spot_img
Home Blog Page 2311

ଜ୍ୟୋତିଷ ବେଶରେ ଯୌନ ରାକ୍ଷସ: ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ବାବା ବେଶରେ ଯୌନ ରାକ୍ଷସ । ନିସନ୍ତାଙ୍କୁ ସନ୍ତା ପ୍ରାପ୍ତିର ଆଶା ଦେଖାଇ ମହିଳାଙ୍କୁ କରୁଥିଲା ଯୌନ ଶୋଷଣ । ଅଭିଯୋଗ ପରେ ଭଦ୍ରକରୁ ଉଠାଇ ଆଣିଲା କମିଶନରେଟ୍ ପୋଲିସ ।

ଅଭିଯୋଗ ଅନୁଯାୟୀ, ଠକ ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଇଥିଲା । ନିସନ୍ତାନ ସନ୍ତାନ ପ୍ରାପ୍ତି, ଗରିବ ଧନୀ ହେବା ପରି ପ୍ରଲୋଭନ ଦେଖାଇ ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା । ବିଶେଷ କରି ସାଂସାରୀକ ଜଞ୍ଜାଳରେ ଥିବା ମହିଳାମାନେ ଠକ ଜାଲରେ ଫସି ଯାଇଥିଲେ । ଆଉ ଏହାର ସୁଯୋଗ ନେଇ ଠକ ଜଣଙ୍କ ମହିଳାଙ୍କ ସହ ଯୌନ ନିର୍ଯାତନା ଦେଉଥିଲେ । ଏପରି ଏକ ଅଭିଯୋଗ କମିଶନରେଟରେ ପୋଲିସ ପାଖରେ ହୋଇଥିଲା । ମହିଳାଙ୍କ ଅଭିଯୋଗ ଅନୁସାରେ, ଠକ ଜଣଙ୍କ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଆଶା ଦେଖାଇଥିଲେ । ଏହାପରେ ଏକ ଘରକୁ ନେଇ କବାଟ ବନ୍ଦ କରିବା ପରେ ଏକ ଲବଙ୍ଗ ପାଟିରେ ଜାକିବାକୁ କହି ଦୁଷ୍କର୍ମ କରିଥିଲେ । ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଠକ ଜ୍ୟୋତିଷକୁ ଭଦ୍ରକରୁ ଉଠାଇ ଉଠାଇ ଆଣିଛି ।

ଠକ ଜଣଙ୍କ ଶତାଧିକ ମହିଳାଙ୍କୁ ଚୂନ ଲଗାଇବା ସହ ଏକାଧିକଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କମିଶନରେଟ ପୋଲିସ ଜାଣିବାକୁ ପାଇଛି । ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥିବେ ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କମିଶନରେଟ୍ ପୋଲିସ ସୂଚନା ଦେଇଛି ।

୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ବର: ୨୦୨୪ରେ ବିଜେଡି ଶ୍ରେଷ୍ଠ ପ୍ରଦର୍ଶନ କରିବ । ୨୦୧୯ ଅପେକ୍ଷା  ଅଧିକ ଆସନ ସହ ଭୋଟ୍‌ ହାରରେ ବି ରେକର୍ଡ କରିବ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ରାଜ୍ୟବାସୀ ଏପରି ସଙ୍କେତ ଦେଲେଣି । ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ସଂକଳ୍ପ ନେଇଛନ୍ତି । ଯାହା ୨୪ ଭୋଟରେ ପ୍ରତିଫଳିତ ହେବ ବୋଲି ବିଜେଡି ଦାବି କରିଛି ।

ବିଜେଡିର ୨୪ ଆକଳନ । ବହୁ ଗୁଣିତ ହେବ ସଫଳତା । ଆସନ ସଂଖ୍ୟା ବୃଦ୍ଧି ସହ ବଢ଼ିବ ଭୋଟ୍‌ ହାର ।  ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳୁଛି ଆଶୀର୍ବାଦ  । ଗଠନ ହେଉଛି ବିକଶିତ ଓଡ଼ିଶା । ରୂପାନ୍ତରଣ ପଥରେ ଆଗକୁ ଚାଲିଛି ରାଜ୍ୟ । ୨୦୧୯ ନିର୍ବାଚନ ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରି ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେଉଛନ୍ତି । ବଡ଼ବଡ଼ ପ୍ରକଳ୍ପ ଆରମ୍ଭ ସହ ଅନେକ ପ୍ରକଳ୍ପର ଲୋକାପର୍ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏଥି ପାଇଁ ୨୦୨୪ରେ ଓଡ଼ିଶାବାସୀ ବିଜେଡିକୁ ପୁଣି ଆଶୀର୍ବାଦ ଦେବେ । ଓଡ଼ିଶା ନିର୍ବାଚନ ରାଜନୀତିରେ ୨୪ରେ ବିଜେଡି ସବୁ ରେକର୍ଡକୁ ଭାଙ୍ଗି ଷଷ୍ଠଥର ଶାସନ ଭାର ଗ୍ରହଣ କରିବ । ଲଗାତାର ଲମ୍ବା ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହି ନବୀନ ପଟ୍ଟନାୟକ ଦେଶରେ ରେକର୍ଡ କରିବେ । ଏଥିପାଇଁ ଓଡ଼ିଶାବାସୀ ମନସ୍ଥ କରିଛନ୍ତି ବୋଲି ଶାସକ ଦଳ କହିଛି । ୨୪ରେ ବିଜେଡିର ଆସନ ସଂଖ୍ୟା ସହ ଭୋଟ୍‌ ହାର ବୃଦ୍ଧି ପାଇବ ବୋଲି ଦଳର ବିଧାୟକମାନେ ଆକଳନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ରୂପାନ୍ତରଣ ବିଜେଡିକୁ ୨୪ରେ ବଡ଼ ବିଜୟ ଦେବ ।  ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ପର୍ଯ୍ୟଟନ, ପରିବହନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ଓ କଳା, ସାହିତ୍ୟ, ଏୗତିହ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି  । ଯେଉଁଥିରେ ଓଡ଼ିଶାବାସୀ ବେଶ୍‌ ଖୁସି । ଏସବୁକୁ ଅଧାର କରି ବିଜେଡି ମିଶନ ୧୩୦ ଓ ଦେଢ଼ କୋଟି ଭୋଟ୍ ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଆସନ ପାଇଥିଲା । ଭୋଟ୍‌ ହାର ଥିଲା ୪୩ ଦଶମିକ ୩୫ ପ୍ରତିଶତ ଥିଲା । ଦଳ ୯୩ ଲକ୍ଷ ୩୫ ହଜାର ୧୫୯ ଭୋଟ୍‌ ପାଇଥିଲା ।  ୨୦୧୯ରେ ବିଜେଡି  ୧ କୋଟି ୪ ଲକ୍ଷ ୮ ହଜାର ୨୩୮ଭୋଟ୍‌ ପାଇଥିବା ବେଳେ ଭୋଟ୍‌ ହାର ବଢ଼ି ୪୪ ଦଶମିକ ୬ ପ୍ରତିଶତରେ ପହଞ୍ଚିଥିଲା । ବିଧାନସଭା ଆସନ ସଂଖ୍ୟା ଥିଲା ୧୧୨ । ୨୪ରେ ବିଜେଡିର ଭୋଟ୍‌ ହାର ବୃଦ୍ଧି ସହ ଆସନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଦଳ କହିଛି  ।

କାହିଁକି ଅଧିକ ସମୟ ବିଶ୍ରାମ ନେବେ ମହିଳା ?

ନନ୍ଦିଘୋଷ ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସବୁ ବର୍ଗର ଲୋକ ନିଦ୍ରାହୀନତା ସମସ୍ୟାର ଶିକାର ହେଉଛନ୍ତି। ଅର୍ଥାତ୍ ସୁନିଦ୍ରାର ଅଭାବ। ସାଧାରଣତଃ ଷ୍ଟ୍ରେସ୍, ଶାରୀରିକ ଅସୁସ୍ଥତା କିମ୍ବା ମେଡିସିନ ଖାଇଥିଲେ ସଠିକ୍ ନିଦ୍ରା ହୁଏ ନାହିଁ । ତେବେ ଭଲନିଦ କେବଳ ଶରୀରକୁ ସୁସ୍ଥ ରଖେ ତା ନୁହେଁ । ବରଂ ମାନସିକ ସ୍ତରକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୁଏ । ଜଣେ ସୁସ୍ଥ ରହିବା ପାଇଁ ପ୍ରତ୍ୟହ ୭-୮ ଘଣ୍ଟା ଶୋଇବା ଜରୁରୀ । କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ବିଶ୍ରାମ ନେବା ଜରୁରୀ ।

କାହିଁକି ଅଧିକ ସମୟ ବିଶ୍ରାମ ନେବେ ମହିଳା ?

କେବଳ ବୟସ ନୁହେଁ ବରଂ ବିଶ୍ରାମ ପାଇଁ ଲିଙ୍ଗକୁ ମଧ୍ୟ ଗୁରୁତ୍ବ ଦିଆଯାଏ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ପୁରୁଷ ଅପେକ୍ଷା ମହିଳା ମାନେ ଅଧିକ ସମୟ ବିଶ୍ରାମ ନେବା ଉଚିତ୍। କାରଣ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଥାଏ । ଯେଉଁଥିପାଇଁ ସେମାନେ ସୁସ୍ଥ ହେବା ପାଇଁ ରାତିରେ ଅଧିକ ଶୋଇବା ଆବଶ୍ୟକ କରିଥାନ୍ତି । ଏତତ୍ ବ୍ୟତୀତ ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କ ଠାରେ ହରମୋନାଲ ପରିବର୍ତ୍ତନ ଅଧିକ ଦେଖାଯାଏ । ଯେଉଁ କାରଣରୁ ସେମାନଙ୍କ ଶରୀର ଅଧିକ ଥକିପଡେ । ତେଣୁ ପୁରଷମାନଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ବିଶ୍ରାମ ଆବଶ୍ୟକ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ପୁରୁଷ ଅପେକ୍ଷା ଜଣେ ମହିଳା ୧୧ ମିନିଟ ଅଧିକ ଶୋଇବା ଉଚିତ୍। ଏହି ୧୧ ମିନିଟ୍ ହିଁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଯଦି ଜଣେ ପୁରୁଷ ୭ ରୁ ୮ ଘଣ୍ଟା ଶୋଇଥାଏ । ତାହାଲେ ମହିଳା ୭ ଘଣ୍ଟା ୧୧ ମିନିଟ୍ କିମ୍ବା ୮ ଘଣ୍ଟା ୧୧ ମିନିଟ ଅଧିକ ଶୋଇବା ଆବଶ୍ୟକ । ୧୯ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଅତିକମ୍ରେ ୭ ଘଣ୍ଟା ଶୋଇବା ଆବଶ୍ୟକ । ୧୩ ରୁ ୧୮ ବର୍ଷ ବୟସ  ୮ ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ । ଏତତ୍ ବ୍ୟତୀତ ୬ ରୁ ୧୨ ବର୍ଷ ବୟସର ପିଲାମାନେ ୯ ରୁ ୧୨ ଘଣ୍ଟା ଶୋଇବା ଉଚିତ୍ ।

ଅଣ୍ଡା ଖାଇବା ଉଚିତ କି?

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡାରେ ପୋଷଣ ଓ ପ୍ରୋଟିନ୍  ଭରପୁର ମାତ୍ରାରେ ଥାଏ । ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଆଇରନ, ଭିଟାମିନ ଏ, ବି୬, ବି୧୨, ଫସଫରସ, ସେଲେନିୟମ ଆଦି ରହିଛି । ରନ୍ଧା ଅପେକ୍ଷା ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶୀ ଲାଭଦାୟକ । ଅଣ୍ଡାରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ଥାଏ । ଏହା ସତ୍ତ୍ବେ ଅଣ୍ଡା ଖାଇଲେ ମଣିଷ ଶରୀରରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧିପାଏ ନାହିଁ । ବରଂ କୋଲେଷ୍ଟ୍ରଲ ପରିମାଣ ହ୍ରାସ କରେ । ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଅଣ୍ଡା କୋଲେଷ୍ଟ୍ରଲ ବୃଦ୍ଧି  କରେ ନାହିଁ । ଗୋଟିଏ ଅଣ୍ଡାରେ ପ୍ରାୟ ୧୮୬ ମିଲିଗ୍ରାମ୍ କୋଲେଷ୍ଟ୍ରଲ ଥାଏ । ଏହା ଅଣ୍ଡାର ହଳଦିଆ ଅଂଶରେ ଥାଏ । ପ୍ରତ୍ୟେକ ଦିନ ୨-୩ଟି ଅଣ୍ଡା ଖାଇ ପାରିବେ।

କେଉଁମାନେ ଅଣ୍ଡା ଖାଇବେ ନାହିଁ ?

ଶରୀରରେ ଆଲର୍ଜି ହେଉଥିଲେ ଅଣ୍ଡା ଖାଆନ୍ତୁ ନାହିଁ

ଓବେସିଟି ବା ମେଦ ବହୁଳ ବ୍ୟକ୍ତି ମଧ୍ୟ ଅଣ୍ଡା ଖାଇବା ଉଚିତ ନୁହେଁ

ଡାଏଟରେ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ନେଉଥିଲେ ଅଣ୍ଡାକୁ ସାମିଲ୍ କରନ୍ତୁ ନାହିଁ

କାରଣ ଅଧିକ ପରିମାଣର ଭିଟାମିନ୍ A କ୍ଷତିକାରକ

ଡାଇରିଆ ରୋଗୀ ମଧ୍ୟ ଅଣ୍ଡା ନଖାଇବା ଭଲ

ଡାଇବେଟିସ ରୋଗୀ ଅଣ୍ଡାର ହଳଦିଆ ଅଂଶ ଖାଇବାକୁ ମନା ହୋଇଥାଏ

କିଛି କ୍ଷେତ୍ରରେ କ୍ୟାନସର ରୋଗୀଙ୍କୁ ମଧ୍ୟ ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ

ହଜମ ଶକ୍ତି କମ୍ ଥିବା ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ

କାରଣ ଏଭଳି ରୋଗୀ ଅଣ୍ଡା ଖାଇଲେ ପାଚନ ତନ୍ତ୍ର ଅଧିକ ଖରାପ ହୁଏ

ବାନ୍ତି ହୁଏ, ମୁଣ୍ଡ ବୁଲାଏ, ଫୁଡ ପଏଜନିଂ ହେବାର ଆଶଙ୍କା ବଢେ

ପୁଞ୍ଜି ନିବେଶର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା

ଭୁବନେଶ୍ବର: ପୁଞ୍ଜିନିବେଶର ଫେଭରେଟ ଡେଷ୍ଟିନେସନ ପାଲଟିଥିବା ଓଡ଼ିଶା ଶିଳ୍ପ ଜଗତରେ ଉଦାହରଣ ସୃଷ୍ଟି କରୁଛି । କେବଳ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳୁନାହିଁ, ବରଂ ସ୍ଥାୟୀ ସରକାର, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ପ୍ରଶାସନିକ ତତ୍ପରତା, ସମୟ ଉପଯୋଗୀ ନୀତି ଯୋଗୁଁ ଏଥିରେ ବିବିଧତା ଆସିବା ସହ ଗ୍ରାଉଣ୍ଡ ଜିରୋରେ ମିଳୁଛି ସଫଳତା । ଜାତୀୟ ହାରଠାରୁ ଅଧିକ ପୁଞ୍ଜି ପାଇଥିବା ଓଡ଼ିଶା, ଦେଶର ବଡ଼ ବଡ଼ ରାଜ୍ୟକୁ ବି ପଛରେ ପକାଇ ନିର୍ମାଣ କ୍ଷେତ୍ରରେ ଶିଳ୍ପ ସ୍ଥାପନ କରିବାରେ ଏକ ନମ୍ବର ହୋଇଛି । ଦିନେ କେବଳ ଧାତବ ଶିଳ୍ପ ପାଇଁ ପରିଚିତ ଓଡ଼ିଶା ଏବେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ଇଲେକ୍ଟୋନିକ୍ସ, ବୟନ ଶିଳ୍ପ କ୍ଷେତ୍ରରେ ବି ଆଗୁଆ ରାଜ୍ୟ ଭାବେ ଉଭା ହେଉଛି । ୨୦୨୫ ସୁଦ୍ଧା ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ସାଙ୍ଗକୁ ୩୦ ଲକ୍ଷର ନିଯୁକ୍ତି ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛି ଓଡ଼ିଶା ।

ପୁଞ୍ଜି ନିବେଶର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା । ୧୩ ଲକ୍ଷ ୨୩ ହଜାର ୬୮୯ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ୮ ଲକ୍ଷ ୫୧ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ । ୨୦୨୫ ସୁଦ୍ଧା ଅଢେଇ ଲକ୍ଷ କୋଟି ପୁଞ୍ଜି ହେବ ଗ୍ରାଉଣ୍ଡିଙ୍ଗ । ସୃଷ୍ଟି ହେଉଛି ୩୦ ଲକ୍ଷ ପ୍ରତ୍ୟକ୍ଷ ପରୋକ୍ଷ ନିଯୁକ୍ତି । ଦିନେ କେବଳ ମେଟାଲ ସେକ୍ଟରକୁ ଗୁରୁତ୍ବ ମିଳୁଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୬ଟି ସେକ୍ଟର । ପର୍ଯ୍ୟଟନ ଓ ସେବା, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ ଓ ପେଟ୍ରୋ-କେମିକାଲ, ଇଲେକ୍ଟ୍ରୋନିକ୍ସ ଓ ନିର୍ମାଣ, ମେଟାଲ ଆନ୍ସିଲାରୀ, ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ର ଉପରେ ରହିଛି ସରକାରଙ୍କ ନଜର । ୮ରୁ ୧୦ଟି ଶିଳ୍ପାଞ୍ଚଳରେ ସୀମିତ ଥିବା ଓଡ଼ିଶାରେ ଏବେ ୧୦୬ଟି ଶିଳ୍ପାଞ୍ଚଳ ପ୍ରସ୍ତୁତ । ପୂର୍ବରୁ ଶିଳ୍ପ ପାଇଁ ଜମି ଖୋଜିବାକୁ ନାକେଦମ ହେବାକୁ ପଡୁଥିଲା । ଆଉ ଏବେ ଲକ୍ଷେ ୨୫ ହଜାର ଏକର ଲ୍ୟାଣ୍ଡ ବ୍ୟାଙ୍କ କରାଯାଇଛି । ଜିଲ୍ଲାପାଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କମିଟି ଯାଏଁ, ପୁଞ୍ଜିନିବେଶ ଉପରେ ନିଆଯାଉଛି ତୁରନ୍ତ ନିଷ୍ପତ୍ତି । ଯାହାଦ୍ବାରା ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ଟପ୍ ପ୍ଲେୟାର ଭାବେ ଉଭା ହୋଇଛି ।

ପୁଞ୍ଜି ନିବେଶରେ ଦେଶଠୁ ଆଗରେ ଓଡ଼ିଶା । ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି । ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ଟି ଶିଳ୍ପ ପାଇଁ ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨୦୧୮ରେ ୨୦୨ଟି ଶିଳ୍ପ ପାଇଁ ଆସିଥିଲା ପ୍ରସ୍ତାବ । ଯେଉଁଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ପ୍ରତିଶ୍ରୁତି ମିଳିଥିଲା । ହେଲେ ୨୦୨୨ରେ ୭୪୧ଟି ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ କରିବାକୁ ଆଗେଇ ଆସିଥିଲେ ପୁଞ୍ଜିପତି । ଏସବୁ କାର୍ଯ୍ୟକାରୀ ହେଲେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ । ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଏମ୍ଏସଏମଇ ସେକ୍ଟରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ନିଯୁକ୍ତି ସୁଯୋଗ ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ସ୍ଥିର ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ପ୍ରଶାସନିକ ପ୍ରତିବଦ୍ଧତା ଯୋଗୁଁ ଦେଶ ତଥା ଦେଶ ବାହାରର ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା ।

ବଢିବ ଚିକିତ୍ସା ଖର୍ଚ୍ଚ, ମହଙ୍ଗା ହୋଇପାରେ ଔଷଧ

ନନ୍ଦିଘୋଷ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ ଧିରେ ଧିରେ ଉନ୍ନତି ଘଟୁଛି । କାରଣ ଦୁନିଅାରେ ଭାରତକୁ ଫାର୍ମାସି କୁହାଯାଏ । ଶସ୍ତା ଔଷଧ ତିଆରି କରିବାରେ ଭାରତର ସମାନତା ନାହିଁ, କିନ୍ତୁ ଆଗାମୀ ଦିନରେ ଏହି ବାସ୍ତବତା ବଦଳିପାରେ । ଦେଶରେ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବଢିପାରେ, କାରଣ ଔଷଧର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ବାସ୍ତବରେ, ଔଷଧର ସ୍ୱଳ୍ପ ଯୋଗାଣ ହେତୁ କିଛି ଦିନ ଭିତରେ ଔଷଧର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ବାସ୍ତବରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ପାଇଁ କିଛି ନିୟମ ପ୍ରସ୍ତୁତ କରିଛି, ଯାହା ସେମାନଙ୍କ କାରଖାନା ଚଳାଇବା ପାଇଁ ନିର୍ଦ୍ଦେଶାବଳୀ (SOP) ସହିତ ଜଡିତ । ଏହି ନିୟମ ଯୋଗୁଁ ଦେଶରେ ଶସ୍ତା ଔଷଧ ଉତ୍ପାଦନ କରୁଥିବା ଅନେକ ଛୋଟ ଛୋଟ କମ୍ପାନୀମାନଙ୍କର  କାରଖାନା ବନ୍ଦ ହେବାର ଆଶଙ୍କା ବଢ଼ିଛି । ଫାର୍ମାସ୍ୟୁଟିକାଲ୍ କାରଖାନାଗୁଡ଼ିକର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସଂଶୋଧିତ ନିୟମ ‘କାର୍ଯ୍ୟସୂଚୀ-ଏମ୍’ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ଏକ ବିଜ୍ଞପ୍ତି ଜାରି କରିଛି । ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକର କାର୍ଯ୍ୟାଳୟ କେତେ ବଡ, କାରଖାନା କେତେ ବଡ ହେବା ଉଚିତ, କେଉଁ ଉଦ୍ଭିଦ ଏବଂ କେଉଁ ଉପକରଣ ବ୍ୟବହାର କରାଯିବା ଉଚିତ ତାହା ଏଥିରେ କୁହାଯାଇଛି | ଏହି ସମସ୍ତ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଏହା ବ୍ୟତୀତ ଡ୍ରଗ୍ ଉତ୍ପାଦନ ପାଇଁ ଭଲ ଅଭ୍ୟାସଗୁଡିକ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । କେବଳ ଏତିକି ନୁହେଁ, ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରତିବର୍ଷ ଗୁଣାତ୍ମକ ସମୀକ୍ଷା ଏବଂ ଗୁଣାତ୍ମକ ବିପଦ ପରିଚାଳନା ସମୀକ୍ଷା କରିବାକୁ ପଡିବ । ଏହି କାରଣରୁ ଦେଶର ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏହି କମ୍ପାନୀଗୁଡିକର ଅନେକ ନିୟମ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ଉତ୍ସ ନାହିଁ । ଏଭଳି ପରିସ୍ଥିତିରେ ଔଷଧର ଅଭାବ ଅନିବାର୍ଯ୍ୟ । ଏହାଦ୍ୱାରା ଔଷଧର ମୂଲ୍ୟ ବୃଦ୍ଧି ହେବ ।

ଗତବର୍ଷ ଜୁଲାଇରେ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସ୍ପଷ୍ଟ କରିଥିଲେ ଯେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ (ଏମଏସଏମଇ) ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ ପାଇଁ ‘ସିଡ୍ୟୁଲ-ଏମ’ ବାଧ୍ୟତାମୂଳକ କରାଯିବ । ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଯେଉଁ କମ୍ପାନୀଗୁଡିକରେ ବର୍ଷକୁ ୨୫୦ କୋଟିରୁ ଅଧିକ ଟଙ୍କା କାରବାର ହୋଇଛି, ସେମାନଙ୍କୁ ଅଗଷ୍ଟ ୧, ୨୦୨୩ ସୁଦ୍ଧା ଏହି ନିୟମ ମାନିବାକୁ ପଡିବ । ଯେଉଁଠାରେ ଛୋଟ କମ୍ପାନୀଗୁଡିକ ଏକ ବର୍ଷର ସମୟ ପାଇବେ | କମ୍ପାନୀଗୁଡିକ ଗୁଣବତ୍ତା ଉପରେ ନିୟମ ଅନୁସରଣ କରିପାରନ୍ତି, କିନ୍ତୁ ଅପଗ୍ରେଡ୍ ପୁଞ୍ଜି ଆବଶ୍ୟକ କରେ | ଏଭଳି ପରିସ୍ଥିତିରେ ଅନେକ କମ୍ପାନୀକୁ ସେମାନଙ୍କ ବ୍ୟବସାୟ ବନ୍ଦ କରିବାକୁ ପଡିବ ।

କାଲିଠୁ ଶ୍ରୀକ୍ଷେତ୍ରରେ ପରିକ୍ରମା ଯଜ୍ଞ ପ୍ରକ୍ରିୟା, ଆଚାର୍ଯ୍ୟ ବରଣ କରିବେ ଗଜପତି ମହାରାଜା

ପୁରୀ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ବସିଥିବା ସ୍ବତନ୍ତ୍ର ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ କମିଟିର ପୂର୍ବ ନିଷ୍ପତ୍ତିରେ ମୋହର ଲାଗିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା । ୬ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ । ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ । କାଲି ସଂଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଅଙ୍କୁରାରୋପଣ କରାଯିବ । ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ । ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ ।

୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ । ୧୭ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ । ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ । ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ । ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ 5T ଅଧ୍ୟକ୍ଷ, ଗସ୍ତକୁ ସଫଳ କରିବା ଲାଗି ସାଂସଦ ମାନସ ମଙ୍ଗରାଜଙ୍କ ସମୀକ୍ଷା

ସମ୍ବଲପୁର: ଶୁକ୍ରବାର ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯିବେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ବରେଇପାଲି ପଡିଆ ଓ ରେଙ୍ଗାଲି କିଲାସମା ଷ୍ଟାଡିୟମରେ ଦୁଇଟି ସାଧାରଣ ସଭାକୁ 5T ଅଧ୍ୟକ୍ଷ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇଟି ଯାକ ସାଧାରଣ ସଭାରେ ସେ ଲୋକଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ  କିଛି ପ୍ରମୁଖ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବେ । 5T  ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ଗୁରୁବାର ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଦୁଇଟି ଯାକ ସ୍ଥାନ ପରିଦର୍ଶନ କରିଛନ୍ତି ।  5T ଅଧ୍ୟକ୍ଷଙ୍କ ଗସ୍ତକୁ ସଫଳ କରିବା ପାଇଁ ହୋଇଥିବା ଆୟୋଜନର ସମୀକ୍ଷା କରିଛନ୍ତି ସାଂସଦ । ତାଙ୍କ ସହ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୁଝାରୀ ଓ ଅନ୍ୟ ବିଜେଡି ନେତାମାନେ ମଧ୍ୟ ସଭାସ୍ଥଳକୁ ଯାଇଥିଲେ ।

5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସାଂସଦ ମାନସ ମଙ୍ଗରାଜ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବଲପୁର ଗସ୍ତ ପୂର୍ବରୁ ଫାଇଭ-ଟି ଅଧ୍ୟକ୍ଷ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଦୁଇଟି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଭବାନୀପାଟଣା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ନୂଆ-ଓ କାର୍ଯ୍ୟକ୍ରମ ସହ ଶ୍ରୀକ୍ରିଷ୍ଣାନଗର ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଶନିବାର ଫାଇଭ ଟି ଅଧ୍ୟକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ । ଏହାପରେ ସେ ସମଲେଶ୍ବରୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରିବେ । ଏହାପରେ ସେ ମଣ୍ଡଳିଆ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେବେ । କୁଚିଣ୍ଡା ଓ ରେଢାଖୋଲରେ ମଧ୍ୟ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

୪୦ ଟଙ୍କାରୁ ଖସୁନି ପିଆଜ ଦର

ଭୁବନେଶ୍ବର: କମୁନି ପିଆଜ ଦର । ଅମଳ ପରେ ବି କିଲୋ ୪୦ ଟଙ୍କାରୁ ଖସୁନି । ଆଉ କେତେ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେବେ ଖାଉଟି ? ଗତବର୍ଷ ୨୦ ଟଙ୍କାରେ ମିଳୁଥିବା ପିଆଜ ଏକାଥରକେ ୬ ମାସ ହେଲା ୪୦ ଟଙ୍କାରେ ସ୍ଥିର ରହିଛି । କେହି ପଦୁଟିଏ ବି ପାଟି ଫିଟାଉନାହାନ୍ତି । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ୧୫ ଦିନ ହେଲାଣି ପିଆଜ ରପ୍ତାନୀକୁ ଅନୁମତି ଦିଆଯାଇଛି ବୋଲି ଅଭିଯୋଗ କରିଛି ବ୍ୟବସାୟୀ ମହାସଂଘ। ଯାହାଯୋଗୁ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ପିଆଜ ଯୋଗାଣ ବ୍ୟବସ୍ଥାକୁ ମନଇଚ୍ଛା ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି ।

କି ଅବସ୍ଥା ହେଲା ? କୁଆଡ଼େ ଗଲା ପିଆଜ କିଲୋ ୨୦ ଟଙ୍କା ଦର । ଶୀତଦିନରେ ପିଆଜ ଦର ୪୦ ଟଙ୍କାରେ ସ୍ଥିର । କେହି ଉଁ କି ଚୁଁ ପଦେ କହୁନାହାନ୍ତି । ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରେ ଲଗାଣ ବର୍ଷାରେ ପିଆଜ ନଷ୍ଟ ହେଲା । କ୍ବିଣ୍ଟାଲ୍ ୧୨୦୦ ଟଙ୍କାରେ ମିଳୁଥିବା ପିଆଜ ଅଚାନକ ୨୫୦୦ ଟଙ୍କା ଛୁଇଁଲା । ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରୁ ୮୦ ଟଙ୍କାରେ ପହଞ୍ଚିଲା । ସେତେବେଳେ କେନ୍ଦ୍ର ସରକାର ପିଆଜ ରପ୍ତାନୀ ବନ୍ଦ କରିଦେଲେ । କୁହାଗଲା ନଭେମ୍ବର ବେଳକୁ ନୂଆ ପିଆଜ ଅମଳ ହେଲେ ଦର ଖସିବ । ନଭେମ୍ବର ଯାଇ ଡିସେମ୍ବର ଶେଷ ଆଡ଼କୁ ନୂଆ ପିଆଜ ଆସିବା ପରେ ଦିନ କେଇଟା ୨୦ରୁ ୨୨ ଟଙ୍କା ହୋଇଛି କି ନାହିଁ ପୁଣି ଥରେ ବଢ଼ି ୪୦ ଟଙ୍କାରେ ସ୍ଥିର ରହିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, କେନ୍ଦ୍ର ସରକାର ପିଆଜ ରପ୍ତାନୀକୁ ଅନୁମତି ଦେବା ପରଠୁ ପିଆଜ ଦର ବଢ଼ୁଛି । କେନ୍ଦ୍ର ସରକାର ଜାଣିଶୁଣି କର୍ପୋରେଟ୍ ସଂସ୍ଥାଙ୍କୁ ଲାଭ ଦେବାକୁ ଏପରି ବ୍ୟବସ୍ଥା କରିଛନ୍ତି । ସାଧାରଣ ଖାଉଟିଙ୍କ ସ୍ବାର୍ଥକୁ ଆଖି ବୁଜି ଦେଉଛନ୍ତି ।

ଆଳୁ କିଲୋ ୨୦ କିନ୍ତୁ ପିଆଜ ଦର ଡବଲ୍ । ସାଧାରଣ ଖାଉଟିଙ୍କୁ ବହୁତ ବାଧୁଛି ଏହି ସମୀକରଣ। ଏପରି ମହଙ୍ଗା ମାଡ଼ରେ ଆଉ କେତେ ଦିନ ଶିକାର ହେବେ ଜାଣିପାରୁନାହାନ୍ତି । ଆଇଗଣିଆ ଗଦିରେ ବି ପାଇକରୀ ପିଆଜର ଦର କ୍ବିଣ୍ଟାଲ ଏବେ ବି ୨୪୦୦ ଟଙ୍କାରୁ ୨୫୦୦ ଟଙ୍କାରେ ବିକ୍ରି ହେଉଛି । ଗତବର୍ଷ ଏହି ଋତୁରେ ପିଆଜ ଦରଠାରୁ ୯୬ ପ୍ରତିଶତ ଅଧିକ ଥିଲା । ଯାହାର ଦର ବୃଦ୍ଧି ଘଟିଲା ସେ ଆଉ ପୂର୍ବ ଦରକୁ ଆସୁନାହିଁ । ଏବର କେନ୍ଦ୍ର ସରକାର ଲୋକଙ୍କୁ ଦରବୃଦ୍ଧିରୁ ନିସ୍ତାର ଦେବେ କଣ ଓଲଟି ଏଥିରେ ଅଭ୍ୟସ୍ତ ହେବାର ମାନସିକତା ଆଣୁଛନ୍ତି । ଲୋକେ ଏହାକୁ ଗ୍ରହଣ କରିବେ ନାହିଁ ।

ଲାଗୁଛି ଖାଉଟି ଏବେ ଚେତିଲେଣି । ଖାଉଟି ଚେତିଲେ ସମସ୍ତେ ହେବେ ସାବାଡ଼ । କାହିଁକି ପିଆଜକୁ ନେଇ ଫି’ ବର୍ଷ ଏପରି ଚଢ଼ା ଦର ହେଉଛି । ୬ ମାସ ତଳେ ୨୦ ଟଙ୍କାରେ ମିଳୁଥିବା ପିଆଜ ଘରୋଇ ବଜାରରେ ବିକ୍ରି ହେବା ସହ ରପ୍ତାନୀ ବି ହେଉଥିଲା । ଏବେ ଅମଳ ପରେ ଡବଲ୍ ଦାମ ହେବା ପଛର କାରଣ କଣ ? ଖାଉଟି ଗଣୁଥିବା ଡବଲ ଦାମର ଲାଭ ଚାଷୀ ପାଉଛନ୍ତି କି? ଯଦି ଚାଷୀ ପାଉନାହାନ୍ତି, ତାହେଲେ ମାତ୍ରାଧିକ ଲାଭ ନେଉଛି କିଏ ? ଏବେ ଖାଉଟି ମାଗିଲେଣି ଜବାବ।

ପ୍ରତିଭା ଦେଖାଇବେ ଆଦିବାସୀ

ଜୟପୁର: ରାଜ୍ୟ ସରକାର ଆଦିବାସୀ ମାନଙ୍କ କଳା ସଂସ୍କୃତିକୁ ବଜାୟ ରଖିବାକୁ ଗଠନ କରିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦ। ସେଥିପାଇଁ ପୁର୍ବରୁ ୯ ଜିଲ୍ଲାରେ ପରଷଦ ଗଠନ ହୋଇଥିବାବେଳେ ଏବେ ୨୩ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନଯନ ପରିଷଦକୁ ପରିବର୍ଦ୍ଧିତ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲା ପକ୍ଷରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀଙ୍କ କଳା ସଂସ୍କୃତି ଓ ଭାଷାକୁ ରୁଦ୍ଧିମନ୍ତ କରିବାକୁ ନିଆଯାଇଛି ବିଭିନ୍ନ କାର୍ଯ୍ୟକ୍ରମ।

ପୁନଃଉଦ୍ଧାର ହେବ ଆଦିବାସୀଙ୍କ କଳା ସଂସ୍କୃତି । ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଠନ ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ। କୋରାପୁଟରେ ଆଦିବାସୀଙ୍କ ଲୁକ୍କାୟିତ କଳାକୁ ପରିପ୍ରକାଶ କରିବାକୁ ପଦକ୍ଷେପ । ପ୍ରତି ଜିଲ୍ଲାରେ ଖେଳ ସହ ବିଭିନ୍ନ କଳାର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୋରାପୁଟ ଜିଲ୍ଲାରେ ପ୍ରତି ବ୍ଲକରେ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଯୋଗାଇ ଦିଆଯାଇଛି ବିଭିନ୍ନ ପ୍ରକାର ଆଭୁଷଣ ଓ ବାଦ୍ୟ ଯନ୍ତ୍ର । ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୦ ତାରିଖ ଯାଏଁ ଚାଲିବ । କଳାକାରଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଭିଏଁ ।

ଗ୍ରାମାଞ୍ଚଳରେ ବିଲୁପ୍ତ ହେବାକୁ ବସିଥିବା ଢେମସା ନାଚ ହେଉ କିମ୍ବା ଲୋକ କଳା ବା ଲୋକ ଗୀତ, ସବୁ କଳାକୁ ପୁଣି ଉଦଜ୍ଜୀବିତ କରାଯିବ । ଆର୍ଥିକ ଅଭାବରୁ ଅନେକ କଳାକାର ସେମାନଙ୍କ ପ୍ରତିଭା ଦେଖାଇ ପାରୁ ନଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବାଦ୍ୟ ଯନ୍ତ୍ର ସହ ଆନୁସଂଗିକ ଜିନିଷ ଯୋଗାଇ ଦିଆଯାଉଛି । ଆଦିବାସୀଙ୍କ ଲୋକକଳାକୁ ଲୋକଲୋଚନକୁ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏପରି ପ୍ରୟାସକୁ ସ୍ବାଗତ କରିଛନ୍ତି କଳାକାର ।