spot_img
Home Blog Page 2273

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ। ଯୁଦ୍ଧରେ ଭାରତୀୟ ନାଗରିକଙ୍କ ପ୍ରତି ବିପଦ ଥିବାରୁ ଏହି ଆଡଭାଇଜରୀ ଜାରି ହୋଇଛି। ଇସ୍ରାଏଲରେ ଲେବାନନ ପଟୁ ହୋଇଥିବା ହମଲାରେ କେରଳର ଜଣେ ବ୍ଯକ୍ତିଙ୍କ ମୃତ୍ଯୁ ହୋଇଛି। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଏହି ଆଡଭାଇଜରୀ ଜାରି କରାଯାଇଛି।

ଭାରତୀୟ ନାଗରିକଙ୍କୁ ତୁରନ୍ତ ସୀମା ଅଂଚଳ ଛାଡି ଦୂରକୁ ଚାଲିଯିବାକୁ କୁହାଯାଇଛି। ଇସ୍ରାଏଲ ସୀମାନ୍ତ ମାର୍ଗଲିଅଟ୍ ଅଂଚଳରେ ହୋଇଥିଲା ହିଜବୁଲ୍ଲା ଆତଙ୍କୀ ହମଲା। ଲେବାନନ ପଟୁ ହିଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆଣ୍ଟି ଟ୍ଯାଙ୍କ ମିସାଇଲ ହମଲାରେ ଭାରତୀୟଙ୍କ ମୃତ୍ଯୁ ଘଟିଛି। ଏଥିରେ ଅନ୍ଯ ୨ ଜଣ ଆହତ ହୋଇଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ଅଛନ୍ତି।

ଆଡଭାଇଜରୀରେ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍ ଜାରି କରାଯାଇଛି। ସୋମବାର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ଯୁ ଘଟିଥିଲା। ମୃତକ ହେଲେ କେରଳ କୋଲମ ଅଂଚଳର ୩୦ ବର୍ଷୀୟ ଯୁବକ ପ୍ଯାଟନିବିନ ମ୍ଯାକୱେଲ। ଆକ୍ରମଣରେ ଅନ୍ଯ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା କରିଥିଲେ ହମାସ ଆତଙ୍କବାଦୀ। ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ।

ଆଜିଠୁ ପୁଣି ଚାଷୀଙ୍କ ‘ଦିଲ୍ଲୀ ଚଲୋ ଅଭିଯାନ’

ନୂଆଦିଲ୍ଲୀ: ଦାବିରେ ଅଟଳ ଅନ୍ନଦାତା। ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ। ସାରା ଦେଶରୁ ଆସିଥିବା ଚାଷୀମାନେ ଦିଲ୍ଲୀରେ ସମବେତ ହେବେ। ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରଖାଯିବ ବୋଲି କହିଛନ୍ତି କୃଷକ ନେତା ଜଗଜିତ ସିଂ ଦାଲେୱାଲ। ଏହାଛଡ଼ା ୧୦ ତାରିଖରେ କରାଯିବ ଦେଶବ୍ଯାପୀ ରେଳରୋକ ଆନ୍ଦୋଳନ।

ଚାଷୀଙ୍କ ଦାବି ପ୍ରସଙ୍ଗରେ ସାରା ଦେଶରେ ଦିନ ୧୨ଟାରୁ ଅପରାହ୍ଣ ୪ଟା ଯାଏ ରେଳରୋକ କରାଯିବ। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, ୬୦ ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ ୧୦ ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ୨୦୨୦-୨୧ରେ ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ।

ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ, ଶ୍ରୀଲୋକନାଥ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବର୍ଷ ତମାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରଦତ୍ତ ଭୋଗ ନୈବେଦ୍ୟ କଢ଼ା ଯାଇନଥିବା ବେଳେ ଆଜି ଏକାଦଶୀରେ ଏସବୁକୁ ବାହାର କରାଯାଇଛି।

ଏ ନେଇ ଆଜି ବଡି ଭୋରରୁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମନ୍ଦିର ଦ୍ବାର ଖୋଲିଥିଲା। ପରେ ନୀତି କରାଯାଇ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଚାଲିଛି।

ଆଜି BSKY ନବୀନ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଅର୍ଥ ଅଭାବରୁ କେହି ବି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।  ସଭିଙ୍କ ହାତରେ ସ୍ବାସ୍ଥ୍ଯ ସଞ୍ଜୀବନୀ ଦେବାକୁ ଆଜି ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଦିନ ୧୧ଟାରେ ବିଏସକେୱାଇର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟକ୍ରମେ ଏହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ।

ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସାମିଲ ହେବାକୁ ଯାଉଛନ୍ତି। ଯାହାକି ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ। ଗତ ୫ ବର୍ଷରେ ବିଏସକେଓ୍ବାଇରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।

ବିଶ୍ବସ୍ତରରେ ଓଡ଼ିଶାର ମହିଳା ସଶକ୍ତିକରଣ କାହାଣୀ କହିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ ଗେଟସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବସ୍ତରରେ ଓଡ଼ିଶାର ମହିଳା ସଶକ୍ତିକରଣ କାହାଣୀ କହିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ ଗେଟସ । ଓଡ଼ିଶା ଗସ୍ତ ସମୟରେ ମୁକ୍ତା ଯୋଜନାରେ ମହିଳା ସଶକ୍ତ ହୋଇଥିବା ଭିଡିଓକୁ ଗେଟ୍ସ ଫାଉଣ୍ଡେସନ ଇଣ୍ଡିଆ ଟୁଇଟର ହ୍ଯାଣ୍ଡେଲରେ ପୋଷ୍ଟ କରାଯାଇଛି । ଏସଏଚଜି ମାଧ୍ଯମରେ ମହିଳାମାନେ କିପରି ନିଜର ପରିଚୟ ସୃଷ୍ଟି କରିବା ସହ ସରକାରଙ୍କ ଠାରୁ ଠିକାରେ ନିର୍ମାଣ କାମ ନେଇ ସଫଳତାର ସହ ତୁଲାଉଛନ୍ତି ସେନେଇ ଭିଡିଓରେ ପରିପ୍ରକାଶ କରାଯାଇଛି । ଓଡ଼ିଶା ଗସ୍ତରେ ଥିବାବେଳେ ଉମା ମହେଶ୍ବରୀ ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ରାଜଲକ୍ଷ୍ମୀ ଜେନାଙ୍କୁ ଭେଟିଥିଲେ ବିଲ ଗେଟସ । ଏସଏଚଜି ମାଧ୍ଯମରେ ମହିଳାମାନେ ମୁକ୍ତା ଯୋଜନାରେ ସହରାଞ୍ଚଳରେ ପାର୍କରେ ନିର୍ମାଣ କାମ କରି ସଶକ୍ତ ହୋଇପାରିଛନ୍ତି । କିପରି ରାଜ୍ଯ ସରକାର ଏହି ଯୋଜନାରେ କାମ ଯୋଗାଇ ସେମାନଙ୍କୁ ସ୍ବାବଲମ୍ବୀ କରିଛନ୍ତି ସେନେଇ ରାଜଲକ୍ଷ୍ମୀ ବିଲ୍ ଗେଟ୍ସଙ୍କୁ କହିଥିଲେ । ଏହି ମହିଳାମାମାନେ ସରକାରଙ୍କଠାରୁ ନିର୍ମାଣ କାମ କାର୍ଯ୍ୟାଦେଶ ପାଇ ତାହାକୁ ସଫଳତାର କାର୍ଯ୍ୟକାରୀ କରିଛନ୍ତି । ମହିଳାଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ଭିଡିଓରେ କୁହାଯାଇଛି ।

ପ୍ରାୟ ଦେଢ ଘଣ୍ଟା ପରେ ସଚଳ ହେଲା ଫେସବୁକ୍

ନନ୍ଦିଘୋଷ ବ୍ୟୁରୋ: ପ୍ରାୟ ଦେଢ ଘଣ୍ଟା ପରେ ସଚଳ ହେଲା ଫେସବୁକ୍ ଓ ଇନଷ୍ଟାଗ୍ରାମ । ଏଭେ ଇନଷ୍ଟା ଓ ଫେସବୁକରେ ଲଗଇନ ହୋଇପାରୁଛି । ରାତି ପ୍ରାୟ ସାଢେ ୮ଟାରୁ ସାମୟିକ ଭାବେ ଅଚଳ ହୋଇଯାଇଥିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ । ଭାରତ ସମେତ ଏକାଧିକ ଦେଶରେ ଏହି ଦୁଇ ସୋସିଆଲ ମିଡିଆ ଆପ୍ ଅଚଳ ହୋଇଯାଇଥିଲା । ସର୍ଭର ଡାଉନ୍ କାରଣରୁ ଚାଲୁନଥିଲା ଫେସବୁକ୍ ଓ ଇନଷ୍ଟା । ଆପେ ଆପେ ଫୋନରୁ ଆଇଡି ଲଗଆଉଟ ହୋଇଯାଉଥିବାବେଳେ ଲଗଇନ କଲେ ମଧ୍ଯ ତାହା ଏରର ଦେଖାଉଥିଲା । ସର୍ଭର ଡାଉନ୍ କାରଣରୁ ଏପରି ହେଉଥିଲା । ତେବେ କିଛି ଘଣ୍ଟା ମଧ୍ଯରେ ଏହାର ସମାଧାନ ହୋଇଛି ।

ଅଜଣା ଗାଡି ଧକ୍କାରେ ଦୁଇଭାଇ ମୃତ

ଜୁନାଗଡ଼: ଅଜଣା ଗାଡି ଧକ୍କାରେ ଦୁଇଭାଇ ମୃତ । ମଙ୍ଗଳବାର ସନ୍ଧ୍ୟା ସମୟରେ ପୁଟିଆଚୁରା ଗାଁର ଦୁଇଭାଇ ଧନୁର୍ଯ୍ୟ ହେର୍ଣା ଏବଂ କିଶୋର ହେରଣା ଭୋଜିଖାଇ ବାଇକରେ ଗାଁକୁ ଫେରୁଥିବାବେଳେ ଘଟିଛି ଦୁର୍ଘଟଣା। ଜୁନାଗଡ ଥାନା ନକଟିଗୁଡ଼ା ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଦୁଇଭାଇଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନା ଆଣିବା ସମୟରେ ହିଁ ଧନୁର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା । କିଶୋରଙ୍କୁ ଡାକ୍ତରଖାନାକୁ ପହଞ୍ଚାଇବା ପରେ ଚିକିତ୍ସାଧିନ ଅବସ୍ଥାରେ ଏଠାରେ ତାଙ୍କ ମୃତ୍ୟୁ ଘଟିଛି ।

ବିଜେଡିର ନୂଆ ଓ୍ବେବସାଇଟ୍ ଲୋକାର୍ପଣ

ଭୁବନେଶ୍ବର: ବିଜୁ ଜନତା ଦଳର ନୂଆ ୱେବସାଇଟର ଲୋକାର୍ପଣ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡିର ନୂଆ ୱେବସାଇଟର ଲୋକାର୍ପଣ କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାଭିମୁଖି ସୁବିଧା ସମ୍ପର୍କିତ ସମ୍ବଳିତ ବିଜୁ ଜନତା ଦଳର ଏହି ନୂଆ ୱେବସାଇଟ୍ ଲୋକାର୍ପିତ ହୋଇଛି। ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ଯାଣ, ଯୁବ ଓ କ୍ରୀଡା, କୃଷି, ଆଇଟି ଏବଂ ପୁଂଜିନିବେଶ ଭଳି କ୍ଷେତ୍ରରେ 5T ନେତୃତ୍ଵାଧିନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି। ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା, ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ଯ ଏହି ୱେବସାଇଟରେ ଦର୍ଶାଯାଇଛି। 5T ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ  କରିବା ଏବଂ ଅଭିଯୋଗର ଶୀଘ୍ର ର୍ନିଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ଲାଗି ଏହି ୱେବସାଇଟରେ ଏକ ବିଭାଗ ରହିଛି। ଏହି ୱେବସାଇଟରେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି, ଯେଉଁଥିରେ ଡିଜିଟାଲ ଡୋମେନରେ ସମର୍ଥକ ଏବଂ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି। ଜନକଲ୍ଯାଣ ଲାଗି ଏକ ଅଲଗା ବିଭାଗ ରହିଛି। ଯେଉଁଠାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନାଗରିକଙ୍କ ନେତୃତ୍ଵରେ ରାଜ୍ଯ ସରକାରଙ୍କ ସମସ୍ତ ଯୋଜନା ତାଲିକାଭୁକ୍ତ ରହିଛି। ଯୋଜନା ଗୁଡିକ ହିତାଧିକାରୀ ଭିତ୍ତିରେ ତାଲିକାଭୁକ୍ତ ହୋଇଛି। ନାଗରିକଙ୍କୁ ଜନକଲ୍ଯାଣକାରୀ ଯୋଜନା ଗୁଡିକର ଲାଭ ଉଠାଇବାରେ ଏହି ସାହାଯ୍ୟ କରିବ। ଏହି ୱେବସାଇଟରେ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ଭାବନା ପ୍ରତିଫଳିତି ହେବା ସହ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟବାସୀଙ୍କୁ ଶଙ୍ଖନାଦରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କାମ କରୁନି ଫେସବୁକ୍

ନନ୍ଦିଘୋଷ ବ୍ୟୁରୋ: କାମ କରୁନି ଫେସବୁକ୍ । କିଛି ଘଣ୍ଟା ଧରି ଅଚଳ ହୋଇଯାଇଛି ଫେସବୁକ୍ ଓ ଇନଷ୍ଟାଗ୍ରାମ । ଭାରତ ସମେତ ଏକାଧିକ ଦେଶରେ ଏହି ଦୁଇ ସୋସିଆଲ ମିଡିଆ ଆପ୍ ଅଚଳ ହୋଇଯାଇଛି । ସର୍ଭର ଡାଉନ୍ କାରଣରୁ ଚାଲୁନି ଫେସବୁକ୍ ଓ ଇନଷ୍ଟା । ଆପେ ଆପେ ଫୋନରୁ ଆଇଡି ଲଗଆଉଟ ହୋଇଯାଉଥିବାବେଳେ ଲଗଇନ କଲେ ମଧ୍ଯ ତାହା ଏରର ଦେଖାଉଛି । ସର୍ଭର ଡାଉନ୍ କାରଣରୁ ଏପରି ହେଉଥିବା ସୂଚନା ମିଳିଛି । ମାତ୍ର ଏନେଇ ମେଟା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଯାହାକୁ ନେଇ ଗ୍ରାହଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।

ନିର୍ବାଚନରେ AIର କଣ ରହିବ ଭୂମିକା? ପ୍ରଭାବ ପକାଇବ କି ଡିପଫେକ୍  

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ AIର ବ୍ୟବହାର ବଢ଼ୁଥିବାବେଳେ ଏହାର ଦୁରୁପୋଯୋଗ ମଧ୍ୟ କରାଯାଉଛି । କେତେବେଳେ ସେଲିବ୍ରେଟୀଙ୍କ ଭଏସରେ ବିଜ୍ଞାପନ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଅଭିନେତା, ଖେଳାଳିଙ୍କ ଖରାପ ଫଟୋ ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ ବାଦ ପଡ଼ିନାହାନ୍ତି ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି । ତେବେ ଆଗକୁ ନିର୍ବାଚନ ଆସୁଥିବାବେଳେ ଡିପଫେକ୍ ଭିଡିଓ ଭୋଟରଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛି । ତେବେ ନିର୍ବାଚନ ସମୟରେ କିଛି ଦେଶରେ AIର ବ୍ୟବହାର କରାଯାଉଥିବାବେଳେ ଆଗାମୀ ଦିନରେ ଭାରତରେ ନିର୍ବାଚନ ହେବାକୁ ଥିବାବେଳେ AIର ପ୍ରଭାବ କଣ ରହିବ?

ସେପଟେ ଗୁଗୁଲ ଜେମିନି AI ବିବାଦୀୟ ମନ୍ତବ୍ୟ ଏବଂ ପକ୍ଷପାତ ବିଷୟବସ୍ତୁ ଦେଖାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରି ଯେଉଁ ବିବାଦୀୟ ରିପୋର୍ଟ ଆସିଛି ତାହା ବେଶ ଚିନ୍ତାଜନକ । କେନ୍ଦ୍ରୀୟ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ସାକ୍ଷାତକାରରେ କହିଛନ୍ତି କି, ଗୁଗୁଲ ନିଜର ଏଆଇ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଛି । ଏହାସହ ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ଏଗୁଡ଼ିକ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏହାସହ କହିଛନ୍ତି କି, ଏକ୍ସପୋର୍ଟମାନେ ଚିନ୍ତାରେ ରହିଛନ୍ତି କି, AIର ଏଭଳି ଅନେକ ଭୁଲ ମଧ୍ୟ ରହିଛି ।

AIର ବ୍ୟବହାର ଯେତିକି ବଢ଼ୁଛି କିଛି କାମ ମଧ୍ୟ ସୁବିଧାରେ ହୋଇଯାଉଛି । ସ୍ମାର୍ଟଫୋନଠାରୁ ମଧ୍ୟ ଏହା ଅଧିକ ସ୍ମାର୍ଟ ହୋଇଥାଏ । କିନ୍ତୁ AIର ବିଭିନ୍ନ ଦୋଷ ତୃଟି ଦେଖାଯାଉଥିବାବେଳେ ଏହା ସ୍ମାର୍ଟ ନୁହେଁ କି? ବୋଲି ପ୍ରଶ୍ନ ଉଠିଥିଲା । ତେବେ ଏକ ଟିଭି ସୋ’ରେ ଯୋଗ ଦେଇଥିବା ଅବସରରେ ଡ. ଏଲ.ଭି ସୁବ୍ରମଣ୍ୟମ କହିଥିଲେ କି, AI ଟେକ୍ନୋଲୋଜି ଏବେ ବିକାଶ କରୁଛି । ଏହା ବିଶ୍ବାସ ଏବଂ ପକ୍ଷପାତିତା ସମନ୍ଧରେ ଏହାର ସୀମା ସ୍ଥିର ହୋଇନାହିଁ । ଯଦି ଆପଣ ଭାରତ ସମ୍ପର୍କରେ ଜଡିତ ବିଭିନ୍ନ ପ୍ରଶ୍ନ ପଚାରିବେ ତାହେଲେ ସମସ୍ତ ଉତ୍ତର ପାଇପାରିବେ ନାହିଁ ।  କାରଣ ଏହି ଏହି ଡାଟା ଦ୍ବାରା ତିଆରି ହୋଇନାହିଁ । ଯଦି ଏହାର ସାମାଜିକ ଦିଗ ଉପରେ ନଜର ପକାଇବା ତାହେଲେ ଏହା ବହୁତ ବିପଦ ହୋଇଥାଏ ।

ସେପଟେ ନିର୍ବାଚନରେ AIର ଅପବ୍ୟବହାର ସମ୍ପର୍କରେ ଯଦି କହିବା ତାହେଲେ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି । କାହିଁକି ନାଁ ପୂର୍ବରୁ ରଶ୍ମିକା ମାନ୍ଧନା, ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, କରନିା କପୁର ଏବଂ ପ୍ରଧାନମନ୍ତ୍ରୀଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଛି । ସାରା ଭାରତରେ ନିର୍ବାଚନ ସମୟରେ ଏଆଇ ବ୍ୟବହାର ହେବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ୨୦୨୩ ମସିହାରେ ଆର୍ଜେଣ୍ଟିନାରେ ହୋଇଥିବା ନିର୍ବାଚନରେ ଡିପଫେକ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ଭାରତର ପାରମ୍ପରିକ ଶତୃ ବୋଲାଉଥିବା ପାକିସ୍ତାନରେ ମଧ୍ୟ ବିବାଦୀୟ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହୋଇଥିବା ଅଭିଯୋଗ ଦେଖିବାକୁ ମିଳିଥିଲା । ଆଇଟି ବିଶେଷଜ୍ଞମାନେ ମତ ଦେଇଛନ୍ତି କି, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ AIର ବ୍ୟବହାର କରି ଡିପଫେକ୍ ଭିଡିଓ ତିଆରି କରିପାରନ୍ତି । ବିରୋଧୀ ନେତାଙ୍କ ଡିପଫେକ ଭିଡିଓ କରି ମଧ୍ୟ ଭୋଟରଙ୍କ ଆକର୍ଷଣ ଭାଙ୍ଗିବା ଉପରେ କାର୍ଯ୍ୟ କରାଯାଇପାରେ । ତେବେ ନିର୍ବାଚନ କମିଶନ ଏଉପରେ ଅଧିକ ଧ୍ୟାନ ଦେବେ ବୋଲି କୁହାଯାଇଛି ।