ଦେଢ କିଲୋ ରୂପା ସୁନାରେ ରାମ ମନ୍ଦିର ପ୍ରତିକୃତି ତିଆରି କଲେ ଶିଳ୍ପୀ

ଅଯୋଧ୍ୟା: ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି  । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା  । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ  । ଶିବନଗରୀ ବା କାହିଁକି ପଛରେ ରହିବ ? କାଶୀର ଶିଲ୍ପୀ କୁଞ୍ଜ ବିହାରୀ ସୁନାରୂପା ଓ ହୀରାରେ ରାମମନ୍ଦିରର ପ୍ରତିକୃତି ତିଆରି କରିଛନ୍ତି  । ୧୦୮ ଦିନର ପରିଶ୍ରମରେ ରାମ ମନ୍ଦିର ରେପ୍ଲିକା ତିଆରି କରାଯାଇଛି  । ସେହିପରି ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ଗୋଲାପୀ ମୀନା ପଥରରେ ଏହାକୁ ପ୍ରସ୍ତୁତ କରାଯାଇଛି  ।

ଗୁଲାବୀ ମୀନା ପଥରରେ ସୁନା ରୂପାର ବ୍ୟବହାର କରାଯାଇଛି  । ରାମ ମନ୍ଦିର ପ୍ରତିକୃତିର ଓଜନ ଅଢେଇ କିଲୋଗ୍ରାମ ହୋଇଥିବା ବେଳେ ଉଚ୍ଚତା ୧୨ ଇଞ୍ଚ ଓ ଚଉଡା ୮ ଇଞ୍ଚ  । ସେହିପରି ମନ୍ଦିରର ଲମ୍ବ ୧୨ ଇଞ୍ଚ ରହିଛି  । ସୁନା, ପାଖାପାଖି ଦେଢ କିଲୋଗ୍ରାମ ରୂପା ଓ ହୀରା ପ୍ରତିକୃତିର ଶିଖରରେ ଲାଗିଛି  । ପ୍ରଭୂ ରାମଙ୍କ ମନ୍ଦିରକୁ ୧୦୮ଟି ଭାଗରେ ନିର୍ମାଣ କରାଯାଇଛି  । ମନ୍ଦିର ପ୍ରତିକୃତି ଭିତରେ ରାମଲାଲାଙ୍କ ସୁନା ମୂର୍ତ୍ତି ରହିଛି  ।

ଶିଳ୍ପୀ କହିଛନ୍ତି ଯେ ପ୍ରଥମ ଥର ଗୁଲାବୀ ମୀନାକାରୀରୁ ରାମ ମନ୍ଦିରର ଆକାର ନେବା ପାଇଁ କଷ୍ଟ ସାଧ୍ୟ ହୋଇଥିଲା  । କିନ୍ତୁ ପ୍ରଭୂ ଶ୍ରୀରାମଙ୍କ ନାମ ଓ ଭଜନ ଶୁଣି ଶୁଣି କାମ କରିବା ପରେ ଗୁଲାବୀ ମୀନାକାରୀ ମନ୍ଦିରର ଆକାର ନେଇଥିଲା  ।