ଅଣ୍ଡା ଖାଇବା ଉଚିତ କି?

1 min read

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡାରେ ପୋଷଣ ଓ ପ୍ରୋଟିନ୍  ଭରପୁର ମାତ୍ରାରେ ଥାଏ । ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଆଇରନ, ଭିଟାମିନ ଏ, ବି୬, ବି୧୨, ଫସଫରସ, ସେଲେନିୟମ ଆଦି ରହିଛି । ରନ୍ଧା ଅପେକ୍ଷା ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶୀ ଲାଭଦାୟକ । ଅଣ୍ଡାରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ଥାଏ । ଏହା ସତ୍ତ୍ବେ ଅଣ୍ଡା ଖାଇଲେ ମଣିଷ ଶରୀରରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧିପାଏ ନାହିଁ । ବରଂ କୋଲେଷ୍ଟ୍ରଲ ପରିମାଣ ହ୍ରାସ କରେ । ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଅଣ୍ଡା କୋଲେଷ୍ଟ୍ରଲ ବୃଦ୍ଧି  କରେ ନାହିଁ । ଗୋଟିଏ ଅଣ୍ଡାରେ ପ୍ରାୟ ୧୮୬ ମିଲିଗ୍ରାମ୍ କୋଲେଷ୍ଟ୍ରଲ ଥାଏ । ଏହା ଅଣ୍ଡାର ହଳଦିଆ ଅଂଶରେ ଥାଏ । ପ୍ରତ୍ୟେକ ଦିନ ୨-୩ଟି ଅଣ୍ଡା ଖାଇ ପାରିବେ।

କେଉଁମାନେ ଅଣ୍ଡା ଖାଇବେ ନାହିଁ ?

ଶରୀରରେ ଆଲର୍ଜି ହେଉଥିଲେ ଅଣ୍ଡା ଖାଆନ୍ତୁ ନାହିଁ

ଓବେସିଟି ବା ମେଦ ବହୁଳ ବ୍ୟକ୍ତି ମଧ୍ୟ ଅଣ୍ଡା ଖାଇବା ଉଚିତ ନୁହେଁ

ଡାଏଟରେ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ନେଉଥିଲେ ଅଣ୍ଡାକୁ ସାମିଲ୍ କରନ୍ତୁ ନାହିଁ

କାରଣ ଅଧିକ ପରିମାଣର ଭିଟାମିନ୍ A କ୍ଷତିକାରକ

ଡାଇରିଆ ରୋଗୀ ମଧ୍ୟ ଅଣ୍ଡା ନଖାଇବା ଭଲ

ଡାଇବେଟିସ ରୋଗୀ ଅଣ୍ଡାର ହଳଦିଆ ଅଂଶ ଖାଇବାକୁ ମନା ହୋଇଥାଏ

କିଛି କ୍ଷେତ୍ରରେ କ୍ୟାନସର ରୋଗୀଙ୍କୁ ମଧ୍ୟ ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ

ହଜମ ଶକ୍ତି କମ୍ ଥିବା ବ୍ୟକ୍ତି ଅଣ୍ଡା ଖାଇବା ଉଚିତ୍ ନୁହେଁ

କାରଣ ଏଭଳି ରୋଗୀ ଅଣ୍ଡା ଖାଇଲେ ପାଚନ ତନ୍ତ୍ର ଅଧିକ ଖରାପ ହୁଏ

ବାନ୍ତି ହୁଏ, ମୁଣ୍ଡ ବୁଲାଏ, ଫୁଡ ପଏଜନିଂ ହେବାର ଆଶଙ୍କା ବଢେ