କାନଭାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯାହା ସ୍ଥାନ ପାଇଛି, ତାକୁ କାନଭାସରେ ଆଙ୍କିଛନ୍ତି ଚିତ୍ରଶିଳ୍ପୀ। ପୁରୀ ଶ୍ରୀମନ୍ଦିର ପରମ୍ପରା, ଐତିହ୍ୟ, ସଂସ୍କୃତିକୁ ରଙ୍ଗ ତୁଳୀରେ ବଖାଣିଛନ୍ତି। ପ୍ରତିଟି ଚିତ୍ରରେ ଦିଶୁଛି ଜଗନ୍ନାଥ ସଂସ୍କୃତିର ଝଲକ। କେଉଁଠି ଯଜ୍ଞ ମଣ୍ଡପରେ ଯଜ୍ଞର ଦୃଶ୍ୟ ତ କେଉଁଠି ସ୍ପଷ୍ଟ ଦିଶୁଛି ମଠ ମନ୍ଦିର। ପୁଣି ଦାସିଆ ବାଉରୀ ଜଗନ୍ନାଥଙ୍କ ପାଖକୁ ନଡ଼ିଆ ନେଇ ଆସିବାର ଚିତ୍ର କରୁଛି ଭାବବିହ୍ବଳ। ଶ୍ରୀମନ୍ଦିର ପରିକ୍ରମା ବୁଲି ଆସୁଥିବା ଶ୍ରଦ୍ଧାଳୁ ଚିତ୍ରକଳାରୁ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କରେ ଜାଣି ପାରୁଛନ୍ତି । ମଠ ମନ୍ଦିରର ମାହାତ୍ମ୍ୟ ଜାଣି ହେଉଛି। ଚିତ୍ର ପ୍ରଦର୍ଶନୀ ବି ସେଇ କାଳିଆ ଠାକୁରଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଥିବା ଚିତ୍ରଶିଳ୍ପୀ କହିଛନ୍ତି । ଯେଉଁ ଚିତ୍ର ପ୍ରଦର୍ଶନୀ ପାଇଁ ୧୫ଦିନ ସମୟ ଲାଗେ ମାତ୍ର ୪ରୁ ୫ଘଣ୍ଟା ଭିତରେ ରାଜ୍ୟର ୨୦ଜଣ ଚିତ୍ରଶିଳ୍ପୀ ତାକୁ ସମ୍ଭବ କରିଛନ୍ତି। ଆଉ ଏସବୁ କାଳିଆ ସାଆନ୍ତଙ୍କ ପାଇଁ ସମ୍ଭବ ହୋଇଥିବା କହିଛନ୍ତି।