କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ। ସଠିକ୍ ସମୟରେ ଠିକା ସଂସ୍ଥା ଦରମା ଦେଉନଥିବାରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସୁରକ୍ଷା କର୍ମଚାରୀ। ସକାଳୁ ସଫେଇ ବନ୍ଦରଖିଛି ସଂଘ। ସେହିପରି ସୁରକ୍ଷାକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ନେଇ ମଧ୍ଯ  ଅଭିଯୋଗ ହୋଇଛି। ଦରମା ମିଳିବାରେ ବିଳମ୍ବ ଅଭିଯୋଗ ନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସଂଘ। ଅନ୍ୟପଟେ ବର୍ଦ୍ଧିତ ଦରମା ବି ଠିକା ସଂସ୍ଥା କର୍ମଚାରୀମାନଙ୍କୁ କାହିଁକି ଦେଉ ନାହିଁ ବୋଲି ସୁରକ୍ଷା କର୍ମୀମାନେ ପ୍ରଶ୍ନ କରିଛନ୍ତି। ଦୀର୍ଘ ୫ ଘଣ୍ଟା ଧରି ଆନ୍ଦୋଳନ ପରେ ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀଙ୍କ ସହ କ୍ୟାପିଟାଲ ଥାନା ଅଧୀକାରୀ ଓ ଜୋନ୍ ଏସିପି  ଆଲୋଚନା କରିଛନ୍ତି। ଠିକା ସଂସ୍ଥାକୁ ସମସ୍ତ ଟଙ୍କା ପ୍ରଦାନ କରାଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଫେଇ ଓ ସୁରକ୍ଷା କର୍ମଚାରୀ ଦରମା ପାଇନଥିବା ଅଭିଯୋଗ କରି ପ୍ରତିବାଦ କରୁଛନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ କହିଛନ୍ତି। ଠିକା ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ହେଉଛି  ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡ଼ା ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।