ପ୍ରତିଭା ଦେଖାଇବେ ଆଦିବାସୀ

ଜୟପୁର: ରାଜ୍ୟ ସରକାର ଆଦିବାସୀ ମାନଙ୍କ କଳା ସଂସ୍କୃତିକୁ ବଜାୟ ରଖିବାକୁ ଗଠନ କରିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦ। ସେଥିପାଇଁ ପୁର୍ବରୁ ୯ ଜିଲ୍ଲାରେ ପରଷଦ ଗଠନ ହୋଇଥିବାବେଳେ ଏବେ ୨୩ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନଯନ ପରିଷଦକୁ ପରିବର୍ଦ୍ଧିତ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲା ପକ୍ଷରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀଙ୍କ କଳା ସଂସ୍କୃତି ଓ ଭାଷାକୁ ରୁଦ୍ଧିମନ୍ତ କରିବାକୁ ନିଆଯାଇଛି ବିଭିନ୍ନ କାର୍ଯ୍ୟକ୍ରମ।

ପୁନଃଉଦ୍ଧାର ହେବ ଆଦିବାସୀଙ୍କ କଳା ସଂସ୍କୃତି । ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଠନ ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ। କୋରାପୁଟରେ ଆଦିବାସୀଙ୍କ ଲୁକ୍କାୟିତ କଳାକୁ ପରିପ୍ରକାଶ କରିବାକୁ ପଦକ୍ଷେପ । ପ୍ରତି ଜିଲ୍ଲାରେ ଖେଳ ସହ ବିଭିନ୍ନ କଳାର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୋରାପୁଟ ଜିଲ୍ଲାରେ ପ୍ରତି ବ୍ଲକରେ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଯୋଗାଇ ଦିଆଯାଇଛି ବିଭିନ୍ନ ପ୍ରକାର ଆଭୁଷଣ ଓ ବାଦ୍ୟ ଯନ୍ତ୍ର । ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୦ ତାରିଖ ଯାଏଁ ଚାଲିବ । କଳାକାରଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଭିଏଁ ।

ଗ୍ରାମାଞ୍ଚଳରେ ବିଲୁପ୍ତ ହେବାକୁ ବସିଥିବା ଢେମସା ନାଚ ହେଉ କିମ୍ବା ଲୋକ କଳା ବା ଲୋକ ଗୀତ, ସବୁ କଳାକୁ ପୁଣି ଉଦଜ୍ଜୀବିତ କରାଯିବ । ଆର୍ଥିକ ଅଭାବରୁ ଅନେକ କଳାକାର ସେମାନଙ୍କ ପ୍ରତିଭା ଦେଖାଇ ପାରୁ ନଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବାଦ୍ୟ ଯନ୍ତ୍ର ସହ ଆନୁସଂଗିକ ଜିନିଷ ଯୋଗାଇ ଦିଆଯାଉଛି । ଆଦିବାସୀଙ୍କ ଲୋକକଳାକୁ ଲୋକଲୋଚନକୁ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏପରି ପ୍ରୟାସକୁ ସ୍ବାଗତ କରିଛନ୍ତି କଳାକାର ।