ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର?

ଭୁବନେଶ୍ବର: ଓଡ଼ିଶାର ଲୋକସଭାରେ ହେବ କାଣ୍ଟେକି ଟକ୍କର । ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ ଏଯାଏ ୧୭ ଆସନରେ ପ୍ରାର୍ଥୀ ଦେଇଛି । ଫଳରେ ୧୭ ଲୋକସଭା ଆସନରେ ତ୍ରିମୁଖି ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବାବଳେ ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେଉରୀ ପ୍ରାର୍ଥୀ ହୋଇଛନ୍ତି । କଳାହାଣ୍ଡିରେ ବିଜେଡିରୁ ଲମ୍ବୋଧର ନିଆଲ, ବିଜେପିରୁ ମାଳବିକା କେଶରୀ ଦେଓ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନବରଙ୍ଗପୁରରେ ବିଜେଡିର ପ୍ରଦୀପ ମାଝୀ, ବିଜେପିର ବଳଭଦ୍ର ମାଝୀ ଓ କଂଗ୍ରେସର ଭୂଜବଳ ମାଝୀଙ୍କ ମଧ୍ଯରେ କଡ଼ା ଟକ୍କର ହେବ ।

କନ୍ଧମାଳରେ ବିଜେଡିର ଅଚ୍ଯୁତ ସାମନ୍ତ, ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମିରଚାନ୍ଦ ନାୟକଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । କୋରାପୁଟରେ ବିଜେଡିର କୌଶଲ୍ଯା ହିକକା, ବିଜେପିର କାଳେରାମ ମାଝୀ ଓ କଂଗ୍ରେସର ସପ୍ତଗିରି ଉଲ୍ଲାକା ମୁହାଁମୁହିଁ ହେବେ । ଆସିକାରେ ବିଜେଡି ରଞ୍ଜିତା ସାହୁ, ବିଜେପି ଅନୀତା ଶୁଭଦର୍ଶିନୀଙ୍କୁ ପାର୍ଥି କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବ୍ରହ୍ମପୁରରେ ବିଜେଡିର ଭୃଗୁ ବକ୍ସିପାତ୍ର, ବିଜେପିର ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସର ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । ସେହିପରି ବଲାଙ୍ଗୀରରେ ବିଜେଡିର ସୁରେନ୍ଦ୍ର ସିଂ ଭୋଇ, ବିଜେପିର ସଂଗୀତା ସିଂହଦେଓ ଏବଂ କଂଗ୍ରେସର ମନୋଜ ମିଶ୍ର ଲଢେଇ କରିବେ ।

ବରଗଡ଼ରେ ବିଜେଡିର ପରିଣିତା ମିଶ୍ର, ବିଜେପିର ପ୍ରଦୀପ ପୁରୋହିତ ଏଭଂ କଂଗ୍ରେସର ସଞ୍ଜୟ ଭୋଇ ପ୍ରାର୍ଥୀ ହୋଇଛନ୍ତି ।  ସମ୍ବଲପୁରରେ ଦେଖିବାକୁ ମିଳିବ ବିଗ୍ ଫାଇଟ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏଯାଏଁ ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ । ମୟୂରଭଞ୍ଜରେ ବିଜେଡି ତରଫରୁ ସୁଦାମ ମାର୍ଣ୍ଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ନବଚରଣ ସେଠୀ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏଠାରେ ବି ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି କେନ୍ଦୁଝରର ବିଜେଡିର ଧନୁର୍ଜୟ ସିଦ୍ଧୁ, ବିଜେପିର ଅନନ୍ତ ନାୟକ ଓ କଂଗ୍ରେସର ମୋହନ ହେମ୍ବ୍ରମଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ । ଭଦ୍ରକରେ ବିଜେଡି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅଭିମନ୍ଯୁ ସେଠୀ ଓ କଂଗ୍ରେସ ଅନନ୍ତ ସେଠୀଙ୍କୁ ପ୍ରାର୍ଥୀ କରିଛି । ଯାଜପୁରରେ ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିର ରବିନାରାୟଣ ବେହେରା ଓ କଂଗ୍ରେସର ଅଞ୍ଚଳ ଦାସଙ୍କ ମଧ୍ଯରେ ଲଢେଇ ହେବ । କେନ୍ଦ୍ରାପଡ଼ାରେ ବିଜେଡିର ଅଂଶୁମାନ ମହାନ୍ତି, ବିଜେପିର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ସିଦ୍ଧାର୍ଥ ସ୍ବରୂପ ଦାସ ପ୍ରାର୍ଥୀ ହୋଇଛନ୍ତି । ଜଗସିଂହପୁରରେ ବିଜେଡି ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଭୂପ୍ରସାଦ ତରାଇ ଓ କଂଗ୍ରେସ ରବୀନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଟକରେ ବିଜେଡି ସଂତୃପ୍ତ ମିଶ୍ର, ବିଜେପି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ବରରେ ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଲଢେଇ ହେବ । ପୁରୀରେ ବିଜେଡିର ଅରୂପ ପଟ୍ଟନାୟକ, ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ୟାସିର ନୱାଜଙ୍କ ମଧ୍ଯରେ ଟକ୍କର ହେବ । ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ରନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ହେବ । ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର, ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ଯରେ ଟକ୍କର ଦେଖିବାକୁ ମିଳିବ ।