନ୍ତି l ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତ ମାନେ ନୂଆ ଅନୁଭୂତି ନେଇ ଫେରୁଛନ୍ତି l ତାଙ୍କର  ସୌଭାଗ୍ୟ ଯେ ସେ ମହାପ୍ରଭୁଙ୍କ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦେଖିବାକୁ ସୁଯୋଗ ପାଇଲେ |  ସାରା ବିଶ୍ୱବାସୀଙ୍କର ମହାପ୍ରଭୁ ମଙ୍ଗଳ କରନ୍ତୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ଶଙ୍କର ମହାଦେବନ ।