spot_img
Home Blog Page 2266

ଦଳକୁ ଫେରିବେ ତ ପାଣ୍ଡ୍ୟା?

0

ନୂଆଦିଲ୍ଲୀ: ଭାରତୀୟ ପ୍ରଂଶସକଙ୍କ ପାଇଁ ଖୁସି ଖବର । ଦଳକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା । ଆଫଗାନିସ୍ତାନ ବିପକ୍ଷ ସିରିଜରେ ଖେଳିବେ ହାର୍ଦ୍ଦିକ । କେବଳ ଖେଳିବେ ନାହିଁ ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିବେ ବୋଲି ସୂଚନା ମିଳୁଛି । ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଆହତ ରହିଛନ୍ତି । ତେବେ ୨୦୨୪ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସୂଚନା ମିଳିଛି କି, ଦଳକୁ ଫେରିବେ ହାର୍ଦ୍ଦିକ । ଜାନୁଆରୀ ୧୧ ତାରିଖରୁ ୩ଟି ଟି-୨୦ ସିରିଜ ଖେଳାଯିବାକୁ ଥିବାବେଳେ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖେଳିବ ଭାରତ । ସୂର୍ଯ୍ୟକୁମାର ଯାଦବ ଆହତ କାରଣରୁ ଦଳରୁ ବାଦ ପଡ଼ିଥିବାବେଳେ ଫ୍ୟାନ୍ସମାନେ ପାଣ୍ଡ୍ୟା ଦଳକୁ ଫେରିବା ଖବର ଖୁସି ଦେଇଛି । ସେପଟେ ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ସିରିଜରେ ଭାରତର ଅଧିନାୟକ ଭାବେ ଦାୟିତ୍ବ ନେଇ ଦଳକୁ ସଫଳତା ଦେଇଛନ୍ତି ।

କୋବି ଚୋରି ସନ୍ଦେହରେ ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ପୁଅ

କେନ୍ଦୁଝର: ଜନ୍ମକଲା ମାଆ ଉପରେ ସଇତାନ ପୁଅର ଅତ୍ୟାଚାର । ସ୍ତ୍ରୀ ସହ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜନ୍ମ କଲା ମାଆକୁ ନିସ୍ତୁକ ପିଟିଲା । ଏପରିକି ଡାକ୍ତରଖାନାରେ ପଶି ବୃଦ୍ଧାଙ୍କୁ ବୋହୂ ମାଡ଼ ମାରିଥିବା ଅଭିଯୋଗ । ତାହା ପୁଣି ଏକ କୋବ ଚୋରି ସନ୍ଦେହରେ ।

ସୂଚନାଯୋଗ୍ୟ, । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସରାସପଶି ଗାଁର ଶତ୍ରୁଘ୍ନଙ୍କ ବାଡିରୁ ଏକ କୋବି କିଏ କାଟି ନେଇଥିଲା । ତେବେ ମାଆ କୋବି ଚୋରି କରିଥିବା ଶତ୍ରୁଘ୍ନ ଏବଂ ତାଙ୍କ ପତ୍ନୀ ସନ୍ଦେହ କରିଥିଲେ । ଏହାକୁ ନେଉ ଉଭୟ ମାଆକୁ ନିସ୍ତୁକ ମାଡ଼ ମାରିଥିଲେ । କଥା ସେତିକିରେ ସରି ନଥିଲା । ଘର ବାହାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଣି ମାଡ଼ ମାରିଥିଲେ ।

ଗାଁ ଲୋକ ଏହାକୁ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ପୁଅବୋହୂ ମାଆକୁ ମାଡ଼ ମାରିବା ଘଟଣାର ଏକ ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି ।

ଗତ ବୁଧବାର ଘଟଣା ଘଟିଥିବା ବେଳେ ଦୁଇଦିନ ଧରି ପୁଅବୋହୂ ମାଆକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ମେଡିକାଲରେ ବୃଦ୍ଧା ଭର୍ତ୍ତି ହେବା ପରେ ବି ସେଠାରେ ବୋହୂ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।

ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଦେବଗଡ଼: ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି ।

ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଆଈ ସହ ଘରକୁ ଫେରୁଥିବା ବେଳେ ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରୁ ପିହୁକୁ ଝାମ୍ପି ନେଇଥିଲେ ଅପହରଣକାରୀ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଅପହୃତ ଶିଶୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।

କୁମ୍ବି ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଯବାନ ଆହତ

ବାଲିଗୁଡ଼ା: କମ୍ବିଂ ଅପରେସନ ବେଳେ ଅଘଟଣ । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଏସ୍ଓଜି ଯବାନ୍ ଆହତ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ କୁମ୍ବିଂ ଅପରେସନ ଘଟିଛି ଏଭଳି ଅଘଟଣ ।

ଏସଓଜି ଯବାନ୍ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୂର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଏସଓଜି ଯବାନଙ୍କର ଆଖିରେ ଆଘାତ ଲାଗିଥିବା ବେଳେ, ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି ।

“ନାଁ ଚିରିବ ନାଁ ଫାଟିବ” ମାତ୍ର ୫୦ ଟଙ୍କାରେ ପିଭିସି ଆଧାର କାର୍ଡ , ଜଲଦି କରନ୍ତୁ ଆବଦେନ

ନୂଆଦିଲ୍ଲୀ: ବ୍ଯାଙ୍କ୍ ଆକାଉଣ୍ଟ ଖୋଲିବା ହେଉ ଅବା କୌଣସି ସରକାରୀ ଯୋଜନାର ଲାଭ ଉଠେଇବା ହେଉ ଆପଣଙ୍କ ପରିଚୟ ପତ୍ରର ସବୁ ଜାଗାରେ ଦରକାର ପଡିଥାଏ  । ଆଧାର କାର୍ଡ ଆଜିକା ସମୟର ଆପଣଙ୍କ ପରିଚୟର ଗୁରୁତ୍ବପୂର୍ଣ୍ଣ  ଦସ୍ତାବିଜ୍  ।  ଏହି କାଗଜଟି ସବୁ ଅର୍ଥନୈତିକ କାମ ପାଇଁ  ନିହାତି ଦରକାର  । କିନ୍ତୁ ଆପଣ କଣ ଏବେ ବି ସେହି ପୁରୁଣା ଲିମିଟେଡ୍ ଆଧାର କାର୍ଡ ବ୍ଯବହାର କରୁଛନ୍ତି କି ,  ଆଉ ପୁଣି ସେହି ଆଧାର କାର୍ଡ ପର୍ସରେ ରଖିଲେ  ମୋଡି କିମ୍ବା ଫାଟି ଯାଉଛି  ।  ଯାହା ଦ୍ବାରା କେଉଁଠି ଦରକାର ପଡିଲେ ଆଧାର କାର୍ଡ  ମୋଡି କିମ୍ବା ଫାଟି ଯାଇଥିବା କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡୁଛି  ।  ବହୁତ ଥର ଏମିତି ଦେଖିବାକୁ ମିଳେ ଯେ , ଏହି ମୋଡି ଏବଂ ଫାଟିଯାଇଥିବା କାରଣରୁ ଲୋକଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ଜାଗାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ  । ଏହି ଅସୁବିଧାରୁ ବର୍ତିବା ପାଇଁ ଆପଣ  ପିଭିସି ଆଧାର କାର୍ଡ ତିଆରି କରିପାରିବେ  । ଆଉ ଏଥିପାଇଁ ଆପଣଙ୍କୁ ମୋଟ୍ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ ବା (ୟୁଆଇଡିଆଇ) ଆଧାରକାର୍ଡ  ବ୍ଯବହାର କାରୀ ମାନଙ୍କୁ ପିଭିସି ଆଧାରକାର୍ଡ ବନେଇବା ପାଇଁ ପରାମର୍ଶ ଦେଇଛନ୍ତି  । ଆପଣ ଘରେ ବସି ପିଭିସି ଆଧାର କାର୍ଡ ଆବେଦନ କରିପାରିବେ । ଯାହାକି ନାଁ ଚିରିବ , ଫାଟିବ ପୁରା ଆପଣଙ୍କ ଜୀବନ କାଳ ଯାଏଁ ଚାଲିବ  । ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ଆପଣ ସବୁ ସମସ୍ଯାର ସମାଧାନ କରିପାରିବେ  । ଏହା ଲିମିଟେଡ୍ ଆଧାର କାର୍ଡ ପରି ନୁହେଁ ଏହା ପଲିଭିନାଇଲ୍ କ୍ଲୋରାଇଡ୍  (ପିଭିସି )  ଏଟିଏମ୍ ଏବଂ କ୍ରେଡିଟ୍ କାର୍ଡ ପରି ମଜବୁତ୍  । ଏହାକୁ ଆପଣ ନିଜର ପର୍ସରେ ଆରାମରେ ରଖିପାରିବେ  ।

ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ହୁଥି ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ । ଗୁଜରାଟ ଉପକୂଳରେ ଜାପାନର ଏହି ଜାହାଜ ଉପରକୁ ହୋଇଛି ଡ୍ରୋନ ଆକ୍ରମଣ । ଏଥିରେ ଜାହାଜରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଯାଇଥିବା ଜଣାପଡିଛି । ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ଜାହାଜରେ ଅନ୍ୟ ସଦସ୍ୟଙ୍କ ସହ ୨୦ ଜଣ ଭାରତୀୟ ନାବିକ ଥିଲେ । ଇରାନ ସମର୍ଥିତ ୟେମେନରେ ସକ୍ରିୟ ହୁଥି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସହାୟତା ଲାଗି ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ ଜାହାଜ ମୁତୟନ କରାଯାଇଛି । ସମୁଦ୍ର ଅଞ୍ଚଳରେ ମୁତୟନ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ଥିବା ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଅଶୋଧିତ ତୈଳ ନେଇ ଏହି ଜାହାଜ ସାଉଦି ଆରବ ବନ୍ଦରରୁ ବାହାରି ମାଙ୍ଗାଲୋର ଅଭିମୁଖେ ଆସୁଥିଲା।

ଗତ ସୋମବାର ଦିନ ମଧ୍ୟ ମାଲଟାରୁ ଆସୁଥିବା ଏକ ଜାହାଜ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ଗୁରୁତର ନାବିକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଭାରତୀୟ କୋଷ୍ଟ ଗାର୍ଡ କର୍ତ୍ତୃପକ୍ଷ । କିଛିଦିନର ବ୍ୟବଧାନ ପରେ ପୁଣି କାର୍ଗୋ ଜାହାଜକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

ଚିନ୍ତା ବଢ଼ାଇଲା କୋଭିଡ଼: ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ । ଗତକାଲି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଆକ୍ଟିଭ କେସ ୨ରେ ପହଞ୍ଚିଛି ।

୨୦ ଦିନର ବ୍ୟବଧାନ ପରେ ଗତକାଲି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ବଢୁଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚେତନ ବାର୍ତ୍ତା ଦେଇଛି । ବୟସ୍କ ଓ ଏକାଧିକ ରୋଗରେ ପୀଡିତ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହ ସର୍ତକ ରହିବାକୁ ସଚେତନ କରିଛି ସ୍ବାସ୍ଥ୍ୟ ବିଭାଗ ।

ମରଣଯନ୍ତା ପାଲଟିଛି NH-55: ନିଘୋଡ଼ ନିଦରେ ଶୋଇଛନ୍ତି ଧର୍ମେନ୍ଦ୍ର, ଦେଖାଯାଉନି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ବର: ଏନଏଚ-୫୫ ପାଲଟିଛି ମରଣଯନ୍ତା । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା ଏହାର ସମ୍ପ୍ରସାରଣ ଓ ମରାମତି କରୁଛି ଏନଏଚଏଆଇ । ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଗୁରୁତ୍ବପୁର୍ଣ୍ଣ କଥା ହେଲା ଏନଏଚ-୫୫ ଅନୁଗୁଳ ଦେଇ ଯାଇଥିବା ବେଳେ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା । ହେଲେ ଧର୍ମେନ୍ଦ୍ର ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କୁ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଦେଖାଯାଉନି । ଶୀଘ୍ର ଜାତୀୟ ରାଜପଥ ମରାମତି କରାନଗଲେ ଏହାର ଦୃଢ଼ ଜବାବ ମିଳିବ । ଆଜି ଏମିତି କିଛି କହି ଏନଏଚଏଆଇ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, କଟକରୁ ସମ୍ବଲପୁରକୁ ଯୋଡୁଛି ଏନଏଚ-୫୫ । ଏହା ଓଡ଼ିଶାର ଜୀବନ ରେଖା । ଦେଶର ସବୁଠାରୁ ସଙ୍କଟପୂର୍ଣ୍ଣ ରାସ୍ତା ପାଲଟିଛି ଏନଏଚ-୫୫ । ସ୍ଥିତି ଏମିତି ଜୀବନରେଖାରୁ ମୃତ୍ୟୁଯନ୍ତା ପାଲଟିଗଲାଣି । ଏନଏଚଏଆଇ ରାସ୍ତା ମରାମତି ଓ ସଂପ୍ରସାରଣ କରୁଛି । ୭ ବର୍ଷ ହୋଇଗଲା ଏହି ମରାମତି ଓ ସମ୍ପ୍ରସାରଣ କାମ ଚାଲିଛି ଯେ ସରିବାର ନାଁ ଧରୁନି । ଏହି ରାସ୍ତାରେ ଜୀବନ ବାଜି ଲାଗୁଛି । ଆମ୍ବୁଲାନ୍ସରେ ଆସିବା ବେଳେ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହାରାହାରି ଦୁଇ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି ।

ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ରୋଡ୍ ସେଫଟି କମିଟି ବୈଠକକୁ ଏନଏଚଏଆଇ ଅଧିକାରୀଙ୍କୁ ଡାକାଯାଇଥିଲା । ଲାଗୁଛି ଏନଏଚ କର୍ତ୍ତୃପକ୍ଷଙ୍କ ଚମଡା ମୋଟା ହୋଇଗଲାଣି । ନା ବୈଠକକୁ ଆସୁଛନ୍ତି ନା ଉତ୍ତର ଦେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ଦେବେ ।

ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି, ନିଜ ଜିଲ୍ଲାରେ ଜାତୀୟ ରାଜପଥ ମରଣଯନ୍ତା ପାଳଟିଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଦିଶୁନି । ସେ ନିଘୋଡ ନିଦରେ ଶୋଇଛନ୍ତି । ନିଜ ଜିଲ୍ଲାର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁନାହାନ୍ତି । ୭ ବର୍ଷ ହେଲା ଚାଲିଥିବା ମରାମତି ଓ ସମ୍ପ୍ରସାରଣ କାମ କେମିତି ସରିବ ଜୋର ଦେଉନାହାନ୍ତି । ଆଶା କରୁଛୁ ଧର୍ମେନ୍ଦ୍ର ଏଥିପ୍ରତି ଧ୍ୟାନ ଦେବ, ନ ହେଲେ ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନି ଓ ଉଚିତ ଜବାବ ଦେବେ ।

ଉତ୍ତର କୋରିଆରେ ମୋଟା ଙ୍କୁ ପତଳା କରିବ ଏହି ଜିନିଷ

ନୂଆଦିଲ୍ଲୀ: ମୋଟା ଲୋକଙ୍କୁ ପତଳା କରିବା ପାଇଁ କିମ୍ ଙ୍କର ନୂଆ ପଦକ୍ଷେପ । ଯେଉଁ ଉତ୍ତର କୋରିଆରୁ ଲୋକେ ପ୍ରାୟ ଭୋକରେ ମରୁଥିବାର ଖବର ସାମ୍ନାକୁ ଆସେ । ଏବେ ସେହିଠାରୁ ହିଁ ଖବର ଆସିଛି କି , ଦେଶରେ ଯେଉଁ ମୋଟା ଲୋକ ଅଛନ୍ତି ତାଙ୍କୁ ପତଳା କରିବା ପାଇଁ ସେଠିକାର ସରକାର ନୂଆ ତରିକା ଆପଣେଉଛନ୍ତି  । ଲୋକଙ୍କୁ  ପତଳା କରିବା ପାଇଁ  ତାଙ୍କୁ  ଏମିତି ଏକ ଜିନିଷ ପିଇବାକୁ ଦେଉଛନ୍ତି ଯେଉଁଥିରେ କି ତାଙ୍କ ଅଣ୍ଟାର ସାଇଜ୍ କମିଯିବ  । ଏଥିପାଇଁ ପ୍ରଥମେ ଦେଶର ନେତା କିମ୍ ଜୋଙ୍ଗ୍ ଆଗକୁ ଆସିଛନ୍ତି  । କିମ୍ ଜୋଙ୍ଗ୍  ଏକ ଡ୍ରିଙ୍କ୍ ର ଲଞ୍ଚ କରିଛନ୍ତି । ଯେଉଁ ବିୟର୍ ରେ କମ୍ କ୍ଯାଲେରୀ ରହିଛି  । ଏହି ବିୟର୍ ମୋଟ୍ ୮ ପ୍ରକାରର ଭେରାଇଟି ରହିଛି  । ଏହି ବିୟର୍ କୁ ପ୍ଯୋଗ୍ ୟାଙ୍ଗ୍ ରେ ଲଞ୍ଚ କରାଯାଇଛି  । ଏହାକୁ ଦେଶରେ ଯେଉଁମାନେ ଅଧିକ ବିୟର୍ ପିଅନ୍ତି ସେମାନଙ୍କୁ ବେଶ୍ ପସନ୍ଦ ଆସିଛି  ।

ଏହା ମଧ୍ଯ କୁହାଯାଇଛି କି, ନିଜର ଓଜନ ପାଇଁ ଚିନ୍ତିତ ଥିବା ବ୍ଯକ୍ତିଙ୍କ ପାଇଁ  ଏହି  ବିୟର୍ ଲଞ୍ଚ କରାଯାଇଛି । ଏହା ଦ୍ବାରା ଲାଇଟ୍ ବିୟର୍ର ଡିମାଣ୍ଡକୁ ପୁରା କରାଯାଇପାରିବ । ଏହାକୁ ସରକାରୀ ମଦ ବନାଉଥିବା କମ୍ପାନୀ ଲଞ୍ଚ କରିଛି  । ଏହି ବିୟର ହେଉଛି  ବିୟର ର ସବୁଠାରୁ ନୂଆ ଭର୍ସନ୍  ।  ଏହି ବିୟର୍ କୁ ନେଇ କୁହାଯାଉଛି କି , ଏଥିରେ କମ୍ ଚିନି ଏବଂ କମ୍ କ୍ଯାଲୋରୀ ରହିଛି  । ଏହା ନିଜର ଓଜନ ପାଇଁ ଚିନ୍ତିତ ଥିବା ବ୍ଯକ୍ତି ଏବଂ  ଖେଳକୁଦ କରୁଥିବା ଲୋକଙ୍କ ପାଇଁ  ସ୍ବାସ୍ଥ୍ୟକର   ବୋଲି ଜାପାନ୍ ର ଏକ କମ୍ପାନୀ କୋସନ୍ ସିନ୍ବୋ ତଥ୍ଯ ଦେଇଛି   । ଏହା ମଧ୍ଯ କୁହାଯାଉଛି କି, କିମ୍ ଜୋଙ୍ଗ୍ ଙ୍କ ଶାସନରେ ହଜାରେ ପରିବାର ଭୋକରେ ମରୁଥିବା ବେଳେ ଦେଶର ଅଧିକାଶଂ ଧନୀ ଲୋକ କେବଳ ବିୟର୍ ଏବଂ ଚାଉଳରୁ ତିଆରି ପାନୀୟ କିଣୁଛନ୍ତି  ।

ନବନିର୍ବାଚିତ କୁସ୍ତି ସଙ୍ଘ ନିଲମ୍ବିତ, ସଞ୍ଜୟଙ୍କ ନିଷ୍ପତ୍ତି ଉପରେ ରୋକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନ ଫଳାଫଳକୁ ନେଇ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ଆକ୍ସନ । କୁସ୍ତି ଯୋଦ୍ଧାଙ୍କ ବିରୋଧକୁ ଦେଖି ସଙ୍ଘକୁ ନିଲମ୍ବିତ କରି ଦେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ଏହାସହ ସଭାପତି ଭାବେ ନିର୍ବାଚିତ ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ନିର୍ଦ୍ଦେଶରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏମିତି ଲାଗୁଛି ପୁରୁଣା ପଦାଧିକାରୀ ସମସ୍ତ ନିଷ୍ପତ୍ତି ନେଉଛନ୍ତି ।

ସୂଚନାଯୋଗଁ, ନିକଟ ଅତୀତରେ ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେପି ସାଂସ ବ୍ରିଜଭୂଷଣ ଶରଣ ସିଂଙ୍କ ସମର୍ଥକ ସଞ୍ଜୟ ସିଂ ବିଜୟି ହୋଇଥିଲେ । ନିର୍ବାଚନ ଫଳାଫଳ ଆସିବା ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ନେଇ ଯାଇଥିଲେ । ବ୍ରିଜଭୂଷଣଙ୍କ ପରି ଅନ୍ୟ ଜଣେ କୁସ୍ତି ସଙ୍ଘର ଅଧ୍ୟକ୍ଷ ହେଲେ ବୋଲି ସେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ସଞ୍ଜୟଙ୍କ ବିଜୟକ ପ୍ରତିବାଦରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ପଦ୍ମଶ୍ରୀ ଫେରାଇ ଦେଇଥିଲେ ।

ଖେଳ ମନ୍ତ୍ରାଳୟର ଆକ୍ସନକୁ ନେଇ ବଜରଙ୍ଗ ପୁନିଆ କହିଛନ୍ତି, ଏନେଇ ମୋ ପାଖରେ କୌଣସି ଖବର ନାହିଁ । ଯଦି ଏମିତି ନିଷ୍ପତ୍ତି ନିଆଯାଇଥିବ ତେବେ ଠିକ୍ ନିଷ୍ପତ୍ତି ନିଆଯାଇଛି । ଏମିତି ଲୋକଙ୍କୁ ସମସ୍ତ ପ୍ରକାର ସଙ୍ଘରୁ ବିଦା କରାଯିବା ଦରକାର ।