ଭୁବନେଶ୍ବର: ଭୁବନେଶ୍ୱରର ମଞ୍ଚେଶ୍ବର ଜାଗୁଳାଇ ଗ୍ରାମ ଦେବତୀ ମନ୍ଦିରରୁ ଚୋରି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ଜିନିଷ ଲୁଟି ନେଇଛନ୍ତି ଲୁଟେରା ।ଗତକାଲି ବିଳମ୍ବିତ ରାତିରେ ମାଙ୍କୁ ପିନ୍ଧାଯାଇଥିବା ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଲୁଟେରା । ମାଙ୍କ ଆଖି ତାଡି ରୂପାର ଆଖି ,ମୁକୁଟ ଓ ପିତଳ ସାମଗ୍ରୀ ଲୁଟି ନେଇଛନ୍ତି । ତିନି ଲୁଟେରାଙ୍କ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।
ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ବ୍ୟାଗରେ ନେଇ ଫିଙ୍ଗି ଦେଲା ସ୍ବାମୀ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ବିଭତ୍ସ ହତ୍ୟାକାଣ୍ଡ ପଶ୍ଚିମବଙ୍ଗରେ ରିପିଟ୍ । ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ହାଣି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ବାମୀ । କୋଲକାତା ଉତ୍ତର ୨୪ ପରଗଣା ଜିଲ୍ଲା ମଧ୍ୟମ ଥାନା ଯୋଜରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀ ନୁରଉଦ୍ଦିନ ମଣ୍ଡଳ ସ୍ତ୍ରୀ ସାୟରା ବାନୁ ନିଖୋଜ ଅଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲା । ସ୍ବାମୀର ଅଭିଯୋଗ ପରେ ପୋଲିସ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସାୟରା ବାନୁର ପତ୍ତା ମିଳିନଥିଲା । ତେବେ ପୋଲିସ ଉଦ୍ଦିନ ମଣ୍ଡଳକୁ ଡାକି ପତ୍ନୀ ବିଷୟରେ ପଚାରିବାରୁ ସେ ସବୁବେଳେ ମିଛ କହି ଆସୁଥିଲା । କିନ୍ତୁ ଆଜି ହଠାତ୍ ନୁରଉଦ୍ଦିନ ପୋଲିସ ଆଗରେ ସବୁ ସତକଥା ମାନିଥିଲା । କହିଥିଲା ଘରେ ଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ଛଅ ଖଣ୍ଡ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ବ୍ୟାଗରେ ଭର୍ତ୍ତି କରି ଏକ କେନାଲରେ ଫିଙ୍ଗି ଦେଇଥିଲା । ସନ୍ଦେହ ନହେବା ପାଇଁ ମିଛ ଏତଲା ଦାୟର କରିଥିଲା ଅଭିଯୁକ୍ତ ନୁରଉଦ୍ଦିନ ମଣ୍ଡଳ । ତେବେ ଏହି ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ଏ ନେଇ ପୋଲିସ ତଦନ୍ତ ଚଳାଇଛି ।
ଦେଢ କିଲୋ ରୂପା ସୁନାରେ ରାମ ମନ୍ଦିର ପ୍ରତିକୃତି ତିଆରି କଲେ ଶିଳ୍ପୀ
ଅଯୋଧ୍ୟା: ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ । ଶିବନଗରୀ ବା କାହିଁକି ପଛରେ ରହିବ ? କାଶୀର ଶିଲ୍ପୀ କୁଞ୍ଜ ବିହାରୀ ସୁନାରୂପା ଓ ହୀରାରେ ରାମମନ୍ଦିରର ପ୍ରତିକୃତି ତିଆରି କରିଛନ୍ତି । ୧୦୮ ଦିନର ପରିଶ୍ରମରେ ରାମ ମନ୍ଦିର ରେପ୍ଲିକା ତିଆରି କରାଯାଇଛି । ସେହିପରି ଜିଆଇ ଟ୍ୟାଗ୍ ମାନ୍ୟତା ପାଇଥିବା ଗୋଲାପୀ ମୀନା ପଥରରେ ଏହାକୁ ପ୍ରସ୍ତୁତ କରାଯାଇଛି ।
ଗୁଲାବୀ ମୀନା ପଥରରେ ସୁନା ରୂପାର ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିକୃତିର ଓଜନ ଅଢେଇ କିଲୋଗ୍ରାମ ହୋଇଥିବା ବେଳେ ଉଚ୍ଚତା ୧୨ ଇଞ୍ଚ ଓ ଚଉଡା ୮ ଇଞ୍ଚ । ସେହିପରି ମନ୍ଦିରର ଲମ୍ବ ୧୨ ଇଞ୍ଚ ରହିଛି । ସୁନା, ପାଖାପାଖି ଦେଢ କିଲୋଗ୍ରାମ ରୂପା ଓ ହୀରା ପ୍ରତିକୃତିର ଶିଖରରେ ଲାଗିଛି । ପ୍ରଭୂ ରାମଙ୍କ ମନ୍ଦିରକୁ ୧୦୮ଟି ଭାଗରେ ନିର୍ମାଣ କରାଯାଇଛି । ମନ୍ଦିର ପ୍ରତିକୃତି ଭିତରେ ରାମଲାଲାଙ୍କ ସୁନା ମୂର୍ତ୍ତି ରହିଛି ।
ଶିଳ୍ପୀ କହିଛନ୍ତି ଯେ ପ୍ରଥମ ଥର ଗୁଲାବୀ ମୀନାକାରୀରୁ ରାମ ମନ୍ଦିରର ଆକାର ନେବା ପାଇଁ କଷ୍ଟ ସାଧ୍ୟ ହୋଇଥିଲା । କିନ୍ତୁ ପ୍ରଭୂ ଶ୍ରୀରାମଙ୍କ ନାମ ଓ ଭଜନ ଶୁଣି ଶୁଣି କାମ କରିବା ପରେ ଗୁଲାବୀ ମୀନାକାରୀ ମନ୍ଦିରର ଆକାର ନେଇଥିଲା ।

