ପରିକ୍ରମା ପ୍ରକଳ୍ପ ଉଦଘାଟନ ନେଇ ସାରା ରାଜ୍ୟ ଉତ୍ସବମୁଖର

ଭୁବନେଶ୍ବର: ବିଶ୍ବ ଦେଖିଲା ବିଶ୍ବନିୟନ୍ତାଙ୍କ ପରିକ୍ରମା ପ୍ରକଳ୍ପ । ପ୍ରକଳ୍ପ ଉଦଘାଟନ ନେଇ ସାରା ରାଜ୍ୟ ଉତ୍ସବମୁଖର । ଭବ୍ୟ ଉତ୍ସବରେ ସାମିଲ ହୋଇଛନ୍ତି କୋଟି କୋଟି ଓଡ଼ିଆ । ପୁରପଲ୍ଲୀରୁ ସହର ସାରା ଜନତା ହୋଇଛନ୍ତି ଏକାକାର ।  ଦର୍ଶନ, ଧର୍ମ ଓ ଜ୍ଞାନର ତ୍ରିବେଣୀ ଉତ୍ସବରେ ଲୀନ ହୋଇଛନ୍ତି କୋଟି କୋଟି ଭକ୍ତ । ପବିତ୍ର ଧାମରେ ଭକ୍ତଙ୍କ ଦର୍ଶନ ସୁଗମ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ନେଇ ଶତମୁଖ ହୋଇଛନ୍ତି ଶ୍ରଦ୍ଧାଳୁ । ରାଜ୍ୟର ସମସ୍ତ ଅଞ୍ଚଳରେ ଏଲଇଡି ଜରିଆରେ ଏହି ମହାଉତ୍ସବରେ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ । ବାଲେଶ୍ବର ହେଉ କି ଜୟପୁର, କଟକ ହେଉ କି ଭୁବନେଶ୍ବର । ସବୁଠି ଭକ୍ତଙ୍କ ଆବିଳତା । ଭକ୍ତିଭାବରେ ବନ୍ଧା ହୋଇଥିଲେ ଭକ୍ତ । କେଉଁଠି ଭୋଗ ବ୍ୟବସ୍ଥା ତ କେଉଁଠି ଭକ୍ତଙ୍କ ମଧ୍ୟରେ ଅଦମ୍ୟ ଉତ୍ସାବ । ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବା ସହ ପରିକ୍ରମା ପ୍ରକଳ୍ପ ପରି ଏକ ଐତିହ୍ୟସମ୍ପନ୍ନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଭକ୍ତ ।