spot_img
Home Blog Page 2307

ଟିଏମସି ନେତ୍ରୀଙ୍କ ଅଡୁଆ, ପ୍ରଥମେ ସାଂସଦ ପଦ ଏବେ ପୁଣି ହାତରୁ ଯିବ ସରକାରୀ ବଙ୍ଗଳା !

ନୂଆଦିଲ୍ଲୀ: ପ୍ରଥମେ ବିବାଦ ପୁଣି ସମସ୍ୟା ପିଛା ଛାଡିବାରେ ନାଁ ନେଉନି। ସାଂସଦ ପଦ ପରେ ଖୂବ ଶୀଘ୍ର ହାତରୁ ଯିବ ସରକାରୀ ବାସଭବନ। ଆମେ କହୁଛୁ ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୈତ୍ରଙ୍କ କଥା। ଦିଲ୍ଲୀରୁ କୋଲକାତା ଚର୍ଚ୍ଚାରେ ସାଂସଦ ମହୁଆ। ନିକଟରେ ଲୋକସଭା ଏଥିକ୍ସ କମିଟିର ସୁପାରିଶ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି।

ବଢିବାରେ ଲାଗିଛି ମହୁଆଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ୩୦ ଦିନ ମଧ୍ୟରେ ହିଁ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ମହୁଆଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗରେ ରିପୋର୍ଟ ଆସିବା ପରେ ଡିସେମ୍ବର ୮ରେ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ପଡିବ, ଏ ସମ୍ପର୍କରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।୩୦ ଦିନ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ ହାଉସିଂ କମିଟି ତରଫରୁ ନୋଟିସ୍ ଜାରି କରାଯାଇଛି।

ସୂଚନା ଅନୁସାରେ, ସଂସଦରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ଆସିଥିଲା। ଏହା ସହ ରିପୋର୍ଟ ଅନୁଯାୟୀ ମହୁଆ ନିଜ ବ୍ୟବସାୟୀ ବନ୍ଧୁ ହିରାନନ୍ଦାନୀଙ୍କଠାରୁ ଟଙ୍କା ଏବଂ ମୂଲ୍ୟବାନ ଉପହାର ନେଇ ସଂସଦର ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିଲେ । ଅନ୍ୟପଟେ ଲୋକ ସଭାରୁ ବହିଷ୍କୃତ ହେବା ପରେ ମହୁଆ ସୋମବାର ଦିନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ସହ ଅନ୍ୟାୟ ହୋଇଥିବା ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲେ ମହୁଆ। ତାଙ୍କୁ ଗୃହରେ ନିଜ ପକ୍ଷ ମଧ୍ୟ ରଖିବାକୁ ଦିଆଯାଇନଥିବା ବେଳେ ଏଥିକ୍ସ କମିଟି ଗୃହର ନିୟମ ଭଙ୍କ କରିଥିବା କହିଛନ୍ତି ଟିଏମଟି ନେତ୍ରୀ ମହୁଆ ମୈତ୍ର।

 

ରାଜ୍ୟ ପରିବହନ ବିଭାଗ ଦ୍ବାରା ନ୍ୟାସନାଲ ରୋଡ୍ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୩ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ରାଜ୍ୟ ପରିବହନ ବିଭାଗ ଦ୍ବାରା ନ୍ୟାସନାଲ ରୋଡ଼ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୩ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ  । ଏହି ଫେଷ୍ଟିଭାଲରେ ୮ ଟି ରାଜ୍ୟର ୭ଟି ଭାଷାରେ ୨୪୭ ଟି ଫିଲ୍ମ ଭାଗନେଇଥିଲେ । ଏହି ଫିଲ୍ମ ମଧ୍ୟରୁ ୩ ଟି ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାର ଏକ ଲକ୍ଷ ଟଙ୍କାର ଅର୍ଥ ରାଶି , ଦ୍ବିତୀୟ ପୁରସ୍କାର ପାଇଁ ୮୦ ହଜାର, ତୃତୀୟ ପୁରସ୍କାର ପାଇଁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଆରେ ବିଶ୍ଵସ୍ତ ସାଥୀ ପ୍ରଥମ , ହେ ପ୍ରଭୁ ଦ୍ବିତୀୟ , ସିଲଟ ତୃତୀୟ ହୋଇଛନ୍ତି  । ସେହିଭଳି  ଇଂରାଜୀ ଭାଷାରେ  ଆଇଏଫ୍ ପ୍ରଥମ ଫିଲ୍ମ, ଓ୍ବାଟ ଦି ହେଲମେଟ ଦ୍ବିତୀୟ , ହେଲମେଟ ସାଇଲେଣ୍ଟ ତୃତୀୟ ଫିଲ୍ମ ଭାବେ ପୁରସ୍କୃତ ହୋଇଛି । ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଏ‌ହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ।  ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ଲୋକମାନଙ୍କୁ ଫିଲ୍ମ ମାଧ୍ୟରେ ସଚେତନତା କରାଯାଉଛି। ଓଡ଼ିଆରେ ଦୁର୍ଘଟଣା ରୋକିବା ଓ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଓ ପରିବହନ ବିଭାଗ କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସମ୍ମାନୀତ ଅତିଥି ଭାବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ, ପରିବହନ ବିଭାଗର କମିଶନର ଅମିତାଭ ଠାକୁର,  କ୍ରୁଟର ଏମଡି ଅରୁଣ ବୋଥ୍ରା,  ସମାଜସେବୀ ସ୍ମୃତି ମହାପାତ୍ର ଯୋଗ ଦେଇଥିଲେ ।

ପଥର ଚିରି ବାହାରିଲା ପାର୍ଥବୀ, ପ୍ଲାଷ୍ଟିକ ବୋତଲ ବଞ୍ଚାଇ ଦେଲା ଜୀବନ

ସମ୍ବଲପୁର: ରଖେ ହରି ତ ମାରେ କିଏ । ପଥର ଚିରି ବାହାରିଲା ପାର୍ଥବୀ । ଜଙ୍ଗଲ ଭିତରେ ଅନ୍ଧାରୁଆ ବୋରଓ୍ବେଲ ଭିତରେ ମୃତ୍ୟୁ ସହିତ ସଂଘର୍ଷ କରି ମୃତ୍ୟୁବିଜୟୀ ହୋଇଛି ନବଜାତକ । ୮ ଘଣ୍ଟାରୁ ଅଧିକ ସମୟର ମାରାଥନ ଅପରେସନ ପରେ ବୋରଓ୍ବେଲରୁ ଜୀବିତ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା । ସମ୍ବଲପୁର ରେଙ୍ଗାଲୀ ବ୍ଲକ ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ପଡ଼ିଥିବା ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାକୁ ରେଙ୍ଗାଲୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା  । ସେଠାରୁ ତାକୁ ନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଡାକ୍ତରୀ ଦଳଙ୍କ ତତ୍ତ୍ବାବଧାନରେ ଶିଶୁକନ୍ୟାକୁ ଡାକ୍ତରଖାନା ନିଆଯାଉଛି । ସେଠାରେ ସ୍ପେଶାଲ ଟିମ୍ ତାର ଚିକିତ୍ସା କରିବେ । ଉଦ୍ଧାରକାରୀ ଦଳର କହିବା ଅନୁସାରେ, ବୋରଓ୍ବେଲ ନିକଟରେ ୧୭ରୁ ୧୮ ଫୁଟର ଗାତ ଖୋଳାଯାଇଥିଲା ।

ନବଜାତକଟି କେଉଁଠି ଅଛି ସେନେଇ ଭିକ୍ଟିମ ଲୋକେସନ କ୍ୟାମେରାରେ ଟ୍ରାକ କରାଯାଇଥିଲା । ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଇପକୁ ତଳୁ କଟାଯାଇଥିଲା । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପାଇପ ତଳେ ଏକ କନା ବିଛାଯାଇଥିଲା । ପାଇପ ଭିତରେ ଏକ କାଚ ବୋତଲ ଓ ତା ଉପରେ ଥିବା ଏକ ପ୍ଲାଷ୍ଟିକ ଉପରେ ଶିଶୁ କନ୍ୟାଟି ଅଟକି ରହିଥିଲା । ବୋତଲକୁ କାଢ଼ିଦେବା ପରେ ଶିଶୁ କନ୍ୟାଟି ଉଦ୍ଧାରକାରୀ ଦଳଙ୍କ ହାତକୁ ଖସିଆସିଥିଲା । ପରେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା  । ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନ ରେସ୍କ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାରୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି  ।

 

ଶିଶୁ କନ୍ୟାର ଜୀବନ୍ତ ଉଦ୍ଧାର ପରେ ଆଶ୍ବସ୍ତ ହେଲେ ମୁଖ୍ୟମନ୍ତ୍ରୀ, ଉଦ୍ଧାରକାରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର: ଶିଶୁ କନ୍ୟାର ଜୀବନ୍ତ ଉଦ୍ଧାର ପରେ ଆଶ୍ବସ୍ତ ହେଲେ ମୁଖ୍ୟମନ୍ତ୍ରୀ । ଉଦ୍ଧାରକାରୀ ଦଳକୁ ଜଣାଇଲେ ଧନ୍ୟବାଦ  । ଓଡ୍ରାଫ, ଅଗ୍ନିଶମ, ଜିଲ୍ଲା ପ୍ରଶାସନକୁ ଉଦ୍ଧାରକାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରତିଟି ଜୀବନ ମୁଲ୍ୟବାନ ଏହି ନୀତିରେ କାମ କରୁଥିଲେ ଉଦ୍ଧାରକାରୀ ଟିମ୍ । ଶିଶୁର ଦୀର୍ଘଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଗବାନ ଶିଶୁକୁ ଆଶିର୍ବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି  । ଶିଶୁର ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବା ପରେ ପରେ ପୁରା ସ୍ଥିତି ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ  । ଟିକନିଖ କାମରେ ନେଉଥିଲେ ଅପଡେଟ  ।

ବୋରଓ୍ବେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ । ଦୀର୍ଘ ସମୟର ନନଷ୍ଟପ ଅପରେସନ ପରେ ଶେଷରେ ଉଦ୍ଧାର ହେଲା ଶିଶୁ । ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଅପରେସନ । ୨୦ରୁ ୨୫ ଫୁଟ ତଳେ ଥିଲା ଶିଶୁ ।

ସୂଚନା ଥାଉକି, ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡ଼ିଛି ନବଜାତ ଶିଶୁ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଛି । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେହି ଜାଣିଶୁଣି ନବଜାତ ଶିଶୁଟିକୁ ବୋରଓ୍ବେଲ ଭିତରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ ଏବଂ କାହିଁକି ଫୋପାଡ଼ିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ନବଜାତକର କାନ୍ଦ ଶୁଭିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଲୋକଙ୍କ ଗହଳି ଘଟଣାସ୍ଥଳରେ ଲାଗିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛୁଆର କାନ୍ଦ ଜୋରରେ ଶୁଭୁଥିବାବେଳେ ଶୀଘ୍ର ଉଦ୍ଧାର ହେବେ ସେ ନେଇ ଚାଲିଛି କାର୍ଯ୍ୟ ।

ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବଢୁଛି ବିବାଦ!

ଭୁବନେଶ୍ବର: ଖାରବେଳ ସ୍ବାଇଁଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପିରେ ବିବାଦ ବଢୁଛି । ରାଜ୍ୟର କୌଣସି ବଡ଼ ବିଜେପି ନେତା ନିର୍ବାଚନ ଜିତିବେ ବୋଲି ଛାତିରେ ହାତ ରଖି କହିପାରିବେ ନାହିଁ । ଦଳର ବରିଷ୍ଠ ନେତା ଖାରବେଳଙ୍କ ଏହି କଥାକୁ ନେଇ ବିଜେପିରେ ବିବାଦ ସୃଷ୍ଟି ହୋଇଛି । ଖାରବେଳଙ୍କ ବୟାନକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୂଲ୍ୟହୀନ କହି କଟାକ୍ଷ କରିଛନ୍ତି । ସେହିପରି ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ ବୋଲି ବିଜେପି ବିଧାୟକ କହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିରେ ଝଡ଼ ସୃଷ୍ଟି ହୋଇଛି ।

ଖାରବେଳଙ୍କୁ ନେଇ ବଢ଼ିଲା ରାଜ୍ୟ ବିଜେପି କଳି । ମନ୍ତବ୍ୟ ପାଇଁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବିଧାୟକ । ୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ନେତା ଓ ବିଧାୟକ ମୁହାଁମୁହିଁ । ଜିତିବେ ବୋଲି ରାଜ୍ୟ ବିଜେପିର କୌଣସି ବରିଷ୍ଠ ନେତା ଛାତିରେ ହାତ ରଖି କହି ପାରିବେନାହିଁ । ଦଳର ବରିଷ୍ଠ ନେତା ଖାରବେଳ ସ୍ବାଇଁଙ୍କ ଏହି ବୟାନ ରାଜ୍ୟ ବିଜେପି ରାଜନୀତିରେ ନିଆଁ ଲଗାଇଛି । ବେଶ୍‌ କିଛିଦିନର ନିରବତା ପରେ ଖାରବେଳଙ୍କୁ ଦଳର ନେତା ଘେରିଛନ୍ତି । ଖାରବେଳଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ଦାୟିତ୍ବ ନଥିବା ନେତା ଏପରି ମନ୍ତବ୍ୟ ଦେଇଛନ୍ତି । …

ଏତିକିରେ ବିଜେପି ବିବାଦ ଥମିନାହିଁ । ଦଳର ବିଧାୟକ ପ୍ରକାଶ ସୋରେନ ଏ ପ୍ରସଙ୍ଗ ଗୁମର କଥା କହିଛନ୍ତି । ସେ କହିଛନ୍ତି, ଖାରବେଳଙ୍କ କଥାକୁ ବିଜେପି ଗ୍ରହଣ କରିନାହିଁ । ଏହା ଖାରବେଳଙ୍କ ବ୍ୟକ୍ତିଗତ ମତ । ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା ଇଙ୍ଗିତ କରୁଛି ଯେ, ରାଜ୍ୟ ବିଜେପିରେ ଖାରବେଳ ଏବେ ଅଲୋଡ଼ା   । ତେବେ ନିର୍ବାଚନ ସମୟରେ ବିଜେପି ନେତାମାନେ କଥାକଟି ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ଘଟଣାସ୍ଥଳରେ ପହଞ୍ଚିଲା ଭିକ୍ଟିମ୍ ଲୋକେସନ କ୍ୟାମେରା

ସମ୍ବଲପୁର: ନବଜାତକର ଉଦ୍ଧାର ପାଇଁ ଭୁବନେଶ୍ବରରୁ ସମ୍ବଲପୁର ଯାଉଥିବା ଭିକ୍ଟିମ ଲୋକେସନ କ୍ୟାମେରା ଘଟଣାସ୍ଥଳରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ କ୍ୟାମେରାକୁ ପଠାଯାଇଛି । ହେଲିକପ୍ଟରରେ ଭୁବନେଶ୍ବର ବିମାନବନ୍ଦରରୁ ଯାଇଛି କ୍ୟାମେରା । କ୍ୟାମେରା ପହଞ୍ଚିବା ପରେ ଏହା ଶିଶୁଟି କେତେ ଦୂରରେ ଅଛି ତାହାକୁ ସ୍ପଷ୍ଟ କରିବ । ଏହାସହ ଶିଶୁଟିର ଗତିବିଧି ଉପରେ ବି ନଜର ରଖିବ ଏହି ଭିକ୍ଟିମ ଲୋକେସନ କ୍ୟାମେରା । ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମ ପକ୍ଷରୁ ସୂଚନା ଦିଆଯାଇଛି । ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମେଡିକାଲ ଟିମ ମଧ୍ୟ ସାଇଇଲ, ମେଡିସିନ ଧରି ପହଞ୍ଚିଛନ୍ତି ।

ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର

ଭୁବନେଶ୍ବର: ଇଥାନଲ ମିଶ୍ରିତ ପେଟ୍ରୋଲ ନେଇ ଲୋକଙ୍କୁ ଭଣ୍ଡାଉଛି କେନ୍ଦ୍ର । ୨୦୧୪ରୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲକ୍ଷାଧିକ କୋଟି ଲାଭ କଲେଣି । ହେଲେ ଶସ୍ତା ହୋଇନି ପେଟ୍ରୋଲ ଓ ଡିଜେଲ ଦର । ଚଳିତବର୍ଷ ଏଲ୍ନିନୋ ପ୍ରଭାବରେ ଆଖୁ ଉତ୍ପାଦନ ପ୍ରଭାବିତ ହୋଇଛି । ଆଖୁରସ ଓ ମୋଲାସେସ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଇଲାଣି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଏପରି ସ୍ଥଳେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଲିଟର ୨୫ ଟଙ୍କାରୁ ୩୦ ଟଙ୍କାରେ ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବାଣୀ ଏବେ ଫ୍ଲପ୍ ହେବାକୁ ଯାଉଛି । ଧରାପଡ଼ିଲା କେନ୍ଦ୍ରର ଚାଲାକି  । ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ମାଲାମାଲ୍  । ୨୦୧୪ରୁ ଲାଭ କଲେଣି ଲକ୍ଷାଧିକ କୋଟି  । ହେଲେ ପେଟ୍ରୋଲ ଓ ଡିଜେଲ ଯେଉଁ ମହଙ୍ଗାକୁ ସେଇ ମହଙ୍ଗା  ।

ପେଟ୍ରୋଲରେ ମିଶିବ ଇଥାନଲ । ୨୫ରୁ ୩୦ ଟଙ୍କାରେ ମିଳିବ ତେଲ । କମିବ ସବୁଜ ଗୃହ ପ୍ରଭାବ । ବଢିବ ବୈଦେଶିକ ମୁଦ୍ରା । ଦିନେ ଏପରି ଦାବି କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ଏବେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଦାବିକୁ ପାଣିଚିଆ କରିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ । ଚଳିତବର୍ଷ ନଭେମ୍ବରରୁ ଆସନ୍ତାବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଇଥାନଲ ଯୋଗାଣ ବର୍ଷ ପାଇଁ ମିଳିବନି ଆଖୁରସ କି ମୋଲାସସ୍ । ଗୋଟିଏ ଲିଟର ପେଟ୍ରୋଲରେ ୨୦୦ ମିଲିଲିଟର ଇଥାନଲ୍ ମିଶ୍ରଣ କଲେ ବାର୍ଷିକ ୧୦.୧୬ ବିଲିୟନ୍ ଲିଟର୍ ଇଥାନଲ ଭାରତକୁ ଆବଶ୍ୟକ । ଖୋଦ ନୀତି ଆୟୋଗ ଏହି ହିସାବ କେନ୍ଦ୍ରକୁ ଦେଇଥିଲା । କିନ୍ତୁ ବାସ୍ତବତା ହେଉଛି ଆଖୁ, ଖୁଦ ଚାଉଳ, ମକା ଗୁଣ୍ଡରୁ ଦେଶରେ ଉତ୍ପାଦନ ହେଉଛି ମାତ୍ର ୪.୯୪ ବିଲିୟନ୍ ଲିଟର୍ ଇଥାନଲ୍ । ସବୁ ପେଟ୍ରୋଲ ପମ୍ପରେ ୧୨ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ କିଣୁଛନ୍ତି ଲୋକେ । ବିଶୋଧିତ ପେଟ୍ରୋଲର ମୂଳ ଦର ୫୮ ଟଙ୍କା ୧୪ ପଇସା । ତା ଉପରେ କେନ୍ଦ୍ର ସରକାରଙ୍କ ଟିକସ ୧୯ ଟଙ୍କା ୯୦ ପଇସା । ତୈଳ କମ୍ପାନୀଙ୍କ ପାଇଁ ଇଥାନଲ ବି ବିଶୋଧିତ ତୈଳ ଦରଠାରୁ ମହଙ୍ଗା । ୪୬ଟଙ୍କାରୁ ୬୫ ଟଙ୍କା ୬୦ ପଇସାରେ ଇଥାନଲ୍ ଉପଲବ୍ଧ ହେଉଛି । ଏଭଳି କ୍ଷେତ୍ରରେ ଜୈବ ପେଟ୍ରୋଲଠାରୁ ବାୟୋ ପେଟ୍ରୋଲ ଶସ୍ତା ହେଲା କେମିତି ? ଯଦି ଇଥାନଲ ଉପରେ କେନ୍ଦ୍ର କମ୍ ଟିକସ୍ କିମ୍ବା ଟିକସ ମୁକ୍ତ କରିଥାନ୍ତା ତାହେଲେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା କମ୍ ହୋଇଥାନ୍ତା ।

୨୦୧୪ରୁ କେନ୍ଦ୍ର ସରକାର ପ୍ରଥମେ ୨ ପ୍ରତିଶତ ଇଥାନଲ ମିଶ୍ରଣ ଆରମ୍ଭ କଲେ । ୨୦୨୨-୨୩ ସୁଦ୍ଧା ପେଟ୍ରୋଲରେ ମିଶିଲାଣି ୧୨ ପ୍ରତିଶତ ଇଥାନଲ୍ । ହେଲେ ୨୦୨୨ ମେ ମାସରୁ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଗଣୁଛନ୍ତି ସାଧାରଣ ଲୋକେ । ଡିଜେଲ ଦର ବି ଅପରିବର୍ତ୍ତିତ ରହିଛି । ବିଶେଷଜ୍ଞଙ୍କ ମତ ଗୋଟିଏ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ୧ ହଜାର ଲିଟର ପାଣି ଆବଶ୍ୟକ । ତାହେଲେ ୧୦.୧୬ ବିଲିୟନ୍ ଲିଟର ଇଥାନଲ ପାଇଁ ଆବଶ୍ୟକ ପାଣି କେନ୍ଦ୍ର ସରକାର ଯୋଗାଇପାରିବେ ତ? ଯଦି ଇଥାନଲ୍ ମିଶ୍ରିତ ପେଟ୍ରୋଲ ସବୁଠି ମିଳୁଛି ତାହେଲେ ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ସେମାନଙ୍କ ଫିଲିଂ ଷ୍ଟେସନ୍ରେ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିନାହାନ୍ତି ? ଇଥାନଲ୍ ମିଶିଲେ ପେଟ୍ରୋଲ ଦର କମିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଦାବି କେବଳ ନିର୍ବାଚନୀ ଧୂଆଁବାଣ ।

ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ, ୨୦୨୪ ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ। ଆସନ୍ତା ୧୫ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ନେତା ଓ କର୍ମୀ ସଂକଳ୍ପ ନେଇଛନ୍ତି। ଘରେ ଘରେ ଶଙ୍ଖ କାର୍ଯକ୍ରମ ସହ ‘ମୁଁ ବି ହେବି ନବୀନଙ୍କ ସାରଥି’ କାର୍ଯ୍ୟକ୍ରମ ଦଳକୁ ବଡ଼ ସଫଳତା ଦେଇଛି। ଆଗକୁ ଏହି ଧାରା ଜାରି ରହିବ ବୋଲି ଶାସକ ଦଳ ବିଧାୟକ ମତ ରଖିଛନ୍ତି।

ବିଜେଡି ପ୍ରତି ବଢୁଛି ଜନ ଆଶୀର୍ବାଦ। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଲେଣି ଭୋଟର। କାର୍ଯ୍ୟକାରିଣୀରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ବଡ଼ ସଫଳତା। ୨୦୨୪ରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ଓଡ଼ିଶା। ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନକୁ ମିଳୁଛି ଜନ ଆର୍ଶୀବାଦ। ମୁଁ ବି ହେବି ନବୀନଙ୍କ ସାରଥି କାର୍ଯ୍ୟକ୍ରମରେ ଦଳକୁ ଚବିଶରେ ବଡ଼ ସଫଳତା ଦେବା ପାଇଁ ବିଜେଡିର ଯୁବ ଓ ଛାତ୍ର ସେନାପତି ସଂକଳ୍ପ ନେଇଛନ୍ତି। ଜନସେବା, ଦଳୀୟ ସଂଗଠନ ସହ ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି ବିଜେଡି। ଆସନ୍ତା ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି କାର୍ଯ୍ୟକାରିଣୀ। ଓଡ଼ିଶାବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଲୋକପ୍ରିୟ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ନୂଆ ରେକର୍ଡ କରିବେ। ବିଜେଡିର ବଡ଼ ବିଜୟ ପାଇଁ ପ୍ରତିଜ୍ଞା କରିଛନ୍ତି ନେତା। ସମସ୍ତଙ୍କ ପାଖରେ ସରକାରଙ୍କ ଲୋକପ୍ରିୟ ଯୋଜନା ପହଞ୍ଚାଇବାକୁ ଜନସଂପର୍କ ଯାତ୍ରାରେ ଫୋକସ୍ କରାଯାଇଛି।

ମିଶନ ୨୦୨୪ ପାଇଁ ବିଜେଡି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢି ଚାଲିଛି। ନବୀନଙ୍କ ୨୬ବର୍ଷ ଜନସେବା, ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦଳ ପାଇଁ ବଡ଼ ବିଜୟ ଆଣିବ ବୋଲି ବିଜେଡି କହିଛି। ପ୍ରତି ନିର୍ବାଚନରେ ବିଜେଡିର ଭୋଟହାର ବୃଦ୍ଧି ପାଇବା ସହ ଚବିଶରେ ନବୀନଙ୍କ ପ୍ରତି ଜନ ସମର୍ଥନର ସୁଅ ଛୁଟିବ। ରାଜ୍ୟରେ ଜାରି ରହିଥିବା ରୂପାନ୍ତରଣ ଯାତ୍ରା ଜନ ସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବାରୁ ନବୀନଙ୍କୁ ପୁଣି ରାଜ୍ୟ ଶାସନର ଭାର ଦେବା ପାଇଁ ଓଡ଼ିଶାବାସୀ ମନସ୍ଥ କରିଥିବା ବିଜେଡି କହିଛି।

 

ସାନ ସିନା ଜ୍ଞାନ ତା ମହାନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ୩ ବର୍ଷର କୁନି ଝିଅ ଆରଭି ୟୁଭାନିକା

ଭୁବନେଶ୍ବର: କୁନି ବୟସ ହେଲେ ଅଗାଢ ଜ୍ଞାନ । ମାତ୍ର ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ଭୁବନେଶ୍ବରର ଆରଭି ୟୁଭାନିକା । ସେ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ ଭଳି କେତେ କଣ । ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା ।

ସାନ ସିନା ଜ୍ଞାନ ତାର ମହାନ । ମାତ୍ର ୩ ବର୍ଷ ବୟସରେ କୁନି ଝିଅର କମାଲ । ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବିସ୍ମୟ ବାଳିକା ଆରଭି ୟୁଭାନିକା । ମୁହଁରୁ ଅନର୍ଗଳ ବାହରୁଛି ଶ୍ଳୋକ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଉତ୍କଳ ଜନନୀ, ସାଧାରଣ ଜ୍ଞାନ । ଏହାସହ ୨୮ ରାଜ୍ୟ ଓ ତାହାର ରାଜଧାନୀ, ୧୨ ଜଣ କବି ଓ ସେମାନଙ୍କ ଉପାଧି ନାମ, ୧୦ ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ ଭଳି କେତେବେ କଣ ରହିଛି ଭୁବନେଶ୍ବରର ଆରଭିଙ୍କ ଜିଭ ଅଗରେ । ୪୭ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରଭି । ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିଅର ଚନ୍ଦନ ରାଉତ ଓ ମାତା ଇଞ୍ଜିନିଅର ସ୍ବପ୍ନାଶ୍ରୀ ସାମଲଙ୍କ କନ୍ୟା ଅଟନ୍ତି ଆରଭି  ।

ଆରଭିଙ୍କ ଏହି ସଫଳତା ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ସମ୍ବର୍ଦ୍ଧନା  । ଭୁବନେଶ୍ବରର ରୋଟାରି ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଜଜବା ଟ୍ରଷ୍ଟ ଅଧ୍ୟକ୍ଷ ସଫଦର ହସୀମ, ବିଶିଷ୍ଟ ଆଇନଜୀବୀ ହାସନ ଖାଁ, ଅଭିନେତା ବାବୁ ରାଜା, ଯୁବ ସମାଜସେବୀ ଗାୟତ୍ରୀ ମିଶ୍ର ଏହି କୁନି ଶିଶୁକୁ ଆଶିର୍ବାଦ ପ୍ରଦାନ କରିଛନ୍ତି  । ଆଗକୁ ଏସିଆ ଓ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ଆରଭିଙ୍କ ମାତା ପିତା ।