ଚଣ୍ଡିଖୋଲ: ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ ମୁଖ୍ଯମନ୍ତ୍ରୀ । ନବୀନ କହିଛନ୍ତି, କଳିଙ୍ଗନଗରକୁ ଶିଳ୍ପର ହବ କରିବାକୁ ୯୦ ଦଶକରେ ଚିନ୍ତା କରିଥିଲେ ବିଜୁ ବାବୁ । ତାଙ୍କର ସ୍ବପ୍ନ ଆଜି ସାକାର ହୋଇଛି । ଆଜି ଶିଳ୍ପାୟନର ପ୍ରମୁଖ କେନ୍ଦ୍ରରେ ରୂପାନ୍ତରିତ ହୋଇଛି କଳିଙ୍ଗନଗର । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ।
ବିଶ୍ଵର ଧନୀ ତାଲିକାରୁ ଏଲନ ମସ୍କଙ୍କୁ ପଛରେ ପକାଇଲା ଜେଫ ବେଜୋସ
ନନ୍ଦିଘୋଷ ବ୍ୟୁରୋ: ବିଶ୍ଵର ଧନୀ ତାଲିକାରୁ ଏଲନ ମସ୍କଙ୍କୁ ପଛରେ ପକାଇଲା ଜେଫ ବେଜୋସ । ସାରା ବିଶ୍ଵରେ ଧନୀ ତାଲିକାରେ ଉତଥାନ ପତ୍ତନ ପରେ ଦେଶ ସାରା ଦେଶରେ ଧନୀ ବ୍ଯକ୍ତି ତାଲିକାରେ ବଡ ଧରଣରକ ଅଦଳବଦଳ ଦେଖାଦେଉଛି । ଏହି ଲିଷ୍ଟ ମଧ୍ଯରେ ଏଲନ ମକ୍ସଙ୍କୁ ବଡ ଝଟକା ମିଳିଛି ।
ବ୍ଲୁମ ବର୍ଗଙ୍କ ରିପୋର୍ଟ ମୁତାବକ ଏକ୍ସ ଏବଂ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଏବେ ଦୁନିଆର ସବୁଠାରୁ ବଡ ଧନୀ ବ୍ଯକ୍ତି ଏବେ ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହୋଇକି ନାହାଁନ୍ତି । ଏଲନ ମକ୍ସ ଏବେ ନୁହଁନ୍ତି ବିଶ୍ଵର ଶ୍ରେଷ୍ଠ ଧନୀ । ବିଶ୍ଵର ଶ୍ରେଷ୍ଠ ଧନୀ ତାଲିକାରୁ ଏଲନ ମକ୍ସଙ୍କୁ ପଛରେ ପକାଇଲେ ଜେଫ ବେଜୋସ । ସୋମବାର ଦିନ ଟେସଲା ସେୟାର ବଜାରରେ ୭.୨ ପ୍ରତିଶତ ଗିରାବଟ ପରେ ଏଲନ ମକ୍ସ ଧନୀ ତାଲିକାରୁ ଖସିଯାଇଛନ୍ତି । ୫୨ ବର୍ଷୀୟ ଏଲନ ମକ୍ସ ଏବଂ ୬୦ ବର୍ଷୀୟ ଜେଫ ବେଜୋସଙ୍କ ସଂପତ୍ତି ମଧ୍ଯରେ ଦିନେ ୧୪୨ ବିଲିୟନ ଡଲାରର ବ୍ଯବଧାନ ଥିଲା ।
ଆମେରିକାରେ ୧୫ଟି ପ୍ରଜାତନ୍ତ୍ର ଓ ଗୋଟିଏ ଟେରିଟୋରୀରେ ଆଜି ନିର୍ବାଚନ
ୱାଶିଂଟନ: ଆଜି ଆମେରିକା ଲାଗି ସୁପରଟିଉଜ ଡେ। ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ନିକ୍କି ହାଲେଙ୍କ ଲାଗି ଅଗ୍ନି ପରୀକ୍ଷା। ୧୫ଟି ପ୍ରଜାତନ୍ତ୍ର ଓ ଗୋଟିଏ ଟେରିଟୋରୀରେ ଆଜି ନିର୍ବାଚନ। ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ଯାଉଥିବା ଟ୍ରମ୍ପଙ୍କ ବିଜୟ ସମ୍ଭାବନା ଉଜ୍ବଳ ରହିଛି। ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେଙ୍କ ସହ କଡ଼ା ମୁକାବିଲା ହେବ।
ଏହି ନିର୍ବାଚନ ଉଭୟ ପ୍ରାର୍ଥୀଙ୍କ ଲାଗି ଅଗ୍ନିପରୀକ୍ଷାର ଦିନ ବୋଲି କୁହାଯାଉଛି । ତେବେ ମାର୍ଚ୍ଚ ୩ ନିର୍ବାଚନରେ ୱାଶିଂଟନ ଡିସିରେ ବିଜୟ ହାସଲ କରି ଟ୍ରମ୍ପଙ୍କୁ ଚାଲେଞ୍ଜ ଦେଇଛନ୍ତି ନିକ୍କି ହାଲେ। ଆଲାବାମା, ଆଲାସ୍କା, କାଲିଫର୍ଣ୍ଣିଆ, କୋଲରାଡୋ, ମାସାଚୁସେଟେସ, ନର୍ଥ କାରୋଲିନା, ଟେକ୍ସାସ, ଭିର୍ଜିନିଆ ଆଦି ପ୍ରଜାତନ୍ତ୍ରରେ ଏହି ନିର୍ବାଚନ ହେବ। ଗତ ମାର୍ଚ୍ଚ ୨ ତାରିଖ ନିର୍ବାଚନରେ ତିନିଟି ପ୍ରଜାତନ୍ତ୍ର ମିଚିଗାଁ, ଇଡାହୋ ଓ ମିସୋରୀରେ ନିକ୍କି ହାଲେଙ୍କୁ ପରାସ୍ତ କରିଥିଲେ ଟ୍ରମ୍ପ।
ଗତ ଫେବୃଆରୀ ୨୫ ତାରିଖରେ ସାଉଥ କାରୋଲିନା ରିପବ୍ଲିକାନ ଚୟନ ପ୍ରକ୍ରିୟାରେ ବିଜୟୀ ହୋଇଥିଲେ ଟ୍ରମ୍ପ । କ୍ରମାଗତ ୭୭ ବର୍ଷ ବୟସ୍କ ଟ୍ରମ୍ପଙ୍କ ମାନସିକ ଅବସ୍ଥାକୁ ସମାଲୋଚନା କରିଆସୁଛନ୍ତି ହାଲେ । ଯଦି ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୁଅନ୍ତି ତେବେ ଅସ୍ଥିରତା ସୃଷ୍ଟି ହେବ ବୋଲି ସେ ସତର୍କ କରାଇଆସୁଛନ୍ତି । ୨୦୧୦ରେ ସାଉଥ କାରୋଲିନାରେ ଗଭର୍ଣ୍ଣର ଥିବା ହାଲେ ନିଜ ରାଜ୍ୟରେ ଦଳୀୟ ପରାଜୟ ବରଣ କରିଥିଲେ । ପୂର୍ବରୁ ଇଓ୍ବା, ନ୍ୟୁ ହାମ୍ପସାୟାର ଓ ନେଭାଦାରେ ଟ୍ରମ୍ପ ବିଜୟ ହାସଲ କରିସାରିଛନ୍ତି । ଆସନ୍ତା ନଭେମ୍ବର ୫ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ୨୦୨୧ ଜାନୁଆରୀ ୬ରେ କାପିଟଲ ହିଂସାକାଣ୍ଡ ଘଟଣାରେ ଟ୍ରମ୍ପଙ୍କ ଭାଗ୍ୟ ନେଇ ସସପେନ୍ସ ଜାରି ରହିଥିବା ସତ୍ତ୍ବେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଆସୁଛି ।
ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ, ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବର୍ଷା
ଭୁବନେଶ୍ବର: ରାଜ୍ୟରେ ଲାଗି ରହିବ ଖରାଛାଇର ଖେଳ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବନି ତାତି । ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି । ରାଜ୍ୟରେ ଏବେ ଏକ ପଶ୍ଚିମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୭ ଏବଂ ୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ହେବ ।
ବର୍ଷା ହେଲେ ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସାମାନ୍ୟ ତାତି ରହିବ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ ତାତି ।

