ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଞ୍ଚମଥର ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ନୋଟିସ ଜାରି କରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଞ୍ଚମ ଥର ପାଇଁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତୁ ଫେବୃଆାରୀ ୯ ତାରିଖରେ ଇଡିରେ ହାଜର ହେବା ପାଇଁ କୁହାଯାଇଛି । ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ୪ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇନାହାନ୍ତି । ଆପର ଶିକ୍ଷାମନ୍ତ୍ରୀ ମନୀଷ ସିଶୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହି ମାମଲାରେ ଜେଲରେ ଅଛନ୍ତି ତେବେ  ନିକଟରେ ଦିଲ୍ଲୀରେ ଏହାକୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିବାବେଳେ ଲୋକେ କେଜ୍ରିଓ୍ବାଲଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକେ କହିଛନ୍ତି କି, ଯଦି କେଜ୍ରିଓ୍ବାଲ ଗିରଫ ହୁଅନ୍ତି ତେବେ ସେ ଜେଲରେ ରହି ସରକାର ଚଳାନ୍ତୁ ।

କେଜ୍ରିଓ୍ବାଲଙ୍କୁ ୨୦୨୩ ନଭେମ୍ବର ୨ ତାରିଖରେ ପ୍ରଥମ ନୋଟିସ ଆସିଥିଲା । ଏହାପରେ ୨୧ ଡିସେମ୍ବର ଏବଂ ୨୦୨୪ ଜାନୁଆରୀ ୩ ଜାନୁଆରୀ ୧୩ରେ ଚତୁର୍ଥଥର ଲାଗି ନୋଟିସ ଜାରି କରାଯାଇଛି । କେନ୍ଦ୍ର ସରକାର ଜାଣିଶୁଣି ଏଭଳି ରାଜନୈତିକ ଚାଲ କରି ନୋଟିସ କରୁଛନ୍ତି ବୋଲି କେଜ୍ରିଓ୍ବାଲ ପୂର୍ବରୁ ମଧ୍ୟ ଅଭିଯୋଗ କରିଛନ୍ତି । ହରିୟାଣାର ଏକ ସାଧାରଣ ସଭାରେ କେଜ୍ରିଓ୍ବାଲ ସମ୍ବୋଧନ କରିବା ଅବସରରେ କହିଛନ୍ତି କି, କେନ୍ଦ୍ର ସରକାର ତାଙ୍କ ପଛରେ ଆତଙ୍କବାଦୀ ଭଳି ପଡ଼ିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରୁଥିବାବେଳେ ଜେଲ ଯିବାକୁ କେବେ କେଜ୍ରିଓ୍ବାଲ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।